ଅଜବ ପରମ୍ପରା: ନୂଆଁଖାଇରେ ହୁଅନ୍ତି ଏକାଠି ବିଭିନ୍ନ ଜାତି, ଧର୍ମର ଲୋକେ, ପଛରେ ରହିଛି ରହସ୍ୟ…

ବଲାଙ୍ଗୀର, ୨୮।୮: ଯେଉଁ ମହାନ ଉଦ୍ଦେଶ୍ୟ ନେଇ ନୂଆଁଖାଇ ତିହାରର ପରିକଳ୍ପନା କରାଯାଇଥିଲା ତାକୁ ସାକାର ରୂପ ଦେଉଛନ୍ତି ବଲାଙ୍ଗୀର ଜିଲା ପୁଇଁତଲା ବ୍ଲକ ମହୀମୁଣ୍ଡା ପଞ୍ଚାୟତ ଅନ୍ତର୍ଗତ ଶିରାବାହାଲ ଗ୍ରାମବାସୀ। ଗତ ୧୮ ବର୍ଷ ହେଲା ଏହି ଗ୍ରାମବାସୀ ଜାତିପ୍ରଥାର ଘୂର୍ଣ୍ୟ ପରମ୍ପରାକୁ ପଛରେ ପକାଇ ନୂଆଁଖାଇ ଦିନ ସମାଜବାଦ ଓ ମାନବବାଦର ମହାନ ବାର୍ତ୍ତା ଦେଇଆସୁଛନ୍ତି । ଜାତି, ଧର୍ମ, ବର୍ଣ୍ଣ, ସମ୍ପ୍ରଦାୟର ବହୁ ଊର୍ଦ୍ଧ୍ୱ୍‌ରୁ ଉଠି ଏହି ଗ୍ରାମବାସୀ ସାମୂହିକ ନୂଆଁଖାଇ ପାଳନ କରି ତିହାରର ଅସଲ ବାର୍ତ୍ତା ଦେବାରେ ସଫଳ ହୋଇଛନ୍ତି । ଶିରାବାହାଲର ଏହି ସାମୂହିକ ନୂଆଁଖାଇର ଏବେ ଆଖପାଖ ଅଞ୍ଚଳର ଲୋକେ ପ୍ରେରଣା ନେଉଛନ୍ତି ।
୧୮ବର୍ଷ ତଳେ ଏହି ଗାଁର ଲୋକେ ଏକାଠି ହୋଇ ଭାଗବତ ପରାୟଣ ସପ୍ତାହ ପାଳନ କରିଥିଲେ। ଏହି ଅବସରରେ ୭ ଦିନ ଧରି ସମସ୍ତ ପରିବାର ଏକାଠି ମିଶି ଅନ୍ନ ପ୍ରସାଦ ସେବନ କରିଥିଲେ । ସେହି ବର୍ଷ ନୂଆଁଖାଇ ପାଳନ କରିବା ପାଇଁ ଶିରାବାହାଲ ଗାଁର ବୟୋଜ୍ୟେଷ୍ଠ ବ୍ୟକ୍ତିବିଶେଷଙ୍କ ପରାମର୍ଶକ୍ରମେ ଗ୍ରାମବାସୀ ସାମୂହିକ ନୂଆଁଖାଇ ପାଇଁ ସିଦ୍ଧାନ୍ତ ନେଇଥିଲେ । ସେହିଦିନରୁ ଗାଁରେ ଥିବା ବିଭିନ୍ନ ଜାତି ଓ ଧର୍ମର ଲୋକେ ଗାଁ ମଝି ରାସ୍ତାରେ ବସି ନୂଆଁ ଖାଇ ଆସୁଛନ୍ତି। ନୂଆଁଖାଇ ମାସକ ପୂର୍ବରୁ ପ୍ରସ୍ତୁତି ଆରମ୍ଭହୋଇଥିଲା। ଗାଁ ମଧ୍ୟଭାଗରେ ଥିବା ଭାଗବତ ମନ୍ଦିରରେ ଏକ ପ୍ରସ୍ତୁତି ବୈଠକ ହୋଇଥିଲା । ବୈଠକରେ ନୂଆଁଖାଇ ଲଗ୍ନ ସ୍ଥିର କରାଯିବା ସହ ପ୍ରତ୍ୟେକ ପରିବାର ପିଛା କେତେ ସହଯୋଗ ରାଶି ଦେବେ ତାହା ନିରୂପିତ ହୋଇଥିଲା। ଗୁରୁବାର ସକାଳେ ବିଧିମତେ ଲଗ୍ନ ଅନୁଯାୟୀ ଗାଁର ଝାଙ୍କର ଗ୍ରାମଦେବୀ କନ୍ଧେନ ବୁଢ଼ୀ ପାଖରେ ନବାନ୍ନ ଅର୍ପଣ କରିଥିଲେ।
ଏହାପରେ ଭାଗବତ ମନ୍ଦିର ପ୍ରାଙ୍ଗଣରେ ଗ୍ରାମବାସୀ ଏକତ୍ରିତ ହୋଇ ଧାଡିରେ ବସିଥିଲେ। ଗ୍ରାମଦେବୀଙ୍କ ପାଖରେ ନବାନ୍ନ ଅର୍ପଣ ହେବା ପରେ ଗ୍ରାମବାସୀଙ୍କୁ ପ୍ରସାଦ ଆକାରରେ ବଣ୍ଟା ଯାଇଥିଲା । ଏହାପରେ ଆରମ୍ଭ ହୋଇଥିଲା ଭୋଜି ଭାତର ଆସର। ଅପରାହ୍ନରେ ନୂଆଁଖାଇ ଜୁହାର ଓ ଭେଟଘାଟ ଆରମ୍ଭ ହୋଇଥିଲା। ଆଧ୍ୟାତ୍ମିକ ପରିବେଶ ଭିତରେ ଗ୍ରାମବାସୀ ନୂଆଁଖାଇର ଅସଲ ଉଦ୍ଦେଶ୍ୟକୁ ବୁଝି ଏହି ପରମ୍ପରାକୁ ଶହଶହ ବର୍ଷ ଧରି ବଜାୟ ରଖିବା ଉପରେ ଜୋର ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନିଜ କଥା ରଖିପାରିଲେନି ଆମେରିକା ରାଷ୍ଟ୍ରପତି, ନେଲେ ୟୁ ଟର୍ନ

ଓ୍ବାଶିଂଟନ,୨୨।୧: ଗ୍ରୀନଲାଣ୍ଡ ଉପରେ ୟୁରୋପୀୟ ଦେଶମାନଙ୍କ ଉପରେ ଶୁଳ୍କ ଲଗାଇବାର ଧମକ ଏବଂ ସାମରିକ କାର୍ଯ୍ୟାନୁଷ୍ଠାନର ଅନୁମାନ ମଧ୍ୟରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ତାଙ୍କ...

ଦିଗପହଣ୍ଡିରେ ବିଧାୟକଙ୍କ ଦ୍ୱାରା ବିଭିନ୍ନ ପ୍ରକଳ୍ପ ଉଦଘାଟନ ଓ ଶିଳାନ୍ୟାସ

ଦିଗପହଣ୍ଡି,୨୧।୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତରେ ବୁଧବାର ବିଧାୟକ ଡ. ସିଦ୍ଧାନ୍ତ ମହାପାତ୍ର ବିଭିନ୍ନ ନବନିର୍ମିତ ପ୍ରକଳ୍ପର ଉଦଘାଟନ କରିବା...

ଗଙ୍ଗପଡ଼ାରେ ମର୍ମନ୍ତୁଦ ଦୁର୍ଘଟଣା; କଣ୍ଟେନରକୁ ଧକ୍କା ଦେଲା ଥାର୍, ୩ ମୃତ

ଖୋର୍ଦ୍ଧା୨୧।୧: ପୁଣିଥରେ ଦୁର୍ଘଟଣା ଘଟାଇଲା ଥାର୍ । ମଙ୍ଗଳବାର ରାତିରେ ଥାର ଦୁର୍ଘଟଣାରେ ଭୁବନେଶ୍ବରରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଆଜି ପୁଣି ଖୋର୍ଦ୍ଧା ଦୁର୍ଘଟଣାରେ...

ପଳାଶୁଣି ଛକରେ ଫାଟିଲା ତେଲ ଟ୍ୟାଙ୍କରର ଟାଙ୍କି, ରାସ୍ତାରେ ଭାସିଲା ପରେ ଲୋକେ…

ଭୁବନେଶ୍ୱର,୨୧।୧: ରାଜଧାନୀ ଭୁବନେଶ୍ୱର ପଳାଶୁଣି ଛକରେ ଫାଟିଲା ତେଲ ଟ୍ୟାଙ୍କରର ଟାଙ୍କି । ତେବେ ଏହି ଅଘଟଣ ପରେ ରାସ୍ତାରେ ତେଲ ଭାସୁଥିବା ଦେଖିଯାଇଛି ।...

ଗ୍ରୀନଲ୍ୟାଣ୍ଡକୁ ପୁଣି ଧମକ ଦେଲେ ଟ୍ରମ୍ପ, ଯଦି ହଁ କରନ୍ତି….

ନୂଆଦିଲ୍ଲୀ,୨୧।୧: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସ୍ୱିଜରଲ୍ୟାଣ୍ଡର ଡାଭୋସରେ ବିଶ୍ୱ ଅର୍ଥନୈତିକ ଫୋରମ୍ (WEF)ର ବାର୍ଷିକ ବୈଠକରେ ଭାଷଣ ଦେଇ ତାଙ୍କ ପ୍ରଥମ ବର୍ଷ କାର୍ଯ୍ୟକାଳର...

ପଞ୍ଚାୟତ ନିର୍ବାଚନ ପାଇଁ ବିଜେଡିର ରଣନୀତି: ବିଧାୟକଙ୍କ ସହ ନବୀନଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ

ଭୁବନେଶ୍ୱର,୨୧।୧: ଓଡ଼ିଶାର ଆଗାମୀ ପଞ୍ଚାୟତ ନିର୍ବାଚନ ପାଇଁ ବିଜୁ ଜନତା ଦଳ ପ୍ରସ୍ତୁତି ଜୋରଦାର କରିଛି। ବୁଧବାର ସନ୍ଧ୍ୟାରେ ବିଜେଡି ସୁପ୍ରିମୋ ତଥା ବିରୋଧୀ ଦଳ...

ଜୀବିତ ସତ୍ତ୍ବେ ମୃତ ଦର୍ଶାଇ ଆଧାର ନିଷ୍କ୍ରିୟ: ମଣ୍ଡିରେ ବିକ୍ରି ହୋଇ ପାରିଲାନି ଧାନ, ଘରକୁ ଫେରାଇ…

ବରଗଡ଼,୨୧।୧(ପ୍ରେମାନନ୍ଦ ଖମାରୀ)- ଧାନବିକ୍ରିରେ ଚାଷୀଙ୍କ ଦୁଃଖ ତୁଟୁ ନାହିଁ । ବୈଷୟିକ ତୃଟି ମଧ୍ୟ ଧାନବିକ୍ରିରେ ଚାଷୀଙ୍କ ପାଇଁ କାଳ ସାଜିଛି । ବରଗଡ଼ ଜିଲା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri