ଚୋରକୁ ଧରି ଲୋକେ ପୋଲିସ ଜିମା ଦେଲେ

ସୋନପୁର/ଅମରପାଲି,୧୭।୧୧(ନି.ପ୍ର./ଡି.ଏନ୍‌.ଏ)
ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ଥାନା ହିକୁଡି ଫାଣ୍ଡି ସମ୍ମୁଖରୁ ରବିବାର ବିଳମ୍ବିତ ରାତିରେ ସିରିଜ୍‌ ଚୋରି ହୋଇଛି। ଚୋର ଏକକାଳୀନ ୫ଟି ଦୋକାନର ତାଲା ଭାଙ୍ଗି ଲକ୍ଷାଧିକ ଟଙ୍କାର ସାମଗ୍ରୀ ଚୋରି କରିଛି। ସ୍ଥାନୀୟ ଲୋକେ ଚୋରି ଅଭିଯୋଗରେ ବୌଦ୍ଧ ଜିଲା କଣ୍ଟାମାଳ ଥାନା ଅଏଁଳାଚୁଆଁ ଗାଁର ସୁଶାନ୍ତ କର୍ମୀଙ୍କୁ ଧରି ପୋଲିସ ଜିମା ଦେଇଛନ୍ତି। ସୁଶାନ୍ତ ଚୋରି ସାମଗ୍ରୀ ନେଇ ଏକ ବସ୍‌ରେ ଯାଉଥିଲେ। ତାଙ୍କଠାରୁ କିଛି ଚୋରି ସାମଗ୍ରୀ ଜବତ ହୋଇଛି। ସୁଶାନ୍ତ ରବିବାର ସନ୍ଧ୍ୟାରେ ହିକୁଡି ଛକରେ ବୁଲାବୁଲି କରୁଥିବା ଦୋକାନୀମାନେ କହିଛନ୍ତି। ତେବେ ଫାଣ୍ଡି ସମ୍ମୁଖରୁ ଚୋରି ହେବା ଘଟଣାକୁ ନେଇ ଅଞ୍ଚଳବାସୀ କ୍ଷୁବ୍ଧ ହୋଇଛନ୍ତି। ପୋଲିସର ରାତ୍ରକାଳୀନ ପାଟ୍ରୋଲିଂ ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏ ସମ୍ପର୍କରେ ବୀରମହାରାଜପୁର ଥାନାରେ ଏକ ମାମଲା ରୁଜୁ ହୋଇଛି ।