ଶିକ୍ଷାରେ ଅଭିନୟ କଳା

ଶିକ୍ଷା କ୍ଷେତ୍ରରେ ଶିକ୍ଷାଦାନରେ ଶିଶୁଟି କେତେ ଗ୍ରହଣ କରିପାରିଥାଏ, ତାହା ନିର୍ଭର କରେ ଶିକ୍ଷକଙ୍କ ଶିକ୍ଷାଦାନ ଓ ତାଙ୍କର ମନୋଭାବ, ପ୍ରେରଣା, ପିତାମାତା, ବିଦ୍ୟାଳୟର ଭିତ୍ତିଭୂମି ଓ ପରିବେଶ ଏହିଭଳି ଅନେକ କିଛି ଉପରେ। କିଛିଦିନ ତଳେ ଭାଷାକୁ କିପରି ନାଟକ ମାଧ୍ୟମରେ ଶିକ୍ଷା ଦିଆଯାଇପାରିବ, ସେ ସମ୍ପର୍କରେ ଏକ କର୍ମଶାଳାରେ ଯୋଗଦେବାର ସୁଯୋଗ ପାଇଥିଲି। ତାଲିମଦାତା ଜଣକ ନାଟକ ମାଧ୍ୟମରେ ଶିଶୁର ଭାଷାର ବିକାଶ ହୋଇପାରିବ, ପଠନ ଦକ୍ଷତା ବୃଦ୍ଧି, ଶିଶୁଙ୍କୁ କିପରି ନାଟକ ଶିଖାଯାଇପାରିବ, ଭାଷା ସହିତ କିପରି ନାଟକ ଶିଖିବେ, ବିଷୟଟିକୁ ଭଲ ଭାବରେ ଗ୍ରହଣ କରିବେ ଏବଂ ତାହାକୁ କିପରି କାହାଣୀରେ ଫୁଟାଇବେ, ତାହା ଉପରେ ଗୁରୁତ୍ୱ ଦେଉଥିଲେ।
ସବୁଠାରୁ ବଡ଼କଥା ହେଲା, ତାଲିମଦାତା ନାଟକ ସହ ଶିକ୍ଷାକୁ ଯୋଡ଼ିବାକୁ ହେଲେ କେତେ କ’ଣ କରିବା ଦରକାର, ତାହା ମୁଁ ନାଟକର ତାଲିମ ସମୟରେ ଦେଖୁଥିଲି। ବିଷୟଟିକୁ ଭଲ ଭାବରେ ବୁଝିବା ଦରକାର ଏବଂ ସାରାଂଶ ଦରକାର, ଯାହାକି ଜଣେ ଅନୁଭବ କଲେ ହିଁ ଅଭିନୟ କରିପାରିବ। କାହାଣୀର ବିଭିନ୍ନ କାହାଣୀକୁ କିପରି ମଣିଷ/ପଶୁ/ପକ୍ଷୀ/ଉଦ୍ଭିଦର ଭାବନାକୁ ଜୀବନ୍ତ ଫୁଟାଯାଇପାରିବ, ସେଥିପାଇଁ ମଧ୍ୟ ସେ କସରତ କରୁଥିଲେ।
କାହାଣୀଗୁଡ଼ିକରେ ମୁଖ୍ୟତଃ ପଢ଼ିବା ଭଳି ସଚିତ୍ର ପୁସ୍ତକ ଥିଲା। କାହାଣୀଗୁଡ଼ିକ ଛୋଟ ଛୋଟ ଥିଲା, ପ୍ରାୟତଃ କାହାଣୀ ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ଶିଶୁଙ୍କ ନିମନ୍ତେ ଥିଲା। ସେହି କାହାଣୀରେ ଥିଲା ରାକ୍ଷସ କାହାଣୀ, ସୁନ୍ଦର ଫୁଲର କାହାଣୀ, ସାଙ୍ଗର କାହାଣୀ, ବର୍ଷାକୁ ନେଇ କବିତା, ଛେଳି ଓ କଟାସକୁ ନେଇ କାହାଣୀ, ବସ୍ତିର ଚୋର, ପୃଥିବୀ ଭିନ୍ନ, ହଜିବା ଏବଂ ପାଇବା, ବେଙ୍ଗ ଓ ମାଛିକୁ ନେଇ କାହାଣୀ, ଏହିଭଳି ଶିଶୁମାନଙ୍କୁ ଆକର୍ଷିତ କରିବା ଭଳି ବିଭିନ୍ନ କାହାଣୀ।
କାହାଣୀ ନାଟ୍ୟ ରୂପରେ ଉପସ୍ଥାପନା କରିବା ପୂର୍ବରୁ ସ୍ପଷ୍ଟ ଭାବରେ ଓ ଉଚ୍ଚ ପଠନ, ଦୂରତାକୁ ନେଇ ଧ୍ୱନିକୁ କିପରି ଉଚ୍ଚାରଣ କରିବା, ଭାବନାକୁ ନେଇ ସ୍ବର କିପରି ହେବା ଦରକାର, କେଉଁ ସ୍ବର କିପରି ହେବା ଦରକାର, ଭାବନା ସହ ସ୍ବରର ପରିବର୍ତ୍ତନ, ଏଥିପାଇଁ ତାଲିମଦାତା ପାଟି ଖୋଲିବା ପାଇଁ ବିଭିନ୍ନ ପ୍ରକାର ଧ୍ୱନି ଉଚ୍ଚାରଣ ନିମନ୍ତେ ବିଭିନ୍ନ ପ୍ରକାର ଅଭ୍ୟାସ କରାଉଥିଲେ। ପ୍ରାଥମିକ ସ୍ତରରେ ନାଟକ କିପରି ଶିଶୁମାନଙ୍କର ଉଚ୍ଚାରଣଗତ ଶୁଦ୍ଧି ଆଣିଥାଏ, ଧ୍ୱନିରେ ପରିପକ୍ୱତା ଆଣିବା, ବିଷୟକୁ ବୋଧଗତ ହେବା, କୌଣସି ବିଷୟରେ ମଜ୍ଜିରହିବା ପାଇଁ ନାଟକ ମାଧ୍ୟମରେ ଶିକ୍ଷା ଅନେକ ସହାୟକ ହୋଇଥାଏ।
ସାଧାରଣତଃ ଶିଶୁମାନଙ୍କର ଶିକ୍ଷାଦାନରେ ଖୁସି ହେଲେ ସେମାନଙ୍କର ଶିକ୍ଷଣ ପ୍ରକ୍ରିୟା ସରଳ ହୋଇଥାଏ। ସବୁଠାରୁ ଅନ୍ୟ କଥା ହେଲା ଶିକ୍ଷାଦାନ ପଦ୍ଧତି ଏବଂ ପିଲାଟିକୁ ଶିକ୍ଷକ କିପରି ଓ କ’ଣ କ’ଣ ଶିକ୍ଷା ଦେଉଛନ୍ତି ! ଯଦି ପ୍ରାଥମିକ ସ୍ତରରେ ଠିକ୍‌ ଓ ଉପଯୁକ୍ତ ଶିକ୍ଷା ଦିଆ ନ ଯାଏ, ତେବେ ଶିଶୁଟି ହାଇସ୍କୁଲରେ କେବଳ ନିଜର ଶିକ୍ଷା ପାଇବା ପାଇଁ ପ୍ରୟାସ କଲେ ମଧ୍ୟ ସଫଳ ହୋଇପାରିବ ନାହିଁ, କାରଣ ଶିଶୁଟିର ଶିକ୍ଷାଲାଭ କରିବାର ଭିତ୍ତିଭୂମିଟି ଦୁର୍ବଳ ହୋଇଥିବ। ଯଦି ଶିଶୁଟି ଠିକ୍‌ ଭାବରେ ମାତ୍ରା, ଯୁକ୍ତାକ୍ଷର, ଧ୍ୱନିକୁ ନେଇ ଠିକ୍‌ ଉଚ୍ଚାରଣ କରିବା ଜାଣି ନ ଥାଏ କିମ୍ବା ଏହାକୁ ନେଇ ତାହାର ଅଭ୍ୟାସ ହୋଇ ନ ଥାଏ,ତେବେ ଭାଷାରେ ଦୁର୍ବଳ ହୋଇଥାଏ ଏବଂ ଶିଶୁଟି ଶିକ୍ଷା ଲାଭ କରିବା ବେଳେ ଅନେକ ସମସ୍ୟାର ସମ୍ମୁଖୀନ ହୋଇଥାଏ।
ପିଲାଙ୍କ ଶିକ୍ଷାକ୍ଷେତ୍ରରେ ଗୁଣାତ୍ମକ ଶିକ୍ଷାକୁ ଦୃଷ୍ଟି ଦେବାବେଳେ ଭଲ ଲାଇବ୍ରେରିଟିର ଏବଂ ତାହାର ବ୍ୟବହାର ହେଉଥିବା ସହ ଶିଶୁଟି ଭିତରେ ଶିଶୁ ସୁଲଭକୁ ଜାଗ୍ରତ କରିବା ପାଇଁ ଅଭିନୟ ମଧ୍ୟ ଦରକାର। ଶିଶୁଟିକୁ ଯଦି ବିଷୟବସ୍ତୁକୁ ଅଭିନୟ ମାଧ୍ୟମରେ ଶିକ୍ଷା ଦିଆଯାଏ, ଅଭିନୟ ସହ ଭାଷାର ବିକାଶକୁ ଯଦି ଯୋଡ଼ିଦିଆଯାଏ, ତେବେ ଶିଶୁର ଭାଷାର ବିକାଶ ହେବା ସହ ଶିକ୍ଷକ ଓ ଶିଶୁଙ୍କୁ କେତେବେଳେ ବିଦ୍ୟାଳୟ ସମୟ ସରିଯିବ, ଘଣ୍ଟା ବାଜିବା ସମୟ ହୋଇଯିବ, ସେତିକି ଜାଣିପାରିବେ ନାହିଁ। ଏଥିସହ ସରକାରଙ୍କୁ ମଧ୍ୟ ପିଲାଙ୍କୁ ବିଦ୍ୟାଳୟ ଆଣିବା ପାଇଁ ବିଭିନ୍ନ ପ୍ରକାର ଯୋଜନା କରିବା ତଥା ଡ୍ରେସ୍‌, ସାଇକେଲ ଆଦି ପ୍ରାଥମିକତା ଦେବାକୁ ପଡ଼ିବ ନାହିଁ!
ଶିକ୍ଷାଦାନର ଗୋଟିଏ ମୂଳ ଅଙ୍କ ହେଲା ଶିକ୍ଷାଦାନରେ କଳାର ବେଶ୍‌ ଗୁରୁତ୍ୱ ରହିଛି। ଯେଉଁ ଶିକ୍ଷକ ଚିତ୍ରକଳା ହେଉ କିମ୍ବା ନାଟ୍ୟକଳାରେ ନିପୁଣ ଥାଏ, ତାଙ୍କୁ ଶିକ୍ଷାଦାନ ନିରଳସ ଲାଗେନାହିଁ। ଶିକ୍ଷକ ଜଣେ କଳାକାର ହେବା ଦରକାର। ଅବଶ୍ୟ ବର୍ତ୍ତମାନର ଶିକ୍ଷା ପଦ୍ଧତିରେ ଶିକ୍ଷକଟିଏ କଳାକାର ହେବା ପାଇଁ ଏବଂ ସୃଜନଶୀଳ ହେବା ପାଇଁ ଅନେକ କିଛି ସୁଯୋଗ ରହିଛି। କିନ୍ତୁ ତାହା ମେକାନିଜମ୍‌ ନହୋଇ ସୃଜନଶୀଳତା ହେବା ଆବଶ୍ୟକ। ସମସ୍ତେ ଶିକ୍ଷାଦାନରେ କିଛିକିଛି ଚିତ୍ରକଳା, ନାଟ୍ୟରୂପ ଦେଇଥାଆନ୍ତି। କିନ୍ତୁ ତାହାକୁ ସଙ୍ଗଠିତ ଓ ବ୍ୟବସ୍ଥିତ ଭାବରେ କରାଗଲେ ଗତିବିଧିର ପ୍ରଭାବ ଶିଶୁ ଉପରେ ପଡ଼ିଥାଏ। ଶିକ୍ଷା ପ୍ରତି ଶିଶୁର ଆଗ୍ରହ ସୃଷ୍ଟିହୋଇଥାଏ, ଧ୍ୱନି ଉଚ୍ଚାରଣ ହେଉ କିମ୍ବା ବିଷୟକୁ ଆଗ୍ରହର ସହ ବୁଝିବା ହେଉ ବା ଭାଷାଜ୍ଞାନ ବିକାଶ ହେଉ ଇତ୍ୟାଦି ଅନେକ କିଛି ହୋଇଥାଏ।
ଅନେକଙ୍କ ଧାରଣା ଥାଏ, କଳା ପ୍ରତି ଆକୃଷ୍ଟ ହେଲେ ଶିଶୁ ଶିକ୍ଷାଦୀକ୍ଷାରେ ତଥା ପାଠ ପ୍ରତି ଅବହେଳା କରେ। କିନ୍ତୁ ଯଦି କଳା ସହ ପାଠର ସମନ୍ବୟ ଆଣାଯାଏ, ତେବେ ଶିଶୁଟିର ଶିକ୍ଷା ଗ୍ରହଣରେ ଅନେକ ଉନ୍ନତି ହୋଇଥାଏ। ଶିକ୍ଷକ ଯଦି କଳାକାର ହୁଅନ୍ତି ଏବଂ ଶିଶୁମାନଙ୍କୁ ଭଲପାଆନ୍ତି, ତେବେ ଶିକ୍ଷା କ୍ଷେତ୍ରରେ ଅନେକ ପରିବର୍ତ୍ତନ ଆସିପାରିବ। ଏହିଭଳି ଅନେକ କିଛି ବିଦ୍ୟାଳୟ ଦେଖିଛି, ଶିକ୍ଷକମାନେ ନିଜର କଳା ଓ ସୃଜନଶୀଳତା ବ୍ୟବହାରକରି ପିଲାଙ୍କ ଶିକ୍ଷଣ ସ୍ତରରେ ଅନେକ ଉନ୍ନତି ଆଣିଥାଆନ୍ତି। ଭାଷାର ବିକାଶରେ ନାଟକ,ଅଭିନୟ, ସଙ୍ଗୀତ ଆଦି କେତେ ଗୁରୁତ୍ୱପୂର୍ଣ୍ଣ, ତାହାର ଗୁରୁତ୍ୱକୁ ଅନୁଭବ କରିବାର ଅଛି।
ରାଣୀଗୁଡ଼ା, ରାୟଗଡ଼ା
ମୋ: ୯୪୩୮୦୮୧୪୩୦

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ପୁରାଣ କଥାରେ ସୃଷ୍ଟିତତ୍ତ୍ୱ

ଆମ ଦେଶରେ ଆମେ ଯେତେବେଳେ ସୃଷ୍ଟିର ପୌରାଣିକ କଥା ସମ୍ପର୍କରେ ବିଚାର କରୁ, ସେତେବେଳେ ସଂସ୍କୃତ କାହାଣୀ ଉପସ୍ଥାପନ କରିଥାଉ। ବିଶେଷକରି ବିଷ୍ଣୁ ଅନନ୍ତନାଗ ଉପରେ ଶୟନ…

ରାଜା ଗୁଣେ ପ୍ରଜା

ପ୍ରଜାଙ୍କୁ ପ୍ରଜାମାନେ ଅନୁସରଣ କରିବା ସ୍ବାଭାବିକ କଥା। ରାଜାଙ୍କ ହାବଭାବ, ଚାଲିଚଳନ, କଥାବାର୍ତ୍ତା, ଆଚାର ବ୍ୟବହାର ଏପରି କି ଚିନ୍ତାଦର୍ଶନକୁ ପ୍ରଜାମାନେ ଅନୁସରଣ କରୁଥିଲେ। ତେଣୁ ଲୋକପ୍ରିୟ…

ଗୋଡ଼ ଖସିବ

ଆମେରିକା-ଇସ୍ରାଏଲ ମିଳିତ ଭାବେ ଇରାନ୍‌ ସହିତ ଯୁଦ୍ଧ କରୁଛନ୍ତି। ଇସ୍ରାଏଲ-ହମାସ୍‌ ସଂଘର୍ଷ ପ୍ରାୟ ଅଢ଼େଇ ବର୍ଷ ଧରି ଚାଲିଥିବା ବେଳେ ରୁଷିଆ-ୟୁକ୍ରେନ୍‌ ଯୁଦ୍ଧ ୪ ବର୍ଷ ଅତିକ୍ରମ…

ଆଇନା ଓ ମଇନା

ଆଇନା ସବୁବେଳେ ସତ କହେ! ହୋଇଥିବ ବୋଧେ! ଏକଥା ସତ ବୋଲି ବି ମୋତେ ଲାଗିଲା। ଯଦିଓ ମୁଁ ସବୁବେଳେ ଆଇନା ଦେଖି ମୋ ରୂପ ସଜାଏ।…

ବରିଷ୍ଠ ନାଗରିକଙ୍କୁ ତାଚ୍ଛଲ୍ୟ

ମନୁଷ୍ୟ ସ୍ବାଭାବିକ ଜୀବନଚକ୍ରରେ ନିର୍ଦ୍ଦିଷ୍ଟ ବର୍ଷ ଅତିକ୍ରମ ପରେ ବୃଦ୍ଧାବସ୍ଥା ପ୍ରାପ୍ତହୁଏ । ଅନେକ ମାତାପିତା ବୃଦ୍ଧାବସ୍ଥାରେ ଅବହେଳାର ଶିକାର ହେଉଥିବା ଅନୁଭବକରି ମିଳିତ ଜାତିସଂଘ ସେମାନଙ୍କର…

ଭାଗ୍ୟ ବଳରେ

କଟକସ୍ଥିତ ଶ୍ରୀରାମଚନ୍ଦ୍ର ଭଞ୍ଜ ଭେଷଜ ମହାବିଦ୍ୟାଳୟ ଓ ହସ୍ପିିଟାଲରେ ୧୫ ମାର୍ଚ୍ଚ ବିଳମ୍ବିତ ରାତ୍ରିରେ ଟ୍ରମା କେୟାର ଇଣ୍ଟେନସିଭ୍‌ କେୟାର ୟୁନିଟ (ଆଇସିୟୁ)ରେ ଅଗ୍ନିକାଣ୍ଡ ଘଟି ୧୦…

ମଧ୍ୟପ୍ରାଚ୍ୟ ଯୁଦ୍ଧ

ମଧ୍ୟପ୍ରାଚ୍ୟ ଯୁଦ୍ଧର ତାଣ୍ଡବଲୀଳା ବଢିଚାଲିଛି। ଇରାନ ଉପରେ ଆମେରିକା ଓ ଇସ୍ରାଏଲର ମିଳିତ ଆକ୍ରମଣ ଏବଂ ଇରାନର ଭୀଷଣ ପ୍ରତିଆକ୍ରମଣ ଯୁଦ୍ଧର ବିଭୀଷିକାକୁ ଆହୁରି ଗମ୍ଭୀର କରି…

କୃଷକ ବଜାର ଓ ଆର୍ଥିକ ସୁରକ୍ଷା

ଓଡ଼ିଶା ଦେଶର ଅଷ୍ଟମ ବୃହତ୍ତମ ରାଜ୍ୟ। ପ୍ରଚୁର କଞ୍ଚାମାଲ ଓ ଭିତ୍ତିଭୂମି ଥିବା ସତ୍ତ୍ୱେ ଆବଶ୍ୟକ ଶିଳ୍ପାୟନ ଅଭାବରୁ ଓଡ଼ିଶାରେ ଏବେ ବି ପ୍ରାୟ ୬୦-୭୦ ଭାଗ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri