Posted inଖେଳ

ଭାରତୀୟ ଯୁବ ଖେଳାଳିଙ୍କ ପାଇଁ ଉପଯୁକ୍ତ ପ୍ଲାଟଫର୍ମ

ଟରୌବା (ତ୍ରିନିଦାଦ), ୩ା୮ (ପି.ଟି.): ମଙ୍ଗଳବାର ସମାପିତ ଓ୍ବେଷ୍ଟଇଣ୍ଡିଜ୍‌ ବିପକ୍ଷ ଦିନିକିଆ ସିରିଜ୍‌କୁ ୨-୧ରେ ଜିତିବା ପରେ ୫ ମ୍ୟାଚ୍‌ ବିଶିଷ୍ଟ ଟି୨୦ ସିରିଜ୍‌ ଖେଳିବାକୁ ଯାଉଛି ଭାରତ। ମଙ୍ଗଳବାର ତ୍ରିନିଦାଦର ବ୍ରାଏନ୍‌ ଲାରା ଷ୍ଟାଡିୟମରେ ଅନୁଷ୍ଠିତ ଅନ୍ତିମ ମ୍ୟାଚ୍‌ରେ ପ୍ରଥମେ ବ୍ୟାଟିଂ କରିଥିବା ଭାରତ ୫୦ ଓଭରରେ ୫ ଉଇକେଟ ହରାଇ ୩୫୧ ରନ୍‌ ସଂଗ୍ରହ କରିଥିଲା। ଟପ୍‌ ଅର୍ଡରରେ ଶୁବମାନ ଗିଲ୍‌, ଇଶାନ କିଶନ, ସଞ୍ଜୁ ସାମସନ୍‌ ଓ ହାର୍ଦ୍ଦିକ ପାଣ୍ଡ୍ୟା ଅର୍ଦ୍ଧଶତକ ହାସଲ କରିଥିଲେ। ଗିଲ୍‌ ସର୍ବାଧିକ ୮୫ ରନ୍‌ କରିଥିବା ବେଳେ କିଶନ ୭୭, ସାମସନ୍‌ ୫୪ ଓ ହାର୍ଦ୍ଦିକ ଅପରାଜିତ ୭୦ ରନ୍‌ର ଇନିଂସ ଖେଳିଥିଲେ। ଜବାବରେ ଘରୋଇ ଦଳ ୩୫.୩ ଓଭରରେ ୧୫୧ ରନ୍‌ରେ ସମସ୍ତ ଉଇକେଟ ହରାଇଥିଲା। ଗୁଡାକେଶ ମୋତି ସର୍ବାଧିକ ୩୯ ରନ୍‌ କରିଥିବା ବେଳେ ଆଲିକ୍‌ ଅଥାନଜେ ୩୨ ରନ୍‌ ସ୍କୋର କରିଥିଲେ। ଭାରତ ପକ୍ଷରୁ ଶାର୍ଦ୍ଦୂଳ ଠାକୁର ୪ ଉଇକେଟ ନେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ମୁକେଶ କୁମାର ୩, କୁଲଦୀପ ଯାଦବ ୨ ଉଇକେଟ ନେଇଥିଲେ। ଶୁବମାନ ଗିଲ୍‌ଙ୍କୁ ପ୍ଲେୟର ଅଫ୍‌ ଦ ମ୍ୟାଚ୍‌ ଓ ଇଶାନ କିଶନଙ୍କୁ ପ୍ଲେୟର ଅଫ୍‌ ଦ ସିରିଜ ଘୋଷଣା କରାଯାଇଥିଲା।

ଟି୨୦ ସିରିଜ୍‌ ଆରମ୍ଭ

ଗୁରୁବାରଠାରୁ ଭାରତ ଓ ଓ୍ବେଷ୍ଟଇଣ୍ଡିଜ୍‌ ମଧ୍ୟରେ ୫ ମ୍ୟାଚ୍‌ ବିଶିଷ୍ଟ ଟି୨୦ ସିରିଜ୍‌ ଆରମ୍ଭ ହେବ। ଏହି ସିରିଜ୍‌ ଭାରତ ଓ ଏହାର ଯୁବ ଖେଳାଳିଙ୍କ ପାଇଁ ବେଶ୍‌ ଗୁରୁତ୍ୱ ବହନ କରିବ। ୨୦୨୪ ମସିହାର ଟି୨୦ ବିଶ୍ୱକପ ଆମେରିକା ମାଟିରେ ଖେଳାଯିବାକୁ ଥିବା ବେଳେ ଭାରତୀୟ ଯୁବ ଖେଳାଳିଙ୍କ ପାଇଁ ଏହା ଏକ ପ୍ରକୃଷ୍ଟ ପ୍ଲାଟଫର୍ମ ସାବ୍ୟସ୍ତ ହେବ। ହାର୍ଦ୍ଦିକ ପାଣ୍ଡ୍ୟା ଏହି ଦଳର ନେତୃତ୍ୱ ନେଉଥିବା ବେଳେ ଦଳରେ ଯଶସ୍ବୀ ଜୟସ୍ବାଲ, ତିଳକ ବର୍ମା ଓ ମୁକେଶ କୁମାରଙ୍କ ପରି ଯୁବ ଖେଳାଳି ରହିଛନ୍ତି। ଭାରତୀୟ ଟି୨୦ ଦଳକୁ ଜୟସ୍ବାଲ ଓ ତିଳକ ବର୍ମାଙ୍କର ଏହା ପ୍ରଥମ ଡାକରା । ଅନ୍ୟପକ୍ଷରେ ଅଗରକରଙ୍କ ନେତୃତ୍ୱରେ ଚୟନ କମିଟି ସଞ୍ଜୁ ସାମସନ୍‌ଙ୍କୁ ମଧ୍ୟ ଟି୨୦ ଦଳରେ ସାମିଲ କରିଛି। ଓ୍ବେଷ୍ଟଇଣ୍ଡିଜ୍‌ କ୍ରିକେଟ ଦଳ ଫର୍ମ ପାଇଁ ସଂଘର୍ଷ କରୁଥିବା ବେଳେ ଭାରତ ଏହି ସିରିଜ୍‌ ପାଇଁ ଫେଭରିଟ୍‌ ରହିବ। ତେବେ ଦ୍ୱିତୀୟ ଦିନିକିଆ ପରି ଓ୍ବେଷ୍ଟଇଣ୍ଡିଜ୍‌ ଭାରତୀୟ ଦଳକୁ ମାତ୍‌ ଦେଇପାରେ।
ସ୍ପିନ୍‌ ବିଭାଗରେ ୟୁଜବେନ୍ଦ୍ର ଚହଲ ଓ କୁଲଦୀପ ଯାଦବଙ୍କ ସମେତ ରବି ବିଷ୍ଣୋଇ ମଧ୍ୟ ଦଳରେ ରହିଛନ୍ତି। ତେବେ କୁଲ୍‌ଚା(କୁଲଦୀପ୍‌-ଚହଲ) ଯୋଡିକୁ ଆଉଥରେ ଏକତ୍ର ଦେଖିବାର ସମ୍ଭାବନା ଅଧିକ। ଏହା ବ୍ୟତୀତ ବ୍ୟାଟିଂ ଅଲରାଉଣ୍ଡର ଓ ତୃତୀୟ ସ୍ପିନର ଭାବରେ ଅକ୍ଷର ପଟେଲ ମଧ୍ୟ ଖେଳି ପାରନ୍ତି। ଫ୍ଲୋରିଡାରେ ଅନ୍ତିମ ଦୁଇ ଟି୨୦ ମ୍ୟାଚ୍‌ ଖେଳାଯିବାକୁ ଥିବା ବେଳେ ଭାରତୀୟ ଦଳର ଉପ ଅଧିନାୟକ ରହିଥିବା ସୂର୍ଯ୍ୟକୁମାର ଯାଦବ ନିଜର ଛାପ ଛାଡିବାକୁ ପ୍ରୟାସ କରିବେ। ଟପ୍‌ ଅର୍ଡରରେ ଶୁବମନ ଗିଲ୍‌, ଇଶାନ୍‌ କିଶନ୍‌ ଓ ଯଶସ୍ବୀ ଜୟସ୍ବାଲ ରହିଥିବାରୁ ଦଳ ଚୟନକୁ ନେଇ ସଙ୍କଟରେ ପଡିବ ଟିମ୍‌ ମ୍ୟାନେଜମେଣ୍ଟ। ମିଡିଲ ଅର୍ଡରରେ ସୂର୍ଯ୍ୟକୁମାର ଯାଦବ, ସଞ୍ଜୁ ସାମସନ୍‌ ଓ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ କାନ୍ଧରେ ଭାର ରହିବ। ପେସ୍‌ ବୋଲିଂରେ ମୁକେଶ କୁମାର ଭାରତୀୟ ବୋଲିଂର ନେତୃତ୍ୱ ନେବେ।


Enter your email to get our daily news in your inbox.

All Right Reserved By Dharitri.Com

ଜଙ୍ଗଲ କାଟି ଅଫିମ ଚାଷ, ୩୦ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ଗଛ ନଷ୍ଟ କଲା ଅବକାରୀ ବିଭାଗ

ଟେନ୍‌ସା,୭ା୨(ସମୀର କୁମାର ପାଢ଼ୀ): ସୁନ୍ଦରଗଡ଼ ଜିଲା କୋଇଡ଼ା ଅଞ୍ଚଳରୁ ଶନିବାର ୩୦ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ଅଫିମ ଗଛ ପୋଲିସ ଓ ଅବକାରୀ ବିଭାଗ ପକ୍ଷରୁ ନଷ୍ଟ କରାଯାଇଛି।…

ମାଲେସିଆ ପହଞ୍ଚିଲେ ମୋଦି, ଗୋଟିଏ କାରରେ ଏକାଠି ଗଲେ ଦୁଇ ପ୍ରଧାନମନ୍ତ୍ରୀ

କୁଆଲାଲମ୍ପୁର,୭।୨: ମାଲେସିଆ ଗସ୍ତରେ ଆସିଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ତାଙ୍କ ମାଲେସିଆର ପ୍ରତିପକ୍ଷ ପ୍ରଧାନମନ୍ତ୍ରୀ ଅନୱର ଇବ୍ରାହିମ ସ୍ବାଗତ କରିଥିଲେ। ପ୍ରଧାନମନ୍ତ୍ରୀ ମୋଦି ତାଙ୍କ X ହ୍ୟାଣ୍ଡେଲରେ…

୩ଶହ ଗ୍ରାମ ଚୋରି ସୁନା ଜବତ କଲା ଗଜପତି ପୋଲିସ, ଆଲମାରୀ ଭାଙ୍ଗି….

ଗଜପତି,୭।୨(ଗିରିଧାରୀ ପରିଛା): ଗଜପତି ଜିଲା ପୋଲିସକୁ ମିଳିଛି ବଡ଼ ସଫଳତା। ଏକ ୩ଜଣିଆ ଚୋର ଗ୍ୟାଙ୍ଗକୁ ଧରିବା ସହ ସେମାନଙ୍କ ନିକଟରୁ ୩ଶହ ଗ୍ରାମ ଚୋରି ସୁନା…

ଶ୍ରୀଲଙ୍କା ମୁହଁ ଖୋଲିବାରୁ ସରକାରଙ୍କ ସହ ପୁଣି କଥା ହେବ PCB, ଭାରତ ସହ ଖେଳିବାକୁ ନେଇ ନେବ ପରାମର୍ଶ

ନୂଆଦିଲ୍ଲୀ,୭।୨: ୨୦୨୬ ଟି୨୦ ବିଶ୍ୱକପ ଆରମ୍ଭ ହୋଇଛି। ତଥାପି, କ୍ରିକେଟର ସବୁଠାରୁ ଛୋଟ ଫର୍ମାଟର ସବୁଠାରୁ ବଡ଼ ଟୁର୍ଣ୍ଣାମେଣ୍ଟ ପୂର୍ବରୁ, ଚର୍ଚ୍ଚା ଖେଳାଳି କିମ୍ବା ଖେଳ ଉପରେ…

ମଣ୍ଡିରେ ପଡ଼ିଛି କ୍ୱିଣ୍ଟାଲ କ୍ୱିଣ୍ଟାଲ ଧାନ, ପାଳି କରି ଜଗୁଛନ୍ତି ଚାଷୀ

କେସିଙ୍ଗା,୭ା୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅଧିନସ୍ଥ କାଣ୍ଡେଲ ପ୍ରାଥମିକ କୃଷି ସମବାୟ ସମିତି ଅଧିନସ୍ଥ ଶିରୋଲ,ବାଲସି ଓ କାଣ୍ଡେଲ ଧାନ ମଣ୍ଡିରେ ୧୭୬ ଜଣ…

ହାତରେ କଟୁରି ଧରି ସ୍କୁଲରେ ପ୍ରଧାନ ଶିକ୍ଷୟିତ୍ରୀଙ୍କ ସ୍ବାମୀ, ମଦ ନିଶାରେ ଚୁର ହୋଇ…

ପାଟଣା,୭।୨(ବୀର କିଶୋର ଦାଶ): କେନ୍ଦୁଝର ଜିଲା ସାହାରପଡା ବ୍ଲକ କୁଣ୍ଡୁଳା ପଞ୍ଚାୟତ ଜୟପୁର ପ୍ରାଥମିକ ବିଦ୍ୟାଳୟ ପରିସରରେ ଶୁକ୍ରବାର ଜଣେ ବ୍ୟକ୍ତି ନିଶାସକ୍ତ ଅବସ୍ଥାରେ କଟୁରି ଧରି…

ହୀରାରୁ ଆରମ୍ଭ କରି ଔଷଧ ପର୍ଯ୍ୟନ୍ତ, କେଉଁ ଜିନିଷ ଉପରେ ଲାଗିବ ଜିରୋ ଟାରିଫ(Zero Tariff)? ପୀୟୁଷ ଗୋୟଲ କହିଲେ…

ନୂଆଦିଲ୍ଲୀ/ଓ୍ବାଶିଂଟନ,୭।୨: ଶନିବାର (ଫେବୃଆରୀ ୭) ଭାରତ ଏବଂ ଆମେରିକା ମଧ୍ୟରେ ହୋଇଥିବା ମଧ୍ୟବର୍ତ୍ତୀକାଳୀନ ବାଣିଜ୍ୟ ଚୁକ୍ତିନାମା ପରେ, କେନ୍ଦ୍ର ବାଣିଜ୍ୟ ଏବଂ ଶିଳ୍ପ ମନ୍ତ୍ରୀ ପୀୟୁଷ ଗୋୟଲ…

ଏହି ଗାଁରେ ଦୁଇ ମହଲା ଘର ତିଆରି କରିବାକୁ ଡରନ୍ତି ଗ୍ରାମବାସୀ, କାରଣ ଜାଣିଲେ…

ଭାରତରେ ଅନେକ ଗାଁ ରହିଛି। ଗାଁରେ ଅନେକ ଆଶ୍ଚର୍ଯ୍ୟଜନକ କାହାଣୀ ବି ଶୁଣିବାକୁ ମିଳେ। ପ୍ରତ୍ୟେକ ଗାଁର ନିଜସ୍ବ ପରମ୍ପରା ଏବଂ ସଂସ୍କୃତି ଅଛି। ଏପରି ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri