ସାମୂହିକ ଅସ୍ଥି ବିସର୍ଜନ କଲେ ଲୋକେ

ବାରିପଦା ଅଫିସ,୧୭।୧: ମୟୂରଭଞ୍ଜ ଜିଲାର ଗଣପର୍ବ ମକର ଅବସରରେ ସୁନାମୁହିଁ(ବାରୁଣୀ) ଘାଟରେ ରବିବାର ଦାମୋଦର ଯାତ୍ରା ଆରମ୍ଭ ହୋଇଛି। ଏହି ଯାତ୍ରା ତିନିଦିନ ଧରି ଚାଲିବାକୁ ଥିବା ବେଳେ କୋଭିଡ କଟକଣାକୁ ନ ମାନି ବହୁ ଲୋକଙ୍କ ଭିଡ଼ରେ ଏହି ପରମ୍ପରା ପାଳନ ହୋଇଛି। ବାରିପଦା ଦେଇ ପ୍ରବାହିତ ବୁଢାବଳଙ୍ଗ, ଜରାଳି ଓ ସରାଳି ସେତୁର ସଙ୍ଗମ ସ୍ଥଳ ତ୍ରିବେଣୀ(ସୁନାମୁହିଁ) ଘାଟରେ ସହସ୍ରାଧିକ ଲୋକ ଅସ୍ଥି ବିସର୍ଜନ କରିଛନ୍ତିି। କରୋନା ସତ୍ତ୍ୱେ ଜିଲା ସମେତ ଓଡିଶା, ପଡୋଶୀ ରାଜ୍ୟ ଝାଡଖଣ୍ଡ ଓ ପଶ୍ଚିମବଙ୍ଗରୁ ହଜାର ହଜାର ଲୋକ ଆସି ଏଠାରେ ଅସ୍ଥି ବିସର୍ଜନ କରିଛନ୍ତି।
ଆଦିବାସୀ ସାନ୍ତାଳ ସମ୍ପ୍ରଦାୟର ଲୋକେ ପିତୃ ପୁରୁଷଙ୍କ ଅସ୍ଥି ବିସର୍ଜନ ଓ ପିଣ୍ଡଦାନ ଭଳି ପରମ୍ପରାକୁ ମକର ସଂକ୍ରାନ୍ତି ଅବସରରେ ପାଳନ କରାଯାଇଥାଏ ା ଦାମୋଦର ଯାତ୍ରାରେ ପ୍ରବଳ ଜନସମାଗମ ପରିଲକ୍ଷିତ ହୋଇଛି। ମକର ସଂକ୍ରାନ୍ତି ଦୁଇଦିନ ପରେ ସାନ୍ତାଳ ସମ୍ପ୍ରଦାୟର ଲୋକମାନେ ଅସ୍ଥିକୁ ଧରି ପାରମ୍ପାରିକ ବେଶ, ପୋଷାକ, ନୃତ୍ୟ, ଗୀତରେ ସ୍ଥାନଟି ଲୋକାରଣ୍ୟ ହୋଇପଡିଛି। ଦାନ ପାଇଁ ବିଭିନ୍ନ ଜିନିଷକୁ ଭାର ସାହାଯ୍ୟରେ ବୋହି ତ୍ରିବେଣୀ ଘାଟରେ ଲୋକ ପହଞ୍ଚି ଘାଟକର୍ମ କରିବା ପାଇଁ ଲୋକମାନେ ଲଣ୍ଡା ହୋଇ ତ୍ରିବେଣୀ ଘାଟରେ ବୁଡ଼ ପକାଇ ନୂଆ ଲୁଗା ପିନ୍ଧି ପୂର୍ବ ପୁରୁଷଙ୍କୁ ପିଣ୍ଡଦାନ ଓ ଅସ୍ଥି ବିସର୍ଜନ କରିଛନ୍ତି। ତେବେ ଲକ୍ଷାଧିକ ଜନସମାଗମକୁ ଦୃଷ୍ଟିରେ ରଖି ଅଗ୍ନିଶମ ବିଭାଗ ଓ ପୋଲିସ ପ୍ରଶାସନ ସଜାଗ ରହିଛନ୍ତି। କମିଟି ପକ୍ଷରୁ ଆଲୋକୀକରଣ, ୱାଚ ଟାୱାର, ଫାଷ୍ଟ ଏଡ୍‌, ବିଶ୍ରାମାଗାର, ପିଇବା ପାଣି ଆଦିର ସୁବ୍ୟବସ୍ଥା କରାଯାଇଛି ା ତୃତୀୟ ଲହର ଓମିକ୍ରନ ଓ କରୋନାକୁ ଦୃଷ୍ଟିରେ ରଖି ଜିଲାପ୍ରଶାସନ ପକ୍ଷରୁ ନଦୀପଠା, ନାଳ, ପୋଖରୀ ଆଦି ସ୍ଥାନରେ ମେଳା ମହୋତ୍ସବକୁ ବନ୍ଦ କରିବା ପାଇଁ କଟକଣା ଜାରି କରିଥିଲେ ମଧ୍ୟ ଲୋକେ କଟକଣା ମାନି ନ ଥିଲେ। ଜାଗ ମୟୂରଭଞ୍ଜ ଜାଗ ପକ୍ଷରୁ ମାସ୍କ ଓ ସାନିଟାଇଜର ବଣ୍ଟନ କରାଯାଇଛି ା ବିଭିନ୍ନ ସଙ୍ଗଠନର କର୍ମକର୍ତ୍ତାମାନେ ପହଞ୍ଚି କୋଭିଡ ନିୟମ ପାଳନ କରିବାକୁ ପରାମର୍ଶ ଦେଇଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

ଖୁଣ୍ଟାପୁର ଗ୍ରାମରେ ଡକାୟତି: ଫେରାର ହେବାକୁ ଉଦ୍ୟମ ବେଳେ ଜଣଙ୍କୁ ମାଡ଼ି ବସି ନିର୍ଧୁମ ଛେଚିଲେ ଗ୍ରାମବାସୀ, ପୋଲିସ…

ବୈଶିଙ୍ଗା,୧୦।୨(ରତନ ଦାଶ): ମୟୂରଭଞ୍ଜ ଜିଲାର ବୈଶିଙ୍ଗା ଥାନା ଅର୍ନ୍ତଗତ ଖୁଣ୍ଟାପୁର ଗ୍ରାମରେ ମଙ୍ଗଳବାର ସା ୭.୩୦ ସମୟରେ ୬ ଜଣ ଦୁର୍ବୃତ୍ତ ଡକାୟତି ଉଦ୍ଦେଶ୍ୟରେ ଚିନ୍ମୟ ମିଶ୍ରଙ୍କ…

ସ୍କୁଟିକୁ ପିଟିଲା କାର: ୭ ଗୁରୁତର

ବାରିପଦା,୯।୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବାରିପଦା ଉପକଣ୍ଠ ବେତନଟୀ ଥାନା  ଅଧିନ ୧୮ନଂ ଜାତୀୟ ରାଜପଥ ବୁଢ଼ୀଖମାରଠାରେ ଏକ ଦୁର୍ଘଟଣା ଘଟିଛି । ସୋମବାର ଅପରାହ୍ନରେ…

ପୁଣି ଖସିଲା ପାରଦ, ଶିମିଳିପାଳରେ ତାପମାତ୍ରା ୧ ଡିଗ୍ରୀ ରେକର୍ଡ

ବାରିପଦା,୮।୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ଶିମିଳିପାଳ ଜାତୀୟ ଉଦ୍ୟାନରେ ପାରଦ ନିମ୍ନଗାମୀ ହୋଇଛି । ଉପରବାରହାକାମୁଡାରେ ତାପାମାତ୍ରା ୧ ଡିଗ୍ରୀ ରେକର୍ଡ ହୋଇଥିବା ବେଳେ ନେଇ…

ପ୍ରଧାନଶିକ୍ଷକଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଦେଲେ ମହିଳା

ମୋରଡ଼ା,୭ା୨(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ୍‌ ଅଧୀନ ନୂଆଗାଁସ୍ଥିତ ହରପ୍ରସାଦ ଶିକ୍ଷା ସଦନ ସରକାରୀ ଉଚ୍ଚ ବିଦ୍ୟାଳୟରେ ଶିଶୁ ସେବିକା ନିଯୁକ୍ତିରେ ଅନିୟମିତତା ଅଭିଯୋଗ ହୋଇଛି।…

ଲୋକଙ୍କ ପ୍ରଶ୍ନ ଶୁଣି ରାଗିଗଲେ ରାଷ୍ଟ୍ରପତି, କହିଲେ…

ବାରିପଦା,୭ା୨: ମୟୂରଭଞ୍ଜ ଜିଲା ଶିମିଳିପାଳବାସୀ ନିରନ୍ତର ଇଣ୍ଟରନେଟ୍‌ ସେବା ସହ ଯୋଡ଼ି ହୋଇଛନ୍ତି। ଶୁକ୍ରବାର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶିମିଳିପାଳ ଜାତୀୟ ଉଦ୍ୟାନ ଗୁଡୁଗୁଡ଼ିଆଠାରେ ବିଏସ୍‌ଏନ୍‌ଏଲ୍‌ର ୪-ଜି…

ଗୋଟିଏ ଦିନରେ ୩ ଦୁର୍ଘଟଣା

ମୋରଡ଼ା/ରାସଗୋବିନ୍ଦପୁର,୬ା୨(ସ୍ମାରକ ମାଜୀ/ସତ୍ୟବାଦୀ ପରିଡ଼ା)- ମୟୂରଭଞ୍ଜ ଜିଲା ମୋରଡ଼ା ଓ଼ ରାସଗୋବିନ୍ଦପୁର ଥାନା ଅଞ୍ଚଳର ବିଭିନ୍ନ ସ୍ଥାନରେ ଦୁର୍ଘଟଣା ଘଟିଛି। ସୂଚନା ଅନୁଯାୟୀ, ଗୁରୁବାର ବିଳମ୍ବିତ ରାତିରେ ରାସଗୋବିନ୍ଦପୁର…

ଚାଲି ଚାଲି ଶାଶୁଘର ଗାଁ ବୁଲିଲେ ରାଷ୍ଟ୍ରପତି: ପ୍ରୋଟୋକଲ ଭାଙ୍ଗି…

ବାରିପଦା/ ରାଇରଙ୍ଗପୁର, ୬ା୨(ନୀଳାଦ୍ରି ବିହାରୀ ଦଣ୍ଡପାଟ/ ମାନସ ମହାନ୍ତି):ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ୩ଦିନିଆ ମୟୂରଭଞ୍ଜ ଜିଲା ଗସ୍ତରେ ଆସିଛନ୍ତି।  ଶାଶୁଘର ପାହାଡ଼ପୁର ଗ୍ରାମକୁ ଯାଇ ବିଭିନ୍ନ କାର୍ଯ୍ୟକ୍ରମରେ…

ବସ୍ତାରେ ଗୋମାଂସ ଆଣୁଥିବା ସମୟରେ ମାଡ଼ିବସିଲା ପୋଲିସ

ମୋରଡ଼ା/ରାସଗୋବିନ୍ଦପୁର,୪ା୨(ସ୍ମାରକ ମାଜୀ/ସତ୍ୟବାଦୀ ପରିଡ଼ା)- ଗୋ ମାଂସ ଚାଲାଣ ଅଭିଯୋଗରେ ମୟୂରଭଞ୍ଜ ଜିଲା ରାସଗୋବିନ୍ଦପୁର ପୋଲିସ ମଙ୍ଗଳବାର ୨ଜଣଙ୍କୁ ଥାନାରେ ଅଟକ ରଖି ପଚାରାଉଚୁରା କରୁଛି। ଏନେଇ ଥାନାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri