ଦୁର୍ଘଟଣା ପରେ ଟ୍ରକ୍‌ ଜାଳିଦେଲେ ଲୋକେ

ବଲାଙ୍ଗୀର,୨୩ା୧୨: ବଲାଙ୍ଗୀର ଗାନ୍ଧୀନଗରପଡ଼ାରେ ଶନିବାର ଏକ ଟ୍ରକ୍‌ ଜାଳି ଦେଇଛନ୍ତି ଉତ୍ତ୍ୟେକ୍ତ ଲୋକେ। ଉକ୍ତ ଟ୍ରକ୍‌ଟି ଜଣେ ଯୁବକଙ୍କୁ ଧକ୍କା ଦେଇଥିଲା। ଫଳରେ ଟ୍ରକ୍‌ ଚାପାରେ ଗୁରୁତର ଥିବା ଯୁବକଙ୍କର ଭୀମଭୋଇ ମେଡିକାଲରେ ମୃତ୍ୟୁ ଘଟିଛି। ଏହା ପରେ ଉତ୍ତ୍ୟେକ୍ତ ଲୋକେ ଦୁର୍ଘଟଣା ଘଟାଇଥିବା ଟ୍ରକ୍‌ଟିକୁ ଜାଳି ଦେବା ସହ ଟାୟାର ଜାଳି ବଲାଙ୍ଗୀର-ସମ୍ବଲପୁର ରାସ୍ତା ଅବରୋଧ କରିଛନ୍ତି।