Posted inଜାତୀୟ

ସମଲିଙ୍ଗୀ ବିବାହ ପାଇଁ ସୁପ୍ରିମକୋର୍ଟରେ ପିଟିଶନ: କେନ୍ଦ୍ରକୁ ଜବାବ ତଲବ

ନୂଆଦିଲ୍ଲୀ,୨୬।୧୧: ମହିଳା ସମଲିଙ୍ଗୀ, ପୁରୁଷ ସମଲିଙ୍ଗୀ, ଉଭୟଲିଙ୍ଗୀ, ତୃତୀୟଲିଙ୍ଗୀ ଓ ଅପ୍ରାକୃତିକ ଯୌନ ସମ୍ବନ୍ଧ ରକ୍ଷାକାରୀ (ଏଲ୍‌ଜିବିଟିକ୍ୟୁ) ସମ୍ପ୍ରଦାୟକୁ ବିବାହ ସମ୍ପର୍କିତ ଅଧିକାର ପ୍ରଦାନ ପାଇଁ ସୁପ୍ରିମକୋର୍ଟରେ ୨ଟି ପିଟିଶନ ଦାଖଲ ହୋଇଛି। ସର୍ବୋଚ୍ଚ ଅଦାଲତ ଶୁକ୍ରବାର ଏହା ଉପରେ କେନ୍ଦ୍ର ସରକାରଙ୍କୁ ଜବାବ ମାଗିଛନ୍ତି। ଏହାର ପରବର୍ତ୍ତୀ ଶୁଣାଣି ୪ ସପ୍ତାହ ପରେ ହେବ।
ପୁରୁଷ ସମଲିଙ୍ଗୀ ପରସ୍ପରକୁ ବିବାହ କରିବାକୁ ଚାହୁଁଛନ୍ତି। ହାଇଦ୍ରାବାଦ ବାସିନ୍ଦା ସୁପ୍ରିୟୋ ଚକ୍ରବର୍ତ୍ତୀ ଓ ଅଭୟ ଡାଙ୍ଗ ସେମାନଙ୍କ ବିବାହକୁ ସ୍ବତନ୍ତ୍ର ବିବାହ ଆଇନ ବଳରେ ସ୍ବୀକୃତି ପ୍ରଦାନ ପାଇଁ ରାୟ ପ୍ରକାଶ ସକାଶେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ସେହିପରି ଆଉ ଏକ ଯୋଡ଼ି ପାର୍ଥ ଫିରୋଜ ମେହରୋତ୍ରା ଓ ଉଦୟ ରାଜ ମଧ୍ୟ ଅନୁରୂପ ଆବେଦନ କରିଛନ୍ତି। ସମଲିଙ୍ଗୀ ବିବାହକୁ ସ୍ବୀକୃତି ନ ଦେବା ସମ୍ବିଧାନର ଅନୁଚ୍ଛେଦ ୧୪ ଓ ୨୧ ଅନୁସାରେ ସମାନତା ଏବଂ ଜୀବନ ଧାରଣ ଅଧିକାରର ଉଲ୍ଲଂଘନ। ତେଣୁ ସେମାନଙ୍କୁ ସମଲିଙ୍ଗୀ ବିବାହ କରିବାକୁ ଅନୁମତି ଦିଆଯାଉ ବୋଲି ଆବେଦନକାରୀ ପ୍ରାର୍ଥନା କରିଛନ୍ତି। ଭାରତର ପ୍ରଧାନ ବିଚାରପତି (ସିଜେଆଇ) ଡି.ଓ୍ବାଇ. ଚନ୍ଦ୍ରଚୂଡ଼ଙ୍କ ଅଧ୍ୟକ୍ଷତାରେ ତଥା ଜଷ୍ଟିସ୍‌ ହିମା କୋହଲିଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ପ୍ରସଙ୍ଗରେ ବରିଷ୍ଠ ଆଇନଜୀବୀ ମୁକୁଲ ରୋହତଗୀଙ୍କ ଯୁକ୍ତି ଶୁଣିବା ପରେ କେନ୍ଦ୍ର ସରକାର ଓ ଆଟର୍ନି ଜେନେରାଲ ଆର୍‌. ଭେଙ୍କଟରମଣିଙ୍କୁ ନୋଟିସ କରିଛନ୍ତି। ପ୍ରକାଶ ଯେ, ୨୦୧୮ ସେପ୍ଟେମ୍ବର ୬ରେ ସୁପ୍ରିମକୋର୍ଟଙ୍କ ୫ ଜଣିଆ ସାମ୍ବିଧାନିକ ପୀଠ ସମଲିଙ୍ଗୀ ସମ୍ପର୍କକୁ ସର୍ବସମ୍ମତିକ୍ରମେ ସ୍ବୀକୃତି ପ୍ରଦାନ ପୂର୍ବକ ୧୫୮ ବର୍ଷ ପୁରୁଣା ଭାରତୀୟ ଦଣ୍ଡବିଧି ଆଇନ (ଆଇପିସି)ର ଦଫା ୩୭୭କୁ ଅପରାଧମୁକ୍ତ ଘୋଷଣା କରିଥିଲେ। ଉକ୍ତ ପୀଠରେ ମଧ୍ୟ ଜଷ୍ଟିସ୍‌ ଚନ୍ଦ୍ରଚୂଡ଼ ସାମିଲ ଥିଲେ।

୩୩ ଦେଶରେ ବୈଧ

ସମଲିଙ୍ଗୀ ବିବାହକୁ ଅଦ୍ୟାବଧି ୩୩ ଦେଶରେ ସ୍ବୀକୃତି ଦିଆଯାଇଛି। ସେଗୁଡ଼ିକ ହେଲା ଆର୍ଜେଣ୍ଟିନା, ଅଷ୍ଟ୍ରେଲିଆ, ଅଷ୍ଟ୍ରିଆ, ବେଲ୍‌ଜିୟମ୍‌, ବ୍ରାଜିଲ, କାନାଡା, ଚିଲି, କଲମ୍ବିଆ, କୋଷ୍ଟାରିକା, କ୍ୟୁବା, ଡେନ୍‌ମାର୍କ, ଇକ୍ୱେଡର, ଫିନ୍‌ଲାଣ୍ଡ, ଫ୍ରାନ୍ସ, ଜର୍ମାନୀ, ଆଇସଲାଣ୍ଡ, ଆୟର୍ଲାଣ୍ଡ, ଲକ୍ସମବର୍ଗ, ମାଲ୍ଟା, ମେକ୍ସିକୋ, ନେଦରଲାଣ୍ଡ୍‌ସ, ନ୍ୟୁଜିଲାଣ୍ଡ, ନରଓ୍ବେ, ପର୍ତ୍ତୁଗାଲ, ସ୍ଲୋଭେନିଆ, ଦକ୍ଷିଣ ଆଫ୍ରିକା, ସ୍ପେନ୍‌, ସୁଇଡେନ୍‌, ସୁଇଜରଲାଣ୍ଡ, ତାଇଓ୍ବାନ୍‌, ବ୍ରିଟେନ, ଆମେରିକା ଓ ଉରୁଗୁଏ। ୨୦୨୩ ଫେବୃୟାରୀ ୧୭ରେ ଆଣ୍ଡୋରାରେ ସମଲିଙ୍ଗୀ ବିବାହ ବୈଧ ମାନ୍ୟତା ପାଇବ।

ଦଫା ୩୭୭: କ’ଣ କହିଥିଲେ ସୁପ୍ରିମକୋର୍ଟ

୧୮୬୦ ମସିହାରେ ପ୍ରଣୀତ ଆଇପିସିର ଦଫା ୩୭୭ ଅନୁସାରେ ପ୍ରକୃତିର ବିରୁଦ୍ଧାଚରଣ କରୁଥିବା କୌଣସି ପ୍ରକାର ଯୌନ ସମ୍ପର୍କ ଏକ ଅପରାଧ ବୋଲି ବିବେଚନା କରାଯାଉଥିଲା। ଏଭଳି ସମ୍ପର୍କ ରଖିଥିବା ବ୍ୟକ୍ତିଙ୍କୁ ୧୦ ବର୍ଷ (ସ୍ଥଳ ବିଶେଷରେ ଆଜୀବନ) କାରାଦଣ୍ଡାଦେଶ ଓ ଜରିମାନାର ବିଧାନ କରାଯାଉଥିଲା। ଭିକ୍ଟୋରିଆ ଯୁଗୀୟ ଏହି ଆଇନକୁ ବିଭିନ୍ନ ସଙ୍ଗଠନ ଓ ବ୍ୟକ୍ତି ବିରୋଧ କରି ଦୀର୍ଘବର୍ଷ ଧରି ଆଇନଗତ ଲଢ଼େଇ ଜାରି ରଖିଥିଲେ। ଦଫା ୩୭୭କୁ ଚ୍ୟାଲେଞ୍ଜ କରି ଏଲ୍‌ଜିବିଟିକ୍ୟୁ ଗୋଷ୍ଠୀ ପକ୍ଷରୁ ସୁପ୍ରିମକୋର୍ଟରେ ଏକାଧିକ ପିଟିଶନ ଦାଏର ହୋଇଥିଲା। ୨୦୧୮ ଜୁଲାଇ ୧୭ରେ ତତ୍କାଳୀନ ସିଜେଆଇ ଦୀପକ ମିଶ୍ରଙ୍କ ଅଧ୍ୟକ୍ଷତାରେ ଗଠିତ ୫ ଜଣିଆ ସାମ୍ବିଧାନିକ ପୀଠ ଏହାର ଶୁଣାଣି ଶେଷ କରି ରାୟ ସଂରକ୍ଷିତ ରଖିଥିଲେ। ସେପ୍ଟେମ୍ବର ୬ରେ ଏହାର ଐତିହାସିକ ରାୟ ଆସିଥିଲା। ପୀଠ କହିଥିଲେ, ଯୌନ ଆକାଂକ୍ଷା ଏକ ପ୍ରାକୃତିକ ‘ଜୈବିକ ଅଭିଳାଷ’। ସହମତି ଭିତ୍ତିରେ ଦୁଇଜଣ ପ୍ରାପ୍ତବୟସ୍କ ସମଲିଙ୍ଗୀଙ୍କ ମଧ୍ୟରେ ରଖାଯାଉଥିବା ସମ୍ପର୍କ ଆଉ ଅପରାଧ ପରିଗଣିତ ହେବନାହିଁ। ଦଫା ୩୭୭ ଅଯୌକ୍ତିକ, ଅସମର୍ଥନୀୟ ଓ ସ୍ପଷ୍ଟ ସ୍ବେଚ୍ଛାଚାରିତା ହୋଇଥିବାରୁ ଏହାକୁ ଅପରାଧମୁକ୍ତ କରାଯାଉଛି। ସମ୍ବିଧାନ ପ୍ରଦତ୍ତ ସମାନତା ଓ ସସମ୍ମାନେ ବଞ୍ଚତ୍ବା ଅଧିକାରକୁ ଏହି ୧୫୮ ବର୍ଷ ପୁରୁଣା ଆଇନ ଉଲ୍ଲଂଘନ କରୁଛି ବୋଲି ସୁପ୍ରିମକୋର୍ଟ ସ୍ପଷ୍ଟ କରିଥିଲେ।

 


Enter your email to get our daily news in your inbox.

All Right Reserved By Dharitri.Com

ନିଜର ଚମତ୍କାରୀ ବ୍ୟାଟ୍‌କୁ ଉପହାରରେ ଦେବେ ବୈଭବ, ଜାଣନ୍ତୁ କାହାକୁ ମିଳିବ ଏହି ଖାସ୍‌…

ନୂଆଦିଲ୍ଲୀ,୯।୪:  ଆଇପିଏଲ୍ ୨୦୨୬ର ସବୁଠାରୁ କନିଷ୍ଠ ଖେଳାଳି ବୈଭବ ସୂର୍ଯ୍ୟବଂଶୀ ଏବେ କ୍ରିକେଟ ଦୁନିଆରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ନିକଟରେ ରାଜସ୍ଥାନ ରୟାଲ୍ସ ଦ୍ୱାରା…

୩ ମାସ ତଳେ ଚୋରି ହୋଇଥିଲା ସ୍କୁଟି, ଗୋଟିଏ ଟ୍ରାଫିକ ଚାଲାଣ ଯୋଗୁ ଫସିଗଲା ଚୋର, ମାଲିକ…

ହାଇଦ୍ରାବାଦ: ଏଠାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି, ଯାହା ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି। ଜଣେ ବ୍ୟକ୍ତିଙ୍କର ଚୋରି ହୋଇଥିବା ସ୍କୁଟିର…

ବନ୍ଦ ହେଲା ଆଉ ଏକ ଯୁଦ୍ଧ? ଲେବାନନ ସହିତ ସିଧାସଳଖ ଆଲୋଚନା ପାଇଁ ଇସ୍ରାଏଲ ପ୍ରସ୍ତୁତ

ଜେରୁଜେଲମ,୯।୪: ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଉତ୍ତେଜନା ମଧ୍ୟରେ, ଲେବାନନ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ କୂଟନୈତିକ ପଦକ୍ଷେପ ଉଭା ହୋଇଛି। ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଯଥାଶୀଘ୍ର…

ଅପେକ୍ଷାର ଅନ୍ତ! ରୟାଲ ଏନ୍‌ଫିଲ୍ଡ ଲଞ୍ଚ କଲା ପ୍ରଥମ ଇଲେକ୍ଟ୍ରିକ୍‌ ବାଇକ୍‌, ଜବରଦସ୍ତ ଫିଚର ସହ ମୂଲ୍ୟ…

ନୂଆଦିଲ୍ଲୀ,୯।୪: ଅପେକ୍ଷାର ଅନ୍ତ ଘଟିଛି। ଭାରତୀୟ ବଜାରରେ ରୟାଲ ଏନଫିଲ୍ଡ (Royal Enfield) ନିଜର ପ୍ରଥମ ଇଲେକ୍ଟ୍ରିକ ମୋଟରସାଇକେଲ ’ଫ୍ଲାଇଙ୍ଗ ଫ୍ଲି ସି୬’ (Flying Flea C୬)କୁ…

ଇସଲାମାବାଦରେ ଇରାନ-ଆମେରିକା ଆଲୋଚନା ଉପରେ ଆତଙ୍କବାଦୀ ଆକ୍ରମଣ ପାଇଁ ଷଡଯନ୍ତ୍ର!

ଇସଲାମାବାଦ,୯।୪: ଶୁକ୍ରବାର (୧୦ ଏପ୍ରିଲ, ୨୦୨୬) ପାକିସ୍ତାନରେ ଆମେରିକା ଏବଂ ଇରାନ ମଧ୍ୟରେ ଆଲୋଚନା ଆରମ୍ଭ ହେବାକୁ ଥିବା ଆଲୋଚନା ପୂର୍ବରୁ, ଆମେରିକୀୟ ଗୁପ୍ତ ସେବାର ୨୩…

ଦଳର ଘୋଷଣା ପତ୍ର ପୂର୍ବରୁ ମୋଦିଙ୍କ ମାଷ୍ଟରଷ୍ଟ୍ରୋକ୍‌

କୋଲକାତା,୯।୪: ଶୁକ୍ରବାର ପଶ୍ଚିମବଙ୍ଗ ପାଇଁ ଭାଜପା ଏହାର ଇସ୍ତାହାର ଘୋଷଣା କରିବାକୁ ଯାଉଛି। ଏହି ଘୋଷଣା ପୂର୍ବରୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଶ୍ଚିମବଙ୍ଗର ଲୋକଙ୍କ ପାଇଁ ଛଅଟି…

କାଲିଠୁ ଏହି ୫ ରାଶିର ଫିଟିବ ଭାଗ୍ୟ, ଧନ ବର୍ଷା କରିବେ ଶୁକ୍ର-ଶନି; ଆପଣଙ୍କ ରାଶି…

ଆସନ୍ତାକାଲି ଅର୍ଥାତ ୨୦୨୬ ଏପ୍ରିଲ ୧୦ ତାରିଖ ସକାଳ ୪ଟା ୩୯ ମିନିଟ୍‌ରେ ମହାକାଶରେ ଏକ ବିରଳ ଜ୍ୟୋତିଷୀୟ ଘଟଣା ଘଟିବାକୁ ଯାଉଛି। ଶୁକ୍ର ଏବଂ ଶନି…

‘ଆମ ଆଙ୍ଗୁଠି ଏବେବି ଟ୍ରିଗର ଉପରେ ଅଛି…’, ପାକିସ୍ତାନରେ ଆମେରିକା ସହିତ ବୈଠକ ପୂର୍ବରୁ ଇସ୍ରାଏଲକୁ ଖୋଲା ଧମକ ଦେଇଛି ଇରାନ

ତେହରାନ,୯।୪: ଶୁକ୍ରବାର (୧୦ ଏପ୍ରିଲ) ପାକିସ୍ତାନର ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ଶାନ୍ତି ଆଲୋଚନା ହେବାକୁ ଯାଉଛି। ଏହା ପୂର୍ବରୁ, ଇରାନ ଇସ୍ରାଏଲକୁ ଏକ ଧମକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri