ଘରେ ବସି ମଧ୍ୟ ଜଣେ କରୋନା ଭାଇରସ ସଂକ୍ରମିତ ହେବାର ସମ୍ଭାବନା ରହିଛି। ଦକ୍ଷିଣ କୋରିଆର ବୈଜ୍ଞାନିକମାନେ ଏହା ପ୍ରକାଶ କରିଛନ୍ତି। ଦକ୍ଷିଣ କୋରିଆର ବୈଜ୍ଞାନିକମାନେ କହିଛନ୍ତି ଯେ କରୋନା ଘରୋଇ ସାମଗ୍ରୀ ଏବଂ ବାହାରୁ ଆସୁଥିବା ସାମଗ୍ରୀରୁ ଜରିଆରେ କରୋନା ହେବାର ସମ୍ଭାବନା ଅଛି। ଦକ୍ଷିଣ କୋରିଆର ଏହି ଅଧ୍ୟୟନକୁ ୟୁଏସ୍ ସେଣ୍ଟର୍ସ ଅଫର୍ ଡିଜିଜ୍ କଣ୍ଟ୍ରୋଲ ଆଣ୍ଡ୍ ପ୍ରିଭେନସନ୍(ସିଡିସି)ଜୁଲାଇ ୧୬ରେ ଏହା ପ୍ରକାଶ କରିଛି। ଏହି ରିପୋର୍ଟ ୫୭୦୬ ପ୍ରାରମ୍ଭିକ କରୋନା ରୋଗୀ ଏବଂ ଏହା ପରେ ୫୯ ହଜାର ଲୋକ ସଂକ୍ରମିତ ହୋଇଥିବା ଉପରେ ଆଧାରିତ। ଏହି ରିପୋର୍ଟରେ କୁହାଯାଇଛି ଯେ ପ୍ରତି ୧୦୦ କରୋନା ରୋଗୀଙ୍କ ମଧ୍ୟରୁ କେବଳ ୨ ଜଣ ରୋଗୀ ଅଛନ୍ତି ଯେଉଁମାନେ ବିନା କାହା ସମ୍ପର୍କରେ ଆସି କରୋନାରେ ସଂକ୍ରମିତ ହୋଇଛନ୍ତି। ବୟସ ଅନୁଯାୟୀ କରୋନା କାହାକୁ ଛାଡୁ ନାହିଁ। ଜନ୍ମିତ ଶିଶୁଠାରୁ ଆରମ୍ଭ କରି ବୃଦ୍ଧଙ୍କ ପର୍ଯ୍ୟନ୍ତ ସମସ୍ତେ ଏହାର ଶିକାର ହେଉଛନ୍ତି।
କୋରିଆ ସେଣ୍ଟର ଫର ଡିଜିଜ୍ କଣ୍ଟ୍ରୋଲ ଆଣ୍ଡ୍ ପ୍ରିଭେନସନ୍ (କେସିଡିସି) ର ନିର୍ଦ୍ଦେଶକ ଜୋଙ୍ଗ ଇନ କିଙ୍ଗ କହିଛନ୍ତି ଯେ କିଶୋର ଏବଂ ବୃଦ୍ଧମାନେ ପରିବାରର ସମସ୍ତ ସଦସ୍ୟଙ୍କ ନିକଟରେ ରୁହନ୍ତି। ତେଣୁ ସଂକ୍ରମିତ ହେବାର ସମ୍ଭାବନା ମଧ୍ୟ ବଢିଯାଏ। ଏଭଳି ପରିସ୍ଥିତିରେ ଏହି ଦୁଇ ଗୋଷ୍ଠୀର ବିଶେଷ ଯତ୍ନ ନେବା ଆବଶ୍ୟକ।
ହ୍ୟାଲିମ ୟୁନିଭରସିଟି କଲେଜର ପ୍ରଫେସର ଡା. ଚୋ ୟଙ୍ଗ କହିଛନ୍ତି ଯେ ୯ ବର୍ଷରୁ କମ ପିଲାମାନେ ସଂକ୍ରମିତ ହେବାର ସମ୍ଭାବନା କମ ଥାଏ। ଚୋ ୟଙ୍ଗ ଚେତାବନୀ ଦେଇଛନ୍ତି, ଆପଣ କେବଳ ଘରେ ରହି ନିଜକୁ ସୁରକ୍ଷିତ ରଖିପାରିବେ ନାହିଁ। ଘରେ ମଧ୍ୟ ଆପଣଙ୍କୁ ସାମାଜିକ ଦୂରତାର ଅବଲମ୍ବନ କରିବାକୁ ପଡିବ ବୋଲି ସେ କହିଛନ୍ତି।
Posted inHome, Home Left, ଅନ୍ତର୍ଜାତୀୟ, କରୋନା ଭାଇରସ୍ View All
ଚା’ ପିଇ କଲେଜକୁ ଫେରୁଥିଲେ, ଧକ୍କା ଦେଲା ସ୍ପିଡ ବାଇକ୍; ଡାକ୍ତରୀ ଛାତ୍ରୀ ଗୁରୁତର
ବଲାଙ୍ଗୀର,୧୪।୨ -( ସୁନିଲ କୁମାର ମହାନ୍ତି) ବଲାଙ୍ଗୀର ସହର ଭିଆଇପି ରାସ୍ତା ତଥା ଭାଗିରଥି ଛକରୁ ସର୍କିଟ ହାଉସ୍ ରାସ୍ତାରେ ଜଣେ ସ୍ପିଡ ବାଇକ ଆରୋହୀଙ୍କ ଧକ୍କାରେ…
ଭୁଶୁଡ଼ିଲା ନିର୍ମାଣାଧୀନ ମେଟ୍ରୋ ସ୍ଲାବ୍: ଚାଲିଗଲା ଜଣଙ୍କ ଜୀବନ, ମୁଖ୍ୟମନ୍ତ୍ରୀଙ୍କ ତଦନ୍ତ ନିର୍ଦ୍ଦେଶ
ମୁମ୍ବାଇ,୧୪ା୨: ମୁମ୍ବାଇର ମୁଲୁନ୍ଦ ଅଞ୍ଚଳରେ ଏକ ଅଘଟଣ ଘଟିଛି। ଏକ ନିର୍ମାଣାଧୀନ ମେଟ୍ରୋ ରେଳ ପ୍ରକଳ୍ପର ଏକ ସ୍ଲାବ୍ ଶନିବାର ଭୁଶୁଡ଼ି ପଡ଼ିବାରୁ ଜଣଙ୍କର ମୃତ୍ୟୁ ଘଟିଛି।…
ରାତି ପାହିଲେ ଜାଗର: ଶୃଙ୍ଖଳିତ ଦର୍ଶନକୁ ଗୁରୁତ୍ୱ
ଭୁବନେଶ୍ୱର,୧୪।୨: ରାତି ପାହିଲେ ଜାଗର। ଏନେଇ ଲିଙ୍ଗରାଜ ମନ୍ଦିର ଚଳଚଞ୍ଚଳ ହୋଇ ପଡିଥିବା ବେଳେ ଝଲସି ଉଠୁଛି ମନ୍ଦିର ପରିସର। ରାତି ୧୦ଟାରେ ଉଠିବ ମହାପ୍ରଭୁ ଲିଙ୍ଗରାଜଙ୍କ…
୩ ଦିନ ବ୍ୟବଧାନରେ ପୁଣି ବୁଲିଲା ଖଣ୍ଡା, ଫୁଟିଲା ଗୁଳି; ବୈଶିଙ୍ଗାରେ ବଢୁଛି ଅସମାଜିକ ବ୍ୟକ୍ତିଙ୍କ ଦୌରାତ୍ମ୍ୟ
ବୈଶିଙ୍ଗା,୧୦।୨(ରତନ ଦାଶ): ମୟୂରଭଞ୍ଜ ଜିଲ୍ଲାର ବୈଶିଙ୍ଗା ଥାନା ଅଞ୍ଚଳ ଅଶାନ୍ତ ହୋଇଉଠିଛି। ଶୁକ୍ରବାର ୮ ଜଣ କୁଖ୍ୟାତ ଆନ୍ତଃରାଜ୍ୟ ଡ଼କାୟତଙ୍କୁ ବିଭିନ୍ନ ମାରଣାସ୍ତ୍ର ସହ ଧରି କୋର୍ଟ…
ଯେଉଁ ପିଚ୍ରେ ଜିମ୍ବାଓ୍ବେ ଅଷ୍ଟ୍ରେଲିଆକୁ ପରାସ୍ତ କରିଥିଲା, ସେହି ପିଚ୍ରେ ହେବ ଭାରତ-ପାକିସ୍ତାନ ମ୍ୟାଚ୍
କଲମ୍ବୋ,୧୪ା୨- ଭାରତ ଓ ପାକିସ୍ତାନ ମଧ୍ୟରେ ଖେଳାଯିବାକୁ ଥିବା ଟି୨୦ ବିଶ୍ୱକପ୍ ମ୍ୟାଚ୍ ଆର୍ ପ୍ରେମଦାସା ଷ୍ଟାଡିୟମରେ ଏକ ବ୍ୟବହୃତ ପିଚ୍ରେ ହେବ। ଏଣୁ ପିଚ୍ ଧିମା…
ଦମ୍ ଦେଖାଇଲେ ସ୍ପିନର: ସ୍କଟଲାଣ୍ଡକୁ ୫ଉଇକେଟରେ ହରାଇଲା ଇଂଲଣ୍ଡ
କୋଲକାତା,୧୪ା୨: ଭେଟେରାନ ଲେଗ୍ ସ୍ପିନର ଆଦିଲ ରଶିଦ(୩/୩୬)ଙ୍କ ୩ ଉଇକେଟ ସଫଳତା ଏବଂ ମିଡଲ ଓଭରରେ ଟମ୍ ବାଣ୍ଟନଙ୍କ ଆକର୍ଷଣୀୟ ଅପରାଜିତ ଅର୍ଦ୍ଧଶତକ ସହାୟତାରେ ଇଂଲଣ୍ଡ ଚଳିତ…
ଭାରତ-ପାକିସ୍ତାନ ମ୍ୟାଚ୍ ଦେଖିବେ ବିସିବି ମୁଖ୍ୟ, ଜାଣନ୍ତୁ କହିଁକି…
କଲମ୍ବୋ,୧୪ା୨: ବାଂଲାଦେଶ କ୍ରିକେଟ ବୋର୍ଡ (ବିସିବି) ମୁଖ୍ୟ ଅନିମୁଲ ଇସ୍ଲାମ ବୁଲବୁଲ ରବିବାର ଭାରତ ଓ ପାକିସ୍ତାନ ମଧ୍ୟରେ ଖେଳାଯିବାକୁ ଥିବା ହାଇ ଭୋଲ୍ଟେଜ ଟି୨୦ ବିଶ୍ୱକପ୍…
କେନ୍ଦୁଝର ଜିଲାରେ ବ୍ୟାପୁଛି ଜଣ୍ଡିସ
ବଞ୍ଚୋ,୧୪।୨(ପ୍ରଦୋଷ କୁମାର ବିଶ୍ୱାଳ): କେନ୍ଦୁଝର ଜିଲା ହାଟଡିହି ବ୍ଲକ ଅଧୀନ ବଞ୍ଚୋ ପଞ୍ଚାୟତ ନାଇକସାହିରେ ଜଣ୍ଡିସ ରୋଗ ବ୍ୟାପିବାରେ ଲାଗିଛି। ଏନେଇ ଗ୍ରାମବାସୀ ଭୟଭିତ ହୋଇପଡିଛନ୍ତି। ଅନ୍ୟପକ୍ଷେ…
Archives

