ଷ୍ଟିଲ ପ୍ଲାଣ୍ଟ ନିର୍ମାଣ ଲାଗି ସରକାରୀ ଜମିରୁ ଉଚ୍ଛେଦ ପାଇଁ ନୋଟିସ୍‌ ପରେ ତାତିଲେ ଲୋକେ, ଶୋଭାଯାତ୍ରା ସହ ଘେରିଲେ ତହସିଲ

ପାଟଣା,୧୭।୪(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ତହସିଲ ଅନ୍ତର୍ଗତ ପ୍ରସ୍ତାବିତ ମେଗା ଷ୍ଟିଲ୍‌ ପ୍ଲାଣ୍ଟ ପ୍ରଭାବିତ ଚେମେଣା, ଯମୁନାପଶି,ମୁରୁସୁଆଁ, ରାଜନଗର ପଞ୍ଚାୟତ ଆଦି ୧୮ ଟି ମୌଜାକୁ ଇଡ୍‌କୋ ପକ୍ଷରୁ ସରକାରୀ ଜମି ଅଧିଗ୍ରହଣ ପାଇଁ ନୋଟିସ ହେଇଛି। ଏଥିରେ କୌଣସି ଆପତ୍ତି ଅଭିଯୋଗ ଥିଲେ ୧୫ ଦିନ ଭିତରେ ଜଣାଇବା ପାଇଁ ନୋଟିସରେ ଉଲ୍ଲେଖ ରହିଛି। ୨୦୦୬ ଜଙ୍ଗଲ ଜମି ଅଧିକାର ଆଇନ ଅନୁଯାୟୀ ଚାଷ ଓ ବାସପଯୋଗୀ ଜମିକୁ ଦଖଲକାରୀ ନାମରେ ପଟ୍ଟା ପ୍ରଦାନ ଦାବି ସହ ଜିନ୍ଦଲ ସହ ହୋଇଥିବା ଏମ୍‌ଓୟୁ ରଦ୍ଧ ଦାବିରେ ଜିନ୍ଦଲ ପ୍ରତିରୋଧ ମଞ୍ଚ ପକ୍ଷରୁ ଜିନ୍ଦଲ ପ୍ରତିରୋଧ ମଞ୍ଚ ସଭାପତି ଘନ ଶ୍ୟାମ ମହାନ୍ତ, ସମ୍ପାଦକ ବେଣୁଧର ସର୍ଦ୍ଦାର, ଆବାହକ ରଘୁନାଥ ଦାସଙ୍କ ନେତୃତ୍ୱରେ ହଜାର ହଜାର ମହିଳା ପୁରୁଷ ଏକାଠି ହୋଇ ଗୁରୁବାର ଏକ ବିଶାଳ ରାଲି କରିଛନ୍ତି। ସେମାନେ ପାଟଣା ମୁଖ୍ୟାଳୟ ଆନନ୍ଦେଶ୍ୱର ଶିବ ମନ୍ଦିରରୁ ବାହାରି ଜିନ୍ଦଲ ଓ ସରକାର ବିରୋଧୀ ବିଭିନ୍ନ ସ୍ଲୋଗାନ ଦେଇ ତହସିଲରେ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ତହସିଲ ଘେରାଉ କରିବା ପରେ ତହସିଲଦାର ଲୀଳାବତୀ ନାୟକଙ୍କୁ ୩ ଦଫା ଦାବି ସମ୍ବଳିତ ଦାବି ପତ୍ର ପ୍ରଦାନ କରିଥିଲେ। ଏଥିସହ ତହସିଲ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରି ଉକ୍ତ ଅଞ୍ଚଳରେ ହେବାକୁ ଯାଉଥିବା ଷ୍ଟିଲ ପ୍ଲାଣ୍ଟ ବିରୋଧ ରେ ବିଭିନ୍ନ ନାରାବାଜି କରିବା ସହ ସରକାରୀ ଜମି ଦଖଲକାରୀଙ୍କୁ ପଟ୍ଟା ପ୍ରଦାନ, ଜିନ୍ଦଲ ସହ ହୋଇଥିବା ଏମ୍‌ଓୟୁକୁ ରଦ୍ଦ କରିବା ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗଞ୍ଜେଇ ଜବତ, ଜଣେ ଗିରଫ

ମୋହନା, ୫ା୧୨(ମନ୍ମଥ ମିଶ୍ର): ଗଞ୍ଜେଇ ଚୋରାଚାଲାଣ କରୁଥିବା ବେଳେ ଶୁକ୍ରବାର ଜଣେ ବ୍ୟକ୍ତିଙ୍କୁ ମୋହନା ଅବକାରୀ ବିଭାଗ କର୍ମଚାରୀ ଗିରଫ କରି କୋର୍ଟଚାଲାଣ କରିଛନ୍ତି। ସେ...

ରୁଷିକୁଲ୍ୟା ମୁହାଁଣରୁ ୨ ଆନ୍ଧ୍ର ଟ୍ରଲର ଜବତ

ଗଞ୍ଜାମ,୫ା୧୨(ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ରୁଷିକୁଲ୍ୟା ମୁହାଁଣ ନୋ ଫିସିଙ୍ଗ ଜୋନ୍‌ରୁ ଆନ୍ଧ୍ର ପ୍ରଦେଶର ଦୁଇଟି ଟ୍ରଲରକୁ ଶୁକ୍ରବାର ବନ ବିଭାଗ ଜବତ କରି ମତ୍ସ୍ୟ...

ସୁରକ୍ଷାକର୍ମୀ-ମାଓବାଦୀ ଗୁଳି ବିନିମୟ, ବନ୍ଧୁକ ଜବତ

ବାଲିଗୁଡ଼ା,୫ା୧୨ (ସଞ୍ଜୟ କୁମାର ପାଣିଗ୍ରାହୀ): କିଛି ଦିନର ନୀରବତା ପରେ ପୁଣି କନ୍ଧମାଳ ଜିଲା ବେଲଘର-କୋଟଗଡ଼ ଥାନା ସୀମାନ୍ତରେ ମାଓ ଗତିବିଧି ଦେଖାଦେଇଛି। ଏସଓଜି ଏବଂ...

ପ୍ଲାଷ୍ଟିକର ବହୁଳ ବ୍ୟବହାର ଜୀବଜଗତ ପ୍ରତି ବିପଦ

ଦିଗପହଣ୍ଡି,୫ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍‌ ଭୀଷ୍ମଗିରି ଗ୍ରାମ ସ୍ଥିତ ରାମଜୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ‘ଇକୋ’ କ୍ଲବ୍‌ ପକ୍ଷରୁ ଏକ...

୭ କୋଟି ଟଙ୍କାର ଗଞ୍ଜେଇ ଗଛ ନଷ୍ଟ କଲା ତୁମୁଡିବନ୍ଧ ପୋଲିସ

ତୁମୁଡିବନ୍ଧ,୫ା୧୨(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲାରେ ନୀଳ ଜହର ଅପରେଶନ ଜୋରଦାର ଜାରି ରହିଥିବାବେଳେ ବେଆଇନ ଭାବେ କରାଯାଇଥିବା ୮ ଏକର ପରିମିତ ଜାଗାର ପ୍ରାୟ...

ଲାଗିଗଲା କାହା ନଜର: ଏକାବେଳକେ ଆଖି ବୁଜିଦେଲେ ସ୍ତ୍ରୀ- ସ୍ବାମୀ, ପେଟରୁ ମରିଗଲା…

ଦିଗପହଣ୍ଡି,୫।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ସାରେ ଏକ...

ନିମ୍ନମାନର ମଧ୍ୟାହ୍ନଭୋଜନ ନେଇ ସ୍କୁଲ ପାଚେରି ଡେଇଁ ସରପଞ୍ଚଙ୍କ ପାଖେ ପହଞ୍ଚିଲେ ପିଲା, ପରେ…

ଦିଗପହଣ୍ଡି, ୫ା୧୨(ଅଶେଷ ନାଥ ମିଶ୍ର):ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ୍‌ କଉଡ଼ିଆ ଗ୍ରାମ ୫-ଟି ନୋଡାଲ ହାଇସ୍କୁଲରେ ନିମ୍ନମାନର ମଧ୍ୟାହ୍ନ ଭୋଜନକୁ ଶୁକ୍ରବାର ଛାତ୍ରୀଛାତ୍ରମାନେ ବର୍ଜନ କରିଛନ୍ତି।...

ଅମ୍ଳଯୁକ୍ତ ମାଟିକୁ କିପରି କରିବେ ଉର୍ବର, କେମିତି ବଢ଼ିବ ଉତ୍ପାଦନ

ଭଞ୍ଜନଗର,୫।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କୃଷି ବିଜ୍ଞାନ କେନ୍ଦ୍ରରେ ଶୁକ୍ରବାର ବିଶ୍ବ ମୂର୍ତ୍ତିକା ଦିବସ ପାଳିତ ହୋଇଯାଇଛି। ରାଜ୍ୟରେ ୬୫ ପ୍ରତିଶତ ଚାଷ ଜମି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri