ଖୁବ୍‌ଶୀଘ୍ର ପେଟ୍‌-ସିଟିସ୍କାନ୍‌ ସେବା

କଟକ ଅଫିସ,୧୩।୧୦: ଆଚାର୍ଯ୍ୟ ହରିହର ଆଞ୍ଚଳିକ କର୍କଟ କେନ୍ଦ୍ର ଲିନାକ୍‌ ବିଲ୍ଡିଂର ପ୍ରଥମ ମହଲାରେ ଖୁବ୍‌ଶୀଘ୍ର ସ୍ଥାପନ ହେବ ପେଟ୍‌ ସିଟିସ୍କାନ ମେଶିନ। ପବ୍ଲିକ-ପ୍ରାଇଭେଟ୍‌ ପାର୍ଟନରଶିପ୍‌ ପିପିପି ମୋଡ୍‌ରେ ଉକ୍ତ ମେଶିନ ଲଗାଯିବା ପାଇଁ ସ୍ଥିର ହୋଇଛି। ଏଥିପାଇଁ ଟେଣ୍ଡର ପ୍ରକ୍ରିୟା ସରିଛି। ଭିତ୍ତିଭୂମି କାର୍ଯ୍ୟ ମଧ୍ୟ ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ଆସନ୍ତା ଡିସେମ୍ବର ଶେଷ ସୁଦ୍ଧା ଏହି ମେଶିନ କାର୍ଯ୍ୟକ୍ଷମ ହେବାକୁ ଲକ୍ଷ୍ୟ ରଖାଯାଇଛି। ଏହାଦ୍ୱାରା ରୋଗୀଙ୍କୁ ମାଗଣାରେ ଚିକିତ୍ସା ଯୋଗାଇ ଦିଆଯାଇପାରିବ ବୋଲି କର୍କଟ କେନ୍ଦ୍ରର ନିର୍ଦ୍ଦେଶକ ଡ. ଲଲାଟେନ୍ଦୁ ଷଡଙ୍ଗୀ କହିଛନ୍ତି। ଏବେ ପେଟ୍‌-ସିଟିସ୍କାନ କରିବା ପାଇଁ ରୋଗୀମାନେ ନିର୍ଦ୍ଦିଷ୍ଟ ଘରୋଇ ହସ୍ପିଟାଲ ଉପରେ ନିର୍ଭର କରୁଛନ୍ତି। ଏଥିପାଇଁ ସେମାନଙ୍କୁ ଥରକରେ ୨୦ରୁ ୨୫ହଜାର ଟଙ୍କା ଖର୍ଚ୍ଚ କରିବାକୁ ପଡୁଛି। ମାତ୍ର ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ରରେ ଏହି ମେଶିନ କାର୍ଯ୍ୟକ୍ଷମ ହେଲେ ରୋଗୀଙ୍କୁ ଆଉ ଖର୍ଚ୍ଚ କରିବାକୁ ପଡିବ ନାହିଁ। ଏହି ବ୍ୟବସ୍ଥାକୁ କାର୍ଯ୍ୟକ୍ଷମ କରିବା ପାଇଁ ଦାୟିତ୍ୱ ନେଇଥିବା କଲେଜଛକସ୍ଥିତ ଆଡ୍‌ ଆନେକ୍ସର ମାଲିକ ଚିନ୍ମୟ ବଳ କହିଛନ୍ତି, ୯ କୋଟି ଟଙ୍କା ବ୍ୟୟରେ ଏହି ମେଶିନକୁ ଆମେ ଜର୍ମାନୀସ୍ଥିତ ସିମେନ୍ସ କମ୍ପାନୀରୁ ମଗାଇଛୁ । ହେଲେ ସରକାରୀ କଟକଣା ଯୋଗୁ ମେଶିନ ଆସିବାରେ ବିଳମ୍ବ ହେଉଛି। ଏହି ମେଶିନ ଆଣିବା ଓ ଲଗାଇବା ପାଇଁ ଭାରତର ଆଟମିକ୍‌ ଏନର୍ଜି ରେଗୁଲେଟୋରି ବୋର୍ଡର ଅନୁମତି ଅବଶ୍ୟକ। ଏହି ଚିକିତ୍ସା ବେଳେ ଆବଶ୍ୟକ ହେଉଥିବା ରୋଗୀଙ୍କ ଔଷଧ ପାଇଁ ମଧ୍ୟ ଉକ୍ତ ବୋର୍ଡର ଅନୁମତି ଆବଶ୍ୟକ। ତେବେ କମ୍ପାନୀର ୩ ବର୍ଷର ଅଭିଜ୍ଞତା ଥିବାରୁ ଆମେ ଉଚିତ ସେବା ଯୋଗାଇ ପାରିବୁ। ଏହାଦ୍ୱାରା ରୋଗୀ ମାଗଣାରେ ଚିକିତ୍ସିତ ହେବେ। ଏଥିପାଇଁ ସରକାର ପ୍ରତ୍ୟେକ ରୋଗୀ ପିଛା ୬୭୦୦ ଟଙ୍କା କମ୍ପାନୀକୁ ପଇଠ କରିବେ ବୋଲି ସେ କହିଛନ୍ତି।
କିଛିଦିନ ପୂର୍ବରୁ କର୍କଟ କେନ୍ଦ୍ରରେ ଆରମ୍ଭ ହୋଇଛି ନିଃଶୁଳ୍କ ଏମ୍‌ଆରଆଇ ଓ ସିଟିସ୍କାନ ପରୀକ୍ଷା। ଲିନାକ୍‌ କୋଠାର ଦ୍ୱିତୀୟ ମହଲାରେ ଉକ୍ତ ମେଶିନ ସ୍ଥାପନ କରାଯାଇଛି। ୧୦ ହଜାର ବର୍ଗଫୁଟରେ ଲିନାକ୍‌ ବିଲ୍ଡିଂ ନିର୍ମାଣ କରାଯାଇ ଏହି ସ୍ବତନ୍ତ୍ର ୟୁନିଟ୍‌ ଖୋଲାଯାଇଛି। ପିପିପି ମୋଡ୍‌ରେ ଏହି ବ୍ୟବସ୍ଥା କରାଯାଇଛି। କର୍କଟ ରୋଗର ନିରାକରଣ ପାଇଁ ଏମ୍‌ଆରଆଇ ଓ ସିଟିସ୍କାନ ମେଶିନର ଆବଶ୍ୟକତା ଥିବା ହସ୍ପିଟାଲ କର୍ତ୍ତୃପକ୍ଷ ରାଜ୍ୟ ସରକାରଙ୍କୁ ଜଣାଇଥିଲେ। ଏବେ ପେଟ୍‌-ସିଟିସ୍କାନ ହେଲେ କର୍କଟ କେନ୍ଦ୍ରରେ ରୋଗୀ ସେବା ଆହୁରି ସହଜ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଟ୍ରେନ୍‌ ଟିକେଟ ବୁକିଂ ନିୟମ ବଦଳାଇଲା IRCTC, ଯାତ୍ରା କରିବାକୁ ଥିଲେ ଜାଣି ନିଅନ୍ତୁ…

ନୂଆଦିଲ୍ଲୀ,୩୦।୧୨: ଭାରତୀୟ ରେଳବାଇ ଆଧାର-ଯାଞ୍ଚ ହୋଇଥିବା IRCTC ଆକାଉଣ୍ଟ୍ ଧାରୀମାନଙ୍କ ପାଇଁ ବଡ଼ ରାହତ ଘୋଷଣା କରିଛି। ଆଡ଼ଭାନ୍ସ ରିଜର୍ଭେସନ୍ ପିରିଅଡ୍ (ARP)ର ପ୍ରଥମ ଦିନରେ...

ମହିଳାକୁ ହତ୍ୟା ଅଭିଯୋଗ, ପୋଲିସର ତନାଘନା

ଗୋପାଳପୁର,୩୦ା୧୨(ନବୀନ ରାଜ ଆଚାରୀ): ଗୋଳନ୍ଥରା ଥାନା ଅଞ୍ଚଳରେ ସୋମବାର ବିଳମ୍ବିତ ରାତିରେ ଜଣେ ମହିଳାଙ୍କୁ ତାଙ୍କ ସ୍ବାମୀ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଫାସୀନୂଆପଡା ଗ୍ରାମରେ...

ସୁରୁଖୁରୁରେ ଧାନକିଣାକୁ ଗୁରୁତ୍ୱ ଚାଷୀ, ସମବାୟ ଓ ଯୋଗାଣ ବିଭାଗ ଅଧିକାରୀଙ୍କୁ ନେଇ ବୈଠକ

ଛତ୍ରପୁର,୩୦ା୧୨(ଦିଲୀପ ସାମଲ): ଚଳିତ ବର୍ଷ ଜିଲାରେ ଧାନକିଣା ସୁରୁଖୁରୁରେ କରିବା ପାଇଁ ମଙ୍ଗଳବାର ଚାଷୀ, ସମବାୟ ଓ ଯୋଗାଣ ବିଭାଗର ଅଧିକାରୀମାନଙ୍କୁ ନେଇ ତ୍ରିପାକ୍ଷିକ ବୈଠକ...

ଆର୍‌ସିବିକୁ ବଡ଼ ଝଟ୍‌କା, ଏହି କାରଣରୁ ଖେଳିବେ ନାହିଁ…

ନୂଆଦିଲ୍ଲୀ, ୩୦।୧୨: ମହିଳା ପ୍ରିମିଅର୍ ଲିଗ୍ (WPL) ୨୦୨୬ ଆରମ୍ଭ ହେବାକୁ ମାତ୍ର କିଛି ଦିନ ବାକି ଥିବାବେଳେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗଲୁରୁ (RCB) ଟିମ୍‌କୁ...

ରାଜ୍ୟସ୍ତରୀୟ ଟାଏକୋଣ୍ଡୋରେ ସଫଳତା: ଛୁଟୁଛି ଶୁଭେଚ୍ଛାର ସୁଅ

ରାଇକିଆ,୩୦ା୧୨ (ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ସେଣ୍ଟ କ୍ୟାଥରିନ ବିଦ୍ୟାଳୟରଛାତ୍ରୀଛାତ୍ରମାନେ ରାଜ୍ୟସ୍ତରୀୟ ଟାଏକୋଣ୍ଡୋ କ୍ରୀଡ଼ାରେ ସଫଳତା ଅର୍ଜନ କରିଛନ୍ତି। ଭଦ୍ରକ ଠାରେ ଅନୁଷ୍ଠିତ ୩ଦିନିଆ...

କଳାହାଣ୍ଡି ଉତ୍ସବ ଲାଗି ପ୍ରସ୍ତୁତି ବୈଠକକୁ ନେଇ ପ୍ରଶ୍ନବାଚୀ: ଅନୁପସ୍ଥିତ ରହିଲେ ଉପରିସ୍ଥ ଅଧିକାରୀ, ଜାନୁଆରୀ ୯ରେ…

ଥୁଆମୂଳ ରାମପୁର,୩୦।୧୨(ଦୁର୍ଗା କୀର୍ତ୍ତି): ଆସନ୍ତା ୨୮ତମ କଳାହାଣ୍ଡି ଉତ୍ସବ ’ଘୁମୁରା-୨୦୨୬’ ଅବସରରେ ମାହୁଲପାଟଣା ସ୍ଥିତ ଇନ୍ଦ୍ରାବତୀ ଜଳଭଣ୍ଡାରର କେନ୍ଦୁଗୁଡ଼ା ଘାଟଠାରେ ଆୟୋଜିତ ହେବାକୁ ଥିବା ପାରମ୍ପରିକ...

ଟିମ୍‌ ଇଣ୍ଡିଆକୁ ଫେରିପାରନ୍ତି ମହମ୍ମଦ ସାମି: ବିଶ୍ୱକପ୍ ପୂର୍ବରୁ ବଦଳିପାରେ ଚୟନକର୍ତ୍ତାଙ୍କ ନିଷ୍ପତି

ମୁମ୍ବାଇ,୩୦।୧୨: ଅଭିଜ୍ଞ ଦ୍ରୁତ ବୋଲର ମହମ୍ମଦ ସାମିଙ୍କୁ ନେଇ ବିସିସିଆଇ ଚୟନକର୍ତ୍ତା ଏକ ବଡ଼ ନିଷ୍ପତ୍ତି ନେବାକୁ ଯାଉଛନ୍ତି। ଫିଟ୍‌ନେସ୍‌ ଏବଂ ବୟସକୁ ନେଇ ଚାଲିଥିବା...

ରାସ୍ତାକଡ଼ରେ ପଡ଼ିଛି ନବଜାତ ଶିଶୁପୁତ୍ରର ମୃତଦେହ, କିଏ-କାହିଁକି ଫିଙ୍ଗି…

ରାୟଗଡ଼ା,୩୦।୧୨(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡ଼ା ସହର ମହିଳା ମହାବିଦ୍ୟାଳୟ ପାର୍ଶ୍ୱ ଗଳିରେ ରିଙ୍ଗ ରୋଡକୁ ସଂଯୋଗ କରୁଥିବା ରାସ୍ତାକଡ଼ରେ ଏକ ନବଜାତ ଶିଶୁପୁତ୍ର ମୃତଦେହ ପଡ଼ିଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri