ଗାଜିଆବାଦ-ନଏଡାରେ ଶସ୍ତା ହେଲା ପେଟ୍ରୋଲ, ଡିଜେଲ ଦର, ଜାଣନ୍ତୁ ଆପଣଙ୍କ ସହରରେ କେତେ ଅଛି…

ନୂଆଦିଲ୍ଲୀ, ୨୩।୪: ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦରରେ ଆଜି କୌଣସି ପରିବର୍ତ୍ତନ ହୋଇନାହିଁ। ଓ୍ବେଷ୍ଟ ଟେକ୍ସାସ ଇଣ୍ଟରମିଡିଏଟ୍‌ ଅଶୋଧିତ ତେଲ ବ୍ୟାରେଲ ପିଛା ୭୭.୮୭ ଡଲାରରେ ଟ୍ରେଡ୍‌ କରୁଛି। ଏହି ସମୟରେ ବ୍ରେଣ୍ଟ ଅଶୋଧିତ ତୈଳ ୮୧.୬୬ ଡଲାରରେ ଟ୍ରେଡ କରୁଛି। ଦେଶର ଅଶୋଧିତ ତୈଳ କମ୍ପାନୀଗୁଡିକ ପେଟ୍ରୋଲ ଏବଂ ଡିଜେଲର ନୂଆ ଦର କରିଛନ୍ତି। ଭାରତରେ ପ୍ରତିଦିନ ସକାଳେ ୬ଟିି ଇନ୍ଧନର ଦରକୁ ସଂଶୋଧନ କରାଯାଇଥାଏ।
ରବିବାର ବିହାରରେ ପେଟ୍ରୋଲ ୪୯ ପଇସା ଏବଂ ଡିଜେଲ ୪୬ ପଇସା ମହଙ୍ଗା ହୋଇଛି। ମହାରାଷ୍ଟ୍ରରେ ପେଟ୍ରୋଲ ଦର ୭୨ ପଇସା ଏବଂ ଡିଜେଲ ୭୦ ପଇସା ବଢିଛି। ଶନିବାର ତୁଳନାରେ ରବିବାର ପଞ୍ଜାବରେ ପେଟ୍ରୋଲ ୩୧ ପଇସା ଏବଂ ଡିଜେଲ ୩୦ ପଇସା ଅଧିକ ଦରରେ ବିକ୍ରି ହେଉଛି। ରାଜସ୍ଥାନରେ ପେଟ୍ରୋଲ ଏବଂ ଡିଜେଲ ଯଥାକ୍ରମେ ୪୭ ପଇସା ଏବଂ ୪୩ ପଇସା ମହଙ୍ଗା ହୋଇଛି।
କେତେକ ରାଜ୍ୟରେ ଅଶୋଧିତ ତୈଳ ଦରରେ ହ୍ରାସ ମଧ୍ୟ ଦେଖିବାକୁ ମିଳିଛି। ହିମାଚଳରେ ପେଟ୍ରୋଲ ୬୮ ପଇସା ଏବଂ ଡିଜେଲ ୬୦ ପଇସା ଶସ୍ତା ହୋଇଛି। ହରିୟାଣାରେ ମଧ୍ୟ ପେଟ୍ରୋଲ ୨୩ ପଇସା ଏବଂ ଡିଜେଲ ୨୨ ପଇସା ହ୍ରାସ ପାଇଛି। ମଧ୍ୟପ୍ରଦେଶ ଏବଂ କୋଲକାତାରେ ମଧ୍ୟ ଇନ୍ଧନ ଶସ୍ତା ହୋଇଛି। ଚେନ୍ନାଇରେ ପେଟ୍ରୋଲ ଏବଂ ଡିଜେଲ ଦରରେ ସାମାନ୍ୟ ହ୍ରାସ ଘଟିଛି।
ନୂଆଦିଲ୍ଲୀରେ ପେଟ୍ରୋଲ ଦର ୯୬.୭୨ ଟଙ୍କା ଏବଂ ଡିଜେଲ ଲିଟର ପିଛା ୮୯.୬୨ ଟଙ୍କା ରହିଥିବାବେଳେ ମୁମ୍ବାଇରେ ପେଟ୍ରୋଲ ଦର ୧୦୬.୩୧ ଟଙ୍କା ଏବଂ ଡିଜେଲ ଲିଟର ପିଛା ୯୪.୨୭ ଟଙ୍କା ରହିଛି। କୋଲକାତାରେ ଲିଟର ପିଛା ପେଟ୍ରୋଲ ୧୦୬.୦୩ ଟଙ୍କା ଏବଂ ଡିଜେଲ ୯୨.୭୬ ଟଙ୍କାରେ ମିଳୁଥିବାବେଳେ ଚେନ୍ନାଇରେ ପେଟ୍ରୋଲ ୧୦୨.୭୩ ଟଙ୍କା ଏବଂ ଡିଜେଲ ଲିଟର ପିଛା ୯୪.୩୩ ଟଙ୍କାରେ ମିଳୁଛି।
ନଏଡାରେ ପେଟ୍ରୋଲ ୯୬.୫୯ଟଙ୍କା ଏବଂ ଡିଜେଲ ଲିଟର ପିଛା ୮୯.୭୬ଟଙ୍କା ନୂଆ ଦର ଲାଗୁ ହୋଇଥିବାବେଳେ ଗାଜିଆବାଦରେ ପେଟ୍ରୋଲ ୯୬.୨୬ଟଙ୍କା ଏବଂ ଡିଜେଲ ଲିଟର ପିଛା ୮୯.୪୫ଟଙ୍କା ଲାଗୁ ହୋଇଛି। ସେହିପରେ ଲକ୍ଷ୍ମୈାରେ ପେଟ୍ରୋଲ ୯୬.୩୫ ଟଙ୍କା ଏବଂ ଡିଜେଲ ଲିଟର ପିଛା ୮୯.୫୫ ଟଙ୍କା ହେବ ବୋଲି ଜାରି ହୋଇଛି। ପାଟନାରେ ପେଟ୍ରୋଲ ୧୦୭.୫୯ଟଙ୍କା ଏବଂ ଡିଜେଲ ଲିଟର ପିଛା ୯୪.୩୬ଟଙ୍କା ହୋଇଛି। ପୋର୍ଟ ବ୍ଲେୟାରରେ ପେଟ୍ରୋଲ ଦର ୮୪.୧୦ଟଙ୍କା ଏବଂ ଡିଜେଲ ଲିଟର ପିଛା ୭୯.୭୪ ଟଙ୍କା ଜାରି ହୋଇଛି। ତେବେ ପେଟ୍ରୋଲ ଏବଂ ଡିଜେଲ ଦରରେ ଏକ୍ସାଇଜ ଡ୍ୟୁଟି, ଡିଲର କମିଶନ, ଭାଟ୍‌ ଏବଂ ଅନ୍ୟାନ୍ୟ ଜିନିଷ ଯୋଡିବା ପରେ ଏହାର ଦର ମୂଳ ଦରଠାରୁ ପ୍ରାୟ ଦୁଇଗୁଣା ବଢିଯାଏ।


Enter your email to get our daily news in your inbox.

All Right Reserved By Dharitri.Com

୨୮ରେ କମ୍ପିବ ଓଡିଶା, ଆସୁଛନ୍ତି ରାହୁଲ-ନଡ୍ଡା

ଭୁବନେଶ୍ୱର,୨୬।୪: ଦିନକ ପରେ ଓଡିଶା ଗସ୍ତରେ ଆସୁଛନ୍ତି ଭାଜପା ଓ କଂଗ୍ରେସର ଦୁଇ ଟାଣୁଆ ନେତା । ସେମାନେ ହେଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି...

UPI ନେଣଦେଣରେ PPI ଚାର୍ଜ କ’ଣ? କାହାର ଲାଭ-କାହାର କ୍ଷତି ଜାଣନ୍ତୁ…

ନୂଆଦିଲ୍ଲୀ,୨୬।୪: ଆଜିକାଲି ସମୟରେ ୟୁପିଆଇ ନେଣଦେଣ ସାମାନ୍ୟ କଥାରେ ପରିଣତ ହୋଇଗଲାଣି। ରାସ୍ତାକଡ଼ ବୁଲା ବେପାରୀଙ୍କଠାରୁ ଆରମ୍ଭ କରି ବଡ଼ ବଡ଼ ମଲ୍‌ରେ ମଧ୍ୟ ଏହାର...

ଧର୍ମ ନାମରେ ଭୋଟ ମାଗିବାରୁ ଅଯୋଗ୍ୟ ଘୋଷଣା ହେବେ ମୋଦି! କୋର୍ଟରେ ପହଞ୍ଚିଲା ମାମଲା

ନୂଆଦିଲ୍ଲୀ,୨୬।୪: ହିନ୍ଦୁ, ଶିଖ ଓ ଧର୍ମପୀଠ ନାଁରେ ଭାଜପା ପାଇଁ ଭୋଟ ମାଗୁଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନାମରେ କୋର୍ଟରେ ମାମଲା ଦାୟର ହୋଇଛି। ଆସନ୍ତା...

୧୭ ହଜାର କ୍ରେଡିଟ୍‌ କାର୍ଡକୁ ବ୍ଲକ କଲା ICICI, ପ୍ରଭାବିତ ହୋଇଥିଲେ ଜାଣନ୍ତୁ କାରଣ…

ନୂଆଦିଲ୍ଲୀ,୨୬।୪: ବେସରକାରୀ ବ୍ୟାଙ୍କ ଆଇସିଆଇସିଆଇ ୧୭ ହଜାର କ୍ରେଡିଟ୍‌ କାର୍ଡକୁ ବ୍ଲକ୍‌ କରିଦେଇଛି। ନିକଟରେ କାର୍ଡଗୁଡ଼ିକ ଜାରି କରାଯାଇଥିବା ବେଳେ ଭୁଲ ୟୁଜର୍ସ ଥିବା ମାମଲା...

ଭାଜପା ପ୍ରାର୍ଥୀଙ୍କ ନାଁରେ ଏଫଆଇଆର, ଧର୍ମ ନାମରେ ଭୋଟ ମାଗୁଥିବା ଅଭିଯୋଗ

ବେଙ୍ଗାଲୁରୁ,୨୬।୪: ଦ୍ୱିତୀୟ ପର୍ଯ୍ୟାୟରେ କର୍ନାଟକର ୨୮ ଟି ଲୋକ ସଭା ଆସନ ମଧ୍ୟରୁ ୧୪ ଟି ପାଇଁ ମତଦାନ ଚାଲିଛି। ଏହି ସମୟରେ ବେଙ୍ଗାଲୁରୁ ଦକ୍ଷିଣ...

ରାଜନୈତିକ ଦଳଙ୍କ ମନର କଥା କହିଲେ ନିର୍ବାଚନ କମିଶନ

ନୂଆଦିଲ୍ଲୀ,୨୬।୪: ଭୋଟ ଦେବା ପରେ ପ୍ରତ୍ୟେକ VVPAT ସ୍ଲିପ ସହିତ ଇଭିଏମ ମେଳାଇବାକୁ ଦାବି କରି ସୁପ୍ରିମକୋର୍ଟ ଶୁକ୍ରବାର ଏହି ଆବେଦନକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ଏହା...

ଗୋଟିଏ ବର୍ଷରେ ଶେଷ ହୋଇଯିବ କଲ ସେଣ୍ଟର

ନୂଆଦିଲ୍ଲୀ,୨୬।୪: ଦେଶରେ ଅର୍ଥନୈତିକ ଉଦାରୀକରଣ ଆରମ୍ଭ ହେବା ପରେ ସାରା ବିଶ୍ୱରୁ କମ୍ପାନୀମାନେ ଭାରତ ଆସିଥିଲେ। ବିଶ୍ୱର ଅନେକ କମ୍ପାନୀ ସେମାନଙ୍କର ବ୍ୟବସାୟକୁ ଭାରତକୁ ସ୍ଥାନାନ୍ତର...

ସୋସିଆଲ ମିଡିଆରେ ଛାତ୍ରୀଙ୍କ ପାଠପଢା କେତେ ସୁରକ୍ଷିତ? ମାନସିକ ସ୍ବାସ୍ଥ୍ୟ ଉପରେ ପଡୁଛି ପ୍ରଭାବ: ରିପୋର୍ଟ

ନୂଆଦିଲ୍ଲୀ, ୨୬।୪: ଗୁରୁବାର ‘ଟେକ୍ନୋଲୋଜି ଅନ ଟର୍ମ’ ଶୀର୍ଷକ ଏକ ରିପୋର୍ଟ ସାର୍ବଜନୀନ କରାଯାଇଛି। ଏହା ପ୍ରକାଶ କରିଛି ଯେ ଡିଜିଟାଲ ଟେକ୍ନୋଲୋଜିର ବ୍ୟବହାରରେ ଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri