ଗାଜିଆବାଦ-ନଏଡାରେ ଶସ୍ତା ହେଲା ପେଟ୍ରୋଲ, ଡିଜେଲ ଦର, ଜାଣନ୍ତୁ ଆପଣଙ୍କ ସହରରେ କେତେ ଅଛି…

ନୂଆଦିଲ୍ଲୀ, ୨୩।୪: ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦରରେ ଆଜି କୌଣସି ପରିବର୍ତ୍ତନ ହୋଇନାହିଁ। ଓ୍ବେଷ୍ଟ ଟେକ୍ସାସ ଇଣ୍ଟରମିଡିଏଟ୍‌ ଅଶୋଧିତ ତେଲ ବ୍ୟାରେଲ ପିଛା ୭୭.୮୭ ଡଲାରରେ ଟ୍ରେଡ୍‌ କରୁଛି। ଏହି ସମୟରେ ବ୍ରେଣ୍ଟ ଅଶୋଧିତ ତୈଳ ୮୧.୬୬ ଡଲାରରେ ଟ୍ରେଡ କରୁଛି। ଦେଶର ଅଶୋଧିତ ତୈଳ କମ୍ପାନୀଗୁଡିକ ପେଟ୍ରୋଲ ଏବଂ ଡିଜେଲର ନୂଆ ଦର କରିଛନ୍ତି। ଭାରତରେ ପ୍ରତିଦିନ ସକାଳେ ୬ଟିି ଇନ୍ଧନର ଦରକୁ ସଂଶୋଧନ କରାଯାଇଥାଏ।
ରବିବାର ବିହାରରେ ପେଟ୍ରୋଲ ୪୯ ପଇସା ଏବଂ ଡିଜେଲ ୪୬ ପଇସା ମହଙ୍ଗା ହୋଇଛି। ମହାରାଷ୍ଟ୍ରରେ ପେଟ୍ରୋଲ ଦର ୭୨ ପଇସା ଏବଂ ଡିଜେଲ ୭୦ ପଇସା ବଢିଛି। ଶନିବାର ତୁଳନାରେ ରବିବାର ପଞ୍ଜାବରେ ପେଟ୍ରୋଲ ୩୧ ପଇସା ଏବଂ ଡିଜେଲ ୩୦ ପଇସା ଅଧିକ ଦରରେ ବିକ୍ରି ହେଉଛି। ରାଜସ୍ଥାନରେ ପେଟ୍ରୋଲ ଏବଂ ଡିଜେଲ ଯଥାକ୍ରମେ ୪୭ ପଇସା ଏବଂ ୪୩ ପଇସା ମହଙ୍ଗା ହୋଇଛି।
କେତେକ ରାଜ୍ୟରେ ଅଶୋଧିତ ତୈଳ ଦରରେ ହ୍ରାସ ମଧ୍ୟ ଦେଖିବାକୁ ମିଳିଛି। ହିମାଚଳରେ ପେଟ୍ରୋଲ ୬୮ ପଇସା ଏବଂ ଡିଜେଲ ୬୦ ପଇସା ଶସ୍ତା ହୋଇଛି। ହରିୟାଣାରେ ମଧ୍ୟ ପେଟ୍ରୋଲ ୨୩ ପଇସା ଏବଂ ଡିଜେଲ ୨୨ ପଇସା ହ୍ରାସ ପାଇଛି। ମଧ୍ୟପ୍ରଦେଶ ଏବଂ କୋଲକାତାରେ ମଧ୍ୟ ଇନ୍ଧନ ଶସ୍ତା ହୋଇଛି। ଚେନ୍ନାଇରେ ପେଟ୍ରୋଲ ଏବଂ ଡିଜେଲ ଦରରେ ସାମାନ୍ୟ ହ୍ରାସ ଘଟିଛି।
ନୂଆଦିଲ୍ଲୀରେ ପେଟ୍ରୋଲ ଦର ୯୬.୭୨ ଟଙ୍କା ଏବଂ ଡିଜେଲ ଲିଟର ପିଛା ୮୯.୬୨ ଟଙ୍କା ରହିଥିବାବେଳେ ମୁମ୍ବାଇରେ ପେଟ୍ରୋଲ ଦର ୧୦୬.୩୧ ଟଙ୍କା ଏବଂ ଡିଜେଲ ଲିଟର ପିଛା ୯୪.୨୭ ଟଙ୍କା ରହିଛି। କୋଲକାତାରେ ଲିଟର ପିଛା ପେଟ୍ରୋଲ ୧୦୬.୦୩ ଟଙ୍କା ଏବଂ ଡିଜେଲ ୯୨.୭୬ ଟଙ୍କାରେ ମିଳୁଥିବାବେଳେ ଚେନ୍ନାଇରେ ପେଟ୍ରୋଲ ୧୦୨.୭୩ ଟଙ୍କା ଏବଂ ଡିଜେଲ ଲିଟର ପିଛା ୯୪.୩୩ ଟଙ୍କାରେ ମିଳୁଛି।
ନଏଡାରେ ପେଟ୍ରୋଲ ୯୬.୫୯ଟଙ୍କା ଏବଂ ଡିଜେଲ ଲିଟର ପିଛା ୮୯.୭୬ଟଙ୍କା ନୂଆ ଦର ଲାଗୁ ହୋଇଥିବାବେଳେ ଗାଜିଆବାଦରେ ପେଟ୍ରୋଲ ୯୬.୨୬ଟଙ୍କା ଏବଂ ଡିଜେଲ ଲିଟର ପିଛା ୮୯.୪୫ଟଙ୍କା ଲାଗୁ ହୋଇଛି। ସେହିପରେ ଲକ୍ଷ୍ମୈାରେ ପେଟ୍ରୋଲ ୯୬.୩୫ ଟଙ୍କା ଏବଂ ଡିଜେଲ ଲିଟର ପିଛା ୮୯.୫୫ ଟଙ୍କା ହେବ ବୋଲି ଜାରି ହୋଇଛି। ପାଟନାରେ ପେଟ୍ରୋଲ ୧୦୭.୫୯ଟଙ୍କା ଏବଂ ଡିଜେଲ ଲିଟର ପିଛା ୯୪.୩୬ଟଙ୍କା ହୋଇଛି। ପୋର୍ଟ ବ୍ଲେୟାରରେ ପେଟ୍ରୋଲ ଦର ୮୪.୧୦ଟଙ୍କା ଏବଂ ଡିଜେଲ ଲିଟର ପିଛା ୭୯.୭୪ ଟଙ୍କା ଜାରି ହୋଇଛି। ତେବେ ପେଟ୍ରୋଲ ଏବଂ ଡିଜେଲ ଦରରେ ଏକ୍ସାଇଜ ଡ୍ୟୁଟି, ଡିଲର କମିଶନ, ଭାଟ୍‌ ଏବଂ ଅନ୍ୟାନ୍ୟ ଜିନିଷ ଯୋଡିବା ପରେ ଏହାର ଦର ମୂଳ ଦରଠାରୁ ପ୍ରାୟ ଦୁଇଗୁଣା ବଢିଯାଏ।


Enter your email to get our daily news in your inbox.

All Right Reserved By Dharitri.Com

ଝିଅର ମୃତଦେହ ସହିତ ପ୍ରାୟ ପାଞ୍ଚ ମାସ ଧରି ରହୁଥିଲେ ବାପା: ହଠାତ୍‌ ଦିନେ ଘଟିଲା…

ଲକ୍ଷ୍ନୌ,୧୧।୪: ଉତ୍ତର ପ୍ରଦେଶର ମିରଟ ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଏବଂ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ସଦର ପୋଲିସ ଷ୍ଟେଶନ ଅଞ୍ଚଳର ଜଣେ ବାପା ତାଙ୍କ…

୨୦୨୭ ଜାନୁଆରୀ ୧୩ ଯାଏ ବଢ଼ିଲା ମହାନଦୀ ଟ୍ରିବ୍ୟୁନାଲ ଅବଧି

ଭୁବନେଶ୍ୱର,୧୧।୪: ୨୦୨୭ ଜାନୁଆରୀ ୧୩ ଯାଏ ବଢ଼ିଲା ମହାନଦୀ ଟ୍ରିବ୍ୟୁନାଲ ଅବଧି। ଟ୍ରିବ୍ୟୁନାଲ ଅବଧି ବୃଦ୍ଧି କଲେ କେନ୍ଦ୍ର ସରକାର। ଏନେଇ ଜଳ ସମ୍ପଦ ନଦୀ ବିକାଶ…

ଯୁଦ୍ଧ ମଧ୍ୟରେ ଭାରତକୁ ବଡ଼ ଅଫର ଦେଲା ରୁଷିଆ, ଦ୍ୱନ୍ଦ୍ୱରେ ପଡିଲେ ଚାଇନା- ପାକିସ୍ତାନ

ନୂଆଦିଲ୍ଲୀ,୧୧।୪: ଆଧୁନିକ ଯୁଦ୍ଧରେ ଗୁପ୍ତ ପ୍ଲାଟଫର୍ମର ଗୁରୁତ୍ୱ ବହୁତ ବୃଦ୍ଧି ପାଇଛି। ଉନ୍ନତ ରାଡାର ସିଷ୍ଟମ ମଧ୍ୟ ଯୁଦ୍ଧ ଖେଳରେ ପରିବର୍ତ୍ତନ ଆଣିବାକୁ ବାଧ୍ୟ କରୁଛି। ଗୁପ୍ତ…

ଇତିହାସ ରଚିଲା ନାସାର ଆର୍ଟେମିସ-୨: ଐତିହାସିକ ୧୦ ଦିନିଆ ଚନ୍ଦ୍ର ଯାତ୍ରା ପରେ ପୃଥିବୀକୁ ଫେରିଲେ ମହାକାଶଚାରୀ

ନୂଆଦିଲ୍ଲୀ,୧୧।୪: ନାସାର ଆର୍ଟେମିସ-୨ ଚନ୍ଦ୍ର ମିଶନର ମହାକାଶଚାରୀମାନେ ଚନ୍ଦ୍ରରୁ ପ୍ରଶାନ୍ତ ମହାସାଗରକୁ ଫେରିଛନ୍ତି। ଓରିଅନ ମହାକାଶଯାନ ୧୦ ଦିନର ସଫଳ ମିଶନ ପରେ ପ୍ରଶାନ୍ତ ମହାସାଗରରେ ସୁରକ୍ଷିତ…

ପୋଲିସ ଦମନଲୀଳାର ଦୁଃଖ ବଖାଣିଲେ ସିଜିମାଳି ଆଦିବାସୀ

ଭୁବନେଶ୍ୱର, ୧୧ା୪(ବନ୍ଦନା ସେଠୀ):ବେଦାନ୍ତ ପାଇଁ ରାୟଗଡ଼ା ଜିଲାର ସିଜିମାଳି ଅଞ୍ଚଳରେ ଆଦିବାସୀ ଲୋକଙ୍କ ଉପରେ ଚାଲିଥିବା ପୋଲିସର ଦମନଲୀଳା, ନିଷେଧାଦେଶ ଓ ଗଣତାନ୍ତ୍ରିକ ଅଧିକାର ଉଲ୍ଲଂଘନକୁ ବାମପନ୍ଥୀ…

୩୧୮ ସ୍ଥାନରେ ‘ଅଟଳ ବସ୍‌ଷ୍ଟାଣ୍ଡ’:୬ ଜିଲାରେ…

ଭୁବନେଶ୍ୱର,୧୧।୪(ରବିନାରାୟଣ ଜେନା): ରାଜ୍ୟର ୩୧୮ ବସ୍‌ଷ୍ଟାଣ୍ଡିକୁ ‘ଅଟଳ ବସ୍‌ଷ୍ଟାଣ୍ଡ’ରେ ପରିଣତ କରାଯିବ। ଏହାଦ୍ୱାରା ସମନ୍ବିତ ସାର୍ବଜନୀନ ସେବା ଲୋକଙ୍କୁ ମିଳିପାରିବ। ଏହି ଲକ୍ଷ୍ୟ ନେଇ ଶୁକ୍ରବାର ମୁଖ୍ୟମନ୍ତ୍ରୀ…

ଇରାନକୁ ଟ୍ରମ୍ପଙ୍କ ଚରମ ଚେତାବନୀ: ‘ଶାନ୍ତି ଆଲୋଚନା ବିଫଳ ହେଲେ ଆକ୍ରମଣ ପାଇଁ ଆମେରିକା ପ୍ରସ୍ତୁତ’

ୱାଶିଂଟନ,୧୦।୭: ଇରାନ ଏବଂ ଆମେରିକା ମଧ୍ୟରେ ଶାନ୍ତିବାର୍ତ୍ତା ନେଇ ଆଲୋଚନା ହେବାକୁ ଥିବା ବେଳେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବଡ଼ ଧମକ ଦେଇଛନ୍ତି। ଇସଲାମାବାଦରେ…

ଆମେରିକା-ଇରାନ ଶାନ୍ତି ବାର୍ତ୍ତା ପୂର୍ବରୁ ପାକିସ୍ତାନ ରାଜଧାନୀରେ ହାଇଆଲର୍ଟ: ଗଳିକନ୍ଦିରେ ପୋଲିସ ଛାଉଣି,୧୦ ହଜାର ଯବାନ… 

ଇସଲାମାବାଦ,୧୦।୪: ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ହେବାକୁ ଥିବା ଗୁରୁତ୍ୱପୂର୍ଣ୍ଣ ଶାନ୍ତି ବାର୍ତ୍ତା ପୂର୍ବରୁ ସୁରକ୍ଷା ବ୍ୟବସ୍ଥାକୁ ବହୁତ କଡ଼ାକଡ଼ି କରାଯାଇଛି। ସହରରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri