ସକାଳୁ ସକାଳୁ ତେଲ ବଜାରରେ ହଲଚଲ, ପେଟ୍ରୋଲକୁ ନେଇ ଆସିଲା ବଡ଼ ଅପଡେଟ୍‌!

ନୂଆଦିଲ୍ଲୀ,୧୦।୯: ଅନ୍ତର୍ଜାତୀୟ ବଜାରରେ କଚ୍ଚା ତେଲ (ଅଶୋଧିତ ତେଲ)ର ମୂଲ୍ୟ ବର୍ତ୍ତମାନ ବ୍ୟାରେଲ ପିଛା ୧୦୦ ଡଲାର ପାର୍‌ କରିଛି। ଏହାଯୋଗୁଁ ଭାରତୀୟ ତୈଳ ବିପଣନ କମ୍ପାନୀଗୁଡ଼ିକର ଲିଟର ପିଛା ପେଟ୍ରୋଲ ଏବଂ ଡିଜେଲ ଉପରେ କ୍ଷତି ବୃଦ୍ଧି ପାଇଛି। ରିପୋର୍ଟ ଅନୁସାରେ, ତୈଳ କମ୍ପାନୀଗୁଡ଼ିକୁ ଡିଜେଲରେ ଲିଟର ପିଛା ୨୩ ଟଙ୍କା ଏବଂ ପେଟ୍ରୋଲରେ ୫ ଟଙ୍କାର କ୍ଷତି ସହିବାକୁ ପଡ଼ୁଛି। ଏପରିକି LPG ଗ୍ୟାସରେ ମଧ୍ୟ କମ୍ପାନୀଗୁଡ଼ିକୁ ୨୦୦ ଟଙ୍କା ପର୍ଯ୍ୟନ୍ତ କ୍ଷତି ସହିବାକୁ ପଡ଼ୁଛି।

ଏହି ପରିସ୍ଥିତିରେ ପ୍ରଶ୍ନ ଉଠୁଛି ଯେ, ସରକାରୀ ତୈଳ କମ୍ପାନୀଗୁଡ଼ିକ ପୁଣିଥରେ ପେଟ୍ରୋଲ, ଡିଜେଲ ଏବଂ ଗ୍ୟାସ ସିଲିଣ୍ଡର ମୂଲ୍ୟ ବୃଦ୍ଧି କରିବେ କି? ବିଶେଷଜ୍ଞଙ୍କ ମତରେ, ଯଦି କଚ୍ଚା ତେଲ ମୂଲ୍ୟ ଏହିପରି ବଢ଼ିଚାଲେ ଏବଂ ମଧ୍ୟପ୍ରାଚ୍ୟ (Middle East)ରେ ଉତ୍ତେଜନା ଲାଗିରହେ, ତେବେ ପେଟ୍ରୋଲ, ଡିଜେଲ ଏବଂ LPG ଗ୍ୟାସ ଦର ପୁଣି ବୃଦ୍ଧି ପାଇବାର ସମ୍ଭାବନା ରହିଛି।

ପେଟ୍ରୋଲ, ଡିଜେଲ ଏବଂ LPG ଗ୍ୟାସ ମୂଲ୍ୟ ବୃଦ୍ଧିର ପ୍ରଭାବ ମୁଦ୍ରାସ୍ଫୀତି ହାର ଉପରେ ମଧ୍ୟ ଦେଖିବାକୁ ମିଳିବ। ପନିପରିବାରୁ ଆରମ୍ଭ କରି ପରିବହନ ଏବଂ ବାହାରେ ଖାଇବା ଆହୁରି ମହଙ୍ଗା ହୋଇପାରେ। ଇନ୍ଧନ ପ୍ରତ୍ୟେକ ଶିଳ୍ପ ଏବଂ ସେବାର ମୌଳିକ ଆବଶ୍ୟକତା ହୋଇଥିବାରୁ, ଏହା ମହଙ୍ଗା ହେଲେ ଉତ୍ପାଦନ (ମ୍ୟାନୁଫ୍ୟାକ୍ଚରିଂ), ପ୍ୟାକେଜିଂ ଏବଂ ଡେଲିଭରୀ ଭଳି ପ୍ରକ୍ରିୟା ଗୁଡ଼ିକ ମହଙ୍ଗା ହୋଇଯାଏ, ଯାହାଫଳରେ ମୋଟ ଖୁଚୁରା ମୁଦ୍ରାସ୍ଫୀତି (Retail Inflation) ବଢ଼ିଯାଏ।

ଏହାର ପ୍ରଭାବ ଗାଁ ଏବଂ କୃଷି କ୍ଷେତ୍ର ଉପରେ ମଧ୍ୟ ଦେଖିବାକୁ ମିଳିବ। କାରଣ ସିଞ୍ଚନ ପାଇଁ ଡିଜେଲ ପମ୍ପସେଟ ଏବଂ ଜମି ଚାଷ ପାଇଁ ଟ୍ରାକ୍ଟରର ବହୁଳ ବ୍ୟବହାର ହୋଇଥାଏ। ତେଣୁ ଡିଜେଲ ମହଙ୍ଗା ହେଲେ ଚାଷୀଙ୍କ ଖର୍ଚ୍ଚ ବୃଦ୍ଧି ପାଏ। ଅନ୍ୟପଟେ କ୍ଷୁଦ୍ର ବ୍ୟବସାୟୀମାନେ ମଧ୍ୟ କ୍ଷତିଗ୍ରସ୍ତ ହୁଅନ୍ତି, କାରଣ ଲଜିଷ୍ଟିକ୍ସ ଖର୍ଚ୍ଚ ବଢ଼ିବା ଯୋଗୁଁ କ୍ଷୁଦ୍ର ଦୋକାନୀ ଓ ବ୍ୟବସାୟୀଙ୍କ ଲାଭ ପରିମାଣ କମିବାକୁ ଲାଗେ।

ଯେତେବେଳେ ମୌଳିକ ଆବଶ୍ୟକତା (ଖାଦ୍ୟ, ଯାତ୍ରା, ଗ୍ୟାସ) ଉପରେ ଖର୍ଚ୍ଚ ବଢ଼ିଯାଏ, ସେତେବେଳେ ମାସ ଶେଷରେ ଲୋକଙ୍କ ପାଖରେ ଜରୁରୀକାଳୀନ ସଞ୍ଚୟ କିମ୍ୱା ମ୍ୟୁଚୁଆଲ ଫଣ୍ଡ/FD ଭଳି ଜାଗାରେ ନିବେଶ କରିବା ପାଇଁ କମ ପଇସା ବଳେ।

ଅନ୍ତର୍ଜାତୀୟ ବଜାରରେ ବ୍ରେଣ୍ଟ କ୍ରୁଡ (Brent Crude) ପ୍ରାୟ ୨.୫ ପ୍ରତିଶତ ବୃଦ୍ଧି ପାଇ ବ୍ୟାରେଲ ପିଛା ୧୦୦ ଡଲାର ଉପରେ ପହଞ୍ଚିଛି। ସେହିପରି ଆମେରିକୀୟ WTI କ୍ରୁଡ ମୂଲ୍ୟରେ ମଧ୍ୟ ପ୍ରାୟ ୨% ବୃଦ୍ଧି ଦେଖାଯାଇଛି, ଯାହା ପରେ ଏହା ୯୫ ଡଲାର ପାଖାପାଖି ପହଞ୍ଚିଛି। କଚ୍ଚା ତେଲ ଦର ବୃଦ୍ଧି ଯୋଗୁଁ ଭାରତରେ ଆହୱାନ ବଢ଼ିବାରେ ଲାଗିଛି, କାରଣ ଭାରତ ବିଶ୍ୱର ତୃତୀୟ ବୃହତ୍ତମ କଚ୍ଚା ତେଲ ଆମଦାନୀକାରୀ ଦେଶ। ଆମେ ଆମ ଆବଶ୍ୟକତାର ୮୮% କଚ୍ଚା ତେଲ ଅନ୍ୟ ଦେଶରୁ କିଣିଥାଉ। ଫଳରେ ଅନ୍ତର୍ଜାତୀୟ ବଜାରରେ ତେଲ ମହଙ୍ଗା ହେବା ଦ୍ୱାରା ଭାରତର ଆମଦାନୀ ବିଲ ବଢ଼ିଯାଏ। ଏହାଯୋଗୁଁ ବ୍ୟାପାର କ୍ଷତି (Trade Deficit) ବଢ଼ିଥାଏ ଏବଂ ଅନ୍ୟପଟେ ଟଙ୍କାର ମୂଲ୍ୟ ଉପରେ ମଧ୍ୟ ଚାପ ବୃଦ୍ଧି ପାଏ।

ତୈଳ କମ୍ପାନୀଗୁଡ଼ିକୁ କ୍ଷତି ସହିବାକୁ ପଡ଼ୁଥିବା କଥା ସତ, କିନ୍ତୁ ବର୍ତ୍ତମାନ ଦେଶରେ ପେଟ୍ରୋଲ ଏବଂ ଡିଜେଲର ଖୁଚୁରା ମୂଲ୍ୟ ତିନି ମାସରୁ ଅଧିକ ସମୟ ଧରି ସ୍ଥିର ରହିଛି। ମେ’ ୨୫ ତାରିଖରେ ପେଟ୍ରୋଲ ଲିଟର ପିଛା ୨.୬୧ ଟଙ୍କା ଏବଂ ଡିଜେଲ ୨.୭୧ ଟଙ୍କା ବୃଦ୍ଧି କରାଯାଇଥିଲା। ଆଜିର ପେଟ୍ରୋଲ ଏବଂ ଡିଜେଲର ସାମ୍ପ୍ରତିକ ମୂଲ୍ୟ ଏଠାରେ ଦେଖନ୍ତୁ:

* ଦିଲ୍ଲୀ : ୧୦୨.୧୨ ଟଙ୍କା । ୯୫.୨୦ ଟଙ୍କା
* ମୁମ୍ୱାଇ: ୧୧୧.୩୧ ଟଙ୍କା । ୯୭.୯୭ ଟଙ୍କା
* କୋଲକାତା: ୧୧୩.୫୧ ଟଙ୍କା । ୯୯.୮୨ ଟଙ୍କା
* ଚେନ୍ନାଇ: ୧୦୭.୭୮ ଟଙ୍କା । ୯୯.୫୬ ଟଙ୍କା
* ଗୁରୁଗ୍ରାମ: ୧୦୨.୯୭ ଟଙ୍କା । ୯୫.୯୪ ଟଙ୍କା
* ପାଟଣା: ୧୧୩.୩୫ ଟଙ୍କା । ୯୯.୩୬ ଟଙ୍କା
* ନାଗପୁର: ୧୧୧.୯୦ ଟଙ୍କା । ୯୮.୨୦ ଟଙ୍କା
* ଶିମଲା: ୧୦୨.୩୧ ଟଙ୍କା । ୯୪.୩୪ ଟଙ୍କା
* ଗୱାଲିୟର: ୧୧୪.୩୦ ଟଙ୍କା । ୯୯.୩୫ ଟଙ୍କା


Enter your email to get our daily news in your inbox.

All Right Reserved By Dharitri.Com

ଉତ୍ତରପ୍ରଦେଶ ରାଜନୀତିରେ ବଡ଼ ହଲଚଲ: ନିର୍ବାଚନ ପୂର୍ବରୁ ରାଜନୀତିରୁ ସନ୍ନ୍ୟାସ ନେଲେ…

ନୂଆଦିଲ୍ଲୀ, ୧୦।୯: ବହୁଜନ ସମାଜ ପାର୍ଟି (BSP)ରେ ଆଭ୍ୟନ୍ତରୀଣ ରାଜନୀତିକୁ ନେଇ ଚର୍ଚ୍ଚା ମଧ୍ୟରେ ବଡ଼ ଘୋଷଣା କରିଛନ୍ତି ଅଶୋକ ସିଦ୍ଧାର୍ଥ। BSP ସୁପ୍ରିମୋ ମାୟାବତୀଙ୍କ ଭଣଜା…

ରାଜ୍ୟ ସରକାରଙ୍କ ବଡ଼ ଘୋଷଣା; ଅଙ୍ଗନବାଡ଼ି କର୍ମୀଙ୍କ ୧୨ହଜାର ଯାଏ ବଢିଲା ଦରମା, ଆଉ ସହାୟିକାଙ୍କୁ…

ନୂଆଦିଲ୍ଲୀ,୧୦।୯: ଉତ୍ତର ପ୍ରଦେଶର ୨.୯୧ ଲକ୍ଷ ଅଙ୍ଗନୱାଡ଼ି କର୍ମୀ ଏବଂ ସହାୟିକାମାନଙ୍କୁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏକ ବଡ଼ ଉପହାର ଦେଇଛନ୍ତି। ଅଙ୍ଗନୱାଡ଼ି କର୍ମୀମାନଙ୍କର ମାସିକ ପାରିଶ୍ରମିକ…

ଗ୍ରାହକଙ୍କୁ ଆପଲର ବଡ଼ ଝଟକା! ୧୭ ହଜାର ମହଙ୍ଗା ହେଲା iPhone 17, 17e ସହ…

ନୂଆଦିଲ୍ଲୀ, ନିକଟରେ ଆପଲ (Apple) ନିଜର ନୂଆ ଆଇଫୋନ ୧୮ ପ୍ରୋ ସିରିଜ (iPhone 18 Pro Series) ଏବଂ ପ୍ରଥମ ଫୋଲ୍ଡେବଲ ଫୋନ ଆଇଫୋନ ଡୁଓ…

ଲଞ୍ଚ ହେଲା iPhone 18 Pro- Pro Max: ଦାମ୍‌, ଫିଚର ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୧୦।୯: Apple ନିଜର ସେପ୍ଟେମ୍ବର ଲଞ୍ଚ ଇଭେଣ୍ଟରେ iPhone 18 Pro ଓ iPhone 18 Pro Maxକୁ ବଜାରକୁ ଆଣିଛି। ନୂଆ Pro ମଡେଲର କ୍ୟାମେରା,…

ସିଜେପି ବିକ୍ଷୋଭକାରୀଙ୍କୁ ନୋଟିସ ପଠାଇବାକୁ କିପରି ସାହସ କଲ

ନୂଆଦିଲ୍ଲୀ,୧୦ା୯: କକ୍‌ରୋଚ୍‌ ଜନତା ପାର୍ଟି (ସିଜେପି) ନେତୃତ୍ୱରେ ପରିଚାଳିତ ବିକ୍ଷୋଭରେ ଭାଗ ନେଇଥିବା ଜଣେ ଛାତ୍ରଙ୍କୁ ନୋଟିସ ଜାରି କରିଥିବାରୁ ଗ୍ରେଟର ନଏଡ଼ାର କାର୍ଯ୍ୟନିର୍ୱାହୀ ମାଜିଷ୍ଟ୍ରେଟ୍‌ଙ୍କୁ ସୁପ୍ରିମକୋର୍ଟ…

ଜେଲେନସ୍କିଙ୍କ ବିମାନକୁ ଧକ୍କା ଦେଇଥାନ୍ତା ଡ୍ରୋନ! ଅଳ୍ପକେ ବର୍ତ୍ତିଲେ ୟୁକ୍ରେନ ରାଷ୍ଟ୍ରପତି, ସୁରକ୍ଷାରେ ବଡ଼ ତ୍ରୁଟି

ଓସ୍ଲୋ: ୟୁକ୍ରେନ୍‌ର ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କିଙ୍କ ବିମାନ ଏକ ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଥିବା ଖବର ସାମ୍ନାକୁ ଆସିଛି। ମୋଲଦୋଭାରୁ ନରୱେ ଯାଉଥିବା ସମୟରେ ତାଙ୍କ ବିମାନ…

ICC ଟି-୨୦ ରାଙ୍କିଙ୍ଗ୍‌ରେ ବୈଭବ ଚିତ୍‌ପଟାଙ୍ଗ, ଉପରକୁ ଉଠିଲେ ଏହି ଖେଳାଳି: ନାଁ ଜାଣିଲେ ହେବେ ତାଜୁବ

ନୂଆଦିଲ୍ଲୀ,୧୦।୯: ଦୁଲୀପ ଟ୍ରଫି ଫାଇନାଲ ଖେଳୁଥିବା ଭାରତର ଯୁବ ବ୍ୟାଟର ବୈଭବ ସୂର୍ଯ୍ୟବଂଶୀ ଏହାପରେ ତୁରନ୍ତ ଦିଲ୍ଲୀରେ ଭାରତୀୟ ଦଳ ସହ ଯୋଗ ଦେବେ। ଦିଲ୍ଲୀର ଅରୁଣ…

ମାର୍ବଲ୍ ମନ୍ଦିରର ଉତ୍ଥାନ

ର୍ୱଲ ମନ୍ଦିରଗୁଡ଼ିକୁ ଦେଖିଲେ ପ୍ରଥମେ ଏହା ଚାରିପାଖର ପରିବେଶ ନଜରକୁ ଆସେ। ଭିକ୍ଟୋରିଆନ୍‌ ଶୈଳୀର ଲନ୍‌, ମୋଗଲ ଆମୋଦପ୍ରମୋଦ ବଗିଚାର ଭ୍ରମ ସୃଷ୍ଟି କରୁଥିବା ଝରଣା ଏବଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri