ପିଏଚ୍‌.ଡି. ଡିଗ୍ରୀଧାରୀ ଓ ବୃତ୍ତିଗତ ପେସାଦାରୀ

ଡ. ଚିତ୍ତରଂଜନ ମିଶ୍ର

 

ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ନିକଟ ଅତୀତରେ ଏକ ଘୋଷଣାନାମା ଜାରି କରିଛନ୍ତି ଯେ, ଦେଶରେ ଥିବା ବିଭିନ୍ନ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟମାନଙ୍କରେ ଶିକ୍ଷାଦାନ ପାଇଁ ପିଏଚ୍‌.ଡି. ଯୋଗ୍ୟତାର ଆଉ କୌଣସି ଆବଶ୍ୟକତା ପଡ଼ିବ ନାହିଁ। ଅର୍ଥାତ୍‌ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟମାନଙ୍କରେ ଯୋଗ୍ୟ ଫାକଲ୍‌ଟିର ଅଭାବ ରହିଛି ବୋଲି ୟୁ.ଜି.ସି. ସ୍ବୀକାର କରିଛି। ଶିକ୍ଷା ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ ଡିସେମ୍ବର ୨୦୨୧ ସୁଦ୍ଧା ଦେଶରେ ଥିବା ବିଭିନ୍ନ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟମାନଙ୍କରେ ୧୦ ହଜାର ଶିକ୍ଷକ ପଦବୀ ଖାଲିପଡିଛି।
କ୍ଷେତ୍ର ବିଶେଷଜ୍ଞ ଭାବେ ଶିଳ୍ପ ବିଶେଷଜ୍ଞ ଓ ବୃତ୍ତିଗତ ପେସାଦାରୀ ବ୍ୟକ୍ତିିବିଶେଷମାନଙ୍କୁ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟମାନଙ୍କୁ ନିମନ୍ତ୍ରିତ କରି ଅଣାଯିବ ଏବଂ ସେମାନଙ୍କୁ ବିଶେଷ ପଦ ପଦବୀ ଯଥା: ପ୍ରଫେସର ଏବଂ ଆସୋସିଏଟ୍‌ ପ୍ରଫେସର ଅଫ୍‌ ପ୍ରାକ୍‌ଟିସ ଭାବେ ନିଯୁକ୍ତି ଦିଆଯିବ। ନିକଟରେ ୟୁ.ଜି.ସି. ଅଧ୍ୟକ୍ଷ ଏମ୍‌.ଜଗଦୀଶ କୁମାର କହିଛନ୍ତି ଯେ – ”ନୂତନ ଜାତୀୟ ଶିକ୍ଷାନୀତି ଶିଳ୍ପସଂସ୍ଥାମାନଙ୍କ ସହ ଉତ୍ତମ ସମନ୍ବୟ ପ୍ରତିଷ୍ଠା ଉପରେ ଗୁରୁତ୍ୱ ଆରୋପ କରିଛି। ବିଶେଷଜ୍ଞମାନେ କାୈଣସି ଏକ ନିର୍ଦ୍ଦିଷ୍ଟ କ୍ଷେତ୍ରରେ ପାରଦର୍ଶିତା ହାସଲ କରିଥିବା ଏକାନ୍ତ ଅପରିହାର୍ଯ୍ୟ।“ ପ୍ରାଥମିକ ଦୃଷ୍ଟିରେ ଅବଲୋକନ କଲେ ଏହା ସ୍ପଷ୍ଟ ପ୍ରତୀୟମାନ ହୋଇଥାଏ ଯେ ଏଭଳି ଏକ ଚିନ୍ତାଧାରା ଅତ୍ୟନ୍ତ ସୁଦୂର ପ୍ରସାରୀ ହେବା ସହ ଉତ୍ତମ ଅଭିପ୍ରାୟସମ୍ପନ୍ନ। ଅପରପକ୍ଷରେ ଏହା ମଧ୍ୟ ଭଲ ପ୍ରଶ୍ନଟିଏ ଉତ୍‌ଥାପନ କରିଥାଏ। ତା’ହେଲେ ମୁଖ୍ୟ ପ୍ରଶ୍ନଟି କ’ଣ ଯାହା ୟୁ.ଜି.ସି. ସମାଧାନ କରିବାକୁ ଚେଷ୍ଟା କରୁଛି? ଏହା କ’ଣ ଏକ ପୂର୍ଣ୍ଣାଧିକାର ପତ୍ର, ପୂର୍ଣ୍ଣ ସ୍ବତନ୍ତ୍ରତା ବା ବ୍ଲାଙ୍କ ଚେକ ଯାହା ଆଧାରରେ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟମାନଙ୍କରେ ଫାକଲ୍‌ଟିମାନଙ୍କ ଅଭାବ ପୂରଣ କରିବା ପାଇଁ ପିଏଚ.ଡି. ଡିଗ୍ରୀର ଆବଶ୍ୟକତାରୁ ମୁକ୍ତ ହୋଇଯିବାର ଏକ ଅଭିନବ ପ୍ରୟାସ? ଆମେ କ’ଣ ପିଏଚ.ଡି. ଡିଗ୍ରୀଧାରୀ ପ୍ରଫେସର ଓ ଅନ୍ୟ ପ୍ରଫେସରମାନଙ୍କ ସହ ସମାନ ଭାବେ ବ୍ୟବହାର କରିପାରିବା ? ଯଦି ତାହା, ତେବେ ତାହା ହେବା ଉଚିତ ନୁହେଁ।
ଶିକ୍ଷାଦାନ କ୍ଷେତ୍ରରେ ଉଚ୍ଚକୋଟୀର ପିଏଚ.ଡି. ଡିଗ୍ରୀଧାରୀ ପ୍ରଫେସରମାନେ ଛାତ୍ରୀଛାତ୍ରମାନଙ୍କୁ ‘କଟିଂ-ଏଜ୍‌-ନଲେଜ୍‌’ ବା ଅତ୍ୟାଧୁନିକ ଜ୍ଞାନ ସମ୍ପତ୍ତି ପ୍ରଦାନ କରିବା ସହ ସେମାନଙ୍କର ସଂକଳ୍ପନାମତ୍କ ଭିତ୍ତିଭୂମିକୁ ସୁଦୃଢ କରିବାରେ ଭୂମିକା ନିଅନ୍ତି। ସେମାନେ ମଧ୍ୟ ଛାତ୍ରୀଛାତ୍ରମାନଙ୍କୁ ଜୀବନରେ ଆସୁଥିବା ନାନାବିଧ ଚ୍ୟାଲେଞ୍ଜର ସମ୍ମୁଖୀନ ହେବାପାଇଁ ତଥା ସେମାନଙ୍କର ଦକ୍ଷତାର ବିକାଶ ଲାଗି ସେମାନଙ୍କୁ ଉପଯୁକ୍ତ ପ୍ରଶିକ୍ଷଣ ପ୍ରଦାନ କରିଥାନ୍ତି। ଏକ ଉତ୍ତମ ପିଏଚଡି ଡିଗ୍ରୀଧାରୀ ପ୍ରଫେସର ପ୍ରାସଙ୍ଗିକତା ପୂର୍ଣ୍ଣ ଥିଓରୀ ଉପରେ ନିଜର ଦୃଷ୍ଟି କେନ୍ଦ୍ରୀଭୂତ କରିଥାଏ ଏବଂ ବିଭିନ୍ନ ସନ୍ଦର୍ଭରେ ତାହା କିଭଳି ଭାବେ ବ୍ୟବହାରରେ ଲାଗିଥାଏ ସେ ବିଷୟରେ ମଧ୍ୟ ଅବଗତ କରାଇଥାଏ; ଯଦ୍ଦ୍ବାରା ଛାତ୍ରମାନେ ସାଂପ୍ରତିକ ଓ ଭବିଷ୍ୟତ ଚ୍ୟାଲେଞ୍ଜର ମୁକାବିଲା କରିବା ପାଇଁ ପୂର୍ଣ୍ଣ ସମର୍ଥ ହୋଇଥାନ୍ତି।
ବୃ୍‌ତ୍ତିଗତ ପେସାଦାରୀ ବ୍ୟକ୍ତିବିଶେଷମାନେ ଅଖଣ୍ଡ ଜ୍ଞାନ ଓ ଗଭୀର ବିଶେଷଜ୍ଞତା ନେଇ ଆସିଥାନ୍ତି, ଯାହା କି ବିଶିଷ୍ଟ ସନ୍ଦର୍ଭ ଓ ଅନୁପ୍ରୟୋଗର ପ୍ରାସଙ୍ଗିକତା ବହନ କରିଥାଏ। ଯେହେତୁ ପିଏଚ.ଡି. ଲାଭ କରି ନ ଥିବା ବ୍ୟକ୍ତିବିଶେଷମାନେ ମାୈଳିକ ଗବେଷଣା କରିବା ପାଇଁ ପ୍ରଶିକ୍ଷଣ ପାଇ ନ ଥାନ୍ତ, ସେମାନେ ନିଜ ଶିକ୍ଷାଦାନକୁ ସମୟ ସହ ଖାପ ଖୁଆଇ ରଖିବା ପାଇଁ ଅନ୍ୟମାନେ ଯାହା କରିଥାନ୍ତି ତାକୁ ପୁନର୍ବାର ଉପସ୍ଥାପନ କରିଥାନ୍ତି। ସେଭଳି ଶିକ୍ଷକମାନେ ସେମାନଙ୍କର ନିଜ ଜ୍ଞାନ କ୍ଷେତ୍ର ବା ଅଭ୍ୟାସ କ୍ଷେତ୍ରର ଅବଧାରଣା ଓ ସୈଦ୍ଧାନ୍ତିକ ରୂପରେଖ ସମ୍ପର୍କରେ ସ୍ବଳ୍ପ ଜାଣିଥାନ୍ତି। ଶିକ୍ଷକମାନଙ୍କର ଏହି ସୀମିତ ପଣିଆର ପ୍ରଭାବ ଛାତ୍ରମାନଙ୍କ ଉପରେ ପ୍ରତିଫଳିତ ହେବା ସ୍ବାଭାବିକ। ଛାତ୍ରମାନେ ସେମାନଙ୍କଠାରୁ ଉପଯୁକ୍ତ ଜ୍ଞାନ ଆହରଣ କଲେ ମଧ୍ୟ ତାହା ସୀମିତ ସନ୍ଦର୍ଭ ମଧ୍ୟରେ ବନ୍ଧା ପଡିଯାଇଥାଏ। ଆଉ ଏକ ଜଟିଳ ସମସ୍ୟା ହେଲା କିଭଳି ବୃତ୍ତିଗତ ପେସାଦାରୀ ବ୍ୟକ୍ତି ବିଶେଷମାନଙ୍କୁ ନିଯୁକ୍ତି ଦେଉଥିବା ଅନୁଷ୍ଠାନ ସେମାନଙ୍କର ଗୁଣକୁ ଚିହ୍ନିପାରିବେ? ଏହି ପେସାଦାରୀ ବ୍ୟକ୍ତିବିଶେଷମାନେ ନିଜ ମୂଳ ଅନୁଷ୍ଠାନରେ କେତେବର୍ଷ କର୍ମ ଅଭିଜ୍ଞତା ହାସଲ କରିଛନ୍ତି ତାହା ଆଧାରରେ ସେମାନଙ୍କର ଶିକ୍ଷକ ହେବାର ଯୋଗ୍ୟତାକୁ ମୂଲ୍ୟାୟନ କରିବା ନିଶ୍ଚିତ ରୂପେ ଏକ ଭ୍ରାନ୍ତ ପଦକ୍ଷେପ ହେବ।
ଯଦିଓ ପେସାଦାରୀ ବ୍ୟକ୍ତିିବିଶେଷମାନେ ଯେଉଁମାନେ କି ଉଭୟ ଶୈକ୍ଷଣିକ କଠୋରତା ଓ ଥିଓରୀକୁ ଠିକ୍‌ଭାବେ ହୃଦୟଙ୍ଗମ କରିଛନ୍ତି ସେମାନେ ମଧ୍ୟ ଅତି ଉତ୍କୃଷ୍ଟ ଶିକ୍ଷକ ହୋଇପାରିବେ, ଏପରି କି ବେଳେବେଳେ ପିଏଚଡି ଶିକ୍ଷକମାନଙ୍କଠାରୁ ମଧ୍ୟ ଭଲ ହୋଇପାରିବେ। ଏଭଳି ସ୍ଥିତିରେ ସେମାନଙ୍କ ଗୁଣ ଓ ବିଦ୍‌ବତ୍ତାର ମୂଲ୍ୟାୟନ କରିବା ଏକ ମହତ୍ତ୍ୱପୂର୍ଣ୍ଣ ଚ୍ୟାଲେଞ୍ଜ ହେବ। ପୁନଶ୍ଚ ଏଭଳି ପେସାଦାରୀ ବ୍ୟକ୍ତିବିଶେଷଙ୍କର ଶିକ୍ଷାଦାନ ପ୍ରଦର୍ଶନର ମୂଲ୍ୟାୟନ କରିବା ପାଇଁ ଏକ ପ୍ରାସଙ୍ଗିକ ସତତ ମନିଟରିଙ୍ଗ ପଦ୍ଧତି ଅବଲମ୍ବନ କରାଯିବା ଆବଶ୍ୟକ। ଯେହେତୁ ଛାତ୍ରମାନେ ସେମାନଙ୍କୁ ପଢାଯାଉଥିବା ବିଷୟବସ୍ତୁର ଠିକ୍‌ ମୂଲ୍ୟାଙ୍କନ କରିପାରିବେ ନାହିଁ ତେଣୁ ପିଏଚଡି ଡିଗ୍ରୀଧାରୀ ବ୍ୟକ୍ତିବିଶେଷମାନେ ହିଁ ଅଧିକ ଉପଯୁକ୍ତ ହୋଇଥାନ୍ତି ଜଣେ ଶିକ୍ଷକ ଭାବେ ବୃତ୍ତିଗତ ପେସାଦାରୀ ବ୍ୟକ୍ତିବିଶେଷଙ୍କ ଦକ୍ଷତାର ଠିକ୍‌ ମୂଲ୍ୟାୟନ କରିବା ପାଇଁ।
ଏଭଳି ଏକ ପରିସ୍ଥିତିର ବ୍ୟାବହାରିକ ଏବଂ ସହନୀୟ ସମାଧାନର ପଥ ହେବ ବୃତ୍ତିଗତ ପେସାଦାରୀ ବ୍ୟକ୍ତି ଏବଂ ପାରମ୍ପରିକ ଶିକ୍ଷାବିତ୍‌ମାନଙ୍କର ଏକ ମିଳିତ ସଂଗୋଷ୍ଠୀର ଗଠନ। ଦେଶରେ ଏବଂ ଦେଶ ବାହାରେ ଥିବା ଏକାଧିକ ବ୍ୟବସାୟିକ ପ୍ରତିଷ୍ଠାନ ଏହାର ସାର ମର୍ମକୁ ଅଂଗେ ଅଂଗେ ଅନୁଭବ କରି ଏହି ମିଶ୍ର ମଡେଲର ପ୍ରଚଳନ କରୁଛନ୍ତି; ଯାହାକି ମହତ୍ୱପୂର୍ଣ୍ଣ ଯୁକ୍ତ ଫଳାଫଳ ପ୍ରଦାନ କରୁଅଛି। ସେମାନେ ପ୍ରଥମେ ପିଏଚଡି ଡିଗ୍ରୀଧାରୀ ଅଧ୍ୟାପକମାନଙ୍କୁ ନିଜର ଆବଶ୍ୟକତା ପରିପୂରଣ କରିବା ପାଇଁ କାର୍ଯ୍ୟରେ ନିଯୁକ୍ତ କରିଥାନ୍ତି। ତା’ପରେ ସେମାନେ ସୀମିତ ସଂଖ୍ୟକ ବୃତ୍ତିଗତ ଓ ପେସାଦାରୀ ବ୍ୟକ୍ତି ବିଶେଷମାନଙ୍କୁ କଣ୍ଟା୍ରକ୍ଟ ଭିତ୍ତିରେ କ୍ଲିନିକାଲ୍‌ ଏବଂ ଆଡଜଙ୍କ୍‌ଟ ଫାକଲ୍‌ଟି ବା ନୈଦାନିକ ଏବଂ ଅନୁବନ୍ଧକ ଅଧ୍ୟାପକ ଭାବେ ନିଯୁକ୍ତି ଦେଇଥାନ୍ତି; ଯାହା କିି ସୀମିତ ସମୟ ପାଇଁ ଏବଂ ନିର୍ଦ୍ଦିଷ୍ଟ ଅଧ୍ୟାପନା ଆବଶ୍ୟକତାକୁ ପୂରଣ କରିବା ପାଇଁ ଉଦ୍ଦିଷ୍ଟ ହୋଇଥାଏ। ଏହି ଉଭୟ ଶ୍ରେଣୀ ବା ବର୍ଗର ଫାକଲ୍ଟିମାନଙ୍କର ଉତ୍ତରଦାୟିତ୍ୱ ଓ ମୂଲ୍ୟାଙ୍କନ ମଧ୍ୟ ଅଲଗା ଅଲଗା ହୋଇଥାଏ। ପିଏଚ.ଡି. ଡିଗ୍ରୀଧାରୀ ଅଧ୍ୟାପକମାନେ ଶକ୍ତ ଗୁଣବତ୍ତା ନିୟନ୍ତ୍ରଣ ନିର୍ବାହ କରିଥାନ୍ତି।
ଯେତେବେଳେ ନିୟନ୍ତ୍ରଣ ବୃତ୍ତିଗତ ପେସାଦାରୀ ବ୍ୟକ୍ତିବିଶେଷଜ୍ଞ ଉପରେ ନ୍ୟସ୍ତ ରହିଥାଏ ସେତେବେଳେ ଗୁଣବତ୍ତାକୁ କଷ୍ଟ ସ୍ବୀକାର କରିବାକୁ ପଡିଥାଏ। ଛାତ୍ରମାନେ ହିଁ ହେବେ ସର୍ବଶେଷ ପରାଜିତ ବ୍ୟକ୍ତି, ଯାହାଙ୍କର ସୁବିଧା ସୁଯୋଗ ପାଇଁ ପ୍ରଥମତଃ ସଂପୂର୍ଣ୍ଣ ବ୍ୟବସ୍ଥାର ଡିଜାଇନ ବା ରୂପାୟନ ହୋଇଅଛି। ‘ବିଜ୍‌ନେସ୍‌ ସ୍କୁଲ’ର ଅଭିଜ୍ଞତାରୁ ଗୋଟିଏ ପତ୍ର କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟମାନେ ଗ୍ରହଣ କରି ଏକ ମଡେଲ ମଧ୍ୟ ସୃଷ୍ଟି କରିପାରିବେ; ଯାହା କି ସେଥିରେ ଠିକ୍‌ ଭାବେ ନିବିଷ୍ଟ ହୋଇପାରିବ।
ମୋ-୯୩୩୮୨୦୪୯୯୩


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଅସହାୟ ପିଲାଙ୍କ ଆଶାବାଡ଼ି ପୋର୍ତ୍ତିଆ ପୁଟାଟୁଣ୍ଡା। ସେ ତାଙ୍କ ପିତାଙ୍କ ସ୍ମୃତିରେ ଏକ ଆବାସିକ ସ୍କୁଲ ଖୋଲି ମାଗଣାରେ ପିଲାମାନଙ୍କୁ ପଢାଉଛନ୍ତି। ସେମାନଙ୍କୁ ଖାଦ୍ୟ, ଚିକିତ୍ସା, ପୋଷାକ…

ଅଦୃଶ୍ୟ ଈଶ୍ୱରଙ୍କ ଦୃଶ୍ୟ ପ୍ରତିମା

ଭୁ ଯିଶୁଖ୍ରୀଷ୍ଟ ଦୁଇ ହଜାରରୁ ଅଧିକ ବର୍ଷ ତଳେ, ରୋମୀୟ ସାମ୍ରାଜ୍ୟ ସମୟରେ, ନିଜର ପରିଚୟ ଓ ବ୍ୟକ୍ତିତ୍ୱକୁ ଖୋଲାଖୋଲି ଭାବେ ପ୍ରକାଶ କରିଥିଲେ। ତାଙ୍କ ବିରୋଧରେ…

ଜନଜାତୀୟ ଖେଳ ପ୍ରତିଭା: ଆମ ଜାତୀୟ ଗୌରବ

ମୁଁ  ଦେଖିଛି ଯେ ଆମ ଦେଶର ଗ୍ରାମାଞ୍ଚଳ ଓ ବନାଞ୍ଚଳରେ ପିଲାମାନେ ସେମାନଙ୍କ ଦୈନନ୍ଦିନ ଜୀବନର ଅଧିକାଂଶ ସମୟ ପ୍ରକୃତି କୋଳରେ ଅତିବାହିତ କରିଥା’ନ୍ତି। ସେମାନେ ପ୍ରାକୃତିକ…

ଆଣବିକ ପ୍ରତିରୋଧ ଓ ମହାଶକ୍ତି

ଆଣବିକ ଅସ୍ତ୍ରଶସ୍ତ୍ର ଯୋଗୁ ମହାଶକ୍ତିଙ୍କ ମଧ୍ୟରେ ଯୁଦ୍ଧର ବିଜୟ ଅସମ୍ଭବ ହୋଇଯାଇଛି। ଅର୍ଥାତ୍‌ ମହାଶକ୍ତିଙ୍କ ନିକଟରେ ଏତେ ଅଣୁ ଅସ୍ତ୍ରଶସ୍ତ୍ର ରହିଛି ଯେ, ଯଦି ସେମାନଙ୍କ ମଧ୍ୟରେ…

ଏଇ ଭାରତରେ

ଦନ୍ତ ଚିକିତ୍ସକ ଡ. ଶାନ୍ତି ତୁମ୍ମାଲା ଚାକିରି ଛାଡ଼ି ବେଙ୍ଗାଲୁରୁରେ ବର୍ଜ୍ୟ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନେଇଛନ୍ତି। ଥରେ ଜଣେ ମହିଳା ଏକ ଅଳିଆଗଦା ନିକଟରେ…

ତଳ ଅଫିସର

ଆଜିର ଦିନରେ ସବୁଠି ଗହଳଚହଳ ଅଧିକ। ହାଟରେ ଯେମିତି ଘୋ ଘୋ, ନାହିଁ ନ ଥିବା ଭିଡ଼, ଠିକ୍‌ ସେମିତି ଭିଡ଼ ଦେଖାଯାଏ ସବୁଠି। ଟ୍ରେନ୍‌ରେ ଯାତ୍ରୀଙ୍କ…

ବିଶ୍ୱ ପାଇଁ ଚେତାବନୀ

ମଣିଷ ବିଜ୍ଞାନ-ସଭ୍ୟତାର ଶୀର୍ଷରେ ପହଞ୍ଚତ୍ଥିଲେ ମଧ୍ୟ ଯୁଦ୍ଧ ଓ ହିଂସାକୁ ଛାଡ଼ିପାରିନାହିଁ। ଏବେ ସମଗ୍ର ବିଶ୍ୱରେ ଯେମିତି ସଂଘର୍ଷ, ହିଂସା, ପ୍ରତିଶୋଧର ବାତାବରଣ ସୃଷ୍ଟି ହୋଇଛି ତାହା…

ଜୈନଧର୍ମରେ ମହିଳା

ଜୈନଧର୍ମରେ ୨୪ ସନ୍ନ୍ୟାସୀ (ତୀର୍ଥଙ୍କର)ଙ୍କ ପ୍ରଦର୍ଶିତ ପଥ ଜୈନଧର୍ମ ଅନୁସରଣ କରେ। ଜୈନଧର୍ମର ଶ୍ୱେତାମ୍ବର ବିଚାରରେ ପଶ୍ଚିମ ଭାରତରେ ପାର୍ଶ୍ୱନାଥ ଏବଂ ମହାବୀର ଯଥାକ୍ରମେ ୨୩ ଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri