ସାଖୀର (ବାହାରିନ୍),୮ା୧୨- ରବିବାର ଅନୁଷ୍ଠିତ ସାଖୀର ଗ୍ରାଁପ୍ରିରେ ରେସିଂ ପଏଣ୍ଟର ସର୍ଗିଓ ପେରେଜ ତାଙ୍କର ପ୍ରଥମ ଫର୍ମୁଲା ଓ୍ବାନ୍ ବିଜୟ ହାସଲ କରିଛନ୍ତି। ଫର୍ମୁଲା ଓ୍ବାନ୍ରେ ଏହା ଥିଲା ତାଙ୍କର ୧୯୦ତମ ରେସ୍। ମର୍ସିଡିଜ୍ ଟିମ୍ ଆଶାନୁରୂପ ପ୍ରଦର୍ଶନ କରିପାରି ନ ଥିଲା। ଟିମ୍ ତରଫରୁ ପ୍ରଥମ ପଦାର୍ପଣରେ ଜର୍ଜ ରସେଲଙ୍କ ପାଇଁ ଟାଇଟଲ ସୁଯୋଗ ରହିଥିଲା। ବିଶ୍ୱ ଚାମ୍ପିୟନ ଲୁଇସ୍ ହାମିଲଟନ କରୋନା ସଂକ୍ରମିତ ହେବାରୁ ତାଙ୍କ ସ୍ଥାନରେ ବ୍ରିଟେନର ଏହି ୨୨ବର୍ଷୀୟ ଡ୍ରାଇଭର ମର୍ସିଡିଜରୁ ପ୍ରତିନିଧିତ୍ୱ କରିଥିଲେ। ଲେଟ୍ ରେସ୍ ସେଫ୍ଟି କାର୍ ପାଇଁ ରେସ୍ରେ ସେ ୯ମ ସ୍ଥାନରେ ରହିଥିଲେ। ଟିମ୍ମେଟ୍ ଭାଲଟେରୀ ବୋଟାସ ୮ମ ସ୍ଥାନ ଅଧିକାର କରିଥିଲେ। ରେନଲ୍ଟର ଏଷ୍ଟିବାନ ଓକନ ଦ୍ୱିତୀୟ ସ୍ଥାନରେ ରହିଥିଲେ। ଏହା ଥିଲା ତାଙ୍କର ପ୍ରଥମ ଫର୍ମୁଲା ଓ୍ବାନ୍ ପୋଡିୟମ ଫିନିଶ। ପେରେଜଙ୍କ ରେସିଂ ପଏଣ୍ଟ ଟିମ୍ମେଟ ଲାନ୍ସ ଷ୍ଟ୍ରୋଲ୍ ତୃତୀୟ ହୋଇଥିଲେ। ଅନ୍ୟମାନଙ୍କ ମଧ୍ୟରେ କାର୍ଲୋସ ସେଞ୍ଜ୍ ଜୁନିୟର (ମ୍ୟାକଲରେନ), ଡାନିଏଲ ରିକାର୍ଡୋ(ରେନଲ୍ଟ), ଆଲେକ୍ଜାଣ୍ଡର ଆଲବନ (ରେଡ୍ବୁଲ୍) ଏବଂ ଡାନିଲ କ୍ୟାତ୍ (ଆଲ୍ଫା ତାଉରି) ଯଥାକ୍ରମେ ୪ର୍ଥ, ୫ମ, ୬ଷ୍ଠ ଓ ୭ମ ସ୍ଥାନ ଅଧିକାର କରିଥିଲେ। ମ୍ୟାଲରେନର ଲାଣ୍ଡୋସ ନୋରିସ୍ ୧୦ମ ସ୍ଥାନରେ ରହିଥିଲେ।
ଟି-୨୦ ବିଶ୍ୱକପ୍: ପାକିସ୍ତାନକୁ ଧୂଳି ଚଟାଇ ସୁପର-୮ରେ ଭାରତ; ଧରାଶାୟୀ ପଡ଼ୋଶୀ ଦଳ
କଲମ୍ବୋ,୧୫।୨: ଟି-୨୦ ବିଶ୍ୱକପ୍ର ହାଇଭୋଲ୍ଟେଜ୍ ମୁକାବିଲାରେ ଭାରତୀୟ ଦଳ ପାକିସ୍ତାନକୁ ୬୧ ରନ୍ର ଏକ ବଡ଼ ବ୍ୟବଧାନରେ ପରାସ୍ତ କରିଛି। ଏହି ବିଜୟ ସହ ଭାରତ ଲଗାତାର…
ଟି-୨୦ ବିଶ୍ୱକପ୍: କଲମ୍ବୋରେ ପାକିସ୍ତାନକୁ ଧ୍ୱଂସ କରିଦେଲା ସୂର୍ଯ୍ୟକୁମାରଙ୍କ ସେନା, ଗର୍ଜିଲେ ଇଶାନ କିଷାନ
କଲମ୍ବୋ,୧୫।୨: ଶ୍ରୀଲଙ୍କାର ଆର୍. ପ୍ରେମଦାସା ଷ୍ଟାଡିୟମରେ ଅନୁଷ୍ଠିତ ହାଇଭୋଲ୍ଟେଜ୍ ଟି-୨୦ ବିଶ୍ୱକପ୍ ମୁକାବିଲାରେ ଭାରତୀୟ ଦଳ ପାକିସ୍ତାନକୁ ୬୧ ରନ୍ରେ ପରାସ୍ତ କରିଛି। ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କ…
ଧୋନିଙ୍କ ପାଇଁ ପାକିସ୍ତାନ ଦଳରେ ସୁଯୋଗ ପାଇଛନ୍ତି ଉସମାନ ତାରିକ! ହୋଇଗଲା ଖୁଲାସା
କଲମ୍ବୋ,୧୫।୨: ଚଳିତ ଟି-୨୦ ବିଶ୍ୱକପ୍ରେ ପାକିସ୍ତାନର ରହସ୍ୟମୟ ସ୍ପିନର ଉସ୍ମାନ ତାରିକ୍ ନିଜର ଅଜବ ବୋଲିଂ ଆକ୍ସନ ପାଇଁ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ସାଜିଛନ୍ତି। ତେବେ ତାଙ୍କ କ୍ରିକେଟ୍…
ପାକିସ୍ତାନ ଅଧିନାୟକଙ୍କ ମାଷ୍ଟରଷ୍ଟ୍ରୋକ୍ରେ ଫସିଲା ଭାରତ: ଖାତା ଖୋଲିବା ପୂର୍ବରୁ ଅଭିଷେକ ଆଉଟ୍
କଲମ୍ବୋ,୧୫।୨: ଟି-୨୦ ବିଶ୍ୱକପ୍ର ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ଭାରତକୁ ଝଟକା ଦେବାରେ ସଫଳ ହୋଇଛି ପାକିସ୍ତାନ । ପାକିସ୍ତାନ ଅଧିନାୟକ ସଲମାନ ଅଲି ଆଘାଙ୍କ ଏକ ଚତୁର ରଣନୀତି…
ଟି-୨୦ ବିଶ୍ୱକପ୍: ପାକିସ୍ତାନ ଆଗରେ ୧୭୬ ରନ୍ର ବିଜୟ ଲକ୍ଷ୍ୟ; ଇଶାନ କିଷାନଙ୍କ ଧୂଆଁଧାର ବ୍ୟାଟିଂ
କଲମ୍ବୋ,୧୫।୨: ଟି-୨୦ ବିଶ୍ୱକପ୍ ୨୦୨୬ର ହାଇଭୋଲ୍ଟେଜ୍ ମ୍ୟାଚରେ ଭାରତ, ପାକିସ୍ତାନ ସମ୍ମୁଖରେ ୧୭୬ ରନ୍ର ଚ୍ୟାଲେଞ୍ଜିଂ ଟାର୍ଗେଟ୍ ରଖିଛି। ଓପନର୍ ଇଶାନ କିଷାନଙ୍କ ବିସ୍ଫୋରକ ବ୍ୟାଟିଂ ଏବଂ…
ଟି-୨୦ ବିଶ୍ୱକପ୍: ପାକିସ୍ତାନୀ ବୋଲରଙ୍କୁ ଧୂଳି ଚଟାଇଲେ ଇଶାନ କିଷାନ; ୨୭ ବଲ୍ରେ ବିସ୍ଫୋରକ ଅର୍ଦ୍ଧଶତକ
କଲମ୍ବୋ,୧୫।୨: ଟି-୨୦ ବିଶ୍ୱକପ୍ ମହାମୁକାବିଲାରେ ଭାରତୀୟ ଓପନର୍ ଇଶାନ କିଷାନଙ୍କ ବ୍ୟାଟ୍ରୁ ଦେଖିବାକୁ ମିଳିଛି ରନ୍ ବର୍ଷା। ପାକିସ୍ତାନ ବିପକ୍ଷ ଏହି ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ଇଶାନ ମାତ୍ର…
ଟି-୨୦ ବିଶ୍ୱକପ୍ ୨୦୨୬: ଟସ୍ ଜିତି ପାକିସ୍ତାନର ବୋଲିଂ ନିଷ୍ପତ୍ତି, ହ୍ୟାଣ୍ଡସେକ୍ ପାଇଁ ପୁଣି…
କଲମ୍ବୋ,୧୫।୨: ଟି-୨୦ ବିଶ୍ୱକପ୍ ୨୦୨୬ର ହାଇଭୋଲ୍ଟେଜ୍ ଗ୍ରୁପ୍-ଏ ମ୍ୟାଚରେ ପାକିସ୍ତାନ ଅଧିନାୟକ ସଲମାନ ଆଘା ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଫଳରେ ଭାରତୀୟ…
IND VS PAK: ଭାରତ-ପାକ୍ ମ୍ୟାଚ୍ ପୂର୍ବରୁ ପ୍ରେମଦାସା ଷ୍ଟାଡିୟମରେ ସାପ ଆତଙ୍କ; ପାକିସ୍ତାନ ଡଗ୍ଆଉଟ୍ରେ…
କଲମ୍ବୋ,୧୫।୨: କଲମ୍ବୋର ଆର. ପ୍ରେମଦାସା ଷ୍ଟାଡିୟମରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ହେବାକୁ ଥିବା ମହାନ ମୁକାବିଲା ପୂର୍ବରୁ ଏକ ଅଭାବନୀୟ ଚିତ୍ର ସାମ୍ନାକୁ ଆସିଛି। କ୍ରିକେଟର…
Archives

