ସାଧୁତା, ସଚ୍ଚୋଟତାର ସହ ଦାୟିତ୍ୱ ପାଳନ କର: ଡିଜିପି

କଟକ ଅଫିସ,୮ା୧୧:ଜନସାଧାରଣଙ୍କୁ ଉପଯୁକ୍ତ ସେବା ଓ ସୁରକ୍ଷା ପ୍ରଦାନ କରିବା ପୋଲିସର ପ୍ରାଥମିକ କର୍ତ୍ତବ୍ୟ। ନିଜର କର୍ତ୍ତବ୍ୟ ଏବଂ ଦାୟିତ୍ୱକୁ ସାଧୁତା ଓ ସଚ୍ଚୋଟତାର ସହ ପାଳନ କରିବାକୁ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ (ଡିଜିପି) ସୁନୀଲ କୁମାର ବଂଶଲ ଆହ୍ବାନ ଦେଇଛନ୍ତି।
ବିଜୁ ପଟ୍ଟନାୟକ ଷ୍ଟେଟ୍‌ ପୋଲିସ୍‌ ଏକାଡେମୀଠାରେ ସୋମବାର ଆୟୋଜିତ ୬ଷ୍ଠ ବ୍ୟାଚ୍‌ ଡିଏସ୍‌ପି ପ୍ରୋବେଶନର୍‌ଙ୍କ ଦୀକ୍ଷାନ୍ତ ସମାରୋହରେ ମୁଖ୍ୟ ଅତିଥି ଭାବେ ଡିଜିପି ବଂଶଲ ଯୋଗଦେଇ ୧୩ ଜଣ ଡିଏସ୍‌ପି ପ୍ରୋବେଶନର୍‌ଙ୍କୁ ସ୍ବାଗତ ଓ ଅଭିନନ୍ଦନ ଜଣାଇ କହିଥିଲେ, ପୋଲିସ୍‌ ପ୍ରତି ସାଧାରଣ ଲୋକଙ୍କ ଆଶା ଓ ଆକାଂକ୍ଷା ସବୁବେଳେ ରହିଥାଏ। ତେଣୁ ପୋଲିସ କର୍ମଚାରୀମାନେ କାର୍ଯ୍ୟକ୍ଷେତ୍ରରେ ସାଧୁ, ନିରପେକ୍ଷ ଏବଂ ନ୍ୟାୟବାଦୀ ହେବା ଆବଶ୍ୟକ। ମହିଳା ଓ ଶିଶୁଙ୍କ ବିରୋଧରେ ହେଉଥିବା ଅପରାଧ ପ୍ରତି ସମ୍ବେଦନଶୀଳ ହେବା ସହ ସୁୁଚାରୁ ରୂପେ ଆଇନ୍‌ ପାଳନ କରିବା ଓ ସାଧାରଣ ଜନତାଙ୍କ ସୁରକ୍ଷା ନିମନ୍ତେ ନବନିଯୁକ୍ତ ଡିଏସ୍‌ପିମାନଙ୍କ ନିକଟରେ ଗୁରୁଦାୟିତ୍ୱ ରହିଛି। ଏହି ଦାୟିତ୍ୱକୁ ଠିକ୍‌ ଭାବେ ପାଳନ କରିବା ସହ ଆଗାମୀ ଦିନରେ ଓଡ଼ିଶା ପୋଲିସ୍‌ର ସୁନାମ ବଢ଼ାଇବାକୁ ଡିଜିପି ନବାଗତ ଡିଏସ୍‌ପିମାନଙ୍କୁ ଆହ୍ବାନ ଦେଇଥିଲେ। ସେହିପରି ପ୍ରତିଦିନ ପୋଲିସ୍‌ ସମ୍ମୁଖରେ ବିଭିନ୍ନ ଚ୍ୟାଲେଞ୍ଜ ରହିଥାଏ। ପ୍ରତିଟି କ୍ଷେତ୍ରରେ ଓ ପ୍ରତି ମୁହୂର୍ତ୍ତରେ ବିଭିନ୍ନ ଚ୍ୟାଲେଞ୍ଜକୁ ସଫଳତାର ସହ ପ୍ରତିହତ କରିବାକୁ ଡିଜିପି ପରାମର୍ଶ ଦେଇଥିଲେ। ଅତୀତରେ ମାଓବାଦୀ ସମସ୍ୟାକୁ ଓଡ଼ିଶା ପୋଲିସ୍‌ ସଫଳତାର ସହ ମୁକାବିଲା କରିଛି। ତଥାପି ଚ୍ୟାଲେଞ୍ଜ ବାକି ରହିଛି। ଆଗାମୀ ଦିନରେ ଏହି ସମସ୍ୟାର ମୁକାବିଲା କରିବା ନିମନ୍ତେ ଗୁରୁ ଦାୟିତ୍ୱ ଅର୍ପଣ କରାଯିବ ବୋଲି ବୋଲି ଡିଜିପି କହିଛନ୍ତି। ନବନିଯୁକ୍ତ ଡିଏସ୍‌ପିମାନେ ୫-ଟି ନିୟମାବଳୀକୁ କାର୍ଯ୍ୟକ୍ଷେତ୍ରରେ ଠିକ୍‌ ଭାବେ ପାଳନ କରିବାକୁ ଡିଜିପି ପରାମର୍ଶ ଦେଇଛନ୍ତି।
ଏହି ଅବସରରେ ପ୍ରୋବେଶନର୍‌ ଡିଏସ୍‌ପିମାନଙ୍କ ଦ୍ୱାରା ଚିତ୍ତାକର୍ଷକ ପରେଡ୍‌ ପ୍ରଦର୍ଶନ କରାଯାଇଥିଲା। ଟ୍ରେନିଂ ସମୟରେ ବିଭିନ୍ନ କ୍ଷେତ୍ରରେ ଉତ୍କର୍ଷତା ହାସଲ କରିଥିବା ଡିଏସ୍‌ପି ପ୍ରୋବେଶନର୍‌ ସଚିନ୍‌ ପଟେଲ୍‌, ସୁବ୍ରତ କୁମାର, ଉପାସନା ପାଢ଼ୀ, ମୀନାକ୍ଷୀ ଠାକୁର ଏବଂ ରଶ୍ମିରଞ୍ଜନ ସେନାପତିଙ୍କୁ ଡିଜିପି ସମ୍ବର୍ଦ୍ଧିିତ କରିବା ସହ ୧୨ ଜଣଙ୍କୁ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଟ୍ରଫି ପ୍ରଦାନ କରିଥିଲେ। ବିଜୁ ପଟ୍ଟନାୟକ ଷ୍ଟେଟ୍‌ ପୋଲିସ୍‌ ଏକାଡେମୀର ନିର୍ଦ୍ଦେଶକ ତଥା ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ ଅରୁଣ କୁମାର ଷଡ଼ଙ୍ଗୀ, ଆଇଜି ଏସ୍‌. ସାଇନିଙ୍କ ସମେତ ପୋଲିସ୍‌ ବିଭାଗର ବହୁ ବରିଷ୍ଠ ପଦାଧିକାରୀ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଥୁଆମୂଳ ରାମପୁର ପୋଲିସର କାର୍ଯ୍ୟାନୁଷ୍ଠାନ, ୩ଟି ବାଲି ବୋଝେଇ ହାଇୱା ଜବତ

ଥୁଆମୂଳ ରାମପୁର, ୧୫ା୨ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ପୋଲିସ ପକ୍ଷରୁ ବେଆଇନ ବାଲି ଚୋରା ଚାଲାଣ ବିରୋଧରେ ଏକ ବଡ଼ ଧରଣର…

ଜାତୀୟ ସମ୍ମିଳନୀରେ ଯୋଗ ଦେବେ ଆଇନଜୀବୀ ହରପ୍ରସାଦ

ଦିଗପହଣ୍ଡି,୧୫ା୨(ଅଶେଷ ନାଥ ମିଶ୍ର): ଭାରତୀୟ ସାଂସ୍କୃତିକ ସହଯୋଗ ଓ ମୈତ୍ରୀ ସମିତି (ଇସକଫ)ର ଜାତୀୟ ସମ୍ମିଳନୀରେ ଯୋଗଦେବାକୁ ଆଇନଜୀବୀ ହରପ୍ରସାଦ ରଥ ତାମିଲନାଡୁ ଗସ୍ତ କରିବେ ବୋଲି…

ଜାଗରରେ ବିଭତ୍ସ ହତ୍ୟା, ବଡ଼ ଭାଇକୁ କଟୁରୀରେ ହାଣିଲେ ସାନ ଭାଇ

ପାଲଲହଡା,୧୫ା୨(ଦିବ୍ୟଜ୍ୟୋତି ଦାଶ): ବଡ଼ ଭାଇକୁ ହତ୍ୟା କଲେ ସାନ ଭାଇ । କଟୁରୀରେ ବେକ କାଟି ହତ୍ୟା କଲେ ସାନ ଭାଇ। ମୃତକ ଜଣକ ହେଲେ ଲିପୁ…

IND VS PAK: ଭାରତ-ପାକ୍‌ ମ୍ୟାଚ୍‌ ପୂର୍ବରୁ ପ୍ରେମଦାସା ଷ୍ଟାଡିୟମରେ ସାପ ଆତଙ୍କ; ପାକିସ୍ତାନ ଡଗ୍‌ଆଉଟ୍‌ରେ…

କଲମ୍ବୋ,୧୫।୨: କଲମ୍ବୋର ଆର. ପ୍ରେମଦାସା ଷ୍ଟାଡିୟମରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ହେବାକୁ ଥିବା ମହାନ ମୁକାବିଲା ପୂର୍ବରୁ ଏକ ଅଭାବନୀୟ ଚିତ୍ର ସାମ୍ନାକୁ ଆସିଛି। କ୍ରିକେଟର…

ପ୍ରତିଦିନ ଖାଆନ୍ତୁ ଦୁଇ ପାଖୁଡା ରସୁଣ, ରକ୍ତଚାପ ନିୟନ୍ତ୍ରଣ ସହିତ ଭଲ ରହିବ…

ରସୁଣରେ ଆଲିସିନ୍, ମାଙ୍ଗାନିଜ୍, ଭିଟାମିନ୍ ବି୬, ଭିଟାମିନ୍ ସି, ସେଲେନିୟମ୍, ଫାଇବର, କ୍ୟାଲସିୟମ୍, ପୋଟାସିୟମ୍, ଆଇରନ୍ ଏବଂ କପର ସମେତ ଅନେକ ପୁଷ୍ଟିକର ତତ୍ତ୍ୱ ଯଥେଷ୍ଟ ପରିମାଣରେ…

ନବୀନ ଦେଲେ ଗୁରୁ ଦାୟିତ୍ବ: ସବିତା ପ୍ରଧାନ କଳାହାଣ୍ଡି ବିଜେଡି ମହିଳା ସଭାନେତ୍ରୀ

ଭବାନୀପାଟଣା,୧୫।୨(ଉତ୍ତମ କୁମାର ଦାଶ)-ରାଜ୍ୟ ସଭାପତି ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ରବିବାର ରାଜ୍ୟର ବିଭିନ୍ନ ଜିଲାର ମହିଳା ସଭାନେତ୍ରୀଙ୍କ ନାମ ଘୋଷଣା କରିଛନ୍ତି। ଏହି କ୍ରମରେ…

PM Kisan:  ଆସିଲା ବଡ଼ ଅପଡେଟ୍‌: ଏହି ଦିନ ଚାଷୀଙ୍କ ଖାତାକୁ ଆସିବ ୨୦୦୦ ଟଙ୍କା… 

ନୂଆଦିଲ୍ଲୀ,୧୫।୨: ଦେଶର କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ଆର୍ଥିକ ସହାୟତା ଯୋଗାଇବା ପାଇଁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ପିଏମ-କିଷାନ ଯୋଜନାର ପରବର୍ତ୍ତୀ କିସ୍ତି ଖୁବ୍‌ଶୀଘ୍ର…

ପୁରୀ ସମୁଦ୍ର କୂଳରେ ଅଘଟଣ, ସ୍ନାନ ବେଳେ ୫ ପର୍ଯ୍ୟଟକ ବୁଡ଼ି…..

ପୁରୀ,୧୫ା୨(ଅଜିତ୍ କୁମାର ମହାନ୍ତି):  ପୁଣି ପୁରୀ ସମୁଦ୍ରରେ ସ୍ନାନ ବେଳେ ଅଘଟଣ । ସମୁଦ୍ର କୂଳର ସେକ୍ଟର ୨ ଓ ସେକ୍ଟର୧୦ରେ ବୁଡୁବୁଡୁ ପର୍ଯ୍ୟଟକମାନେ ବଞ୍ଚିଯାଇଛନ୍ତି ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri