Posted inଜାତୀୟ

ଲୋକ ସଭା ନିର୍ବାଚନ ୨୦୨୪: ଦଳବଦଳ ନେତାଙ୍କୁ ନାପସନ୍ଦ କଲେ ଜନତା, ମଇଦାନରେ ମୁହଁମାଡି ପଡିଲେ ୫୬ଜଣ

ନୂଆଦିଲ୍ଲୀ,୬।୭: ଲୋକ ସଭା ନିର୍ବାଚନ ୨୦୨୪ରେ ଆଶ୍ଚର୍ଯ୍ୟଜନକ ଫଳାଫଳ ସାମ୍ନାକୁ ଆସିଛି। ଅନେକ ବରିଷ୍ଠ ନେତା ପରାଜୟର ସମ୍ମୁଖୀନ ହୋଇଥିବାବେଳେ ଅନେକ ପ୍ରାର୍ଥୀଙ୍କ ବିଜୟ ମଧ୍ୟ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ସବୁଠାରୁ ଆଶ୍ଚର୍ଯ୍ୟକର କଥା ହେଉଛି ଚଳିତ ନିର୍ବାଚନ ପୂର୍ବରୁ ଦଳ ବଦଳାଇଥିବା ଅନେକ ନେତାଙ୍କୁ ଜନସାଧାରଣ ପ୍ରତ୍ୟାଖ୍ୟାନ କରିଛନ୍ତି। ଏହିପରି ଅଧିକାଂଶ ପ୍ରାର୍ଥୀ ପରାଜୟର ସମ୍ମୁଖୀନ ହୋଇଛନ୍ତି। ଜାଣନ୍ତୁ କେଉଁ ଦଳର କେତେ ପ୍ରାର୍ଥୀଙ୍କୁ ଏପରି ପରାଜିତ ହୋଇଛନ୍ତି।

ଚଳିତ ଲୋକ ସଭା ନିର୍ବାଚନରେ ଭାଜପା ଓ କଂଗ୍ରେସ ୭୬ ଦଳବଦଳ ନେତାଙ୍କୁ ଟିକେଟ୍‌ ଦେଇଥିଲେ। ଏହି ୭୬ ନେତା ଦଳ ବଦଳେଇବା ପରେ କୌଣସି ପ୍ରକାରେ ଟିକେଟ ପାଇବାରେ ସଫଳ ହୋଇଥିଲେ ମଧ୍ୟ ଜନସାଧାରଣଙ୍କ ବିଶ୍ୱାସ ଜିତିବାରେ ସଫଳ ହୋଇ ନ ଥିଲେ। ଫଳସ୍ବରପ ଏଥିମଧ୍ୟରୁ କେବଳ ୨୦ ଜଣ ଜନତାଙ୍କ ବିଶ୍ୱାସ ଜିତିବା ସହ ଏମପି ହୋ ପାରିଥିଲେ। ପ୍ରାୟ ୫୬ଜଣଙ୍କୁ ଲୋକେ ପ୍ରତ୍ୟାଖାନ କରିଥିଲେ। ଯାହା ଆଗାମୀ ନିର୍ବାଚନରେ ରାଜନୈତିକ ଦଳଗୁଡ଼ିକ ପାଇଁ ଏହା ଏକ ବଡ଼ ଶିକ୍ଷା ହୋଇ ରହିବ।

ଏକ ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ, କଂଗ୍ରେସ ଚଳିତ ନିର୍ବାଚନରେ ଅନ୍ୟ ଦଳର ଆସୁଥିବା ୩୩ ନେତାଙ୍କୁ ଟିକେଟ ଦେଇଥିଲା। ସେଥିମଧ୍ୟରୁ ୨୬ ନେତାଙ୍କୁ ଲୋକେ ବିଜୟୀ କରିଥିଲେ। ରିପୋର୍ଟ ଅନୁସାରେ ପ୍ରାୟ ୭୮% ନେତାଙ୍କୁ ଜନମତ ପ୍ରତ୍ୟାଖ୍ୟାନ କରିଥିଲେ। ସେହିଭଳି ଭାଜପା ଅନ୍ୟ ଦଳର ଆସିଥିବା ୪୩ ନେତାଙ୍କୁ ଟିକେଟ ଦେଇଥିଲା। ସେଥିମଧ୍ୟରୁ ୩୦ଜଣ ପରାଜୟର ସମ୍ମୁଖୀନ ହୋଇଛନ୍ତି । ଟିକେଟ ମିଳିଥିବା ଏବଂ ବିଜେତା ପ୍ରାର୍ଥୀଙ୍କ ସଂଖ୍ୟାକୁ ଦେଖିଲେ ଜଣାପଡୁଛି ଯେ, ଜନସାଧାରଣ ୭୦ଶତକଡା ଦଳବଦଳ(ଟର୍ନକୋଟ) ନେତାଙ୍କୁ ପ୍ରତ୍ୟାଖ୍ୟାନ କରିଛନ୍ତି।

ଦଳବଦଳ କରିଥିବା ଓ ପରେ ଭାଜପା ଟିକେଟ୍‌ରେ ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରିଥିବା ନେତାମାନେ ହେଲେ ରଜନୀତ ସିଂ ବିଟୁ (ତିନିଥର କଂଗ୍ରେସ ଏମପି), ଯିଏକି ପଞ୍ଜାବ କଂଗ୍ରେସ ମୁଖ୍ୟ ଅମରିନ୍ଦର ସିଂ ରାଜ ୱାଡିଙ୍ଗଙ୍କ ଠାରୁ ଲୁଧିଆନା ଆସନରେ ପ୍ରାୟ ୨୧ ହଜାର ଭୋଟରେ ପରାସ୍ତ ହୋଇଛନ୍ତି। ଜ୍ୟୋତି ର୍ମିଧା (ପୂର୍ବତନ କଂଗ୍ରେସ ଏମପି) ରାଜସ୍ଥାନର ନାଗୌରରୁ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ। ରାଷ୍ଟ୍ରିୟ ଲୋକନନ୍ତ ପାର୍ଟିର ପ୍ରାର୍ଥୀ ହନୁମାନ ବେନିୱାଲ ତାଙ୍କୁ ୪୨ ହଜାରରୁ ଅଧିକ ଭୋଟରେ ପରାସ୍ତ କରିଥିଲେ।

ପଶ୍ଚିମବଙ୍ଗର ବାରାକୋରରୁ ଭାଜପା ପ୍ରାର୍ଥୀ ଅର୍ଜୁନ ସିଂ ଟିଏମସି ଛାଡିଛନ୍ତି। ସେ ଟିଏମସି ପ୍ରାର୍ଥୀ ପାର୍ଥା ଭୋମିକଙ୍କ ଠାରୁ ୬୪ହଜାରରୁ ଅଧିକ ଭୋଟରେ ପରାସ୍ତ ହୋଇଛନ୍ତି। ସେହିଭଳି ହରିୟାଣାରେ ରଣଜିତ ସିଂ ଚୌଟାଲା କଂଗ୍ରେସର ଜୟ ପ୍ରକାଶଙ୍କ ଦ୍ୱାରା ପରାସ୍ତ ହୋଇଥିଲେ। ତେବେ ଏହି ତାଲିକା ଲମ୍ବା ହୋଇଥିବାବେଳେ ଦଳବଦଳ ନେତାଙ୍କୁ ଲୋକେ ନାପସନ୍ଦ କରୁଥିବା ଚଳିତ ନିର୍ବାଚନରେ ସ୍ପଷ୍ଟ ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ଚପଲ ପିନ୍ଧି ମହାପ୍ରସାଦ ବାଣ୍ଟିଲେ, ଠିଆହୋଇ ଖାଇଲେ

ପୁରୀ,୩୧ା୧୨(ଅଜିତ୍‌ କୁମାର ମହାନ୍ତି): ମହାପ୍ରସାଦ ଓ ମହାପ୍ରଭୁଙ୍କୁ ଅପମାନ କଲାଭଳି ଦୃଶ୍ୟ ପୁଣି ଦେଖିବାକୁ ମିଳିଛି। ଏନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। କେତେଜଣ...

ପୁଟିନଙ୍କ ଘର ଉପରେ ଏମିତି ‘ଡ୍ରୋନ୍ ଆକ୍ରମଣ’ର କରିଥିଲା ୟୁକ୍ରେନ, ଭୟଙ୍କର ଭିଡିଓ ଜାରି କଲା ରୁଷ

ନୂଆଦିଲ୍ଲୀ,୩୧।୧୨: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ବାସଭବନକୁ ଲକ୍ଷ୍ୟ କରି ଡ୍ରୋନ୍ ମାଡ଼ କରିଛି ୟୁକ୍ରେନ। ଏହି ଖବର ପରେ ଦୁଇ ଦେଶ ମଧ୍ୟରେ ଯୁଦ୍ଧ...

ନୂଆବର୍ଷ ପୂର୍ବରୁ ବଡ଼ ଧରଣର ଭୂକମ୍ପ ଝଟକା, ଭୟରେ…

ନୂଆଦିଲ୍ଲୀ,୩୧।୧୨: ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଜାପାନରେ ବଡ଼ ଧରଣର ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ତୀବ୍ରତା ୬ ରେକର୍ଡ କରାଯାଇଛି ।...

ଘରକୁ ଫେରିବା ବାଟରେ ଭୟଙ୍କର ଦୁର୍ଘଟଣା: ବାଇକ୍‌କୁ ଧକ୍କା ଦେଇ ଟ୍ରକ୍‌କୁ ପିଟିଲା ବୋଲେରୋ; ଯୁବକ ଗୁରୁତର; ଡ୍ରାଇଭର…

କେସିଙ୍ଗା,୩୧।୧୨( ତୁମେଶ୍ୱର ସାହୁ): ରାତି ପାହିଲେ ନୂଆବର୍ଷ। ଗାଁଠୁ ନେଇ ସହର ଯାଏ ନୂଆବର୍ଷ ପାଳନ ପାଇଁ ଚାଲିଛି ସଜ ବାଜ। ଏଭଳି ସମୟରେ କେସିଙ୍ଗା...

ବିଗିଡିଲା ଭୁବନେଶ୍ୱର ବାୟୁ ଗୁଣବତ୍ତା, ଓଡ଼ିଶାର ୪ ସହରର ସ୍ଥିତି ସଙ୍ଗିନ

ଭୁବନେଶ୍ବର,୩୧ା୧୨: ଓଡ଼ିଶାର ବାୟୁ ପ୍ରଦୂଷଣ ସ୍ତର ଏବେ ଚିନ୍ତାଜନକ ସ୍ଥିତିରେ ପହଞ୍ଚିଛି। କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (CPCB) ପକ୍ଷରୁ ଜାରି ସଦ୍ୟତମ ତଥ୍ୟ ଅନୁଯାୟୀ,...

ରୁଷକୁ ବିଶ୍ବାସ ଯେ… ୨୦୨୫ ବର୍ଷର ଶେଷ ଭାଷଣରେ ଜେଲେନ୍ସକିଙ୍କ ବିଷୟରେ କଣ କହିଲେ ପୁଟିନ୍

ନୂଆଦିଲ୍ଲୀ,୩୧।୧୨: ରୁଷ ରାଷ୍ଟ୍ରପତି ପୁଟିନ ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଦେଶକୁ ସମ୍ବୋଧିତ କରିଛନ୍ତି । ୟୁକ୍ରେନରେ ଚାଲିଥିବା ଯୁଦ୍ଧ ସମ୍ପର୍କରେ ସେ କହିଥିଲେ ଯେ...

ଭୂତକୋଠା ପାଲଟିଛି ଶିକ୍ଷକ ଭବନ, ରାତି-ଦିନରେ ଜମୁଛି ମଦର ଆସର

ମୋହନା,୩୧/୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ । ଏହା ୩୯ଟି ପଞ୍ଚାୟତକୁ ନେଇ ଗଠିତ । ଏହି ବ୍ଲକର...

ପ୍ରଭାକର ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ, ଡେଙ୍ଗାପଦର ଭଲିବଲ ଟିମ୍ ବିଜୟୀ

ଦିଗପହଣ୍ଡି, ୩୧|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ୪ର୍ଥ ଦିବସ ଆଜି ଆୟୋଜିତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri