ରାଜ୍ୟରେ କାର୍ଯ୍ୟକାରୀ ହେବ ପେସା ଆଇନ, ସଶକ୍ତ ହେବ ଗ୍ରାମସଭା : ପଞ୍ଚାୟତିରାଜ ମନ୍ତ୍ରୀ

ଭୁବନେଶ୍ୱର,୩।୯: ରାଜ୍ୟରେ ପେସା ଆଇନ କାର୍ଯ୍ୟକାରୀ ହେବ। ଗ୍ରାମସଭାକୁ ସଶକ୍ତ କରାଯିବ। ମଙ୍ଗଳବାର ବିଧାନସଭା ପ୍ରଶ୍ନକାଳରେ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାଏକ କହିଛନ୍ତି । ସେ କହିଛନ୍ତି, ଆମ ଓଡ଼ିଶା ନବୀନ ଓଡ଼ିଶାରେ ଚାଲୁଥିବା ସମସ୍ତ କାମ ଚାଲୁ ରହିବ। ‘ଆମ ଓଡ଼ିଶା ନବୀନ ଓଡ଼ିଶା’ ଅର୍ଥ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ, ଗାଁ ଗହଳିରେ ଅର୍ପଣ ଚାଉଳ ସଂଗ୍ରହ ପାଇଁ ସଙ୍କୀର୍ତ୍ତନ ଓ କ୍ରୀଡ଼ା ବିକାଶ ପାଇଁ ଖର୍ଚ୍ଚ କରାଯାଇଛି। ସେ ବାବଦରେ ତର୍ଜମା କରାଯାଉଛି। କାମ କରିଥିବା ସଂସ୍ଥାକୁ ପାଉଣା ନିଶ୍ଚିତ ଦିଆଯିବ । ପଞ୍ଚାୟତ ପ୍ରତିନିଧିଙ୍କ କ୍ଷମତାକୁ ସଙ୍କୁଚିତ କରାଯାଇଛି। ଆମ ସରକାରରେ ସେମାନଙ୍କୁ ଆହୁରି କ୍ଷମତା ମିଳିବ। ୫୧୧ ନମ୍ବର ପ୍ରଶ୍ନର ମୂଳ ପ୍ରଶ୍ନ କଂଗ୍ରେସ ସଭ୍ୟ ତାରାପ୍ରସାଦ ବାହିନୀପତି ପଚାରିଥିଲେ ଗତ ୫ ବର୍ଷରେ ରାଜ୍ୟରେ ଥିବା ବିଭିନ୍ନ ପଞ୍ଚାୟତକୁ ବିକାଶମୂଳକ କାମ ପାଇଁ କେତେ ଟଙ୍କା ଦିଆଯାଇଛି।

ମନ୍ତ୍ରୀ କହିଛନ୍ତି, ରାଜ୍ୟରେ ଥିବା ସମସ୍ତ ପଞ୍ଚାୟତକୁ ବିକାଶମୂଳକ କାମ ପାଇଁ ରାଜ୍ୟ ପଞ୍ଚମ ଅର୍ଥ କମିଶନ ଓ କେନ୍ଦ୍ର ପଞ୍ଚଦଶ ଅର୍ଥ କମିଶନଙ୍କ ଅନୁଦାନ ପ୍ରଦାନ କରାଯାଇଥାଏ। ବିକାଶମୂଳକ କାମ ପାଇଁ ରାଜ୍ୟ ଅର୍ଥ କମିଶନଙ୍କ ଅନୁଦାନ ଅଧୀନରେ ୨୦୧୯-୨୦ ଆର୍ଥିକ ବର୍ଷରେ ୩୭୦.୫୯ କୋଟି ଟଙ୍କା ଏବଂ ୨୦୨୦-୨୧ରୁ ୨୦୨୩-୨୪ ପର୍ଯ୍ୟନ୍ତ ପ୍ରତ୍ୟେକ ବର୍ଷ ପାଇଁ ୫୪୯.୦୫ କୋଟି ଟଙ୍କା ପ୍ରଦାନ କରାଯାଇଛି। ସେହିପରି କେନ୍ଦ୍ର ଅର୍ଥ କମିଶନ ଅଧୀନରେ ୨୦୧୯-୨୦ରେ ୨୩୮୯.୫୪ କୋଟି ଟଙ୍କା ଦିଆଯାଇଥିବା ବେଳେ ୨୦୨୦-୨୧ରେ ୧୫୮୦.୬୦ କୋଟି, ୨୦୨୧-୨୨ରେ ୧୧୬୮.୩୦, ୨୦୨୨-୨୩ରେ ୧୨୦୯.୬୦ ଏବଂ ୨୦୨୩-୨୪ ଆର୍ଥିକ ବର୍ଷରେ ୧୨୨୨.୮୩ କୋଟି ଟଙ୍କା ପ୍ରଦାନ କରାଯାଇଛି। ଏହାଛଡ଼ା ଜାତୀୟ ନିଶ୍ଚିତ କର୍ମନିଯୁକ୍ତି ଯୋଜନାରେ ବିକାଶମୂଳକ କାର୍ଯ୍ୟ ପାଇଁ ପଞ୍ଚାୟତଗୁଡିକୁ ଅନୁଦାନ ପ୍ରଦାନ କରାଯାଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ପାକିସ୍ତାନ କ୍ରିକେଟରେ ହଇଚଇ: ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ମହମ୍ମଦ ରିଜୱାନ

ଇସଲାମାବାଦ,୧୭।୯: ସମ୍ପ୍ରତି ଶେଷ ହୋଇଥିବା ପାକିସ୍ତାନ-ଇଂଲଣ୍ଡ ଟେଷ୍ଟ ସିରିଜ ବିବାଦ ଘେରରେ ରହିଥିଲା। ଦ୍ୱିତୀୟ ଟେଷ୍ଟ ମ୍ୟାଚ ପରେ, ମହମ୍ମଦ ରିଜୱାନ, ଇମାମ-ଉଲ-ହକ ଏବଂ ସଲମାନ ଆଘାଙ୍କ…

ଦିଗପହଣ୍ଡିରେ ଆଶ୍ଚର୍ଯ୍ୟଜନକ ଘଟଣା; ସ୍ୱପ୍ନାଦେଶ ପରେ ମାଟିତଳୁ ମିଳିଲା ମା’ କାଳୀଙ୍କ ମୂର୍ତ୍ତି, ଗାଁ ଲୋକଙ୍କ ପୂଜାର୍ଚ୍ଚନା

ଦିଗପହଣ୍ଡି,୧୭।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଦେଖିବାକୁ ମିଳିଛି । ବି.ଯୁଧିଷ୍ଠିର ରେଡ୍ଡୀଙ୍କ ଘର…

ଛତ୍ରପୁର ସହରରେ କୁକୁର-ମାଙ୍କଡ଼ଙ୍କ ଉପଦ୍ରବ, ନିୟନ୍ତ୍ରଣ ପାଇଁ ଜିଲାପାଳଙ୍କ ଦୃଷ୍ଟି ଆକର୍ଷଣ କରି…

ଛତ୍ରପୁର,୧୭ା୯(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଜିଲାର ସଦରମହକୁମା ଛତ୍ରପୁର ସହରରେ ବୁଲା କୁକୁର ଓ ମାଙ୍କଡ଼ଙ୍କ ଉପଦ୍ରବ ଦିନକୁ ଦିନ ବଢ଼ୁଥିବା ନେଇ ସାଧାରଣରେ ଉଦ୍‌ବେଗ ପ୍ରକାଶ ପାଇଛି।…

ପ୍ରଧାନମନ୍ତ୍ରୀ ମୋଦିଙ୍କ ଜନ୍ମଦିନରେ ଯଜ୍ଞ କଲେ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା; ସିଜେପି (CJP)କହିଲା, ’ଆମେ ସେମାନଙ୍କଠାରୁ ଏଭଳି ନାଟକର…’

ନୂଆଦିଲ୍ଲୀ,୧୭।୯: ଦିଲ୍ଲୀର ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୭୬ତମ ଜନ୍ମଦିନ ଅବସରରେ ଆୟୋଜିତ ‘୧୦୮-କୁଣ୍ଡୀୟ ଯଜ୍ଞ’ରେ ଅଂଶଗ୍ରହଣ କରିଥିଲେ। ଏହି ଘଟଣାକୁ ନେଇ ବର୍ତ୍ତମାନ…

ବ୍ରେକଅପ୍‌ ଚର୍ଚ୍ଚା ଭିତରେ ମୁହଁ ଖୋଲିଲେ ଆକୃତି ଅଗ୍ରୱାଲ, ପୃଥ୍ବୀ ଶ’ଙ୍କୁ ନେଇ କହିଲେ…

ନୂଆଦିଲ୍ଲୀ,୧୭।୯: ଟିମ୍‌ ଇଣ୍ଡିଆରୁ ଦୀର୍ଘ ସମୟ ଧରି ଦୂରେ ଥିବା ଭାରତୀୟ ଓପନର ବ୍ୟାଟର ପୃଥ୍ୱୀ ଶ’ଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି ।…

ମୋଦିଙ୍କ ଜନ୍ମଦିନକୁ ନେଇ କଡ଼ା ସମାଲୋଚନା କଲେ ଭାଇ ବୀରେନ୍ଦ୍ର, କହିଲେ ମୋଦି କୌଣସି ମହାପୁରୁଷ ନୁହେଁ…

ନୂଆଦିଲ୍ଲୀ,୧୭।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ ଅବସରରେ ଭାଜପା ଦ୍ୱାରା ଆୟୋଜିତ ‘ଆଶୀର୍ବାଦ କା ଦିୟା’ (ଆଶୀର୍ବାଦର ଦୀପ) କାର୍ଯ୍ୟକ୍ରମକୁ ନେଇ ଆରଜେଡି (RJD) ବିଧାୟକ ଭାଇ…

ପାର୍ବଣ ପୂର୍ବରୁ ବଡ଼ ଖବର: ଶସ୍ତା ହେବ ଖାଇବା ତେଲ! ଆମଦାନୀ ଶୁଳ୍କ କମାଇବାକୁ ସରକାରଙ୍କ…

ନୂଆଦିଲ୍ଲୀ,୧୭।୯: ଦେଶରେ ବୃଦ୍ଧି ପାଉଥିବା ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀର ଦରଦାମ ମଧ୍ୟରେ ସାଧାରଣ ଲୋକଙ୍କ ପାଇଁ ଏକ ବଡ଼ ଆଶ୍ୱସ୍ତିକର ଖବର ସାମ୍ନାକୁ ଆସିଛି। ଆଗାମୀ ପାର୍ବଣ ଋତୁ…

ଡିସିପି ଜଗମୋହନ ମୀନାଙ୍କ ଇସ୍ତଫା ଗ୍ରହଣ କଲେ କେନ୍ଦ୍ର ସରକାର, ପୂର୍ବରୁ…

ଭୁବନେଶ୍ୱର,୧୭ା୯: ଡେପୁଟି କମିଶନର ଅଫ ପୋଲିସ(ଡିସିପି) ଜଗମୋହନ ମୀନାଙ୍କ ଇସ୍ତଫା ଗୃହୀତ ହୋଇଛି। କେନ୍ଦ୍ର ସରକାର ଏହି ଇସ୍ତଫାପତ୍ରକୁ ଆନୁଷ୍ଠାନିକ ଭାବେ ଗ୍ରହଣ କରିଛନ୍ତି। ଚାକିରିରୁ ଅବସର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?