କ୍ଷମତା ନିଶାରେ ସାଧାରଣ ଜନତାଙ୍କୁ ନିର୍ଯାତନା: ତାଲିକାରେ ରହିଛି ଏସବୁ ପ୍ରଶାସନିକ ଅଧିକାରୀଙ୍କ ନାମ…

ସୁରଜପୁର/ଇନ୍ଦୋର/ପଞ୍ଚକୁଲା/ଅଗରତାଲା,୨୩।୫: ପ୍ରଶାସନିକ ଅଧିକାରୀ କ୍ଷମତା ନିଶାରେ ସାଧାରଣ ଜନତାଙ୍କୁ ନିର୍ଯାତନା ଦେବା ଘଟଣା କିଛି ନୂଆ ନୁହେଁ। ଏବେ ଛତିଶଗଡରେ ସୁଜରପୁର କଲେକ୍ଟର ରଣବୀର ଶର୍ମା ଲକ୍‌ଡାଉନ୍‌ ସମୟରେ ଜଣେ ଯୁବକଙ୍କୁ ଚଟକଣି ମାରି ଚର୍ଚ୍ଚାର ପରିସରକୁ ଆସିଛନ୍ତି। ତାଙ୍କୁ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲା ପଦରୁ ହଟାଇଛନ୍ତି। ସେହିପରି ସୁରଜପୁର ଏସ୍‌ଡିଏମ୍‌ ପ୍ରକାଶ ସିଂ ରାଜପୁତ ଲକ୍‌ଡାଉନ୍‌ ସମୟରେ କଲେକ୍ଟରଙ୍କ ଷ୍ଟାଇଲ୍‌ରେ ଜଣେ ଯୁବକଙ୍କକୁ ଚଟକଣି ମାରିବା ସହିତ ବସଉଠ କରାଇଛନ୍ତି। ଏଭଳି ସାଧାରଣ ଜନତାଙ୍କୁ ନିର୍ଯାତନା ଦେଇଥିବା ପ୍ରଶାସନିକ ଅଧିକାରୀଙ୍କ ତାଲିକାରେ ଅନେକଙ୍କ ନାମ ରହିଛି। ଗତମାସରେ ପଶ୍ଚିମ ତ୍ରିପୁରାର ତତ୍‌କାଳୀନ କଲେକ୍ଟର ଶୈଳେଶ କୁମାର ଯାଦବ ଏକ ବିବାହ ଉତ୍ସବରେ ପହଞ୍ଚି ଅତିଥିଙ୍କ ସମେତ ବର କନ୍ୟା ତଥା ଉପସ୍ଥିତ ମହିଳାଙ୍କୁ ଖରାପ ବ୍ୟବହାର କରିବା ସହିତ ଧକା ମାରିବା ଅଭିଯୋଗ ହୋଇଥିଲା। ଏହାର ଭିଡ଼ିଓ ଭାଇରାଲ ହେବା ପରେ ତାଙ୍କୁ ନିଲମ୍ବିତ କରାଯାଇଥିଲା। ମଧ୍ୟପ୍ରଦେଶ ଇନ୍ଦୋର ଦେପାଲପୁର ତହସିଲ୍‌ଦାର ବଜରଙ୍ଗ ବାହାଦୂର କରୋନା କଟକଣା ଉଲ୍ଲଂଘନ କରିଥିବା ଜଣେ ବ୍ୟକ୍ତିଙ୍କୁ ଗୋଇଠା ମାରିବାର ଭିଡ଼ିଓ ଭାଇରାଲ ହୋଇଥିଲା। ତାଙ୍କ ବିରୋଧରେ ମାନବାଧିକାର କମିଶନ ପକ୍ଷରୁ ଏକ ମାମଲା ଦାଏର କରାଯାଇଥିଲା। ସେ ନିଜ ଜନ୍ମଦିନ ଖଣ୍ଡାରେ କେକ୍‌ କାଟି ବିବାଦୀୟ ହୋଇଥିଲେ। ସେହିପରି ଏହି ତାଲିକାରେ ମହିଳା ଆଏଏସ୍‌ ଅଫିସର ଜେତସ୍ବୀ ରାଣାଙ୍କ ନାମ ମଧ୍ୟ ରହିଛି। ଗତବର୍ଷ ଲକ୍‌ଡାଉନ୍‌ ସମୟରେ ରାଜସ୍ଥାନର ଚିତୌଡଢ଼ରେ ଏସ୍‌ଡିଏମ୍‌ ଭାବେ କାର୍ଯ୍ୟ କରୁଥିବା ତେଜସ୍ବୀ ପନିପରିବା ମଣ୍ଡିରେ ପହଞ୍ଚି ଭଙ୍ଗାରୁଜା କରିବା ସହିତ ଟଙ୍କା ଚିରି ଦେଇଥିଲେ। ଏହାର ଭିଡ଼ିଓ ଭାଇରାଲ ହେବାପରେ ତାଙ୍କୁ ଟ୍ରାନ୍ସଫର କରାଯାଇଥିଲା। ୨୦୨୦ ଅଗଷ୍ଟ ୨୧ରେ ହରିଆରାର ଆଇଜି ଥିବା ହେମନ୍ତ କଲସନ୍‌ ମଦ ନିଶାରେ ପଞ୍ଚକୁଲାରେ ଏକ ଘରେ ପଶି କେତେକ ମହିଳାଙ୍କୁ ଖରାପ ବ୍ୟବହାର କରିଥିଲେ। ଭିଡ଼ିଓ ଭାଇରାଲ ହେବା ପରେ ତାଙ୍କୁ ଗିରଫ କରାଯାଇ ପରେ ନିଲମ୍ବିତ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଫାଇନାଲ ପରୀକ୍ଷା ଦେବାକୁ ଯାଇ ଯୁକ୍ତ ୨ ଛାତ୍ରୀ ନିଖୋଜ, ଜଣେ ଯୁବକ ଅପହରଣ କରିନେଇଥିବା ନେଇ…

ଗଜପତି,୧୦।୨ (ଗିରିଧାରୀ ପରିଛା)-ଗଜପତି ଜିଲା ସଦରମହକୁମା ପାରଳାଖେମୁଣ୍ଡି ସହରର ଆଦର୍ଶ ଥାନା ସମ୍ମୁଖ ମାଧିକା ସାହିର ଜଣେ ଯୁକ୍ତ ଦୁଇ ଛାତ୍ରୀ ନିଖୋଜ ଥିବା ବେଳେ ତାଙ୍କୁ…

ଝଡାଫୁଙ୍କା ବାହାନାରେ ନାବାଳିକାଙ୍କୁ ବଳାତ୍କାର, ସୋନପୁର ଜେଲକୁ ଗଲେ…

ଡୁଙ୍ଗୁରିପାଲି, ୧୦ା୨(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ରାମପୁର ଥାନା ଅଞ୍ଚଳରେ ଝଡାଫୁଙ୍କା ବାହାନା କରି ଜଣେ ମାନସିକ ବିକାରଗ୍ରସ୍ତ ନାବାଳିକାଙ୍କୁ ବଳାତ୍କାର ଅଭିଯୋଗ ହୋଇଛି। ପୀଡିତା…

ଖୁଣ୍ଟାପୁର ଗ୍ରାମରେ ଡକାୟତି: ଫେରାର ହେବାକୁ ଉଦ୍ୟମ ବେଳେ ଜଣଙ୍କୁ ମାଡ଼ି ବସି ନିର୍ଧୁମ ଛେଚିଲେ ଗ୍ରାମବାସୀ, ପୋଲିସ…

ବୈଶିଙ୍ଗା,୧୦।୨(ରତନ ଦାଶ): ମୟୂରଭଞ୍ଜ ଜିଲାର ବୈଶିଙ୍ଗା ଥାନା ଅର୍ନ୍ତଗତ ଖୁଣ୍ଟାପୁର ଗ୍ରାମରେ ମଙ୍ଗଳବାର ସା ୭.୩୦ ସମୟରେ ୬ ଜଣ ଦୁର୍ବୃତ୍ତ ଡକାୟତି ଉଦ୍ଦେଶ୍ୟରେ ଚିନ୍ମୟ ମିଶ୍ରଙ୍କ…

ଯାଜପୁରରେ କୃମି ଔଷଧ ଖାଇ ୩୮ ଛାତ୍ରୀଛାତ୍ର ଅସୁସ୍ଥ

କଳିଙ୍ଗନଗର,୧୦।୨(ଶୁଭାଶିଷ ରାଉତ): ଯାଜପୁର ଜିଲା କୋରେଇ ବ୍ଲକ ଅନ୍ତର୍ଗତ ପଥରପଦା ପଞ୍ଚାୟତର ଓଚିନ୍ଦା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଜାତୀୟ କୃମି ନାଶକ ଦିବସ ଅବସରରେ…

ଅପରାହ୍ନରେ ସଚେତନତା, ସନ୍ଧ୍ୟାରେ ନିଆଁ; ହୁତୁହୁତୁ ହୋଇ ଜଳୁଛି ସୋରଦେବି ଜଙ୍ଗଲ…

ଭଞ୍ଜନଗର,୧୦।୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ସ୍ଥିତ ଘୁମୁସର ଉତ୍ତର ବନଖଣ୍ଡର ଲାଲସିଂ ନର୍ସରୀ ପରିସରରେ ମଙ୍ଗଳବାର ସକାଳୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ବନଖଣ୍ଡସ୍ତରୀୟ ବନାଗ୍ନୀ ପ୍ରଶମନ ସଚେତନତା…

Rare Solar Eclipse: ୧୦୦ବର୍ଷ ପରେ ଅତି ବିରଳ ସୂର୍ଯ୍ୟ ପରାଗ, ଦିନ ୧୨ଟାରେ ଭାରତରେ ଘୋଟିଯିବ କିଟକିଟ ଅନ୍ଧାର! ପକ୍ଷୀମାନେ କରିବେ…

ଆଗକୁ ଏକ ଏମିତି ସୂର୍ଯ୍ୟପରାଗ ଆସୁଛି ଯାହା ସମସ୍ତଙ୍କୁ ଚମକାଇ ଦେବ । ଦିନ ୧୨ଟାରେ ସବୁକିଛି ଅନ୍ଧାର ହୋଇଯିବ । ଦିନ ହଠାତ୍ ରାତିରେ ପରିଣତ…

୧୦ ଉଇକେଟରେ ଜିତିଲା ନ୍ୟୁଜିଲାଣ୍ଡ

ଚେନ୍ନାଇ,୧୦ା୨- ଟି୨୦ ବିଶ୍ୱକପ୍‌ରେ ମଙ୍ଗଳବାର ଖେଳାଯାଇଥିବା ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡ ୧୦ ଉଇକେଟରେ ୟୁଏଇକୁ ପରାସ୍ତ କରିଛି। ୟୁଏଇ ଦ୍ୱାରା ଧାର୍ଯ୍ୟ ୧୭୪ ରନ୍‌ର ଟାର୍ଗେଟ୍‌କୁ ଟିମ୍‌ ସିଫର୍ଟ…

ଭାରତରେ କଠୋର ହେଲା AI ନିୟମ: ୩ ଘଣ୍ଟା ମଧ୍ୟରେ ହଟାଯିବ ଏସବୁ ପୋଷ୍ଟ

ନୂଆଦିଲ୍ଲୀ,୧୦।୨: AI ଏବଂ ଡିପଫେକ୍’ର ଅପବ୍ୟବହାର ରୋକିବା ପାଇଁ ଭାରତ ସରକାର ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ନୂତନ ଆଇଟି ନିୟମ ଅନୁଯାୟୀ, ସୋସିଆଲ ମିଡିଆ ପ୍ଲାଟଫର୍ମଗୁଡ଼ିକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri