ଏହି ୪ ରାଶିର ପୁଅଙ୍କ ପ୍ରେମରେ ସହଜରେ ପଡ଼ନ୍ତି ଝିଅ, ହୃଦୟ ଜିତିବା ଏମାନଙ୍କ ପାଇଁ ବାଁ ହାତର ଖେଳ

ଜ୍ୟୋତିଷଶାସ୍ତ୍ରରେ ୯ ଗ୍ରହ ଏବଂ ୧୨ ରାଶି ବିଷୟରେ ବର୍ଣ୍ଣନା କରାଯାଇଛି। ଏହି ରାଶି ଥିବା ଜାତକଧାରୀଙ୍କ ବ୍ୟକ୍ତିତ୍ୱ, ପସନ୍ଦ, କ୍ୟାରିୟର ଏବଂ ପ୍ରେମଜୀବନ ଭିନ୍ନ ଭିନ୍ନ ହୋଇଥାଏ। କାରଣ ସବୁ ରାଶିର ସ୍ବାମୀ ଗ୍ରହ ଅଲଗା। ଏହାର ପ୍ରଭାବ ବ୍ୟକ୍ତିର ସ୍ବଭାବ ଉପରେ ପଡ଼ିଥାଏ। ଆଜିର ଆଲୋଚନାରେ ସେଭଳି ୪ ରାଶିର ପୁଅଙ୍କ ବିଷୟରେ କହିବୁ ଯେଉଁମାନେ ବେଶ ଆକର୍ଷଣୀୟ ବ୍ୟକ୍ତିତ୍ୱଧାରୀ ହୋଇଥାନ୍ତି। ଝିଅମାନେ ଶୀଘ୍ର ଏମାନଙ୍କ ପ୍ରେମରେ ପଡ଼ିଯାଇଥାନ୍ତି।

ମିଥୁନ ରାଶି: ଏହି ରାଶିର ପୁଅମାନଙ୍କ ପ୍ରେମ ପାଇଁ ଝିଅମାନେ ପାଗଳ ହୋଇଯାଇଥାନ୍ତି। କାରଣ ହେଉଛି ସେମାନଙ୍କର ଆକର୍ଷଣୀୟ ବ୍ୟକ୍ତିତ୍ୱ। ପ୍ରେମ ସେମାନଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ସେମାନେ ଯେଉଁ ଝିଅକୁ ଭଲ ପାଇଥାନ୍ତି ତାର ଖୁସି ଲାଗି କିଛି ବି କରିବାକୁ ପ୍ରସ୍ତୁତ ଥାନ୍ତି। ମିଥୁନ ରାଶିର ଶାସକ ବୁଧ। ଏଥିଲାଗି ମିଥୁନ ରାଶିର ପୁଅମାନଙ୍କର କଥା କହିବା ଶୈଳୀ ଭିନ୍ନ। ଏହା ତାଙ୍କୁ ଅନ୍ୟଠାରୁ ଅଲଗା କରେ।

ସିଂହ ରାଶି: ସୂର୍ଯ୍ୟ ଗ୍ରହର ସ୍ବାମିତ୍ୱ ଥିବା ଏହି ରାଶିର ପୁଅମାନେ ବେଶ ରୋମାଣ୍ଟିକ୍‌ ଏବଂ ସ୍ନେହୀ ସ୍ବଭାବର। ଏମାନଙ୍କର ପ୍ରେମ ଜୀବନ ବହୁତ ଭଲ। ଆତ୍ମବିଶ୍ୱାସ ଯୋଗୁ ଏମାନେ କାହା ସହ ବି କଥା ହୋଇପାରନ୍ତି। ଝିଅମାନେ ତାଙ୍କର ଏହି ଶୈଳୀକୁ ଭଲ ପାଆନ୍ତି। ଏହି ରାଶିର ପୁଅମାନେ ସହଜରେ ଝିଅମାନଙ୍କର ବନ୍ଧୁ ହୋଇଯାଆନ୍ତି। ଏମାନେ ନିଜ ପରିବାରକୁ ପ୍ରାଧାନ୍ୟ ଦେଇଥାନ୍ତି। ହୃଦୟ ଏମାନଙ୍କର ନିର୍ମଳ। ସେଥିପାଇଁ ଏମାନେ ଯେଉଁଠି ବି ରୁହନ୍ତି ସମସ୍ତଙ୍କର ଭଲପାଇବାର ପାତ୍ର ହୋଇଥାନ୍ତି।

ତୁଳା ରାଶି: ଏହି ରାଶିର ପୁଅମାନଙ୍କ ପ୍ରତି ଝିଅମାନେ ଶୀଘ୍ର ଆକର୍ଷିତ ହୋଇଯାଇଥାନ୍ତି। କାରଣ ଏମାନଙ୍କ ଷ୍ଟାଇଲ୍‌ ଅଲଗା ହୋଇଥାଏ। କାହାର ବି ହୃଦୟ ଜିତିବାରେ ଏମାନେ ମାହିର। ପ୍ରେମଜୀବନ ବେଶ ଭଲ ଥାଏ। ଏମାନେ ସାଥୀଙ୍କ ଯତ୍ନ ନେଇଥାନ୍ତି। ତୁଳା ରାଶି ଉପରେ ଶୁକ୍ରଙ୍କ ଆଧିପତ୍ୟ ଯୋଗୁ ଏମାନେ ରୋମାଣ୍ଟିକ ହୋଇଥାନ୍ତି। ଏମାନଙ୍କ ବ୍ୟକ୍ତିତ୍ୱ ଆକର୍ଷଣୀୟ ହୋଇଥିବା ଯୋଗୁ ଝିଅମାନେ ଏମାନଙ୍କ ଆଡ଼କୁ ସହଜରେ ଆକର୍ଷିତ ହୋଇଯାଇଥାନ୍ତି।

ମକର ରାଶି: ବିଶେଷତଃ ଏହି ରାଶିର ପୁଅମାନେ ଦେଖିବାକୁ ବହୁତ ସୁନ୍ଦର। କଥା କହିବାରେ ଏମାନଙ୍କୁ କେହି ପାରିବେ ନାହିଁ। କଥା ଏବଂ ସ୍ବଭାବ ଯୋଗୁ ଯେକେହି ଝିଅକୁ ଏମାନେ ପାଗଳ କରିପାରନ୍ତି। ଝିଅମାନେ ମଧ୍ୟ ସବୁଠାରୁ ଅଧିକ ଆକର୍ଷିତ ହୋଇଥାନ୍ତି। ସବୁ କାମକୁ ଏମାନେ ଭାବିଚିନ୍ତି କରିଥାନ୍ତି। ଏହି ରାଶିର ସ୍ବାମୀ ଶନି, ଏହା ଏମାନଙ୍କୁ ସଚ୍ଚୋଟ ଥାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବ୍ୟାକଫୁଟରେ ସୁପରପାୱାର ଆମେରିକା, ଇରାନ ସହ ଯୁଦ୍ଧରୁ ଓହରିବ! ଟ୍ରମ୍ପଙ୍କ ବଡ଼ ବୟାନ…

ୱାଶିଂଟନ, ୧ା୪:ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ସଂଘର୍ଷ ଏବେ ଏକ ନୂଆ ମୋଡ଼ ନେଇଛି। ସୁପରପାୱାର ଆମେରିକାର ରଣନୀତି ଫେଲ ମାରୁଥିବା ବେଳେ ରାଷ୍ଟ୍ରପତି ଡୋନାଲ୍ଡ…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

ଟାର୍ଗେଟରେ ଭାଜପା ଅଫିସ୍: ପାର୍କିଂରେ ଥିବା ସ୍କୁଟିରେ ହେଲା ବୋମା ବିସ୍ଫୋରଣ, ହାଇ ଆଲର୍ଟରେ…

ଚଣ୍ଡିଗଡ଼,୧।୪: ଭାଜପା କାର୍ଯ୍ୟାଳୟ ବାହାରେ ବିସ୍ଫୋରଣ। ଚଣ୍ଡିଗଡ଼ର ସେକ୍ଟର-୩୭ ସ୍ଥିତ ପଞ୍ଜାବ ଭାଜପା କାର୍ଯ୍ୟାଳୟ ବାହାରେ ଥିବା ପାର୍କିଂ ଅଞ୍ଚଳରେ ଏକ ବୋମା ବିସ୍ଫୋରଣ ଘଟିଛି। ଏହି…

ବନ୍ଦ ହୋଇଯିବ କି ଯୁଦ୍ଧ? ବଡ଼ ଦାବି କଲେ ଟ୍ରମ୍ପ, ଯୁଦ୍ଧବିରତି ଲାଗି….

ନୂଆଦିଲ୍ଲୀ,୧।୪:  ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଚାଲିଥିବା ସଂଘର୍ଷ ମଧ୍ୟରେ ଏକ ବଡ଼ ଦାବି କରିଛନ୍ତି । ସେ କହିଛନ୍ତି ଯେ ଇରାନର ନୂତନ ରାଷ୍ଟ୍ରପତି ତାଙ୍କ…

ସରକାର ଆସିବାର ୨ ବର୍ଷ ପରେ ପଦବୀ ପୁରଣ, ଧର୍ମଗଡ଼ ବିଧାୟକ ହେଲେ କଳାହାଣ୍ଡି ଯୋଜନା କମିଟିର ନୂତନ ଅଧ୍ୟକ୍ଷ

ଭବାନୀପାଟଣା,୧।୪(ଉତ୍ତମ କୁମାର ଦାଶ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳାହାଣ୍ଡି ଜିଲା ଯୋଜନା କମିଟିର ନୂତନ ଅଧ୍ୟକ୍ଷ ଭାବେ ବୁଧବାର ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri