‘ଦେଶର ଜନତାଙ୍କୁ ନୂଆ ବିକଳ୍ପ ଆବଶ୍ୟକ’

ଭୁବନେଶ୍ୱର, ୨୪।୫ (ବ୍ୟୁରୋ): ଭାରତୀୟ ରାଜନୀତିରୁ ପରିବାରବାଦକୁ ସମାପ୍ତ କରିବା ପାଇଁ ଯୁବ ଚେତନା ସଂଗ୍ରାମ କରୁଛି। ଗଁା, ଗରିବ ଶ୍ରେଣୀ, ଚାଷୀ, ଶ୍ରମିକ ଏବଂ ଯୁବବର୍ଗଙ୍କ ଉତ୍‌ଥାନ ପାଇଁ ପ୍ରୟାସ ଜାରି ରଖିଛି। ଗ୍ରାମ ସ୍ତରରେ ଯୁବ ଚେତନାର ସଂଗଠନକୁ ସଶକ୍ତ କରିବାକୁ ପଡିବ। ଭାରତ ମାତାକୁ ବିଶ୍ୱଗୁରୁ କରିବା ପାଇଁ ପ୍ରତ୍ୟେକ ବ୍ୟକ୍ତିଙ୍କୁ ଆଗକୁ ଆସିବାକୁ ପଡ଼ିବ ବୋଲି ଦେଶ ଭ୍ରମଣରେ ଥିବା ଯୁବ ଚେତନାର ରାଷ୍ଟ୍ରୀୟ ସଂଯୋଜକ ରୋହିତ କୁମାର ସିଂହ କହିଛନ୍ତି। ରୋହିତ ସୋମବାର ଭୁବନେଶ୍ୱରଠାରେ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, ଗାନ୍ଧୀ ଓ ଆମ୍ବେଡ଼କରଙ୍କ ଦେଶରେ ଲୋକତନ୍ତ୍ର ଏବଂ ସମ୍ବିଧାନକୁ କେବେ ବି ବିପଦ ଆସିପାରିବ ନାହିଁ। ତେବେ ଦେଶର ଜନତାଙ୍କୁ ଏକ ନୂଆ ବିକଳ୍ପ ଆବଶ୍ୟକ। ଆମ ଦେଶବାସୀ ପ୍ରଭୁ ରାମଙ୍କ ଉପରେ ବିଶ୍ୱାସ ରଖୁଛନ୍ତି। ତେଣୁ ଦେଶର ଯୁବପିଢ଼ିଙ୍କୁ ଶ୍ରୀରାମଙ୍କ ଜୀବନୀରୁ ଶିକ୍ଷା ନେବା ଆବଶ୍ୟକ। ଆମେ ଅସ୍‌ଫାକୁଲ୍ଲାହ ଖାନ୍‌ ଓ ଡ. ଏପିଜେ ଅବ୍‌ଦୁଲ କଲାମ ଦେଖାଇଥିବା ପଥରେ ଅଗ୍ରସର ହେଉଥିବାବେଳେ ଓରଙ୍ଗଜେବ ଭଳି ଅତ୍ୟାଚାରୀଙ୍କୁ ବିରୋଧ କରୁଛୁ। ଦେଶବାସୀ କଲାମ୍‌ଙ୍କ ନିକଟରେ ଋଣୀ ଅଟନ୍ତି। ଓଡ଼ିଶାର ଲୋକମାନେ ଦେଶର ଉତ୍‌ଥାନରେ ମହତ୍ତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛନ୍ତି। ତେଣୁ ରାଜ୍ୟର ୩୦ ଜିଲାରେ ଯୁବ ଚେତନାର ସଂଗଠନକୁ ସଶକ୍ତ କରାଯିବ। ଏଠାକାର ଯୁବବର୍ଗଙ୍କୁ ଯୁବ ଚେତନା ସହ ଯୋଡ଼ିବା ପାଇଁ ଗଁା ସ୍ତରରେ ଅଭିଯାନ ଆରମ୍ଭ କରାଯିବ ବୋଲି ରୋହିତ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମାର୍ଚ୍ଚ ୮ରେ ଗର୍ଜିବେ ମହିଳା, ମଦ ନୁହଁ ମୌଳିକ ସୁବିଧା ଯୋଗାଇବାକୁ ହେବ ଲଢେଇ

ଦାରିଙ୍ଗବାଡି, ୧୬।୨(ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକର ନାରୀ ମହାସଙ୍ଘର ତ୍ରୟ ମାସିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ମହାସଙ୍ଘର ସଭାନେତ୍ରୀ ଲୁସିମା…

ତାରିକ ରହମାନଙ୍କ ଶପଥ ଗ୍ରହଣକୁ ମୋଦିଙ୍କୁ ନିମନ୍ତ୍ରଣ ମିଳିବାରୁ, ପାକିସ୍ତାନ ଏକ୍ସପର୍ଟ କହୁଛନ୍ତି, ବହୁତ ବଡ଼ ଭୁଲ କଲା…

ନୂଆଦିଲ୍ଲୀ/ଢାକା/ଇସଲାମାବାଦ,୧୬।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ବାଂଲାଦେଶ ପ୍ରଧାନମନ୍ତ୍ରୀଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗଦେବାକୁ ନିମନ୍ତ୍ରଣ କରାଯିବା ପରେ ପାକିସ୍ତାନବାସୀ ଖୁବ ରାଗିଛନ୍ତି। ପାକ ବିଶେଷଜ୍ଞ କମର ଚିମା…

ବିଦାୟୀ ପୂର୍ବରୁ କିନ୍ନର ବାହାରିଲା ବର, ଶ୍ବଶୁର ଘର ଲୋକେ କଲେ….

ଲକ୍ଷ୍ନୌ,୧୬।୨: ଉତ୍ତର ପ୍ରଦେଶର ବାରବାଙ୍କି ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ବିଦାୟୀ ସମୟରେ ବର କିନ୍ନର ବୋଲି ଜଣାପଡିଲା । ଏହାପରେ ହଙ୍ଗାମା…

ପୁଣିଥରେ ମୁହାଁମୁହିଁ ହେବେ ଭାରତ-ପାକିସ୍ତାନ! ବୁଝନ୍ତୁ ସମିକରଣ

ନୂଆଦିଲ୍ଲୀ,୧୬।୨: ଭାରତୀୟ ଦଳ ପୁଣିଥରେ ପାକିସ୍ତାନକୁ ପରାସ୍ତ କରିଛି। ଫେବୃଆରୀ ୧୫ରେ କଲମ୍ବୋର ପ୍ରେମଦାସା ଷ୍ଟାଡିୟମରେ ଖେଳାଯାଇଥିବା ଟି-୨୦ ବିଶ୍ୱକପ ୨୦୨୬ ମ୍ୟାଚରେ ଭାରତ ପାକିସ୍ତାନକୁ ୬୧…

ଇତିହାସ ରଚିଲେ ରସିଦ୍ ଖାନ୍: ବିଶ୍ୱର ପ୍ରଥମ ବୋଲର ଭାବେ କଲେ ଏମିତି ରେକର୍ଡ

ନୂଆଦିଲ୍ଲୀ,୧୬।୨: ଆଫଗାନିସ୍ତାନର ଅଧିନାୟକ ରଶିଦ ଖାନ୍ କ୍ରିକେଟ୍ ଜଗତରେ ଏକ ନୂତନ ମାଇଲଖୁଣ୍ଟ ସ୍ଥାପନ କରିଛନ୍ତି। ସୋମବାର ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଅନୁଷ୍ଠିତ ଆଇସିସି ପୁରୁଷ…

ପରବର୍ତ୍ତୀ ରାଜନୀତିକୁ ନେଇ ମୁହଁ ଖୋଲିଲେ ଅରବିନ୍ଦ ମହାପାତ୍ର, ବିଧାନସଭାରେ ଯଦି…

ଭୁବନେଶ୍ବର,୧୬।୨: ବିଜେଡିରୁ ନିଲମ୍ବନ ପରଠାରୁ ଚର୍ଚ୍ଚାରେ ରହିଛନ୍ତି ଅରବିନ୍ଦ ମହାପାତ୍ର । ନିଲମ୍ବନ ଓ ପରବର୍ତ୍ତୀ ରାଜନୀତିକୁ ନେଇ ଆଜି ସେ ମୁହଁ ଖୋଲିଛନ୍ତି । ନବୀନ…

ହିମସ୍ଖଳନ ପରେ ଟ୍ରେନ ଦୁର୍ଘଟଣା, ଅନେକେ ଆହତ

ଗପ୍ପେନଷ୍ଟାଇନ,୧୬।୨: ସୋମବାର ଦକ୍ଷିଣ ସ୍ବିଜରଲ୍ୟାଣ୍ଡରେ ଏକ ବଡ଼ ଦୁର୍ଘଟଣା ଘଟିଛି। ଗପ୍ପେନଷ୍ଟାଇନ ଗାଁ ନିକଟରେ ହିମସ୍ଖଳନ ପରେ ୮୦ ଜଣ ଲୋକଙ୍କୁ ନେଇ ଯାଉଥିବା ଏକ ଯାତ୍ରୀବାହୀ…

ପୂର୍ବତନ ବିଧାୟିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କ ଅବସ୍ଥା ଗୁରୁତର

ସମ୍ବଲପୁର,୧୬।୨(ପ୍ରମୋଦ ବହିଦାର): ସମ୍ବଲପୁରର ବିଧାୟିକା ତଥା ସମାଜସେବୀ ଓ ବିଶିଷ୍ଟ ଚିକିତ୍ସକ ଡା. ରାସେଶ୍ୱରୀ ପାଣିଗ୍ରାହୀଙ୍କ ଅବସ୍ଥା ଗୁରୁତର । ସୋମବାର ସକାଳେ ତାଙ୍କୁ ଠିକ୍ ଭାବେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri