Posted inଜାତୀୟ

ଲୋକଙ୍କ ପଛରେ ଲାଗିବେ ଲୋକେ

ନୂଆଦିଲ୍ଲୀ,୧୬।୨: ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ଏକ ନୂଆ କାର୍ଯ୍ୟକ୍ରମ ଆରମ୍ଭ କରିଛି, ଯେଉଁଥିରେ ନାଗରିକମାନଙ୍କୁ ଭଲ୍ୟୁଣ୍ଟିୟର ଭାବେ ନିଯୁକ୍ତି ଦିଆଯିବ। ସେମାନେ ସୋସିଆଲ ମିଡିଆ ପ୍ଲାଟଫର୍ମଗୁଡ଼ିକରେ ଶିଶୁଙ୍କୁ ନେଇ ଅଶ୍ଳୀଳ ଫଟୋ ଓ ଭିଡିଓ, ବଳାତ୍କାର ଅପରାଧ, ଆତଙ୍କବାଦ ଏବଂ ଦେଶ ବିରୋଧୀ କାର୍ଯ୍ୟକଳାପ ଆଦି ବେଆଇନ କଣ୍ଟେଣ୍ଟକୁ ଚିହ୍ନଟ କରି ରିପୋର୍ଟ କରିବେ। ସୋସିଆଲ ମିଡିଆ ଉପରେ ନଜର ରଖିବା ଓ ଅନ୍‌ଲାଇନ୍‌ କ୍ରାଇମ୍‌ ରୋକିବା ଲାଗି ବର୍ତ୍ତମାନ ଯାଏ ସରକାର ସାଇବର ପୋଲିସ ଉପରେ ନିର୍ଭର କରୁ୍‌ଥିବାବେଳେ ଏବେ ଏଥିରେ ସାଧାରଣ ଲୋକଙ୍କୁ ସ୍ବେଚ୍ଛାସେବୀ ଭାବେ ନିୟୋଜିତ କରାଯିବ। ଏହି କାର୍ଯ୍ୟକ୍ରମର ଟ୍ରାଏଲ୍‌ ଜମ୍ମୁ-କଶ୍ମୀର ଓ ତ୍ରିପୁରାରେ କରାଯିବ। ଫିଡ୍‌ବ୍ୟାକ୍‌ ମିଳିବା ପରେ ତାକୁ ଅନୁଧ୍ୟାନ କରି ପରବର୍ତ୍ତୀ କାର୍ଯ୍ୟପନ୍ଥା ନିର୍ଦ୍ଧାରଣ କରାଯିବ। ଗତ ନଭେମ୍ବର ୨୮ରେ ତ୍ରିପୁରା ପୋଲିସ ଏନେଇ ବିଜ୍ଞପ୍ତି ଜାରି କରିଛି। ସେହିପରି ଫେବୃୟାରୀ ୩ରେ ଜମ୍ମୁ-କଶ୍ମୀର ପୋଲିସ ମଧ୍ୟ ଏକ ପ୍ରେସ୍‌ ରିଲିଜ୍‌ରେ ଭଲ୍ୟୁଣ୍ଟିୟର ଭାବେ ସାଇନ୍‌ ଅପ୍‌ କରିବା ପାଇଁ ଲୋକଙ୍କୁ ଆମନ୍ତ୍ରଣ କରିଛି।
ମିଳିଥିବା ରିପୋର୍ଟ ଅନୁସାରେ ଭଲ୍ୟୁଣ୍ଟିୟରମାନେ ତିନୋଟି ବର୍ଗରେ ନିଜ ନାମ ପଞ୍ଜୀକରଣ କରିପାରିବେ। ତାହା ହେଲା ସାଇବର ଭଲ୍ୟୁଣ୍ଟିୟର ଅନ୍‌ଲଫୁଲ କଣ୍ଟେଣ୍ଟ ଫ୍ଲାଗର, ସାଇବର ଆଓ୍ବାରନେସ୍‌ ପ୍ରମୋଟର ଏବଂ ସାଇବର ଏକ୍ସପର୍ଟ। ଭଲ୍ୟୁଣ୍ଟିୟରମାନେ ନାମ ବ୍ୟବହାର କରିପାରିବେ ନାହିଁ କି ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପାଇଁ କାମ କରୁଥିବା ନେଇ ମଧ୍ୟ ଜଣାଇପାରିବେ ନାହିଁ। ଏହି କାର୍ଯ୍ୟକ୍ରମ ଅଧୀନରେ ମନ୍ତ୍ରଣାଳୟର ଭାରତୀୟ ସାଇବର ଅପରାଧ ସମନ୍ବୟ କେନ୍ଦ୍ର (୧୪ସି) ଏକ ପ୍ରାଥମିକ ସ୍ଥାନ ରୂପେ କାର୍ଯ୍ୟ କରିବ। ଭଲ୍ୟୁଣ୍ଟିୟରମାନେ ନିଜ ରାଜ୍ୟ କିମ୍ବା କେନ୍ଦ୍ରଶାସିତ ଅଞ୍ଚଳରେ ନାମ ପଞ୍ଜୀକରଣ କରିପାରିବେ। ଏଥିପାଇଁ ସେମାନଙ୍କୁ ନିଜ ତଥା ମା’ବାପାଙ୍କ ନାମ, ଯୋଗାଯୋଗ ଠିକଣା, ଇ-ମେଲ୍‌ ଆଡ୍ରେସ୍‌ ଆଦି ବ୍ୟକ୍ତିଗତ ବିବରଣୀ ଦେବାକୁ ପଡ଼ିବ। ତେବେ ସେସବୁକୁ ସ୍ବତନ୍ତ୍ର ଭାବେ ଯାଞ୍ଚ କରାଯିବ ନାହିଁ। ମନ୍ତ୍ରଣାଳୟର ଅନ୍ୟ ଏକ ନିର୍ଦ୍ଦେଶନାମା ଅନୁସାରେ ଜଣେ ଭଲ୍ୟୁଣ୍ଟିୟର ତାଙ୍କୁ ଦିଆଯାଇଥିବା ଦାୟିତ୍ୱ ସମ୍ପର୍କରେ ସମ୍ପୂର୍ଣ୍ଣ ଗୋପନୀୟତା ବଜାୟ ରଖିବେ। ସାଇବର ଭଲ୍ୟୁଣ୍ଟିୟର ପ୍ରୋଗ୍ରାମର ସର୍ତ୍ତ ଉଲ୍ଲଂଘନ କଲେ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକର ଷ୍ଟେଟ୍‌ ନୋଡାଲ ଅଫିସର ସମ୍ପୃକ୍ତ ଭଲ୍ୟୁଣ୍ଟିୟରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇପାରିବେ। ଏହି ଯୋଜନା ସମ୍ପର୍କରେ ଆନୁଷ୍ଠାନିକ ଭାବେ ଘୋଷଣା କରାଯାଇଥିଲେ ମଧ୍ୟ ନିର୍ଦ୍ଦିଷ୍ଟ ଭାବେ କେଉଁ କାର୍ଯ୍ୟକୁ ‘ଦେଶ ବିରୋଧୀ’ ଆଖ୍ୟା ଦିଆଯିବ ସେନେଇ ସରକାର ଆଇନଗତ ଚିଠା ପ୍ରସ୍ତୁତ କରିନାହାନ୍ତି।

ବିପଜ୍ଜନକ ଯୋଜନା

ନାଗରିକଙ୍କ ବିରୋଧରେ ନାଗରିକଙ୍କ ସର୍ଭିଲାନ୍ସ ସମ୍ପର୍କିତ ଉକ୍ତ ବିଜ୍ଞପ୍ତି ଅନେକ ଦିଗରୁ ତ୍ରୁଟିପୂର୍ଣ୍ଣ ମନେହେଉଥିବାରୁ ସରକାରଙ୍କ ଏହି କାର୍ଯ୍ୟକ୍ରମ ବିପଜ୍ଜନକ ଧାରା ସୃଷ୍ଟି କରିବ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି। ଯେଉଁମାନେ ସରକାରଙ୍କ ସହିତ ସହମତ ହୋଇ ନ ଥାନ୍ତି, ସେମାନଙ୍କ ବିରୋଧରେ ବେଆଇନ କାର୍ଯ୍ୟକଳାପ ନିରୋଧୀ ଆଇନ (ୟୁଏପିଏ) ବଳରେ କାର୍ଯ୍ୟାନୁଷ୍ଠାନ ନିଆଯାଇଥାଏ। ଅନେକଙ୍କୁ ଅଟକ ରଖାଯାଉଥିବାବେଳେ କେତେଜଣଙ୍କୁ ଜେଲ ପଠାଇ ଦିଆଯାଏ। ତେଣୁ ବିନା କୌଣସି ଉତ୍ତରଦାୟିତ୍ୱରେ ଲୋକଙ୍କ ମୁହଁ ବନ୍ଦ କରିବା ପାଇଁ ଏହି କାର୍ଯ୍ୟକ୍ରମର ଦୁରୁପଯୋଗ କରାଯିବା ଆଶଙ୍କା ସୃଷ୍ଟି ହୋଇଛି। ସେହିପରି ପ୍ରକୃତ ସଂଜ୍ଞା ନିରୂପଣ ନ କରି କୌଣସି କଣ୍ଟେଣ୍ଟକୁ ‘ଦେଶ ବିରୋଧୀ’ ବ୍ୟବହାର, ଭାଷା ବା କାର୍ଯ୍ୟ ରୂପେ ଆଖ୍ୟାଦେବା ଫଳରେ ସିଟିଜେନ୍‌ ଭଲ୍ୟୁଣ୍ଟିୟର ମାନେ ଏକତରଫା କାର୍ଯ୍ୟାନୁଷ୍ଠାନ ନେଇପାରିବେ।

 

 


Enter your email to get our daily news in your inbox.

All Right Reserved By Dharitri.Com

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବ୍ୟାକଫୁଟରେ ସୁପରପାୱାର ଆମେରିକା, ଇରାନ ସହ ଯୁଦ୍ଧରୁ ଓହରିବ! ଟ୍ରମ୍ପଙ୍କ ବଡ଼ ବୟାନ…

ୱାଶିଂଟନ, ୧ା୪:ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ସଂଘର୍ଷ ଏବେ ଏକ ନୂଆ ମୋଡ଼ ନେଇଛି। ସୁପରପାୱାର ଆମେରିକାର ରଣନୀତି ଫେଲ ମାରୁଥିବା ବେଳେ ରାଷ୍ଟ୍ରପତି ଡୋନାଲ୍ଡ…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

ଟାର୍ଗେଟରେ ଭାଜପା ଅଫିସ୍: ପାର୍କିଂରେ ଥିବା ସ୍କୁଟିରେ ହେଲା ବୋମା ବିସ୍ଫୋରଣ, ହାଇ ଆଲର୍ଟରେ…

ଚଣ୍ଡିଗଡ଼,୧।୪: ଭାଜପା କାର୍ଯ୍ୟାଳୟ ବାହାରେ ବିସ୍ଫୋରଣ। ଚଣ୍ଡିଗଡ଼ର ସେକ୍ଟର-୩୭ ସ୍ଥିତ ପଞ୍ଜାବ ଭାଜପା କାର୍ଯ୍ୟାଳୟ ବାହାରେ ଥିବା ପାର୍କିଂ ଅଞ୍ଚଳରେ ଏକ ବୋମା ବିସ୍ଫୋରଣ ଘଟିଛି। ଏହି…

ବନ୍ଦ ହୋଇଯିବ କି ଯୁଦ୍ଧ? ବଡ଼ ଦାବି କଲେ ଟ୍ରମ୍ପ, ଯୁଦ୍ଧବିରତି ଲାଗି….

ନୂଆଦିଲ୍ଲୀ,୧।୪:  ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଚାଲିଥିବା ସଂଘର୍ଷ ମଧ୍ୟରେ ଏକ ବଡ଼ ଦାବି କରିଛନ୍ତି । ସେ କହିଛନ୍ତି ଯେ ଇରାନର ନୂତନ ରାଷ୍ଟ୍ରପତି ତାଙ୍କ…

ସରକାର ଆସିବାର ୨ ବର୍ଷ ପରେ ପଦବୀ ପୁରଣ, ଧର୍ମଗଡ଼ ବିଧାୟକ ହେଲେ କଳାହାଣ୍ଡି ଯୋଜନା କମିଟିର ନୂତନ ଅଧ୍ୟକ୍ଷ

ଭବାନୀପାଟଣା,୧।୪(ଉତ୍ତମ କୁମାର ଦାଶ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳାହାଣ୍ଡି ଜିଲା ଯୋଜନା କମିଟିର ନୂତନ ଅଧ୍ୟକ୍ଷ ଭାବେ ବୁଧବାର ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri