ଜୀବନରେ ଥରେ ନୁହେଁ, ଅନେକ ଥର ପ୍ରେମରେ ପଡ଼ିଥାନ୍ତି ଏହି ରାଶିର ବ୍ୟକ୍ତିବିଶେଷ; ଜଣଙ୍କ ପାଖରେ ମନ ରୁହେନା !

ଅନେକେ କୁହନ୍ତି ପ୍ରକୃତ ପ୍ରେମ ଜୀବନରେ ଥରେ ମାତ୍ର ହୁଏ। ହେଲେ କିଛି ଏପରି ଥାନ୍ତି ଯେଉଁମାନେ ବାରମ୍ବାର ପ୍ରେମରେ ପଡ଼ିଥାନ୍ତି। ଜ୍ୟୋତିଷଶାସ୍ତ୍ର ମୁତାବକ ପ୍ରେମ ଜୀବନ ଉପରେ ଗ୍ରହମାନଙ୍କ ପ୍ରଭାବ ରହିଛି। ଜଣେ ଜୀବନରେ କେତେ ଥର ଏବଂ କେବେ ପ୍ରେମରେ ପଡ଼ିବ ତାହା ଗ୍ରହର ସ୍ଥିତି ଉପରେ ନିର୍ଭର କରେ। ଏହି କ୍ରମରେ ଆସନ୍ତୁ ଜାଣିବା କେଉଁ ରାଶିରେ ଜନ୍ମିତ ବ୍ୟକ୍ତିବିଶେଷ ଜୀବନରେ ଥରେ ନୁହେଁ ଅନେକ ଥର ପ୍ରେମରେ ପଡ଼ନ୍ତି:-

ମିଥୁନ ରାଶି: ଏହି ରାଶିର ସ୍ବାମୀ ଗ୍ରହ ହେଉଛନ୍ତି ବୁଧ। ବୁଧଙ୍କ କୃପାରୁ ଏହି ବ୍ୟକ୍ତିବିଶେଷ ବୁଦ୍ଧିମାନ ଏବଂ ଦେଖିବାକୁ ଆକର୍ଷକ ହୋଇଥାନ୍ତି। କାହାକୁ ବି ସହଜରେ ନିଜର କରି ନିଅନ୍ତି। ଚଞ୍ଚଳ ସ୍ବଭାବର ହୋଇଥିବାରୁ ପ୍ରେମ ଜୀବନରେ ଅନେକ ଥର ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଥାଏ। ଗୋଟିଏ ସ୍ଥାନରେ ଏମାନଙ୍କ ମନ ରୁହେ ନାହିଁ। ଜ୍ୟୋତିଷଶାସ୍ତ୍ର ଅନୁଯାୟୀ ଏମାନେ ଅନେକ ଥର ପ୍ରେମରେ ପଡ଼ିଥାନ୍ତି।

ସିଂହ ରାଶି: ଏହି ରାଶିର ଲୋକେ ସହଜରେ ଅନ୍ୟ ସହ ମିଶି ଯାଆନ୍ତି। ଏମାନଙ୍କର ବନ୍ଧୁ ସଂଖ୍ୟା ଅଧିକ ଥାଏ। ପ୍ରେମ ଜୀବନକୁ ଏମାନେ ଧ୍ୟାନ ଦେଇ ନ ପାରିବାରୁ ତାଙ୍କର ଅନେକ ସମ୍ପର୍କ ଭାଙ୍ଗି ଯାଏ। ହେଲେ ଗୋଟିଏରୁ ଆଉ ଗୋଟିଏ ସମ୍ପର୍କକୁ ଡେଇଁବାକୁ ଏମାନଙ୍କୁ ବେଶି ସମୟ ଲାଗି ନଥାଏ। ଏହି ରାଶିର ଜାତକଧାରୀ ଜୀବନରେ ଅନେକ ଥର ପ୍ରେମରେ ପଡ଼ିବାର ସମ୍ଭାବନା ଥାଏ।

ତୁଳା ରାଶି: ଏହି ରାଶିର ଲୋକେ ନିଜ ପାର୍ଟନରଙ୍କୁ ବହୁତ ଭଲ ପାଇଥାନ୍ତି। ହେଲେ କୌଣସି ନା କୌଣସି କାରଣରୁ ଏମାନଙ୍କ ସମ୍ପର୍କ ଖରାପ ହୋଇଯାଇଥାଏ। ଜୀବନରେ ଏମାନଙ୍କର ଅନେକ ସମ୍ପର୍କ ଖରାପ ହେବାର ସମ୍ଭାବନା ଥାଏ। ଦୁଇରୁ ଅଧିକ ଥର ପ୍ରେମରେ ଏମାନେ ପଡ଼ିବାର ସମ୍ଭାବନା ଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଅପହରଣର ୬୫ ବର୍ଷ ପରେ ଘରକୁ ଫେରିଲେ ବୃଦ୍ଧା; ବର୍ତ୍ତମାନର ବୟସ ୮୦, କାହାଣୀ ଜାଣିଲେ…

ଲକ୍ଷ୍ନୌ,୧୫।୨: ଉତ୍ତର ପ୍ରଦେଶର ହରଦୋଇ ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଯେତେବେଳେ ଜଣେ ୮୦ ବର୍ଷୀୟ ବୃଦ୍ଧା ତାଙ୍କ ପିତାମାତାଙ୍କ ଘରକୁ ଫେରିଲେ, ସେତେବେଳେ…

ଡିଜିଟାଲ ଯୁଗରେ ମନ୍ଦିରରେ ବସିଛନ୍ତି କ୍ୟାସଲେସ ଭିକାରୀ, କ୍ୟୁଆର କୋଡ୍ ସ୍କାନ କରି ପେମେଣ୍ଟ….

ପାରଳାଖେମୁଣ୍ଡି,୧୫।୨(ଗିରିଧାରୀ ପରିଛା): ଡିଜିଟାଲ ଯୁଗରେ ବର୍ତ୍ତମାନ ଭିକାରୀମାନେ ମଧ୍ୟ କ୍ୟାସଲେସ ବିଧି ଆପଣାଇଲେଣି । ଏପରି କିଛି ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହୋଇଥାଏ ।…

ପାକିସ୍ତାନ ଅଧିନାୟକଙ୍କ ମାଷ୍ଟରଷ୍ଟ୍ରୋକ୍‌ରେ ଫସିଲା ଭାରତ: ଖାତା ଖୋଲିବା ପୂର୍ବରୁ ଅଭିଷେକ ଆଉଟ୍

କଲମ୍ବୋ,୧୫।୨: ଟି-୨୦ ବିଶ୍ୱକପ୍‌ର ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ଭାରତକୁ ଝଟକା ଦେବାରେ ସଫଳ ହୋଇଛି ପାକିସ୍ତାନ । ପାକିସ୍ତାନ ଅଧିନାୟକ ସଲମାନ ଅଲି ଆଘାଙ୍କ ଏକ ଚତୁର ରଣନୀତି…

ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ ଉଦଯାପିତ, ଆଧ୍ୟାତ୍ମିକ ଜ୍ଞାନ ସଂପର୍କରେ ଜନ ସମାଜକୁ…

ଭଞ୍ଜନଗର,୧୫।୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ରହ୍ମକୁମାରୀ ଇଶ୍ୱରୀୟ ବିଶ୍ଵବିଦ୍ୟାଳୟ ଶାଖା ପକ୍ଷରୁ ଗତ ୨ ତାରିଖରୁ ବାହାରିଥିବା ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ କାର୍ଯ୍ୟକ୍ରମ…

ଏପ୍ରିଲରୁ ଲାଗୁ ହୋଇପାରେ ଭାରତ-ୟୁକେ ଚୁକ୍ତି, କଣ ଶସ୍ତା କଣ ମହଙ୍ଗା ହେବ ଜାଣନ୍ତୁ

ନୂଆଦିଲ୍ଲୀ,୧୫।୨: ଭାରତ ଏବଂ ୟୁକେ ମଧ୍ୟରେ ଜୁଲାଇ ୨୦୨୫ ରେ ସ୍ୱାକ୍ଷରିତ ହୋଇଥିବା ଭାରତ-ୟୁକେ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ଏପ୍ରିଲ ୨୦୨୬ ରେ କାର୍ଯ୍ୟକାରୀ ହେବା ନେଇ…

ନୂଆ ଦାୟିତ୍ବ ଦେଲେ ନବୀନ, ଗଜପତି ଜିଲା ବିଜେଡି ମହିଳା ସଭାପତି ହେଲେ ସଂଯୁକ୍ତା ବେହେରା

ଗଜପତି,୧୫।୨(ଗିରିଧାରୀ ପରିଛା): ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଜପତି ଜିଲା ମହିଳା ବିଜେଡି ସଭାପତି ଭାବେ ସଂଯୁକ୍ତା ବେହେରାଙ୍କୁ ମନୋୟନ କରିଛନ୍ତି ।…

କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ପରଲୋକ, କଟକର ଏକ ଘରୋଇ ହସ୍ପିଟାଲ୍‌ରେ ଦେହାନ୍ତ

କଟକ,୧୫ା୨:  ଓଡ଼ିଶାର ସୁନାମଧନ୍ୟ କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ପରଲୋକ । କଟକର ଏକ ଘରୋଇ ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ ହୋଇଥିବା ସୂଚନା ରହିଛି । ଗତ…

ନକଲି ମାଓବାଦୀ ପୋଷ୍ଟର ମାମଲାରେ ଦୁଇ ଗିରଫ, ସ୍କାନରରେ ଅଛନ୍ତି….

ରାୟଗଡ଼ା,୧୫/୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡାରୁ ଦୁଇ ନକଲି ମାଓବାଦୀଙ୍କୁ ଗିରଫ କରିଛି ରାୟଗଡ଼ା ପୋଲିସ । ଏହି ଦୁଇଜଣଙ୍କ ମଧ୍ୟରୁ ଜଣେ ସାମ୍ବାଦିକ ଓ ଅନ୍ୟଜଣେ ବଳୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri