ଏମ୍‌ବିଏ ନାମଲେଖା ପାଇଁ ଅନୁମତି

ଭୁବନେଶ୍ୱର, ୧୬।୧୨(ବ୍ୟୁରୋ): ରାଜ୍ୟରେ ଥିବା ଏମ୍‌ବିଏ ଶିକ୍ଷାନୁଷ୍ଠାନରେ ନାମଲେଖା ପାଇଁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି। ଯେଉଁ ଛାତ୍ରୀଛାତ୍ରମାନେ ୟୁଜି ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି, ସେମାନେ ଏମ୍‌ବିଏ ନାମଲେଖାଇ ପାରିବେ। ମାର୍କ ଆଧାରରେ ସ୍ପଟ୍‌ କାଉନ୍‌ସେଲିଂ କରାଯାଇ ନାମଲେଖା ହେବ। ତେବେ ଏମ୍‌ବିଏ ନାମଲେଖା ପାଇଁ ପ୍ରବେଶିକା ପରୀକ୍ଷା ଦେଇଥିବା ଛାତ୍ରୀଛାତ୍ରଙ୍କୁ ଅଗ୍ରାଧିକାର ଦିଆଯିବ। ତେବେ ଏହା କେବଳ ୨୦୨୦-୨୧ ଶିକ୍ଷାବର୍ଷ ପାଇଁ ଉଦ୍ଦିଷ୍ଟ ଅଟେ। କୋଭିଡ୍‌-୧୯ର ସ୍ଥିତିକୁ ନେଇ ରାଜ୍ୟ ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି। ଏ ନେଇ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର ଯୁଗ୍ମ ନିର୍ଦ୍ଦେଶକ ଡ. ଏ. କେ. ନାୟକ ଓଜେଇଇ ଚେୟାରମ୍ୟାନଙ୍କୁ ଚିଠି ଲେଖି ଜଣାଇଛନ୍ତି।