ସାଖୀର (ବାହାରିନ୍),୮ା୧୨- ରବିବାର ଅନୁଷ୍ଠିତ ସାଖୀର ଗ୍ରାଁପ୍ରିରେ ରେସିଂ ପଏଣ୍ଟର ସର୍ଗିଓ ପେରେଜ ତାଙ୍କର ପ୍ରଥମ ଫର୍ମୁଲା ଓ୍ବାନ୍ ବିଜୟ ହାସଲ କରିଛନ୍ତି। ଫର୍ମୁଲା ଓ୍ବାନ୍ରେ ଏହା ଥିଲା ତାଙ୍କର ୧୯୦ତମ ରେସ୍। ମର୍ସିଡିଜ୍ ଟିମ୍ ଆଶାନୁରୂପ ପ୍ରଦର୍ଶନ କରିପାରି ନ ଥିଲା। ଟିମ୍ ତରଫରୁ ପ୍ରଥମ ପଦାର୍ପଣରେ ଜର୍ଜ ରସେଲଙ୍କ ପାଇଁ ଟାଇଟଲ ସୁଯୋଗ ରହିଥିଲା। ବିଶ୍ୱ ଚାମ୍ପିୟନ ଲୁଇସ୍ ହାମିଲଟନ କରୋନା ସଂକ୍ରମିତ ହେବାରୁ ତାଙ୍କ ସ୍ଥାନରେ ବ୍ରିଟେନର ଏହି ୨୨ବର୍ଷୀୟ ଡ୍ରାଇଭର ମର୍ସିଡିଜରୁ ପ୍ରତିନିଧିତ୍ୱ କରିଥିଲେ। ଲେଟ୍ ରେସ୍ ସେଫ୍ଟି କାର୍ ପାଇଁ ରେସ୍ରେ ସେ ୯ମ ସ୍ଥାନରେ ରହିଥିଲେ। ଟିମ୍ମେଟ୍ ଭାଲଟେରୀ ବୋଟାସ ୮ମ ସ୍ଥାନ ଅଧିକାର କରିଥିଲେ। ରେନଲ୍ଟର ଏଷ୍ଟିବାନ ଓକନ ଦ୍ୱିତୀୟ ସ୍ଥାନରେ ରହିଥିଲେ। ଏହା ଥିଲା ତାଙ୍କର ପ୍ରଥମ ଫର୍ମୁଲା ଓ୍ବାନ୍ ପୋଡିୟମ ଫିନିଶ। ପେରେଜଙ୍କ ରେସିଂ ପଏଣ୍ଟ ଟିମ୍ମେଟ ଲାନ୍ସ ଷ୍ଟ୍ରୋଲ୍ ତୃତୀୟ ହୋଇଥିଲେ। ଅନ୍ୟମାନଙ୍କ ମଧ୍ୟରେ କାର୍ଲୋସ ସେଞ୍ଜ୍ ଜୁନିୟର (ମ୍ୟାକଲରେନ), ଡାନିଏଲ ରିକାର୍ଡୋ(ରେନଲ୍ଟ), ଆଲେକ୍ଜାଣ୍ଡର ଆଲବନ (ରେଡ୍ବୁଲ୍) ଏବଂ ଡାନିଲ କ୍ୟାତ୍ (ଆଲ୍ଫା ତାଉରି) ଯଥାକ୍ରମେ ୪ର୍ଥ, ୫ମ, ୬ଷ୍ଠ ଓ ୭ମ ସ୍ଥାନ ଅଧିକାର କରିଥିଲେ। ମ୍ୟାଲରେନର ଲାଣ୍ଡୋସ ନୋରିସ୍ ୧୦ମ ସ୍ଥାନରେ ରହିଥିଲେ।
ମେସିଙ୍କ ୭୦ଫୁଟ୍ର ପ୍ରତିମୂର୍ତ୍ତି ଉନ୍ମୋଚିତ
କୋଲକାତା, ୧୩ା୧୨: ଶନିବାର କୋଲକାତାର ଲେକ୍ ସହର ଅନ୍ତର୍ଗତ ଶ୍ରୀଭୂମି ସ୍ପୋର୍ଟିଂ କ୍ଲବ ପରିସରରେ ଷ୍ଟାର ଫୁଟ୍ବଲର ଲାୟୋନେଲ ମେସି ତାଙ୍କର ଏକ ୭୦ଫୁଟ୍ ଉଚ୍ଚତା...
ମେସିଙ୍କ କୋଲକାତା ଇଭେଣ୍ଟ, ଅଡୁଆରେ ପଡ଼ିଲେ ଅର୍ଗାନାଇଜର, ଗଠନ ହେଲା ତଦନ୍ତ କମିଟି
କୋଲକାତା,୧୩।୧୨: କୋଲକାତାରେ ଆର୍ଜେଣ୍ଟିନା ଫୁଟବଲ ତାରକା ଲିଓନେଲ ମେସିଙ୍କ କନସର୍ଟରେ ଘଟିଥିବା ବିଶାଳ ବିଶୃଙ୍ଖଳା ସମ୍ପର୍କରେ ପଶ୍ଚିମବଙ୍ଗ ଡିଜିପି ରାଜୀବ କୁମାର କହିଛନ୍ତି ଯେ କାର୍ଯ୍ୟକ୍ରମର...
କାହିଁକି ଷ୍ଟାଡ଼ିୟମରେ ହେଲା ହଙ୍ଗାମା, କାହିଁକି ରାଗିଲେ ମେସିଙ୍କୁ ଦେଖିବାକୁ ଆସିଥିବା ଦର୍ଶକେ, ସରକାର ନେଲେ କି…
କୋଲକାତା,୧୩।୧୨: ଶନିବାର ସକାଳେ ଆର୍ଜେଣ୍ଟିନା ଫୁଟବଲ କିମ୍ବଦନ୍ତୀ ଲିଓନେଲ ମେସିଙ୍କୁ ଦେଖିବା ପାଇଁ କୋଲକାତାର ସଲ୍ଟ ଲେକ ଷ୍ଟାଡିୟମରେ ପ୍ରଶଂସକମାନେ ଏକାଠି ହୋଇଥିଲେ। GOAT ଇଣ୍ଡିଆ...
ଭିନ୍ନ ଷ୍ଟାଇଲରେ ପୁଅ ସହ ମେସିଙ୍କୁ ଭେଟିଲେ ଶାହାରୁଖ, ଭିଡିଓ ଭାଇରାଲ
କୋଲକାତା,୧୩।୧୨: ଭାରତୀୟ ପ୍ରଶଂସକମାନେ ଏକ ସ୍ମରଣୀୟ ମୁହୂର୍ତ୍ତର ସାକ୍ଷୀ ହୋଇଥିଲେ ଯେତେବେଳେ ବଲିଉଡର ‘ବାଦଶାହା’ ଶାହରୁଖ ଖାନ ଏବଂ ଫୁଟବଲର ‘ବାଦଶାହା’ ଲିଓନେଲ ମେସିଙ୍କ ସାକ୍ଷାତ...
ମେସିଙ୍କୁ ଦେଖିବା ପାଇଁ ହଙ୍ଗାମା: କ୍ଷମା ମାଗିଲେ ମମତା
କୋଲକାତା,୧୩।୧୨: ଆର୍ଜେଣ୍ଟିନା ଫୁଟବଲ କିମ୍ବଦନ୍ତୀ ଲିଓନେଲ ମେସିଙ୍କୁ ନେଇ କୋଲକାତାରେ ବିଶୃଙ୍ଖଳା ସୃଷ୍ଟି ହୋଇଛି। ମେସି ସଲ୍ଟ ଲେକ ଷ୍ଟାଡିୟମରେ ପହଞ୍ଚିବା ପରେ ଅଧିକ ମୂଲ୍ୟର...
ମେସିଙ୍କୁ ଦେଖିବାକୁ ହଙ୍ଗାମା, ଚେୟାର ଭାଙ୍ଗିଲେ.. ବୋତଲ ଫିଙ୍ଗିଲେ
ନୂଆଦିଲ୍ଲୀ,୧୩।୧୨: ଆର୍ଜେଣ୍ଟିନା ଫୁଟବଲ୍ କିମ୍ବଦନ୍ତୀ ଲିଓନେଲ୍ ମେସି ତିନି ଦିନିଆ ଭାରତ ଗସ୍ତରେ ଅଛନ୍ତି। ତାଙ୍କର ଗସ୍ତ କୋଲକାତାରୁ ଆରମ୍ଭ ହୋଇଛି। ମେସି ହେଉଛନ୍ତି ମିଳିତ...
ମାତ୍ର ୧ ବର୍ଷ ବୟସରେ ଇତିହାସ ରଚିଲେ ବେଦ ପରେଶ: ୮ ସେକେଣ୍ଡରେ କଲେ…
ନୂଆଦିଲ୍ଲୀ,୧୩।୧୨: ଏକ ବର୍ଷର ବେଦ ପରେଶ କ୍ରୀଡା ଜଗତରେ ଏକ ନୂତନ ରେକର୍ଡ ସ୍ଥାପନ କରିଛନ୍ତି। ମହାରାଷ୍ଟ୍ରର ରତ୍ନଗିରିର ବାସିନ୍ଦା, ବେଦ ଇଣ୍ଡିଆ ବୁକ ଅଫ...
ବୈଭବ ସୂର୍ଯ୍ୟବଂଶୀଙ୍କ ବଡ଼ ଘୋଷଣା, ପାକିସ୍ତାନ ବିପକ୍ଷ ମ୍ୟାଚ୍ ପୂର୍ବରୁ କହିଲେ…
ନୂଆଦିଲ୍ଲୀ,୧୩।୧୨: ଯୁବ କ୍ରିକେଟର ବୈଭବ ସୂର୍ଯ୍ୟବଂଶୀ ଅଣ୍ଡର୧୯ ଏସିଆ କପର ପ୍ରଥମ ମ୍ୟାଚରେ ୟୁଏଇ ବିପକ୍ଷରେ ୧୭୧ ରନର ଏକ ଚମତ୍କାର ଇନିଂସ ଖେଳି ପ୍ରଶଂସକଙ୍କୁ...
Archives


