ଶିକ୍ଷାରେ ଅଭିନୟ କଳା

ଶିକ୍ଷା କ୍ଷେତ୍ରରେ ଶିକ୍ଷାଦାନରେ ଶିଶୁଟି କେତେ ଗ୍ରହଣ କରିପାରିଥାଏ, ତାହା ନିର୍ଭର କରେ ଶିକ୍ଷକଙ୍କ ଶିକ୍ଷାଦାନ ଓ ତାଙ୍କର ମନୋଭାବ, ପ୍ରେରଣା, ପିତାମାତା, ବିଦ୍ୟାଳୟର ଭିତ୍ତିଭୂମି ଓ ପରିବେଶ ଏହିଭଳି ଅନେକ କିଛି ଉପରେ। କିଛିଦିନ ତଳେ ଭାଷାକୁ କିପରି ନାଟକ ମାଧ୍ୟମରେ ଶିକ୍ଷା ଦିଆଯାଇପାରିବ, ସେ ସମ୍ପର୍କରେ ଏକ କର୍ମଶାଳାରେ ଯୋଗଦେବାର ସୁଯୋଗ ପାଇଥିଲି। ତାଲିମଦାତା ଜଣକ ନାଟକ ମାଧ୍ୟମରେ ଶିଶୁର ଭାଷାର ବିକାଶ ହୋଇପାରିବ, ପଠନ ଦକ୍ଷତା ବୃଦ୍ଧି, ଶିଶୁଙ୍କୁ କିପରି ନାଟକ ଶିଖାଯାଇପାରିବ, ଭାଷା ସହିତ କିପରି ନାଟକ ଶିଖିବେ, ବିଷୟଟିକୁ ଭଲ ଭାବରେ ଗ୍ରହଣ କରିବେ ଏବଂ ତାହାକୁ କିପରି କାହାଣୀରେ ଫୁଟାଇବେ, ତାହା ଉପରେ ଗୁରୁତ୍ୱ ଦେଉଥିଲେ।
ସବୁଠାରୁ ବଡ଼କଥା ହେଲା, ତାଲିମଦାତା ନାଟକ ସହ ଶିକ୍ଷାକୁ ଯୋଡ଼ିବାକୁ ହେଲେ କେତେ କ’ଣ କରିବା ଦରକାର, ତାହା ମୁଁ ନାଟକର ତାଲିମ ସମୟରେ ଦେଖୁଥିଲି। ବିଷୟଟିକୁ ଭଲ ଭାବରେ ବୁଝିବା ଦରକାର ଏବଂ ସାରାଂଶ ଦରକାର, ଯାହାକି ଜଣେ ଅନୁଭବ କଲେ ହିଁ ଅଭିନୟ କରିପାରିବ। କାହାଣୀର ବିଭିନ୍ନ କାହାଣୀକୁ କିପରି ମଣିଷ/ପଶୁ/ପକ୍ଷୀ/ଉଦ୍ଭିଦର ଭାବନାକୁ ଜୀବନ୍ତ ଫୁଟାଯାଇପାରିବ, ସେଥିପାଇଁ ମଧ୍ୟ ସେ କସରତ କରୁଥିଲେ।
କାହାଣୀଗୁଡ଼ିକରେ ମୁଖ୍ୟତଃ ପଢ଼ିବା ଭଳି ସଚିତ୍ର ପୁସ୍ତକ ଥିଲା। କାହାଣୀଗୁଡ଼ିକ ଛୋଟ ଛୋଟ ଥିଲା, ପ୍ରାୟତଃ କାହାଣୀ ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ଶିଶୁଙ୍କ ନିମନ୍ତେ ଥିଲା। ସେହି କାହାଣୀରେ ଥିଲା ରାକ୍ଷସ କାହାଣୀ, ସୁନ୍ଦର ଫୁଲର କାହାଣୀ, ସାଙ୍ଗର କାହାଣୀ, ବର୍ଷାକୁ ନେଇ କବିତା, ଛେଳି ଓ କଟାସକୁ ନେଇ କାହାଣୀ, ବସ୍ତିର ଚୋର, ପୃଥିବୀ ଭିନ୍ନ, ହଜିବା ଏବଂ ପାଇବା, ବେଙ୍ଗ ଓ ମାଛିକୁ ନେଇ କାହାଣୀ, ଏହିଭଳି ଶିଶୁମାନଙ୍କୁ ଆକର୍ଷିତ କରିବା ଭଳି ବିଭିନ୍ନ କାହାଣୀ।
କାହାଣୀ ନାଟ୍ୟ ରୂପରେ ଉପସ୍ଥାପନା କରିବା ପୂର୍ବରୁ ସ୍ପଷ୍ଟ ଭାବରେ ଓ ଉଚ୍ଚ ପଠନ, ଦୂରତାକୁ ନେଇ ଧ୍ୱନିକୁ କିପରି ଉଚ୍ଚାରଣ କରିବା, ଭାବନାକୁ ନେଇ ସ୍ବର କିପରି ହେବା ଦରକାର, କେଉଁ ସ୍ବର କିପରି ହେବା ଦରକାର, ଭାବନା ସହ ସ୍ବରର ପରିବର୍ତ୍ତନ, ଏଥିପାଇଁ ତାଲିମଦାତା ପାଟି ଖୋଲିବା ପାଇଁ ବିଭିନ୍ନ ପ୍ରକାର ଧ୍ୱନି ଉଚ୍ଚାରଣ ନିମନ୍ତେ ବିଭିନ୍ନ ପ୍ରକାର ଅଭ୍ୟାସ କରାଉଥିଲେ। ପ୍ରାଥମିକ ସ୍ତରରେ ନାଟକ କିପରି ଶିଶୁମାନଙ୍କର ଉଚ୍ଚାରଣଗତ ଶୁଦ୍ଧି ଆଣିଥାଏ, ଧ୍ୱନିରେ ପରିପକ୍ୱତା ଆଣିବା, ବିଷୟକୁ ବୋଧଗତ ହେବା, କୌଣସି ବିଷୟରେ ମଜ୍ଜିରହିବା ପାଇଁ ନାଟକ ମାଧ୍ୟମରେ ଶିକ୍ଷା ଅନେକ ସହାୟକ ହୋଇଥାଏ।
ସାଧାରଣତଃ ଶିଶୁମାନଙ୍କର ଶିକ୍ଷାଦାନରେ ଖୁସି ହେଲେ ସେମାନଙ୍କର ଶିକ୍ଷଣ ପ୍ରକ୍ରିୟା ସରଳ ହୋଇଥାଏ। ସବୁଠାରୁ ଅନ୍ୟ କଥା ହେଲା ଶିକ୍ଷାଦାନ ପଦ୍ଧତି ଏବଂ ପିଲାଟିକୁ ଶିକ୍ଷକ କିପରି ଓ କ’ଣ କ’ଣ ଶିକ୍ଷା ଦେଉଛନ୍ତି ! ଯଦି ପ୍ରାଥମିକ ସ୍ତରରେ ଠିକ୍‌ ଓ ଉପଯୁକ୍ତ ଶିକ୍ଷା ଦିଆ ନ ଯାଏ, ତେବେ ଶିଶୁଟି ହାଇସ୍କୁଲରେ କେବଳ ନିଜର ଶିକ୍ଷା ପାଇବା ପାଇଁ ପ୍ରୟାସ କଲେ ମଧ୍ୟ ସଫଳ ହୋଇପାରିବ ନାହିଁ, କାରଣ ଶିଶୁଟିର ଶିକ୍ଷାଲାଭ କରିବାର ଭିତ୍ତିଭୂମିଟି ଦୁର୍ବଳ ହୋଇଥିବ। ଯଦି ଶିଶୁଟି ଠିକ୍‌ ଭାବରେ ମାତ୍ରା, ଯୁକ୍ତାକ୍ଷର, ଧ୍ୱନିକୁ ନେଇ ଠିକ୍‌ ଉଚ୍ଚାରଣ କରିବା ଜାଣି ନ ଥାଏ କିମ୍ବା ଏହାକୁ ନେଇ ତାହାର ଅଭ୍ୟାସ ହୋଇ ନ ଥାଏ,ତେବେ ଭାଷାରେ ଦୁର୍ବଳ ହୋଇଥାଏ ଏବଂ ଶିଶୁଟି ଶିକ୍ଷା ଲାଭ କରିବା ବେଳେ ଅନେକ ସମସ୍ୟାର ସମ୍ମୁଖୀନ ହୋଇଥାଏ।
ପିଲାଙ୍କ ଶିକ୍ଷାକ୍ଷେତ୍ରରେ ଗୁଣାତ୍ମକ ଶିକ୍ଷାକୁ ଦୃଷ୍ଟି ଦେବାବେଳେ ଭଲ ଲାଇବ୍ରେରିଟିର ଏବଂ ତାହାର ବ୍ୟବହାର ହେଉଥିବା ସହ ଶିଶୁଟି ଭିତରେ ଶିଶୁ ସୁଲଭକୁ ଜାଗ୍ରତ କରିବା ପାଇଁ ଅଭିନୟ ମଧ୍ୟ ଦରକାର। ଶିଶୁଟିକୁ ଯଦି ବିଷୟବସ୍ତୁକୁ ଅଭିନୟ ମାଧ୍ୟମରେ ଶିକ୍ଷା ଦିଆଯାଏ, ଅଭିନୟ ସହ ଭାଷାର ବିକାଶକୁ ଯଦି ଯୋଡ଼ିଦିଆଯାଏ, ତେବେ ଶିଶୁର ଭାଷାର ବିକାଶ ହେବା ସହ ଶିକ୍ଷକ ଓ ଶିଶୁଙ୍କୁ କେତେବେଳେ ବିଦ୍ୟାଳୟ ସମୟ ସରିଯିବ, ଘଣ୍ଟା ବାଜିବା ସମୟ ହୋଇଯିବ, ସେତିକି ଜାଣିପାରିବେ ନାହିଁ। ଏଥିସହ ସରକାରଙ୍କୁ ମଧ୍ୟ ପିଲାଙ୍କୁ ବିଦ୍ୟାଳୟ ଆଣିବା ପାଇଁ ବିଭିନ୍ନ ପ୍ରକାର ଯୋଜନା କରିବା ତଥା ଡ୍ରେସ୍‌, ସାଇକେଲ ଆଦି ପ୍ରାଥମିକତା ଦେବାକୁ ପଡ଼ିବ ନାହିଁ!
ଶିକ୍ଷାଦାନର ଗୋଟିଏ ମୂଳ ଅଙ୍କ ହେଲା ଶିକ୍ଷାଦାନରେ କଳାର ବେଶ୍‌ ଗୁରୁତ୍ୱ ରହିଛି। ଯେଉଁ ଶିକ୍ଷକ ଚିତ୍ରକଳା ହେଉ କିମ୍ବା ନାଟ୍ୟକଳାରେ ନିପୁଣ ଥାଏ, ତାଙ୍କୁ ଶିକ୍ଷାଦାନ ନିରଳସ ଲାଗେନାହିଁ। ଶିକ୍ଷକ ଜଣେ କଳାକାର ହେବା ଦରକାର। ଅବଶ୍ୟ ବର୍ତ୍ତମାନର ଶିକ୍ଷା ପଦ୍ଧତିରେ ଶିକ୍ଷକଟିଏ କଳାକାର ହେବା ପାଇଁ ଏବଂ ସୃଜନଶୀଳ ହେବା ପାଇଁ ଅନେକ କିଛି ସୁଯୋଗ ରହିଛି। କିନ୍ତୁ ତାହା ମେକାନିଜମ୍‌ ନହୋଇ ସୃଜନଶୀଳତା ହେବା ଆବଶ୍ୟକ। ସମସ୍ତେ ଶିକ୍ଷାଦାନରେ କିଛିକିଛି ଚିତ୍ରକଳା, ନାଟ୍ୟରୂପ ଦେଇଥାଆନ୍ତି। କିନ୍ତୁ ତାହାକୁ ସଙ୍ଗଠିତ ଓ ବ୍ୟବସ୍ଥିତ ଭାବରେ କରାଗଲେ ଗତିବିଧିର ପ୍ରଭାବ ଶିଶୁ ଉପରେ ପଡ଼ିଥାଏ। ଶିକ୍ଷା ପ୍ରତି ଶିଶୁର ଆଗ୍ରହ ସୃଷ୍ଟିହୋଇଥାଏ, ଧ୍ୱନି ଉଚ୍ଚାରଣ ହେଉ କିମ୍ବା ବିଷୟକୁ ଆଗ୍ରହର ସହ ବୁଝିବା ହେଉ ବା ଭାଷାଜ୍ଞାନ ବିକାଶ ହେଉ ଇତ୍ୟାଦି ଅନେକ କିଛି ହୋଇଥାଏ।
ଅନେକଙ୍କ ଧାରଣା ଥାଏ, କଳା ପ୍ରତି ଆକୃଷ୍ଟ ହେଲେ ଶିଶୁ ଶିକ୍ଷାଦୀକ୍ଷାରେ ତଥା ପାଠ ପ୍ରତି ଅବହେଳା କରେ। କିନ୍ତୁ ଯଦି କଳା ସହ ପାଠର ସମନ୍ବୟ ଆଣାଯାଏ, ତେବେ ଶିଶୁଟିର ଶିକ୍ଷା ଗ୍ରହଣରେ ଅନେକ ଉନ୍ନତି ହୋଇଥାଏ। ଶିକ୍ଷକ ଯଦି କଳାକାର ହୁଅନ୍ତି ଏବଂ ଶିଶୁମାନଙ୍କୁ ଭଲପାଆନ୍ତି, ତେବେ ଶିକ୍ଷା କ୍ଷେତ୍ରରେ ଅନେକ ପରିବର୍ତ୍ତନ ଆସିପାରିବ। ଏହିଭଳି ଅନେକ କିଛି ବିଦ୍ୟାଳୟ ଦେଖିଛି, ଶିକ୍ଷକମାନେ ନିଜର କଳା ଓ ସୃଜନଶୀଳତା ବ୍ୟବହାରକରି ପିଲାଙ୍କ ଶିକ୍ଷଣ ସ୍ତରରେ ଅନେକ ଉନ୍ନତି ଆଣିଥାଆନ୍ତି। ଭାଷାର ବିକାଶରେ ନାଟକ,ଅଭିନୟ, ସଙ୍ଗୀତ ଆଦି କେତେ ଗୁରୁତ୍ୱପୂର୍ଣ୍ଣ, ତାହାର ଗୁରୁତ୍ୱକୁ ଅନୁଭବ କରିବାର ଅଛି।
ରାଣୀଗୁଡ଼ା, ରାୟଗଡ଼ା
ମୋ: ୯୪୩୮୦୮୧୪୩୦

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ତିନି ଘଣ୍ଟାର ଗସ୍ତ

ନୂଆଦିଲ୍ଲୀରେ ମଧ୍ୟାହ୍ନ ଭୋଜନ ସମୟରେ ଏକ ବିଜ୍‌ନେସ ସମ୍ପର୍କିତ ଆଲୋଚନା ପାଇଁ ତିନି ଘଣ୍ଟା ଯଥେଷ୍ଟ ସମୟ। ତେବେ ଗତ ସପ୍ତାହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିମନ୍ତ୍ରଣରେ…

ରାମାୟଣରେ ସତୀ ସିଦ୍ଧାନ୍ତ

ରାମାୟଣର ଏକ ଓଡ଼ିଆ ସଂସ୍କରଣରେ ବର୍ଣ୍ଣନା କରାଯାଇଛି ଯେ, ଋଷି ଗୌତମ ତାଙ୍କ କନ୍ୟା ଅଞ୍ଜନି ଓ ଦୁଇ ପୁତ୍ରଙ୍କ ସହ ସମୁଦ୍ରକୂଳରେ ଚାଲୁଥିଲେ। ବାଲି ତାତି…

ନାରୀ ପାଇଁ ଭୋଟ ଅଧିକାର

ରାଣରୁ ଜଣାଯାଏ ମଦ୍ର ଦେଶର ନରପତି ଅଶ୍ୱପତି କନ୍ୟା ସନ୍ତାନଟିଏ ଲାଭକରିବା ଉଦ୍ଦେଶ୍ୟରେ ସହସ୍ରାଧିକ ଯଜ୍ଞ କରିଥିଲେ। ସେହିଭଳି ମିଥିଳାର ରାଜା ଜନକ ଏକଦା ଆକାଶରେ ସୁନ୍ଦରୀ…

ତଦନ୍ତର ରିଆଲିଟି ଶୋ

ପ୍ରାତଃ ଭ୍ରମଣ ପାଇଁ ମୁଁ ମୋ ଘର ପାଖ ଏକ ପାର୍କକୁ ପ୍ରତିଦିନ ଯାଏ। ପାର୍କରେ ଡ୍ୟୁଟି କରୁଥିବା ଜଣେ ସିକ୍ୟୁରିଟି ଗାର୍ଡ ଦିନେ ମୋ ନିକଟକୁ…

ଆଉ ଚାରା ନାହିଁ

ଓଡ଼ିଆରେ କଥା ଅଛି ‘ଆଉ ଚାରା ନାହିଁ’। ଅର୍ଥାତ୍‌ ଆଉ କିଛି ଉପାୟ ନ ଥିଲେ ବାଧ୍ୟ ହେବା ସ୍ଥିତିକୁ ଲକ୍ଷ୍ୟ କରାଯାଇ ଏଭଳି କୁହାଯାଇଥାଏ। ଗୋଟିଏ…

କେଉଁଠି ରହିଲା ଭାରତ

ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ପୃଥିବୀରେ ଶାନ୍ତି ସ୍ଥାପନ ନିମନ୍ତେ ଜାତିସଂଘ ଗଠନ କରାଯାଇଥିଲା। ହେଲେ ବିଭିନ୍ନ ଦେଶ ଭିତରେ ବାରମ୍ବାର ଯୁଦ୍ଧ, ସଂଘର୍ଷ ଦେଖାଦେଉଥିଲେ ମଧ୍ୟ ଜାତିସଂଘ…

ସମଭାବରେ ବିରୋଧ ହେଉ

ଭାରତ ବାହାରେ ବିଭିନ୍ନ ସ୍ଥାନରେ ଇସ୍କନ ଅନୁଗାମୀଙ୍କ ଦ୍ୱାରା ପ୍ରତିଷ୍ଠିତ ଶ୍ରୀଜଗନ୍ନାଥ ମନ୍ଦିରରେ ଅନୁଷ୍ଠିତ ହେଉଥିବା ଅଦିନିଆ ରଥଯାତ୍ରାକୁ ବିରୋଧକରି ପୁରୀ ଗଜପତି ଏକ ଧାର୍ମିକ ସମ୍ମିଳନୀରେ…

ସମ୍ବିଧାନରେ ଶ୍ରେଷ୍ଠ ସମନ୍ବୟ

ଭାରତୀୟ ସମ୍ବିଧାନର ମୌଳିକ ଅଧିକାର ସମସ୍ତ ନାଗରିକଙ୍କୁ ସମାନ ଅଧିକାର ଉପଭୋଗ କରିବା ପାଇଁ ସୁଯୋଗ ପ୍ରଦାନ କରାଯାଇଛି। ସମ୍ବିଧାନର ଅନୁଚ୍ଛେଦ ୧୬(୧) ଓ ୧୬(୨)ରେ ନାଗରିକଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri