ବଲାଙ୍ଗୀର ସରକାରୀ ଆୟୁର୍ବେଦିକ କଲେଜରେ ପିଜି ଷ୍ଟୁଡେଣ୍ଟ ୟୁନିଅନ୍ ଗଠିତ; ଡ଼ା ବଙ୍ଗାଳୀ ସୋରେନ୍ ସଭାପତି, ଡ଼ା ରାଜେଶ ସାହୁ…

ବଲାଙ୍ଗୀର,୬।୧୧(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସରକାରୀ ଆୟୁର୍ବେଦିକ କଲେଜ ଏବଂ ହସ୍ପିଟାଲଠାରେ ପୋଷ୍ଟ ଗ୍ରାଜୁଏଟ୍ (ପିଜି) ଛାତ୍ରଛାତ୍ରୀମାନଙ୍କ ଷ୍ଟୁଡେଣ୍ଟ ୟୁନିଅନ୍ ଗଠନ କରାଯାଇଛି। କଲେଜ ଅଧ୍ୟକ୍ଷ ତଥା ମୁଖ୍ୟ ଉପଦେଷ୍ଟା ପ୍ରଫେସର (ଡ଼ା) ମନୋଜ କୁମାର ସାହୁ, ରୋଗ ନିଦାନ ଓ ବିକୃତି ବିଜ୍ଞାନ ବିଭାଗୀୟ ମୁଖ୍ୟ ତଥା ଉପଦେଷ୍ଟା ପ୍ରଫେସର (ଡ଼ା) ସରିତା ମହନ୍ତ ଏବଂ ଡ଼ା ମନୋରଞ୍ଜନ ସାହୁଙ୍କ ଉପସ୍ଥିତିରେ ଏହି ଚୟନ ପ୍ରକ୍ରିୟା ସଫଳତାର ସହ ସମ୍ପୂର୍ଣ୍ଣ ହୋଇଛି।

ନିୟମାନୁସାରେ ଆୟୋଜିତ ଏହି ମନୋନୟନ ପ୍ରକ୍ରିୟାରେ ଡ଼ା ବଙ୍ଗାଳୀ ସୋରେନ୍ ସଭାପତି, ଡ଼ା ସୀତାରାମ ମେହେର ଉପସଭାପତି, ଡ଼ା ରାଜେଶ ସାହୁ ସାଧାରଣ ସମ୍ପାଦକ ଏବଂ ଡ଼ା ପିଙ୍କୁ ମେହେର ସହକାରୀ ସାଧାରଣ ସମ୍ପାଦକ ଭାବେ ନିର୍ବାଚିତ ହୋଇଛନ୍ତି।

ସେହିପରି କୋଷାଧ୍ୟକ୍ଷ ଭାବେ ଡ଼ା ମାନିନୀ ବେହେରା, ସହକାରୀ କୋଷାଧ୍ୟକ୍ଷ ଡ଼ା ଦେବାସ୍ମିତା ଶତପଥୀ, ଲେଡିଜ୍ ରେପ୍ରେଜେଣ୍ଟେଟିଭ୍ ଡ଼ା ଅରୋଶିଖା ଭୋଇ, ସହକାରୀ ଲେଡିଜ୍ ରେପ୍ରେଜେଣ୍ଟେଟିଭ୍ ଡ଼ା ଅପର୍ଣ୍ଣା ବେଦୀ, ମିଡିଆ ସଂଯୋଜକ ଡ଼ା ବିବେକ ବୋର୍ସେ, ସାଂସ୍କୃତିକ ସମ୍ପାଦକ ଡ଼ା ଦିନେଶ କୁମାର ହୋତା ଏବଂ ସହକାରୀ ସାଂସ୍କୃତିକ ସମ୍ପାଦକ ଭାବେ ଡ଼ା ଶ୍ରେୟା ଶର୍ମା ଦାୟିତ୍ୱ ଗ୍ରହଣ କରିଛନ୍ତି।

ଛାତ୍ରଛାତ୍ରୀଙ୍କ କଲ୍ୟାଣ, କଲେଜର ବିଭିନ୍ନ କାର୍ଯ୍ୟକ୍ରମ ପରିଚାଳନା ଏବଂ ଆକାଡେମିକ୍ ସହ ପିଜି ସ୍କୋଲାରମାନଙ୍କ ସମସ୍ୟାର ସମାଧାନ କରିବା ଏହି ୟୁନିଅନର ମୁଖ୍ୟ ଉଦ୍ଦେଶ୍ୟ। ନୂତନ କର୍ମକର୍ତ୍ତାଙ୍କୁ କଲେଜର ଅଧ୍ୟାପକ, କର୍ମଚାରୀ ଓ ଛାତ୍ରଛାତ୍ରୀମାନେ ଶୁଭେଚ୍ଛା ଜଣାଇଛନ୍ତି।

Dharitri – Odisha’s No.1 Odia Daily

Share