ଭାରତରେ ସମ୍ପୂର୍ଣ୍ଣ କରୋନା ଟୀକାକରଣ ପାଇଁ ଲାଗିବ କେତେ ଦିନ…

ନୂଆଦିଲ୍ଲୀ, ୨୨।୭: ପୃଥିବୀରେ କରୋନା ମହାମାରୀ ସଂକ୍ରମଣ ଯୋଗୁ ଆତଙ୍କ ସୃଷ୍ଟି ହୋଇଛି। ଏପରିସ୍ଥଳେ କରୋନା ପ୍ରତିଷେଧକ ଟୀକା ପ୍ରସ୍ତୁତି ନେଇ ଆଶା ମଧ୍ୟ ବଢ଼ିବାରେ ଲାଗିଛି। ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟରେ ଟୀକାର ଦ୍ୱିତୀୟ ପ୍ରର୍ଯ୍ୟାୟ ଟ୍ରାଏଲ୍‌ ଆରମ୍ଭ ହୋଇସାରିଥିବା ସମ୍ପର୍କରେ ସୂଚନା ଦିଆଯାଇଛି। ଶୀଘ୍ର ଏହି ଟୀକାର ପ୍ରୟୋଗ ଆରମ୍ଭ କରାଯିବ ବୋଲି ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟ ପକ୍ଷରୁ କୁହାଯାଇଛି। ଭାରତର ପୁଣେ ସ୍ଥିତ ସିରମ୍‌ ଇନଷ୍ଟିଚ୍ୟୁଟ୍‌ ପକ୍ଷରୁ କୁହାଯାଇଛି ଯେ, କରୋନା ଟୀକାର ପ୍ରସ୍ତୁତି ଆରମ୍ଭ ହୋଇସାରିଛି। କମ୍ପାନୀ ପାଖରେ ଏକକୋଟି ଟୀକା ରହିଥିବା ଦାବି କରାଯାଇଛି। ଡିସେମ୍ବର ସୁଦ୍ଧା କମ୍ପାନୀ ଶହେକୋଟି ଟୀକା ପ୍ରସ୍ତୁତ କରିସାରିଥିବା ବୋଲି କହିଛି। ତେବେ ଭାରତରେ ସମ୍ପୂର୍ଣ୍ଣ କରୋନା ଟୀକାକରଣ ପାଇଁ ସମସ୍ୟା ଦେଖାଦେଇଛି। ଭାରତର ଜନସଂଖ୍ୟା ୧୩୫ କୋଟିରୁ ଅଧିକ। ଯଦି ଗୋଟିଏ ଦିନରେ ୧୦ ଲକ୍ଷ ଲୋକଙ୍କ ଟୀକାକରଣ କରାଯାଏ ତେବେ ସମସ୍ତଙ୍କୁ ଟୀକା ଦେବା ଲାଗି ୧୩୫୦ ଦିନ ଅର୍ଥାତ୍‌ ପ୍ରାୟ ୪ବର୍ଷ ପାଖାପାଖି ସମୟ ଲାଗିବ। କରୋନା ଟୀକାର ଦାମ ଏକ ହଜାର ଟଙ୍କା ମଧ୍ୟରେ ରହିବ ବୋଲି ସିରମ୍‌ ଇନଷ୍ଟିଚ୍ୟୁଟ୍‌ ପକ୍ଷରୁ କୁହାଯାଇଛି। ଭାରତର ସମସ୍ତ ଲୋକଙ୍କ ପାଖରେ ଏଥିପାଇଁ ଟଙ୍କା ମଧ୍ୟ ନାହିଁ। ସେଥି ଲାଗି କେନ୍ଦ୍ର ତଥା ରାଜ୍ୟ ସରକାର ଏନେଇ ଆର୍ଥିକ ସହାୟତା ସମ୍ପର୍କିତ ପଦକ୍ଷେପ ନେବାର ଆବଶ୍ୟକ ଥିବା ନେଇ ବୁଦ୍ଧିଜୀବୀ ମତପୋଷଣ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାଜ୍ୟରେ ଚିହ୍ନଟ ହେଲେ ୧୫୫ କରୋନା ଆକ୍ରାନ୍ତ

ଭୁବନେଶ୍ୱର,୨୩।୧୨(ବ୍ୟୁରୋ): ରାଜ୍ୟରେ ସୋମବାର ୧୫୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୩୨ ଜଣ ଛୁଆ ଅଛନ୍ତି। ଯେଉଁମାନଙ୍କ ବୟସ ୧୮ ବର୍ଷରୁ...

କରୋନା ଆତଙ୍କ: ୯ ରାଜ୍ୟ ସରକାରଙ୍କୁ ସତର୍କ ରହିବାକୁ ପରାମର୍ଶ

ନୂଆଦିଲ୍ଲୀ,୮।୩: ଭାରତରେ କରୋନା ପୁଣି ଆତଙ୍କ ସୃଷ୍ଟି କରିଛି। ପୂର୍ବରୁ ମହାରାଷ୍ଟ୍ର ଏବଂ ପଞ୍ଜାବ ପ୍ରତିଦିନ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାବେଳେ ଏବେ ଏହି...

ଚୋରି ଅଭିଯୁକ୍ତଙ୍କୁ ଟ୍ରକରେ ବାନ୍ଧି ଘୋଷାଡ଼ି ନେଲେ

ଭୋପାଳ,୨୮।୮: ଚୋରି ଅଭିଯୋଗରେ ଜଣେ ୪୫ ବର୍ଷୀୟ ବ୍ୟକ୍ତିଙ୍କୁ ଖୁବ୍‌ ମାଡ଼ ମାରିବା ପରେ ପିକ୍‌ ଅପ ଟ୍ରକରେ ବାନ୍ଧି ରାସ୍ତାରେ ଘୋଷାଡ଼ି ଘୋଷାଡ଼ି ନିଆଯାଇଛି।...

ପ୍ରକାଶ ପାଇବ ଚୂଡ଼ାନ୍ତ ଏନ୍‌ଆର୍‌ସି

ନୂଆଦିଲ୍ଲୀ/ଗୁଆହାଟୀ,୩୧ା୮: ଆସାମ ପାଇଁ ପ୍ରଥମେ ପ୍ରକାଶ ପାଇଥିବା ଜାତୀୟ ନାଗରିକ ପଞ୍ଜିକା (ଏନ୍‌ଆର୍‌ସି)ରୁ ୪୧ ଲକ୍ଷରୁ ଊର୍ଦ୍ଧ୍ୱ ବାଦ୍‌ ପଡିଥିଲେ। ଏହାର ବର୍ଷେ ପରେ ଚୂଡ଼ାନ୍ତ...

ନିର୍ବାଚନ ଜିତିବା ପାଇଁ ଇସ୍ରାଏଲର ସହାୟତା ନିଅନ୍ତି ମୋଦି: କଗ୍ରେସ

ନୂଆଦିଲ୍ଳୀ,୧୬।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ କଂଗ୍ରେସ ଗୁରୁତର ଅଭିଯୋଗ ଆଣିଛି। ପ୍ରଧାନମନ୍ତ୍ରୀ ମୋଦି ଗଣତନ୍ତ୍ର ସହ ଖେଳୁଛନ୍ତି, ସେ ନିର୍ବାଚନରେ ଜିତିବା ପାଇଁ ଇସ୍ରାଏଲର...

ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ତଦନ୍ତ କରିବା ହେବ କଷ୍ଟକର, ମହାରାଷ୍ଟ୍ର ବିଧାନସଭାରେ ଲୋକାୟୁକ୍ତ ବିଲ ପାରିତ…

ମୁମ୍ବାଇ,୨୮।୧୨ : ମହାରାଷ୍ଟ୍ରରେ ଭାରତୀୟ ଜନତା ପାର୍ଟି ସହିତ ମିଳିତ ଭାବେ ଗଠିତ ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେଙ୍କ ସରକାର ବୁଧବାର ଏକ ଗୁରୁତ୍ୱପୂର୍ଣ୍ଣ ବିଲ ପାରିତ...

ମାନବ ଚାଲାଣ ଗ୍ୟାଙ୍ଗ୍‌ର ପର୍ଦ୍ଦାଫାଶ୍‌: ୧୪ ମହିଳା ଉଦ୍ଧାର

ଶ୍ରୀନଗର,୨୯।୧୦: ଜମ୍ମୁ-କଶ୍ମୀର ବୁଡଗାଓ ଜିଲାରୁ ଏକ ମାନବ ଚାଲାଣ ଗ୍ୟାଙ୍ଗ୍‌କୁ ଶୁକ୍ରବାର ସ୍ଥାନୀୟ ପୋଲିସ ଧରିବାରେ ସଫଳ ହୋଇଛି। ଶାମିମ୍‌ ଅହମଦ୍‌ ଭଟ୍ଟ, ଶାଗୁଫ୍‌ତା ଏବଂ...

ଭାଜପା ୨ କୋଟି ଟଙ୍କାରେ ଟିଏମସି ବିଧାୟକଙ୍କୁ କିଣିବାକୁ ଚାହୁଁଛି: ମମତା

କୋଲକାତା, ୨୧।୭: ଭାଜପା ବିରୋଧରେ ଗୁରୁତର ଅଭିଯୋଗ ଆଣିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜି। ୨୦୧୯ ଲୋକ ସଭା ନିର୍ବାଚନ ପରେ ପ୍ରଥମଥର ପାଇଁ ଏକ...

Advertisement
Archives

Model This Week