୨୦୩୦ରୁ ବ୍ରିଟେନରେ ବିକ୍ରି ହେବନି ପେଟ୍ରୋଲ,ଡିଜେଲ କାର୍‌

ନୂଆଦିଲ୍ଲୀ: ୨୦୩୦ରୁ ବ୍ରିଟେନରେ ନୂଆ ପେଟ୍ରୋଲ ଏବଂ ଡିଜେଲ କାର ବିକ୍ରି ହେବନାହିଁ। ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନ୍‌ସନ ଏ ନେଇ ବୁଧବାର ଘୋଷଣା କରିଛନ୍ତି। ଗ୍ରୀନ୍‌ ଇଣ୍ଡଷ୍ଟ୍ରିଆଲ ରିଭଲ୍ୟୁଶନ ୧୦ ସୂତ୍ରୀ ଯୋଜନା ଅଧୀନ ବ୍ରିଟେନ ସରକାର ଏଭଳି ପଦକ୍ଷେପ ହାତକୁ ନେଇଛନ୍ତି। ଧାର୍ଯ୍ୟ ସମୟସୀମାର ୧୦ ବର୍ଷ ଆଗରୁ ଏଭଳି ପଦକ୍ଷେପ ନେବାକୁ ସେଠାକାର ସରକାର ଅଗ୍ରସର ହୋଇଛନ୍ତି। ସୂଚନାଯୋଗ୍ୟ, ୨୦୩୫ ପର୍ଯ୍ୟନ୍ତ ବ୍ରିଟେନରେ ହାଇବ୍ରିଡ୍‌ କାର୍‌ ବିକ୍ରି ହୋଇପାରିବ। ନୂଆ ଯୋଜନା ଲାଗି ସେଠାକାର ସରକାର ୧୫.୯ ବିଲିୟନ ଡଲାର ମୂଲ୍ୟର ରାଶି ଆବଣ୍ଟନ କରିବେ। ସରକାରଙ୍କ ଏହି ଯୋଜନା ଦ୍ୱାରା ୨.୫ ଲକ୍ଷ ନିଯୁକ୍ତିକୁ ବଞ୍ଚାଯାଇ ପାରିବ। ୨୦୫୦ ପର୍ଯ୍ୟନ୍ତ ବ୍ରିଟେନକୁ କାର୍ବନ ନ୍ୟୁଟ୍ରାଲ ଭାବେ ଗଢି ତୋଳିବା ଲାଗି ଏହା ସହାୟକ ହେବ ବୋଲି ସେଠାକାର ସରକାର କହିଛନ୍ତି।
ନୂଆ ଯୋଜନା ଅନ୍ତର୍ଗତ ଗୋଟିଏ ଦଶନ୍ଧି ମଧ୍ୟରେ ସାମୁଦ୍ରିକ ପବନ ଶକ୍ତି କ୍ଷମତାକୁ ୪ ଗୁଣ ବଢାଇବାକୁ ଯୋଜନା ରଖାଯାଇଛି। ସେହିଭଳି କାର୍ବନ କ୍ୟାପ୍‌ଚର ଟେକ୍ନୋଲୋଜିରେ ଲଣ୍ଡନକୁ ଗ୍ରୀନ୍‌ ଫାଇନାନ୍ସର ଗ୍ଲୋବାଲ ସେଣ୍ଟର ଭାବେ ଗଢିତୋଳିବାର ଯୋଜନା ମଧ୍ୟ ରହିଛି। ଏହାବାଦ ସ୍କଟ୍‌ଲାଣ୍ଡରେ ଓ୍ବିଣ୍ଡ ଟର୍ବାଇନ, ମିଡ୍‌ ଲ୍ୟାଣ୍ଡସର ଇଲେକ୍ଟ୍ରିକ କାର, ଓ୍ବେଲ୍ସର ଅତ୍ୟାଧୁନିକ ଟେକ୍ନୋଲୋଜିି ଦ୍ୱାରା ସବୁଜ ବିପ୍ଳବକୁ ଆଗେଇନେବା ଦିଗରେ ବ୍ରିଟେନ ସରକାର କାମ କରୁଛନ୍ତି। ଜିରୋ କିମ୍ବା ଖୁବ୍‌ କମ୍‌ ପରିମାଣର ପ୍ରଦୂଷଣ କରୁଥିବା ଯାନ କିଣିବା ଲାଗି ଲୋକଙ୍କୁ ସେଠାକାର ସରକାର ସବ୍‌ସିଡି ପ୍ରଦାନ କରିବେ। ସେହିଭଳି ଘରେ ହାଇଡ୍ରୋଜେନ ବ୍ୟବହାର ମଧ୍ୟ ଗୁରୁତ୍ୱ ଦିଆଯିବ। ସୂଚନାଯୋଗ୍ୟ, ଆସନ୍ତା ବର୍ଷ ୟୁକେରେ ସିଓପି୨୬ ଗ୍ଲୋବାଲ କ୍ଲାଇମେଟ୍‌ କଂଗ୍ରେସ ଆୟୋଜନ କରାଇବାକୁ ଯୋଜନା ରଖାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଟ୍ରେନ୍‌ ଟିକେଟ ବୁକିଂ ନିୟମ ବଦଳାଇଲା IRCTC, ଯାତ୍ରା କରିବାକୁ ଥିଲେ ଜାଣି ନିଅନ୍ତୁ…

ନୂଆଦିଲ୍ଲୀ,୩୦।୧୨: ଭାରତୀୟ ରେଳବାଇ ଆଧାର-ଯାଞ୍ଚ ହୋଇଥିବା IRCTC ଆକାଉଣ୍ଟ୍ ଧାରୀମାନଙ୍କ ପାଇଁ ବଡ଼ ରାହତ ଘୋଷଣା କରିଛି। ଆଡ଼ଭାନ୍ସ ରିଜର୍ଭେସନ୍ ପିରିଅଡ୍ (ARP)ର ପ୍ରଥମ ଦିନରେ...

ବିଶ୍ୱର ୪ର୍ଥ ବୃହତ୍ ଅର୍ଥନୀତି ପାଲଟିଲା ଭାରତ; ୨୦୩୦ ସୁଦ୍ଧା ଜର୍ମାନୀକୁ ଟପିବା ଲକ୍ଷ୍ୟ

ନୂଆଦିଲ୍ଲୀ,୩୦।୧୨: ବିଶ୍ୱ ଅର୍ଥନୀତି ମାନଚିତ୍ରରେ ଭାରତର ଦବଦବା ଜାରି ରହିଛି। ଜାପାନକୁ ଟପି ଭାରତ ଏବେ ବିଶ୍ୱର ଚତୁର୍ଥ ବୃହତ୍ତମ ଅର୍ଥନୈତିକ ଶକ୍ତି ଭାବେ ଉଭା...

ଦେଶର GDP’କୁ ଅତିକ୍ରମ କଲା ଭାରତୀୟ ପରିବାର ପାଖରେ ଥିବା ସୁନା ମୂଲ୍ୟ

ନୂଆଦିଲ୍ଲୀ,୩୦।୧୨: ଭାରତୀୟ ପରିବାରଗୁଡ଼ିକ ପାଇଁ ସୁନା କେବଳ ଏକ ଅଳଙ୍କାର ନୁହେଁ, ବରଂ ଏହା ଭାବପ୍ରବଣତା ଏବଂ ଆର୍ଥିକ ସୁରକ୍ଷାର ଏକ ପ୍ରତୀକ। ବିଶ୍ୱ ବଜାରରେ...

Bank Holiday: ଜାନୁଆରୀରେ ୧୬ ଦିନ ବନ୍ଦ ରହିବ ବ୍ୟାଙ୍କ, ଚେକ୍ କରନ୍ତୁ ଲିଷ୍ଟ

ନୂଆଦିଲ୍ଲୀ,୩୦।୧୨: ଯଦି ଆପଣଙ୍କର ନୂତନ ବର୍ଷରେ ବ୍ୟାଙ୍କିଂ କାମ ଅଛି, ତେବେ ଏହି ଖବର ଆପଣଙ୍କ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ। ଭାରତୀୟ ରିଜର୍ଭ ବ୍ୟାଙ୍କ (RBI)...

8th Pay Commission: କେନ୍ଦ୍ରୀୟ କର୍ମଚାରୀଙ୍କ ପାଇଁ ବଡ଼ ଖବର: ଜାନୁଆରୀ ୧ରୁ ବୃଦ୍ଧି ପାଇବ ଦରମା, ପେନସନ! ଜାଣନ୍ତୁ ଅପଡେଟ୍‌

ନୂଆଦିଲ୍ଲୀ,୩୦।୧୨: ୨୦୨୫ ବର୍ଷ ଶେଷ ହେବାକୁ ଯାଉଛି। ଏହି ସପ୍ତାହ ୨୦୨୬ର ଆରମ୍ଭ। ଏହି ବର୍ଷ ଅନେକ ଦିଗରେ ଅନେକ ପରିବର୍ତ୍ତନ ଆଣିଛି। କେନ୍ଦ୍ର ସରକାରୀ...

ଯୁବବର୍ଗଙ୍କୁ ନୂଆବର୍ଷର ଉପହାର ଦେଲେ ସରକାର: ମିଳିବ ୧୫ ହଜାର ଟଙ୍କା, ଜାଣନ୍ତୁ କିପରି…

ନୂଆଦିଲ୍ଲୀ,୩୦।୧୨: ନୂଆବର୍ଷ ପୂର୍ବରୁ ସରକାର ଯୁବପିଢ଼ିଙ୍କୁ ଏକ ନୂତନ ବର୍ଷର ଉପହାର ଦେଇଛନ୍ତି। ଶ୍ରମ ଏବଂ ନିଯୁକ୍ତି ମନ୍ତ୍ରଣାଳୟ X ରେ ଟୁଇଟ୍‌ କରିଛି, ଯେଉଁଥିରେ...

କ୍ଷମା ମାଗିଲେ ଲଲିତ ମୋଦି

ନୂଆଦିଲ୍ଲୀ,୩୦ା୧୨ : ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ପୂର୍ବତନ ଅଧ୍ୟକ୍ଷ ଲଲିତ ମୋଦି ନିକଟରେ ପଳାତକ ବ୍ୟବସାୟୀ ବିଜୟ ମାଲ୍ୟାଙ୍କ ସହ ଲଣ୍ଡନରେ ପାର୍ଟି କରୁଥିବାର...

୨୦୩୦ ସୁଦ୍ଧା ଭାରତ ହେବ ବିଶ୍ୱର ତୃତୀୟ ବୃହତ୍ତମ ଅର୍ଥନୀତି; ୭.୩ ଟ୍ରିଲିୟନ ଡଲାରରେ ପହଞ୍ଚିବ GDP

ବେଙ୍ଗାଲୁରୁ,୨୯।୧୨: ଭାରତୀୟ ଅର୍ଥନୀତି ଏକ ନୂତନ ମାଇଲଖୁଣ୍ଟ ଅତିକ୍ରମ କରିଛି। ସୋମବାର ଜାରି ହୋଇଥିବା ଏକ ସରକାରୀ ବିବୃତ୍ତି ଅନୁଯାୟୀ, ୪.୧୮ ଟ୍ରିଲିୟନ ଡଲାର GDP...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri