Posted inଜାତୀୟ

ମା’ କ୍ଷୀରରେ କୀଟନାଶକ

ଲକ୍ଷ୍ନୌ,୩୧।୧:ନବଜାତ ଶିଶୁଙ୍କ ପାଇଁ ମା’ କ୍ଷୀର ପ୍ରଥମ ଆହାର। ଗୁରୁତ୍ୱ ଦୃଷ୍ଟିରୁ ଏହାକୁ ଅମୃତ ଆଖ୍ୟା ଦିଆଯାଇଛି। ଡାକ୍ତରଙ୍କ ମତରେ ମା’ କ୍ଷୀରରୁ ହିଁ ଶିଶୁକୁ ପୋଷକତତ୍ତ୍ୱ ମିଳିଥାଏ, ଯାହା ଶାରୀରିକ ଓ ମସ୍ତିଷ୍କ ବିକାଶରେ ସାହାଯ୍ୟ କରେ। ତେବେ ଏହି ଆହାର ଏବେ ଘାତକ ସାବ୍ୟସ୍ତ ହୋଇଛି। ଲକ୍ଷ୍ନୌର କୁଇନ୍‌ ମାରି ହସ୍ପିଟାଲ ପକ୍ଷରୁ କରାଯାଇଥିବା ଅଧ୍ୟୟନ ଅନୁସାରେ ମା’ କ୍ଷୀରରେ ପେଷ୍ଟିସାଇଡ୍‌ (କୀଟନାଶକ) ରହିଛି। ଏଥିଯାଗୁ ଉତ୍ତର ପ୍ରଦେଶର ମହାରାଜଗଞ୍ଜରେ ୧୧୧ ଶିଶୁ ମା’ କ୍ଷୀର ପିଇ ପ୍ରାଣ ହରାଇଛନ୍ତି। ଗର୍ଭବତୀ ମହିଳାଙ୍କ କ୍ଷୀରରେ ପେଷ୍ଟିସାଇଡ୍‌ ରହିଛି ବୋଲି ଦାବି କରୁଥିବା କୁଇନ୍‌ ମାରି ହସ୍ପିଟାଲ ପକ୍ଷରୁ କରାଯାଇଥିବା ଅଧ୍ୟୟନରେ ମୋଟ ୧୩୦ ଗର୍ଭବତୀ ମହିଳାଙ୍କୁ ସାମିଲ କରାଯାଇଥିଲା। ସେମାନଙ୍କ ମଧ୍ୟରେ କେତେଜଣ ମାଂସାହାରୀ ଥିବାବେଳେ ଆଉ କେତେକେ ଶାକାହାରୀ ରହିଥିଲେ। ଅଧ୍ୟୟନ ମୁଖ୍ୟ ପ୍ରଫେସର୍‌ ସୁଜାତା ଦେବ, ଡା. ଅବ୍ବାସ ଅଲି ମେହେନ୍ଦି ଏବଂ ଡା. ନୈନା ଦ୍ୱିବେଦୀଙ୍କ ମତରେ ଉଭୟ ମାଂସାହାରୀ ଓ ଶାକାହାରୀ ଗର୍ଭବତୀଙ୍କ କ୍ଷୀରରେ ପେଷ୍ଟିସାଇଡ୍‌ ରହିଛି। କିନ୍ତୁ ମାଛ, ମାଂସ ଖାଉଥିବା ଗର୍ଭବତୀଙ୍କ ତୁଳନାରେ କେବଳ ପନିପରିବା ଖାଉଥିବା ମହିଳାଙ୍କ କ୍ଷୀରରେ କମ୍‌ ପରିମାଣର ପେଷ୍ଟିସାଇଡ୍‌ ଅଛି। କେମିକାଲ୍‌ ଫାର୍ମିଂ ଏହାର ମୁଖ୍ୟ କାରଣ ବୋଲି ଅଧ୍ୟୟନରୁ ଜଣାପଡ଼ିଛି। ପନିପରିବା ଏବଂ ଶସ୍ୟ ଉତ୍ପାଦନ କ୍ଷେତ୍ରରେ କୃଷକମାନେ ବିଭିନ୍ନ ପ୍ରକାରର ରାସାୟନିକ ପଦାର୍ଥମାନ ପ୍ରୟୋଗ କରୁଥିବା ଦେଖାଯାଉଛି। ଅନ୍ୟପକ୍ଷେ ସମୟ ପୂର୍ବରୁ ପଶୁମାନଙ୍କ ଶାରୀରିକ ବିକାଶ ପାଇଁ ପେଷ୍ଟିସାଇଡ୍‌ରେ ତିଆରି ବିଭିନ୍ନ କେମିକାଲ ସପ୍ଲିମେଣ୍ଟ ଇଞ୍ଜେକ୍ସନ୍‌ ମାଧ୍ୟମରେ ସେମାନଙ୍କୁ ଦିଆଯାଉଛି।
୧୦ ମାସ ଭିତରେ ମହାରାଜଗଞ୍ଜରେ ୧୧୧ ନବଜାତକ ଅଜଣା ରୋଗରେ ପ୍ରାଣ ହରାଇବା ପରେ ଏହା ପଛର କାରଣ ଖୋଜିବା ଲାଗି ଜିଲାପାଳ ନିର୍ଦ୍ଦେଶ ଦେଇଥିଲେ। ଏ ନେଇ ଚିଫ୍‌ ଡେଭଲପମେଣ୍ଟ ଅଫିସର (ସିଡିଓ)ଙ୍କ ଅଧ୍ୟକ୍ଷତାରେ ତିନିଜଣିଆ ସଦସ୍ୟଙ୍କୁ ନେଇ ଏକ କମିଟି ଗଠନ କରାଯାଇଥିଲା। ପ୍ରଥମେ ଜିଲାରେ ମା’ ଓ ଶିଶୁ ମୃତ୍ୟୁହାର ରିପୋର୍ଟ ନେଇ ଅଧ୍ୟୟନ ଆରମ୍ଭ କରାଯାଇଥିଲା। ପରବର୍ତ୍ତୀ ସମୟରେ କେତେଜଣ ଗର୍ଭବତୀଙ୍କ କ୍ଷୀରକୁ ନେଇ ପରୀକ୍ଷା ନିରୀକ୍ଷା କରିବା ପରେ ଶାକାହାରୀଙ୍କ ତୁଳନାରେ ମାଂସାହାରୀଙ୍କ କ୍ଷୀରରେ ୩ଗୁଣା ଅଧିକ ପେଷ୍ଟିସାଇଡ୍‌ ଥିବା ଅଧ୍ୟୟନ ରିପୋର୍ଟରୁ ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

କଂସଙ୍କ ମଥୁରା ଭ୍ରମଣ, ନନ୍ଦ ଦରବାର ଉଦ୍‌ଘାଟିତ

ମଥୁରାନଗରୀ/ଗୋପପୁର,୨୭।୧୨(ପ୍ରେମାନନ୍ଦ ଖମାରୀ):ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବର ଶୁକ୍ରବାର ଥିଲା ତୃତୀୟ ଦିବସ। ଅନ୍ୟଦିନ ଭଳି କଂସ ମହାରାଜ ନିଜ ପାତ୍ରମନ୍ତ୍ରୀଙ୍କ ସହିତ ରାଜମହଲରୁ...

ଜାହାଜକୁ ଆରେଷ୍ଟ କର: ବଡ଼ ରାୟ ଦେଲେ ହାଇକୋର୍ଟ

କଟକ,୨୭।୧୨(କାର୍ତ୍ତିକ ସାହୁ):ପାରାଦୀପ ବନ୍ଦରରେ ଅଟକିଥିବା ଏକ ଜାହାଜକୁ ଆରେଷ୍ଟ କରିବାକୁ ହାଇକୋର୍ଟ ଶୁକ୍ରବାର ନିର୍ଦ୍ଦେଶ ଦେଇଛନ୍ତି। ଜଷ୍ଟିସ ଏମ୍‌.ଏସ୍‌. ରମଣଙ୍କୁ ନେଇ ଗଠିତ ଅବକାଶକାଳୀନ ଖଣ୍ଡପୀଠ...

ମୀନ ରାଶିରେ ଚନ୍ଦ୍ରଦେବ, ବର୍ଷର ଶେଷ ଶନିବାରରେ କନ୍ୟା ରାଶି ସମେତ ଏହି ରାଶି ପାଇଁ ଶୁଭ

ଆଜି ଭାବପ୍ରବଣ ସଚେତନତା ଏବଂ ନୀରବ ଆତ୍ମନିରୀକ୍ଷଣର ଦିନ। ମୀନ ରାଶିରେ ଚନ୍ଦ୍ରର ଭ୍ରମଣ ସହାନୁଭୂତି, କଳ୍ପନା ଏବଂ ଆନ୍ତରିକ ଶାନ୍ତିକୁ ପ୍ରୋତ୍ସାହିତ କରେ। ଆଜିର...

କେନ୍ଦ୍ରର କଣ୍ଟ ଜାନୁଆରୀ ୩୧: ସମ୍ପତ୍ତି ତାଲିକା ଦାଖଲ ନ କଲେ….

ନୂଆଦିଲ୍ଲୀ,୨୭ା୧୨ (ପି.ଟି.):ଭାରତୀୟ ପ୍ରଶାସନିକ ସେବା (ଆଇଏଏସ୍‌) ଅଧିକାରୀମାନେ ଉପଯୁକ୍ତ ସମୟ ମଧ୍ୟରେ ନିଜ ସମ୍ପତ୍ତି ତାଲିକା ଦାଖଲ କରିବେ। ଏଥିରେ ବିଫଳ ହେଲେ ବାବୁମାନଙ୍କ ବିରୋଧରେ...

ଆଜି ଓଡ଼ିଶା ଆସୁଛନ୍ତି ଭାରତର ନିର୍ବାଚନ କମିଶନର, ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ କରିବେ ଦର୍ଶନ

ଭୁବନେଶ୍ୱର, ୨୭|୧୨(ସୁନିତ୍‌ ମିଶ୍ର):  ଭାରତର ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାର ଶନିବାରଠାରୁ ୩ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି । ଶନିବାର ସେ ପୁରୀରେ...

୩୦ ବ୍ଲକରୁ ଘୁଞ୍ଚିବ ଦାଦନ ଦୁଃଖ: ଶ୍ରମିକଙ୍କୁ ମିଳିବ ୯୮ ଟଙ୍କାର ଟପ୍‌ଅପ୍‌

ଭୁବନେଶ୍ୱର,୨୭।୧୨(ରବିନାରାୟଣ ଜେନା):ରାଜ୍ୟକୁ ଦାଦନମୁକ୍ତ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରାଯିବାକୁ ଯୋଜନା ରହିଛି। ରାଜ୍ୟ ସରକାର ବଲାଙ୍ଗୀର ଅଞ୍ଚଳର...

ଏହି ରାଶି ଉପରେ ଶନିଙ୍କ ପ୍ରକୋପ, ସାଢେ ସତୀ ଚାଲିରେ ବରବାଦ ହୋଇଯିବେ!

୨୦୨୬ରେ, ଶନି ସାରା ବର୍ଷ ପାଇଁ ମୀନ ରାଶିରେ ଭ୍ରମଣ କରିବେ, ଯାହା ଫଳରେ ମେଷ, ମୀନ ଏବଂ କୁମ୍ଭ ରାଶି ଶନିଙ୍କ ସାଡେ ସତୀ...

ଭାଜପା ସରକାରର ବିଫଳତାକୁ ନେଇ ଗାଁକୁ ଯିବ ବିଜେଡି

ଭବାନୀପାଟଣା: ୨୬ା୧୨(ଉତ୍ତମ କୁମାର ଦାଶ):୨୮ ବର୍ଷ ଅତିକ୍ରମ କରି ୨୯ ବର୍ଷରେ ପାଦ ଦେଇଛି ବିଜୁ ଜନତା ଦଳ। ଏହି ଅବସରରେ ଶୁକ୍ରବାର କଳାହାଣ୍ଡି ଜିଲା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri