Posted inଫୁରସତ

ଏସବୁ ରାଶିର ବ୍ୟକ୍ତି ହୋଇଥାନ୍ତି ମେଡ୍‌ ଫର୍‌ ଇଚ୍‌ ଅଦର…

ପାର୍ଟନରଙ୍କ ସହ ପରଫେକ୍ଟ ମ୍ୟାଚ୍‌ ବନାଇ ରଖିବାକୁ କିଏ ବା ନ ଚାହେଁ । ସେଥିପାଇଁ ବିବାହ ପୂର୍ବରୁ ବରକନ୍ୟାଙ୍କ ରାଶି ମେଳକ ଲାଗି ଜ୍ୟୋତିଷଶାସ୍ତ୍ରରେ ପରାମର୍ଶ ଦିଆଯାଇଥାଏ । ଏପରି କିଛି ରାଶି ଅଛି ଯାହାଙ୍କ ମେଳକ ବହୁତ ପରଫେକ୍ଟ ହୋଇଥାଏ । ସେମାନଙ୍କୁ ମେଡ୍‌ ଫର୍‌ ଇଚ୍‌ ଅଦର କୁହାଯାଇଥାଏ। ଅପରପକ୍ଷରେ ଏପରି ବି ରାଶି ଅଛି ଯାହାଙ୍କ ମଧ୍ୟରେ ମେଳ ଖାଇ ନ ଥାଏ । ପ୍ରତି ରାଶିର ଜାତକଙ୍କ ସ୍ବଭାବ ଅଲଗା ଅଲଗା ହୋଇଥାଏ ବୋଲି ଜ୍ୟୋତିଷ କୁହନ୍ତି। ତେଣୁ ବିପରୀତ ସ୍ବଭାବର ଜାତକଙ୍କ ମେଳ ହେବା ଦ୍ୱାରା ସମ୍ପର୍କରେ ଫାଟ ସୃଷ୍ଟି ହେବାର ଆଶଙ୍କା ଅଧିକ ରହିଥାଏ । ମେଷ ଓ କର୍କଟ ରାଶି ମଧ୍ୟରେ ସମ୍ପର୍କ ଦୀର୍ଘ ସମୟ ସ୍ଥାୟୀ ହୋଇ ନ ଥାଏ । ମେଷ ରାଶିର ଲୋକେ ସ୍ବଭାବରେ ବହୁତ ଖୁସି ମିଜାଜର । ସେମାନେ ନିଜ ମନୋଭାବକୁ ପାର୍ଟନର ସହ ଶେୟାର କରିବା ସହ ମିଳିମିଶି ରହିବାକୁ ପସନ୍ଦ କରନ୍ତି । ଅନ୍ୟପକ୍ଷରେ କର୍କଟ ରାଶିର ଲୋକେ କାହା ସହ ସହଜରେ ମିଶି ପାରନ୍ତିି ନାହିଁ । ଏମାନେ ଏକାକୀ ରହିବାକୁ ପସନ୍ଦ କରନ୍ତି । ଏହି କାରଣରୁ ଏହି ଦୁଇ ରାଶିଙ୍କ ମଧ୍ୟରେ ଭଲ ପଡି ନ ଥାଏ । ବୃଷ ରାଶିର ଲୋକମାନେ ସଚ୍ଚୋଟ । ଏମାନେ ବାସ୍ତବ ଜୀବନ ଜୀଇଁବାରେ ବିଶ୍ୱାସ ରଖନ୍ତିି। କୁମ୍ଭ ରାଶିର ଲୋକମାନଙ୍କ ସହ ଏମାନଙ୍କ ଭଲ ପଡ଼େ ନାହିଁ । କୁମ୍ଭ ରାଶିର ଲୋକମାନେ ସ୍ବାଧୀନମନା ହୋଇଥାନ୍ତି । ଏମାନେ ଜୀବନରେ ସର୍ବଦା ନୂଆ କିଛି କରିବାକୁ ପସନ୍ଦ କରନ୍ତି। ଏହି ଦୁଇ ରାଶିର ଲୋକଙ୍କ ମଧ୍ୟରେ ସମ୍ପର୍କ ଦୀର୍ଘସ୍ଥାୟୀ ହୁଏନା । ସିଂହ ଓ ବିଛା ରାଶି ମଧ୍ୟରେ ପ୍ରଥମରୁ ସମ୍ପର୍କ ଭଲ ରହିଥାଏ । କିନ୍ତୁ ସମୟ ସହିତ ସମ୍ପର୍କ ଧୀରେଧୀରେ ଫିକା ପଡିଯାଏ । ତୁଳା ରାଶିର ଲୋକେ ସାମାଜିକ କାର୍ଯ୍ୟକ୍ରମରେ ରୁଚି ରଖନ୍ତି । ଏମାନେ ଖୁବ୍‌ ଶୀଘ୍ର ଅନ୍ୟମାନଙ୍କ ସହ ବନ୍ଧୁତା ସ୍ଥାପନ କରିପାରନ୍ତିି। ଏମାନଙ୍କର ମକର ରାଶି ସହ ସମ୍ପର୍କ ଭଲ ହୁଏ ନାହିଁ । କାରଣ ଏମାନଙ୍କ ସ୍ବଭାବ ତୁଳା ରାଶି ଠାରୁ ସମ୍ପୂର୍ଣ୍ଣ ଭିନ୍ନ ହୋଇଥାଏ । ଧନୁ ରାଶିର ଲୋକମାନଙ୍କର ମ୍ୟାଚ୍‌ କର୍କଟ ରାଶି ସହ ଭଲ ହୋଇ ନ ଥାଏ । ଧନୁ ରାଶିର ଲୋକମାନେ ଖୁସି ମିଜାଜର ହୋଇଥାନ୍ତି। ଦୁଃସାହାସିକ କାର୍ଯ୍ୟ କରିବାକୁ ଏମାନଙ୍କୁ ଆସିଥାଏ ପସନ୍ଦ । ଅପରପକ୍ଷରେ କର୍କଟ ରାଶିର ଲୋକମାନେ କୌଣସି ପ୍ରକାର ଦୁଃସାହାସିକ ପଦକ୍ଷେପ ନେବାକୁ ପସନ୍ଦ କରନ୍ତିି ନାହିଁ । ଏମାନେ ବହୁତ ଭାବପ୍ରବଣ। ଏହା ଧନୁ ରାଶିଙ୍କୁ ପସନ୍ଦ ହୋଇ ନ ଥାଏ । ସେହିପରି କନ୍ୟା ଓ ମିଥୁନ ରାଶି ମଧ୍ୟରେ ଭଲ ମ୍ୟାଚ୍‌ ହୋଇ ନ ଥାଏ । ମିଥୁନ ରାଶିର ଲୋକମାନେ କୌଣସି ବି ଜିନିଷକୁ ଗମ୍ଭୀରତାର ସହ ନେଇ ନ ଥାନ୍ତି । କନ୍ୟା ରାଶିର ଲୋକମାନେ ନିଜ ପାର୍ଟନରଙ୍କୁ ଡୋମିନେଟ୍‌ କରି ରଖିବାକୁ ପସନ୍ଦ କରୁଥିବା ବେଳେ ମିଥୁନ ରାଶିର ଲୋକମାନେ ଏହା ସହ୍ୟ କରନ୍ତିି ନାହିଁ । ତେଣୁ ଏମାନଙ୍କ ମଧ୍ୟରେ ଭଲ ପଡେ ନାହିଁ ବୋଲି ଜ୍ୟୋତିଷ ଶାସ୍ତ୍ରରେ ଉଲ୍ଲେଖ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

ଭୂକମ୍ପ ଝଟ୍‌କାରେ ଥରିଲା ଜମ୍ମୁ-କଶ୍ମୀରରୁ ନେଇ ଦିଲ୍ଲୀ, ଭୟରେ ଘରୁ ବାହାରକୁ ଦୌଡ଼ିଲେ ଲୋକେ…

ନୂଆଦିଲ୍ଲୀ,୩।୪: ଭାରତର ରାଜଧାନୀ ଦିଲ୍ଲୀ-ଏନ୍‌ସିଆର (Delhi-NCR), ଜମ୍ମୁ-କାଶ୍ମୀର ଏବଂ ଚଣ୍ଡିଗଡ଼ ସମେତ ଉତ୍ତର ଭାରତର ବିଭିନ୍ନ ସ୍ଥାନରେ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଜମ୍ମୁ-କାଶ୍ମୀରରେ ପରସ୍ପର…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

ଆଦେଶ ପାଳନ କଲେ ଜିଲାପାଳ, ପିଛିଲା ତାରିଖ ପକାଇ ୨୧ ଦିନ ପରେ ଅର୍ଡର ପ୍ରେରଣ

କେନ୍ଦୁଝର/ହାଟଡିହୀ,୩l୪(ନରେଶ ଚନ୍ଦ୍ର ପଟ୍ଟନାୟକ/ଶୁଭକାନ୍ତ ନାୟକ):ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ଧାର୍ଯ୍ୟ ସମୟରେ ପାଳନ ନ କରିବା ଫଳରେ ଅଦାଲତ ଅବମାନନା ମାମଲା ଦାୟର ହେବା ଏବଂ ଏ ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri