Categories: ଗଞ୍ଜାମ

ଦୀର୍ଘବର୍ଷ ପରେ ଷ୍ଟ୍ରିଟ୍‌ ଲାଇଟ୍‌ ଦେଖିଲେ ଲୋକେ

ଗଞ୍ଜାମ,୧୯ା୩(ଡି.ଏନ୍‌.ଏ.): ଗଞ୍ଜାମ ସହରସ୍ଥିତ ଜୟଶ୍ରୀ ଛକ ତଥା ତ୍ରିବେଣୀ ମଠରୁ ଜାତୀୟ ରାଜପଥ ସଂଯୋଗ ବିଞ୍ଚଣାପଲ୍ଲୀ ପର୍ଯ୍ୟନ୍ତ ରାସ୍ତା ଦୀର୍ଘବର୍ଷ ହେବ ଅନ୍ଧାରରେ ଥିଲା। ଉକ୍ତ ରାସ୍ତା ଦେଇ ସ୍କୁଲ କଲେଜ ଛାତ୍ରୀଛାତ୍ରଙ୍କଠାରୁ ଆରମ୍ଭ କରି ଶହ ଶହ ଗାଡ଼ିମୋଟର ଯାତାୟାତ କରୁଥିଲା। କିନ୍ତୁ କିଟିକିଟି ଅନ୍ଧାରରେ ଛାତ୍ରୀଛାତ୍ର ସେମିତି ଅସୁବିଧାରେ ଯିବା ଆସିବା କରୁଥିଲେ। ଏନେଇ ଶାନ୍ତି କମିଟି ବୈଠକରେ ଷ୍ଟ୍ରିଟ୍‌ ଲାଇଟ୍‌ର ବ୍ୟବସ୍ଥା କରିବାକୁ ସ୍ଥାନୀୟ ଅଞ୍ଚଳବାସୀ ଦାବି କରିବା ପରେ ଏନ୍‌ଏସି ଇଓ ଅବିନାଶ ମିଶ୍ର ଲଗାଇବା ପାଇଁ ପ୍ରତିଶ୍ରୁତି ଦେଇଥିଲେ। ସେହି ଅନୁସାରେ ଯାତ୍ରା ପୂର୍ବରୁ ଯୁଦ୍ଧକାଳୀନ ଭିତ୍ତିରେ ଏନ୍‌ଏସି ପ୍ରଶାସନ ଷ୍ଟ୍ରିଟ୍‌ ଲାଇଟ୍‌ ଜଳୁଥିବା ଦେଖିବାକୁ ମିଳିଛି।