୨୦୩୦ରୁ ବ୍ରିଟେନରେ ବିକ୍ରି ହେବନି ପେଟ୍ରୋଲ,ଡିଜେଲ କାର୍‌

ନୂଆଦିଲ୍ଲୀ: ୨୦୩୦ରୁ ବ୍ରିଟେନରେ ନୂଆ ପେଟ୍ରୋଲ ଏବଂ ଡିଜେଲ କାର ବିକ୍ରି ହେବନାହିଁ। ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନ୍‌ସନ ଏ ନେଇ ବୁଧବାର ଘୋଷଣା କରିଛନ୍ତି। ଗ୍ରୀନ୍‌ ଇଣ୍ଡଷ୍ଟ୍ରିଆଲ ରିଭଲ୍ୟୁଶନ ୧୦ ସୂତ୍ରୀ ଯୋଜନା ଅଧୀନ ବ୍ରିଟେନ ସରକାର ଏଭଳି ପଦକ୍ଷେପ ହାତକୁ ନେଇଛନ୍ତି। ଧାର୍ଯ୍ୟ ସମୟସୀମାର ୧୦ ବର୍ଷ ଆଗରୁ ଏଭଳି ପଦକ୍ଷେପ ନେବାକୁ ସେଠାକାର ସରକାର ଅଗ୍ରସର ହୋଇଛନ୍ତି। ସୂଚନାଯୋଗ୍ୟ, ୨୦୩୫ ପର୍ଯ୍ୟନ୍ତ ବ୍ରିଟେନରେ ହାଇବ୍ରିଡ୍‌ କାର୍‌ ବିକ୍ରି ହୋଇପାରିବ। ନୂଆ ଯୋଜନା ଲାଗି ସେଠାକାର ସରକାର ୧୫.୯ ବିଲିୟନ ଡଲାର ମୂଲ୍ୟର ରାଶି ଆବଣ୍ଟନ କରିବେ। ସରକାରଙ୍କ ଏହି ଯୋଜନା ଦ୍ୱାରା ୨.୫ ଲକ୍ଷ ନିଯୁକ୍ତିକୁ ବଞ୍ଚାଯାଇ ପାରିବ। ୨୦୫୦ ପର୍ଯ୍ୟନ୍ତ ବ୍ରିଟେନକୁ କାର୍ବନ ନ୍ୟୁଟ୍ରାଲ ଭାବେ ଗଢି ତୋଳିବା ଲାଗି ଏହା ସହାୟକ ହେବ ବୋଲି ସେଠାକାର ସରକାର କହିଛନ୍ତି।
ନୂଆ ଯୋଜନା ଅନ୍ତର୍ଗତ ଗୋଟିଏ ଦଶନ୍ଧି ମଧ୍ୟରେ ସାମୁଦ୍ରିକ ପବନ ଶକ୍ତି କ୍ଷମତାକୁ ୪ ଗୁଣ ବଢାଇବାକୁ ଯୋଜନା ରଖାଯାଇଛି। ସେହିଭଳି କାର୍ବନ କ୍ୟାପ୍‌ଚର ଟେକ୍ନୋଲୋଜିରେ ଲଣ୍ଡନକୁ ଗ୍ରୀନ୍‌ ଫାଇନାନ୍ସର ଗ୍ଲୋବାଲ ସେଣ୍ଟର ଭାବେ ଗଢିତୋଳିବାର ଯୋଜନା ମଧ୍ୟ ରହିଛି। ଏହାବାଦ ସ୍କଟ୍‌ଲାଣ୍ଡରେ ଓ୍ବିଣ୍ଡ ଟର୍ବାଇନ, ମିଡ୍‌ ଲ୍ୟାଣ୍ଡସର ଇଲେକ୍ଟ୍ରିକ କାର, ଓ୍ବେଲ୍ସର ଅତ୍ୟାଧୁନିକ ଟେକ୍ନୋଲୋଜିି ଦ୍ୱାରା ସବୁଜ ବିପ୍ଳବକୁ ଆଗେଇନେବା ଦିଗରେ ବ୍ରିଟେନ ସରକାର କାମ କରୁଛନ୍ତି। ଜିରୋ କିମ୍ବା ଖୁବ୍‌ କମ୍‌ ପରିମାଣର ପ୍ରଦୂଷଣ କରୁଥିବା ଯାନ କିଣିବା ଲାଗି ଲୋକଙ୍କୁ ସେଠାକାର ସରକାର ସବ୍‌ସିଡି ପ୍ରଦାନ କରିବେ। ସେହିଭଳି ଘରେ ହାଇଡ୍ରୋଜେନ ବ୍ୟବହାର ମଧ୍ୟ ଗୁରୁତ୍ୱ ଦିଆଯିବ। ସୂଚନାଯୋଗ୍ୟ, ଆସନ୍ତା ବର୍ଷ ୟୁକେରେ ସିଓପି୨୬ ଗ୍ଲୋବାଲ କ୍ଲାଇମେଟ୍‌ କଂଗ୍ରେସ ଆୟୋଜନ କରାଇବାକୁ ଯୋଜନା ରଖାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଏହି ଦିନ ଦେଶବ୍ୟାପୀ ବ୍ୟାଙ୍କ ଧର୍ମଘଟ, ଲଗାତାର ୪ ଦିନ ବନ୍ଦ ରହିବ…

ନୂଆଦିଲ୍ଲୀ,୨୫ା୮: ୫ ଦିନିଆ ବ୍ୟାଙ୍କିଙ୍ଗ୍‌ ବ୍ୟବସ୍ଥା କାର୍ଯ୍ୟକାରୀ କରିବାରେ ବିଳମ୍ବ, କାର୍ଯ୍ୟଦକ୍ଷତା ଭିତ୍ତିକ ପ୍ରୋତ୍ସାହନ (ପିଏଲ୍‌ଆଇ) ଯୋଜନାକୁ ନେଇ ମତଭେଦ, ପେନ୍‌ସନ ସମ୍ବନ୍ଧୀୟ ସମସ୍ୟା ଓ ଆହୁରି…

ଗହମକୁ ନେଇ ଭାରତ ସରକାରଙ୍କ ବଡ଼ ନିଷ୍ପତ୍ତି: ବର୍ଷେ ପରେ ହଟିଲା କଟକଣା

ନୂଆଦିଲ୍ଲୀ,୨୪।୮: ଭାରତ ସରକାର ଗହମ ରପ୍ତାନି ଉପରେ ଲାଗିଥିବା କଟକଣାକୁ ହଟାଇ ଦେଇଛନ୍ତି। ଡାଇରେକ୍ଟରେଟ ଜେନେରାଲ ଅଫ ଫରେନ ଟ୍ରେଡ (DGFT) ପକ୍ଷରୁ ଜାରି ନୋଟିଫିକେସନରେ ଏହି…

ବଜାରରେ ସରିଯିବ ପିଆଜ! ଦର ବଢ଼ିବା ମଧ୍ୟରେ ସରକାର କହିଲେ…

ନୂଆଦିଲ୍ଲୀ,୨୪।୮: ପିଆଜ ଦର ବଢ଼ୁଥିବା ମଧ୍ୟରେ ଏହାର ଯୋଗାଣ ବଢ଼ାଇବା ପାଇଁ ସରକାର ପଦକ୍ଷେପ ତ୍ୱରାନୱିତ କରିଛନ୍ତି। ସରକାର କହିଛନ୍ତି ଯେ, ଦେଶରେ ବର୍ତ୍ତମାନ ପିଆଜର ପର୍ଯ୍ୟାପ୍ତ…

SIM ବ୍ୟବହାରକାରୀଙ୍କ ପାଇଁ ବଡ଼ ଖବର, ବଦଳିଲା ନିୟମ; ପାଖରେ ଏତିକି ସିମ୍‌ ଥିଲେ ମିଳିବନି…

ନୂଆଦିଲ୍ଲୀ,୨୪।୮: ମୋବାଇଲ ସିମ କାର୍ଡ ନେବା, ବଦଳାଇବା, ଟ୍ରାନ୍ସଫର କରିବା କିମ୍ବା ବନ୍ଦ କରିବାର ନିୟମ ଏବେ ଆହୁରି କଡ଼ା ହୋଇଛି। ନକଲି ସିମ କାର୍ଡ ଓ…

ଖୁସିଖବର: ମାତ୍ର ୧୩-୧୪ ଟଙ୍କାରେ ମିଳୁଛି ଚିନି! ଜାଣନ୍ତୁ କିଏ ପାଇପାରିବେ ଏହି ସୁବିଧା

ନୂଆଦିଲ୍ଲୀ,୨୪।୮: ଚିନିର ଦର ଲଗାତାର ବଢ଼ିବାରୁ ସାଧାରଣ ଲୋକଙ୍କ ଉପରେ ମହଙ୍ଗା ମାଡ଼ ବଢ଼ିଛି। ଦୈନନ୍ଦିନ ରୋଷେଇରେ ଚିନିର ବ୍ୟବହାର ହେଉଥିବା ବେଳେ ପର୍ବପର୍ବାଣୀ ସମୟରେ ଏହାର…

ମଧ୍ୟବିତ୍ତକୁ ପୁଣି ବଡ଼ ଝଟକା: ଚିନି-ପିଆଜ ପରେ ଏବେ ମହଙ୍ଗା ହେଲା…

ନୂଆଦିଲ୍ଲୀ,୨୪।୮: ଦେଶରେ ଖାଦ୍ୟ ସାମଗ୍ରୀର ଦରବୃଦ୍ଧି ଏବେ ସାଧାରଣ ଲୋକଙ୍କ ଚିନ୍ତା ବଢ଼ାଇଛି। ପିଆଜ ଓ ରୋଷେଇ ତେଲ ପରେ ଏବେ ଡାଲିର ଦର ମଧ୍ୟ ବଢ଼ିବା…

SIM କାର୍ଡ ନିୟମରେ ବଡ଼ ପରିବର୍ତ୍ତନ! କାଲିଠୁ ଏମାନଙ୍କର କଟିଯିବ କନେକ୍ସନ…

ଯଦି ଆପଣଙ୍କ ନାମରେ ଏକାଧିକ ମୋବାଇଲ୍ ସିମ୍ କାର୍ଡ ଅଛି, ତେବେ ଏହି ଖବର ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ। ସରକାର ଏବେ ନିର୍ଦ୍ଧାରିତ ସୀମାଠାରୁ ଅଧିକ ମୋବାଇଲ୍…

କେନ୍ଦ୍ରୀୟ କର୍ମଚାରୀଙ୍କ ବଢିବ ଦରମା, ରାକ୍ଷୀରେ ଆସିବ DA!

ନୂଆଦିଲ୍ଲୀ,୨୩।୮: ଦେଶବ୍ୟାପୀ ଲକ୍ଷ ଲକ୍ଷ କେନ୍ଦ୍ରୀୟ କର୍ମଚାରୀ ଏବଂ ପେନଶନଭୋଗୀ ଅଷ୍ଟମ ବେତନ ଆୟୋଗ (8th Pay Commission) ଗଠନକୁ ଅପେକ୍ଷା କରିଥିବା ବେଳେ, ବର୍ତ୍ତମାନ ସେମାନଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri