Posted inଜାତୀୟ

ପିଏଫ୍‌ଆଇ ମାମଲା: ୪୦ ସ୍ଥାନରେ ଏନ୍‌ଆଇଏ ଚଢ଼ାଉ

ନୂଆଦିଲ୍ଲୀ,୧୯।୯ : ପପୁଲାର ଫ୍ରଣ୍ଟ ଅଫ୍‌ ଇଣ୍ଡିଆ (ପିଏଫ୍‌ଆଇ) କ୍ୟାଡର ମାମଲାରେ ନ୍ୟାଶନାଲ ଇନ୍‌ଭେଷ୍ଟିଗେଶନ ଏଜେନ୍ସି (ଏନ୍‌ଆଇଏ) ରବିବାର ତେଲଙ୍ଗାନା ଓ ଆନ୍ଧ୍ରପ୍ରଦେଶର ୪୦ଟି ସ୍ଥାନରେ ଚଢ଼ାଉ କରିବା ସହ ୪ ଜଣଙ୍କୁ ଅଟକ ରଖିଛି। ତେଲଙ୍ଗାନାର ନିଜାମାବାଦ ଜିଲାର ୨୩ଟି ସ୍ଥାନ, ହାଇଦ୍ରାବାଦର ୪, ଜାଗିତ୍ୟାଲର ୭, ନିର୍ମାଲର ୨ ଏବଂ ଆଡିଲାବାଦ ଓ କରିମନଗର ଜିଲାର ଗୋଟିଏ ଲେଖାଏ ସ୍ଥାନରେ ଚଢ଼ାଉ ହୋଇଥିବାବେଳେ ଆନ୍ଧ୍ରପ୍ରଦେଶର ଦୁଇଟି ସ୍ଥାନରେ ଚଢ଼ାଉ କରାଯାଇଥିଲା। ଚଢ଼ାଉ ବେଳେ ଡିଜିଟାଲ ଉପକରଣ, ଦସ୍ତାବିଜ୍‌ ସମେତ କେତେକ ଆପରାଧିକ ଉପକରଣ ଏବଂ ନଗଦ ୮,୩୧,୫୦୦ ଟଙ୍କା ଜବତ ହୋଇଛି।

ଏନ୍‌ଆଇଏ କହିବା ଅନୁଯାୟୀ ଅଭିଯୁକ୍ତମାନେ ପ୍ରଶିକ୍ଷଣ ଶିବିରର ଆୟୋଜନ କରି ଆତଙ୍କବାଦୀ କାର୍ଯ୍ୟ କରିବା ନିମନ୍ତେ ଯୁବକମାନଙ୍କୁ ତାଲିମ ଦେଉଥିଲେ ଏବଂ ଧର୍ମ ଆଧାରରେ ଭିନ୍ନ ସମ୍ପ୍ରଦାୟ ମଧ୍ୟରେ ଶତ୍ରୁତା ବଢ଼ାଉଥିଲେ। ନିଜାମାବାଦ ଥାନା ପକ୍ଷରୁ ତଦନ୍ତ କରାଯାଇ ଅବଦୁଲ କାଦର, ଶେଖ୍‌ ସହାଦୁଲ୍ଲା, ମହମ୍ମଦ ଇମ୍ରାନ ଏବଂ ମହମ୍ମଦ ଅବଦୁଲ ମୋବିନ୍‌ଙ୍କୁ ଗିରଫ କରାଯାଇଥିଲା। ପରେ ଏନ୍‌ଆଇଏ ଉକ୍ତ ମାମଲାର ତଦନ୍ତ ଦାୟିତ୍ୱ ଗ୍ରହଣ କରିବା ସହ ଗତ ମାସ ୨୬ରେ ସାନି ମାମଲା ରୁଜୁ କରିଥିଲା।

ଏନ୍‌ଆଇଏ ଏତଲା ଅନୁଯାୟୀ ଅବଦୁଲ କାଦରଙ୍କ ସହ ୨୬ ଅଭିଯୁକ୍ତ ଓ ଅନ୍ୟମାନେ ଭାରତ ସରକାରଙ୍କ ବିରୋଧରେ ଯୁଦ୍ଧ ପାଇଁ ଷଡ଼ଯନ୍ତ୍ର ଚଳାଇଥିଲେ। ଏଥିପାଇଁ ସେମାନେ ପପୁଲାର ଫ୍ରଣ୍ଟ ଅଫ୍‌ ଇଣ୍ଡିଆ (ପିଏଫ୍‌ଆଇ) ଗଠନ କରି ସେଥିରେ ସଦସ୍ୟମାନଙ୍କୁ ନିଯୁକ୍ତି ଦେବା ସହ ଆତଙ୍କବାଦୀ ତାଲିମ ଲାଗି କ୍ୟାମ୍ପ ଆୟୋଜନ କରୁଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଅଧରାତିରେ ସରକାରୀ ବିଦ୍ୟାଳୟରୁ ହେଉଥିଲା ଚାଉଳ ଚୋରି: ମାଡ଼ିବସିଲେ ଗାଁ ଲୋକେ, ଆଉ ତା’ପରେ…

ଲାଞ୍ଜିଗଡ଼,୯।୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଲାଞ୍ଜିଗଡ଼ସ୍ଥିତ ସରକାରୀ ଏସଏସଡି ଉଚ୍ଚ ବିଦ୍ୟାଳୟଠାରେ ସ୍କୁଲ ପାଚେରି ଭିତରେ ପ୍ରାୟ ୭ କୁଇଣ୍ଟାଲ ଚାଉଳ ଚୋରି…

ଘରେ କେହି ନ ଥିବାବେଳେ ତିଦ୍ଦଦୀୟ ନାବାଳିକାଙ୍କୁ ବଳାତ୍କାର କଲେ ନାବାଳକ, ଡାକ୍ତରୀ ପରୀକ୍ଷା ପରେ…

ଗଜପତି,୯ା୨(ଗିରିଧାରୀ ପରିଛା): ଗଜପତି ଜିଲା ମୋହନା ଥାନା ଚନ୍ଦ୍ରଗିରି ଫାଣ୍ଡି ଅଞ୍ଚଳରେ ଜଣେ ୭ ବର୍ଷର ତିବ୍ଦତୀୟ ନାବାଳିକାଙ୍କୁ ବଳାତ୍କାର ହୋଇଥିବା ଅଭିଯୋଗ ହୋଇଛି। ପରିବାର ଲୋକେ…

ବିପଦପୂର୍ଣ୍ଣ ଭାବେ ଓହଳିଛି: ଯାତାୟାତରେ ସମସ୍ୟା

ଦାରିଙ୍ଗବାଡି,୯।୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ଶ୍ରାନିକେତା ପଞ୍ଚାୟତ ଡାବୁଲୁମାହା ଗ୍ରାମଠାରୁ ତେରବାଡି ଗ୍ରାମକୁ ସଂଯୋଗ କରୁଥିବା ଗ୍ରାମ୍ୟ ଉନ୍ନୟନ ବିଭାଗ ରାସ୍ତାର ଆରପାରରେ ବିଦ୍ୟୁତ…

‘World Cupରୁ ପଛଘୁଞ୍ଚା ଦେଉଛ, ହେଲେ କାହିଁକି…,’ ପାକିସ୍ତାନକୁ କାହିଁକି ଏମିତି ପ୍ରଶ୍ନ କଲେ Sourav Ganguly? ଜାଣନ୍ତୁ…

ନୂଆଦିଲ୍ଲୀ,୯।୨: ପୂର୍ବତନ ଭାରତୀୟ ଅଧିନାୟକ ଏବଂ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ପାକିସ୍ତାନର T20 ବିଶ୍ୱକପରେ ଭାରତର ମ୍ୟାଚ ବର୍ଜନ ନିଷ୍ପତ୍ତି ଉପରେ ଆଶ୍ଚର୍ଯ୍ୟ ପ୍ରକାଶ କରିଛନ୍ତି।…

ପରୀକ୍ଷା ପେ ଚର୍ଚ୍ଚାରେ ଛାତ୍ରୀଛାତ୍ରଙ୍କୁ ମୋଦି ଦେଲେ ବଡ଼ ଟିପ୍ସ, ଷ୍ଟାର୍ଟଅପ୍ କିପରି…

ନୂଆଦିଲ୍ଲୀ,୯।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର “ପରୀକ୍ଷା ପେ ଚର୍ଚ୍ଚା”ର ଦ୍ୱିତୀୟ ଅଧିବେଶନରେ ଛାତ୍ରଛାତ୍ରୀମାନଙ୍କ ସହିତ ଆଲୋଚନା କରିଥିଲେ। ସେ ଦେଶର ବିଭିନ୍ନ ରାଜ୍ୟର ଛାତ୍ରଛାତ୍ରୀମାନଙ୍କ ସହିତ…

ମୋଦିଙ୍କ ମାଲେସିଆ ଗସ୍ତ ଶେଷ ପରେ ଚିନ୍ତାରେ ପଡିଲାଣି ପାକିସ୍ତାନ!

ନୂଆଦିଲ୍ଲୀ/ଇସଲାମାବାଦ,୯।୨: ପାକିସ୍ତାନ ନୌସେନା ମୁଖ୍ୟ ଆଡମିରାଲ ନାଭିଦ ଆଶ୍ରଫ ମାଲେସିଆ ଗସ୍ତ କରିଥିଲେ। ରୟାଲ ମାଲେସିଆନ ନୌସେନା ମୁଖ୍ୟାଳୟରେ ପହଞ୍ଚିବା ପରେ, ଆଡମିରାଲ ନାଭିଦ ଆଶ୍ରଫଙ୍କୁ ରୟାଲ…

ରାଜଧାନୀର ୯ ସ୍କୁଲକୁ ବୋମା ଧମକ

ନୂଆଦିଲ୍ଲୀ,୯।୨: ସୋମବାର ସକାଳେ ରାଜଧାନୀ ଦିଲ୍ଲୀରେ ଆତଙ୍କ ଖେଳିଗଲା ଯେତେବେଳେ ସହରର ବିଭିନ୍ନ ଅଞ୍ଚଳର ନଅଟି ପ୍ରମୁଖ ସ୍କୁଲକୁ ବୋମା ଧମକ ଆସିଲା। ଏହି ଧମକପୂର୍ଣ୍ଣ କଲଗୁଡ଼ିକ…

ଡଙ୍କାରୀରେ ହେବ ତୈଳ ପ୍ରକଳ୍ପ, ବିଧାୟକଙ୍କୁ ଚିଠି

ଧର୍ମଶାଳା,୯ା୨(ଶିବ ପ୍ରସାଦ ମହାନ୍ତି): ଧର୍ମଶାଳା ବ୍ଲକ ଡଙ୍କାରୀଠାରେ ହେବାକୁ ଥିବା ତୈଳ ପ୍ରକଳ୍ପକାର୍ଯ୍ୟ ତ୍ୱରାନ୍ବିତ ପାଇଁ ଭାରତୀୟ ଷ୍ଟାଟଜୀ ପେଟ୍ରୋଲିୟମ ରିଜର୍ଭ ଲିମିଟେଡ଼ ଆଇଏସ୍‌ପିଆର୍‌ଏଲ ପକ୍ଷରୁ ଚିଠି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri