ଡିଜିଟାଲ ପେମେଣ୍ଟରେ ବାହାରୁଛି ପେଟ୍ରୋଲ: ମେଶିନ ତିଆରି କରି ଚର୍ଚ୍ଚାରେ ଯୁବକ

କେନ୍ଦୁଝର, ୨୦ା୯(ଡି.ଏନ.ଏ.)-ଟଙ୍କା ଭର୍ତ୍ତି କଲେ ପେଟ୍ରୋଲ ବାହାରୁଥିବା ମେଶିନ ତିଆରି କରି ଲୋକଙ୍କୁ ଚକିତ କରିଦେଇଥିବା ଆଦିବାସୀ ଯୁବକ ଏବେ ଆଉ ପାଦେ ଆଗକୁ ବଢିଛନ୍ତି। ସେ ଦୃଢ ଇଛାଶକ୍ତି ବଳରେ ନିଜର ଉଦ୍ଭାବନକୁ ଅତ୍ୟାଧୁନିକ ରୂପ ଦେବାରେ ସଫଳ ହୋଇଛନ୍ତି। ଏବେ ଡିଜିଟାଲ ପେମେଣ୍ଟ ମାଧ୍ୟମରେ ପେଟ୍ରୋଲ ବାହାରିବା ମେଶିନ ତିଆରି କରି ଚର୍ଚ୍ଚାକୁ ଆସିଛନ୍ତି କେନ୍ଦୁଝର ଜିଲା ହରିଚନ୍ଦନପୁର ବ୍ଲକ ବ୍ରାହ୍ମଣୀପାଳର ଜିତେନ୍ଦ୍ର ହେମ୍ବ୍ରମ୍‌।
କାହ୍ନୁଚରଣ ହେମ୍ବ୍ରମଙ୍କ ପୁଅ ଜିତେନ୍ଦ୍ରଙ୍କର ପାଠ ପଢିବାକୁ ଅନେକ ଇଛା ଥିଲେ ବି ଆର୍ଥିକ ସମସ୍ୟା ତାଙ୍କ ବାଟ ଓଗାଳିଥିଲା। କଷ୍ଟେମଷ୍ଟେ ସେ ଦଶମ ଶ୍ରେଣୀ ଯାଏ ପାଠ ପଢିଛନ୍ତି। ବ୍ରାହ୍ମଣୀପାଳ ଓ ଆଖପାଖ ଅଞ୍ଚଳରେ ପେଟ୍ରୋଲ ପମ୍ପ ନ ଥିବା କାରଣରୁ ଏଠାକାର ଅଞ୍ଚଳବାସୀ ଦୀର୍ଘ ୨୦ କି.ମି. ଦୂର ଯାଜପୁର ଜିଲା ଡୁବୁରୀ ପେଟ୍ରୋଲ ପମ୍ପ ଉପରେ ନିର୍ଭର କରୁଥିଲେ। ବ୍ରାହ୍ମଣୀପାଳ ଅଞ୍ଚଳରେ ଖୁଚୁରା ପେଟ୍ରୋଲ ବିକ୍ରି ହେଉଥିଲେ ମଧ୍ୟରାତ୍ରରେ ଆବଶ୍ୟକ ବେଳେ ପେଟ୍ରୋଲ ପାଇଁ ଲୋକେ ଅନେକ ଅସୁବିଧାର ସମ୍ମୁଖୀନ ହେଉଥିଲେ। ତେବେ ଏହାର ସମାଧାନ ପାଇଁ ନିଜସ୍ବ ଜ୍ଞାନ କୌଶଳରେ ସେ ପ୍ରଥମେ ଏକ ମିନି ପେଟ୍ରୋଲ ପମ୍ପ ତିଆରି କରି ଚର୍ଚ୍ଚାକୁ ଆସିଥିଲେ। ନିଜର ଏହି ଉଦ୍ଭାବନକୁ ଅତ୍ୟାଧୁନିକ ରୂପ ଦେଇ ଏବେ ଡିଜିଟାଲ ପେମେଣ୍ଟରେ ପେଟ୍ରୋଲ ବାହାରିବା ବ୍ୟବସ୍ଥା କରିବାରେ ସଫଳ ହୋଇଛନ୍ତି। ଏହି ମେଶିନ ନିର୍ମାଣ ପାଇଁ ତାଙ୍କୁ ଅନେକ ସଂଘର୍ଷ କରିବାକୁ ପଡିଛି। ପାଖରେ ଆବଶ୍ୟକ ଟଙ୍କା ନ ଥିଲେ ମଧ୍ୟ ବିଭିନ୍ନ ସ୍ଥାନରୁ ପୁରୁଣା ଯନ୍ତ୍ରାଂଶ ସଂଗ୍ରହ କରି ଦୀର୍ଘ ୬/୭ ମାସ ଅକ୍ଳାନ୍ତ ପରିଶ୍ରମ କରି ଲୋକଙ୍କୁ ୨୪ଘଣ୍ଟା ସେବା ଯୋଗାଉଥିବା ମିନି ପେଟ୍ରୋଲ ପମ୍ପ ତିଆରି କରିବାରେ ସକ୍ଷମ ହୋଇଛନ୍ତି। ଏହି ମିନି ପେଟ୍ରୋଲ ପମ୍ପରେ ୧୦୦ଟଙ୍କିଆ ଓ ୫୦ଟଙ୍କିଆ ନୋଟ ଭର୍ତ୍ତି କଲେ ସେହି ଅନୁଯାୟୀ ଠିକ୍‌ ପରିମାଣର ପେଟ୍ରୋଲ ପାଇପାରୁଥିବା ଗ୍ରାହକ ଏବେ ଡିଜିଟାଲ ପେମେଣ୍ଟର ସୁବିଧା ନେଉଛନ୍ତି। ତେବେ ଦିନ ରାତି ସେବା ପାଇପାରୁଥିବାରୁ ଗ୍ରାହକମାନେ ଖୁସି ପ୍ରକାଶ କରିଛନ୍ତି। କେବଳ ଏତିକି ନୁହେଁ ସେ ଆଗକୁ ଅନ୍ୟ ମେଶିନ ତିଆରି କରି ସମାଜର ମଙ୍ଗଳ ପାଇଁ ପ୍ରୟାସ ଜାରି ରଖିଥିବା କହିଛନ୍ତି। ତେବେ ନିରନ୍ତର ପ୍ରୟାସ ଜାରି କରି ଆସୁଥିବା ଏହି ଯୁବକଙ୍କୁ ସରକାରୀ ପ୍ରୋତ୍ସାହନ ମିଳିଲେ ନିଜର ପେଟ୍ରୋଲ ପମ୍ପକୁ ଅଧିକ ଉନ୍ନତମାନର କରିବା ଲକ୍ଷ୍ୟ ରଖିଛନ୍ତି ବୋଲି କୁହନ୍ତି ଜିତେନ୍ଦ୍ର।


Enter your email to get our daily news in your inbox.

All Right Reserved By Dharitri.Com

ନବ ଦାସ ହତ୍ୟା ମାମଲା: PSO ମିତ୍ରଭାନୁ ଦେଓଙ୍କ ସାକ୍ଷ୍ୟ ଗ୍ରହଣ, କ’ଣ କହିଲେ କୋର୍ଟରେ…

ଝାରସୁଗୁଡ଼ା, ୨୧ା୨(ଆଶିଷ ରଞ୍ଜନ ଦାଶ): ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ ହତ୍ୟା ମାମଲାରେ ତାଙ୍କର ତତ୍କାଳୀନ ପିଏସ୍‌ଓ ମିତ୍ରଭାନୁ ଦେଓ ଶନିବାର ଝାରସୁଗୁଡ଼ା ଅତିରିକ୍ତ ଜିଲାଜଜ୍‌ କୋର୍ଟରେ…

ଦିବ୍ୟାଙ୍ଗ ଯୁବତୀଙ୍କୁ ବଳାତ୍କାର

ଦେବଗଡ଼,୨୧ା୨(ଶଶାଙ୍କ ଶେଖର ଝାଙ୍କର)- ଦେବଗଡ଼ ଥାନା ଅଞ୍ଚଳର ଦିବ୍ୟାଙ୍ଗ ଯୁବତୀଙ୍କୁ ବଳାତ୍କାର କରିବା ଅଭିଯୋଗରେ ପୋଲିସ ଜଣେ ବିବାହିତ ଯୁବକଙ୍କୁ ଗିରଫ କରି ଶନିବାର କୋର୍ଟ ଚାଲାଣ…

ନୂଆପଡ଼ାରୁ ଧରାପଡ଼ିଲେ ୬ ସାଇବର ଅପରାଧୀ

ନୂଆପଡ଼ା,୨୧ା୨ (ମକାରୁ ବେମାଲ): ନୂଆପଡ଼ା ଜିଲା ପୋଲିସ ୬ଜଣ ସାଇବର ଠକଙ୍କୁ ଗିରଫ କରି ସେମାନଙ୍କଠାରୁ ୬ଟି ମୋବାଇଲ, ୩ ଆକାଉଣ୍ଟ୍ସ ଡିଟେଲ୍‌ ପାଇଛି। ସେଥିରେ ୨…

୪ ବର୍ଷ ତଳେ ହୋଇଥିଲା ପୋଷ୍ଟିଂ, ଭଡ଼ା ଘରୁ ଉଦ୍ଧାର ହେଲା ପୋଷ୍ଟମ୍ୟାନଙ୍କ ମୃତଦେହ

ପାତ୍ରପୁର,୨୧।୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଗୋଠଗାଁ ପୋଷ୍ଟମ୍ୟାନଙ୍କ ମୃତଦେହକୁ ତାଙ୍କ ଭଡାଘରୁ ଉଦ୍ଧାର କରାଯାଇଛି। ମୃତ ପୋଷ୍ଟମ୍ୟାନ ଜଣଙ୍କ ହେଲେ ଗଜପତି ଜିଲା…

ବାଲ୍ୟ ବିବାହ ରୋକିଲା ପ୍ରଶାସନ, ସୂଚନା ଦେଇଥିବା ଲୋକଙ୍କ ଘର ଆଗରେ ହଟ୍ଟଗୋଳ

ପାତ୍ରପୁର,୨୧।୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ପାତ୍ରପୁର ବ୍ଲକ ଖାରିଆଗୁଡା ପଞ୍ଚାୟତ ତାଳପଡା ଗ୍ରାମରେ ଶନିବାର ଜଣେ ନାବାଳିକାଙ୍କ ବିବାହ ହେଉଥିବା ନେଇ ସୂଚନା ପାଇ ପ୍ରଶାସନ…

ଭଦ୍ରକ ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଯୁବତୀଙ୍କ ଆତ୍ମାହୁତି ଉଦ୍ୟମ, ନିଜ ଡ୍ରେସରେ ନିଆଁ ଲଗାଇଦେବା ପରେ…

ଭଦ୍ରକ, ୨୧।୨(ସନାତନ ରାଉତ)- ଭଦ୍ରକ ଜିଲାପାଳଙ୍କ କାର୍ଯ୍ୟଳୟ ପରିସରରେ ଜଣେ ଯୁବତୀ ଆତ୍ମାହୁତି ଉଦ୍ୟମ କରିଛନ୍ତି । ଯୁବତୀ ଜଣଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି। ତେବେ ଯୁବତୀଜଣଙ୍କ…

ମିନି ଷ୍ଟାଡିୟମରେ ଅଧିକାଂଶ ଷ୍ଟ୍ରିଟ୍‌ ଲାଇଟ୍‌ ଜଳୁନି, ଜିଲା ପ୍ରଶାସନ ଦୃଷ୍ଟି ଦେବାକୁ…

ଗଞ୍ଜାମ,୨୧।୨(ବିଦ୍ୟାଧର ସାହୁ): କିଛି ମାସ ହେବ ଭାରତୀ ବିଦ୍ୟାପୀଠ ମିନି ଷ୍ଟାଡିଅମରେ ଅଧିକାଂଶ ଷ୍ଟ୍ରିଟ ଲାଇଟ ଜଳୁ ନ ଥିବା ଦେଖିବାକୁ ମିଳିଛି। ଏନ୍‌ଏସି ଅଧ୍ୟକ୍ଷାଙ୍କ ବାସଭବନ…

ଜେଲ ଗଲେ କୋଟିପତି ଫରେଷ୍ଟର: ଆୟରୁ ୪୭୦ ଶତକଡ଼ା ଅଧିକ ସମ୍ପତ୍ତି କରିଥିଲେ ଠୁଳ, ୪ କୋଟିର ମାଲିକ

ଭବାନୀପାଟଣା,୨୧।୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲା ଭବାନୀପାଟଣା ରେଞ୍ଜର ଭଟାଙ୍ଗପଦର ଫରେଷ୍ଟର ଭାଗବତ ଭୂଷଣ ବେହେରା ଶୁକ୍ରବାର ଭିଜିଲାନ୍ସ ଜାଲରେ ପଡିଥିଲେ। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri