ଦୁନିଆର ସବୁ ସୁଖ ପାଇଥାନ୍ତି ଏହି ୪ ରାଶିରେ ଜନ୍ମିତ ବ୍ୟକ୍ତି; କେବେ ବି ରହେ ନାହିଁ ଧନର ଅଭାବ…

ସମସ୍ତେ ଜୀବନରେ ଖୁସି ରହିବାକୁ ଚାହିଁଥାନ୍ତି। ପାଖରେ ଧନସମ୍ପତ୍ତି ଥାଉ, ବିଳାସମୟ ଜୀବନ ନିର୍ବାହ କରିବାକୁ ସମସ୍ତେ ସ୍ବପ୍ନ ମଧ୍ୟ ଦେଖିଥାନ୍ତି। ହେଲେ ଅନେକ ଥର ପରିଶ୍ରମ କରିବା ସତ୍ତ୍ୱେ ବ୍ୟକ୍ତି ସେତେ ଧନ ଅର୍ଜନ କରିପାରେ ନାହିଁ। ଏପରିକି ତାଙ୍କୁ ଆଶା ମୁତାବକ ସଫଳତା ମିଳି ନ ଥାଏ। ଜ୍ୟୋତିଷଶାସ୍ତ୍ର ଅନୁଯାୟୀ ଜୀବନରେ ସଫଳତା ପାଇବାକୁ ହେଲେ ଭାଗ୍ୟ ସାଥ୍‌ ଦେବା ମଧ୍ୟ ଜରୁରୀ। ରାଶିମାନଙ୍କ ଜୀବନରେ ମହତ୍ତ୍ୱ ଅଧିକ। ଏହାଦ୍ୱାରା ବ୍ୟକ୍ତିର ସ୍ବଭାବ ବିଷୟରେ ଜଣାପଡ଼ିଥାଏ। ବିଶେଷଜ୍ଞଙ୍କ ଅନୁଯାୟୀ, ଏଭଳି ୪ ରାଶି ରହିଛି ଯେଉଁମାନେ ଭାଗ୍ୟଶାଳୀ ହୋଇଥାନ୍ତି। ତାଙ୍କୁ ଜୀବନରେ ସମସ୍ତ ସୁଖସୁବିଧା ପ୍ରାପ୍ତ ହୋଇଥାଏ। ଟିକିଏ ପରିଶ୍ରମ କଲେ ତାଙ୍କୁ ସଫଳତା ମିଳିଥାଏ। ଆସନ୍ତୁ ଜାଣିବା:
ବୃଷ ରାଶି: ଏହି ରାଶିର ସ୍ବାମୀ ଶୁକ୍ର। ଏହି ରାଶିର ଜାତକଧାରୀଙ୍କ ଉପରେ ଶୁକ୍ରଙ୍କର କୃପା ରହିଥାଏ। ଏଣୁ ସେମାନଙ୍କ ପାଖରେ ଅର୍ଥର ଅଭାବ ଦେଖାଦେଇ ନ ଥାଏ। ଧନ ମାମଲାରେ ସେମାନେ ଭାଗ୍ୟଶାଳୀ ହୋଇଥାନ୍ତି। ଯେତେ ବିପଦ ଆସୁ ନା କାହିଁକି ସେମାନେ ସବୁ ବିପଦରୁ ରକ୍ଷା ପାଇଯାଇଥାନ୍ତି।
ସିଂହ ରାଶି: ଜ୍ୟୋତିଷଶାସ୍ତ୍ର ଅନୁଯାୟୀ ସିଂହ ରାଶିର ବ୍ୟକ୍ତିଙ୍କ ପାଖରେ ନେତୃତ୍ୱ ନେବାର ସମସ୍ତ କ୍ଷମତା ରହିଥାଏ। ଏହିଗୁଣ ଯୋଗୁ ସେମାନେ ସମାଜରେ ମାନସମ୍ମାନ ପାଇଥାନ୍ତି। ଚାକିରି ଏବଂ ବ୍ୟବସାୟରେ ବହୁତ ସଫଳତା ମିଳିଥାଏ। ଏହି ଲୋକମାନେ ସେମାନଙ୍କର ଜୀବନରେ ଧନସମ୍ପଦ ସହ ଉନ୍ନତି ପାଇଥାନ୍ତି।
ଧନୁ ରାଶି: ଏହି ରାଶିର ସ୍ବାମୀ ବୃହସ୍ପତି। ଏଥିଯୋଗୁ ଏମାନେ ଜ୍ଞାନୀ ଏବଂ ଉର୍ଜାବାନ ହୋଇଥାନ୍ତି। ଜ୍ଞାନ ଯୋଗୁ ଏମାନଙ୍କୁ ଜୀବନରେ ଉଚ୍ଚ ପଦ ଏବଂ ମାନସମ୍ମାନ ପ୍ରାପ୍ତ ହୋଇଥାଏ। ଏମାନେ ନିଜ କାମ ପ୍ରତି ସଚ୍ଚୋଟ ହୋଇଥାନ୍ତି। ପରିଶ୍ରମ ଏବଂ ନିଷ୍ଠା ଯୋଗୁ ଏହି ରାଶିଧାରୀ ଜୀବନରେ ସବୁକିଛି ହାସଲ କରିପାରିଥାନ୍ତି। ଏମାନଙ୍କଗୁଣ ଅନ୍ୟମାନଙ୍କୁ ବହୁତ ପ୍ରଭାବିତ କରିଥାଏ।
କୁମ୍ଭ ରାଶି: ଏହି ରାଶିର ବ୍ୟକ୍ତି ଉପରେ ଶନିଙ୍କର କୃପା ରହିଥାଏ। କାହା ସହ ଏମାନେ ଖରାପ ବ୍ୟବହାର ଏବଂ ଧୋକା ଦିଅନ୍ତି ନାହିଁ। ସମାଜକଲ୍ୟାଣ ପାଇଁ ଏମାନେ ବହୁତ କାମ କରିଥାନ୍ତି। ଏମାନଙ୍କର ଇଚ୍ଛାଶକ୍ତି ବହୁତ ମଜଭୂତ ଥାଏ। ଏମାନେ ଦୂରଦର୍ଶୀ ହୋଇଥାନ୍ତି। ଏମାନଙ୍କ ଭିତରେ ନେତୃତ୍ୱ ନେବାର ଗୁଣ ରହିଥାଏ। ଏହି ଗୁଣ ଅନ୍ୟମାନଙ୍କୁ କୁମ୍ଭ ରାଶି ଜାତକଧାରୀଙ୍କ ପ୍ରତି ଆକର୍ଷିତ କରିଥାଏ।

Enter your email to get our daily news in your inbox.

All Right Reserved By Dharitri.Com

ଦେଶରେ ଲାଗିବ କି ଲକ୍‌ଡାଉନ? ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେବା ପରେ ମୋଦି କଲେ ବଡ଼ ଘୋଷଣା

ନୂଆଦିଲ୍ଲୀ,୨୭।୩: ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ପ୍ରାୟ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ଉପରାଜ୍ୟପାଳମାନଙ୍କ ସହିତ ଏକ ଭର୍ଚୁଆଲ ବୈଠକର ଅଧ୍ୟକ୍ଷତା କରିଥିଲେ। ଏହି ବୈଠକର…

LPG ପରେ ଆଉ ଏକ ବଡ଼ ସଙ୍କଟ; ୧୦ରୁ ୧୫ ପ୍ରତିଶତ ଯାଏ ବଢିପାରେ ଦର…

ନୂଆଦିଲ୍ଲୀ,୨୭।୩: LPG ସଙ୍କଟ ଭିତରେ ଜନତାଙ୍କୁ ବହୁ ଜଲଦି ଆଉ ଏକ ଝଟକା ଲାଗିବାକୁ ଯାଉଛି । ପଶ୍ଚିମ ଏସିଆରେ ଚାଲୁଥିବା ଏହି ଯୁଦ୍ଧ ଯୋଗ ବର୍ତ୍ତମାନ…

ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ବଡ଼ ଘୋଷଣା, ଓଡ଼ିଶାକୁ ୧୦,୫୯୯ କୋଟିର…

ନୂଆଦିଲ୍ଲୀ,୨୭।୩: ଓଡ଼ିଶାର ରେଳ ଭିତ୍ତିଭୂମି ବିକାଶ କ୍ଷେତ୍ରରେ କେନ୍ଦ୍ର ସରକାର ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ଆର୍ଥିକ ବର୍ଷ ୨୦୨୫-୨୬ ପାଇଁ ଓଡ଼ିଶାକୁ ରେଳବାଇ କ୍ଷେତ୍ରରେ…

ପଶ୍ଚିମ ଏସିଆ ସଂଘର୍ଷ: ମୁଖ୍ୟମନ୍ତ୍ରୀମାନଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ; ସାମିଲ ହେଲେ ନାହିଁ ଏସବୁ ରାଜ୍ୟର CM

ନୂଆଦିଲ୍ଲୀ,୨୭।୩: ପଶ୍ଚିମ ଏସିଆରେ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ବିଶ୍ୱସ୍ତରୀୟ ପ୍ରଭାବକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଭିଡିଓ କନଫରେନ୍ସିଂ ମାଧ୍ୟମରେ…

ଚଳନ୍ତା ଟ୍ରେନ୍‌ରୁ ଡେଇଁ ପଡ଼ିଲେ ଯୁବକ, ଆଉ ତା’ପରେ…

ଛତ୍ରପୁର,୨୭ା୩(ଦିଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟରେ ଚଳନ୍ତା ଟ୍ରେନରୁ ଖସିପଡି ଜଣେ ଯୁବକ ଆହତ ହୋଇଛନ୍ତି। ସେ ହେଲେ କେନ୍ଦୁଝର ଜିଲା ଗୁଣ୍ଠପୁର ଅଞ୍ଚଳର ବିକ୍ରମ…

ରାସ୍ତାକଡ଼ ବୁଦା ଭିତରୁ ମିଳିଲା ପୁଳାପୁଳା ସରକାରୀ ଔଷଧ, ଏକ୍ସପାଏରୀ ଡେଟ୍‌ ଥିଲେ ସୁଦ୍ଧା କିଏ ଫିଙ୍ଗିଲା ସେ ନେଇ…

ସୁନ୍ଦରଗଡ଼, ୨୭।୩(ଜୟ ନାରାୟଣ ମେଣ୍ଡୁଳି): ସରକାର ଗରିବ ଲୋକଙ୍କୁ ମାଗଣାରେ ସ୍ବାସ୍ଥ୍ୟସେବା ଓ ଔଷଧ ଯୋଗାଇବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ, ସୁନ୍ଦରଗଡ଼ରେ…

ବିଦ୍ୟୁତ୍‌ କାଟ୍‌କୁ ନେଇ ବଢୁଛି ଅସନ୍ତୋଷ

ଶେରଗଡ଼,୨୭ା୩(ସୂର୍ଯ୍ୟ ନାରାୟଣ ଦାଶ): ଶେରଗଡ଼ରେ ବିଦ୍ୟୁତ୍‌ ବିଭ୍ରାଟ ଦିନକୁ ଦିନ ବଢ଼ିବାରେ ଲାଗିଛି। ମେଣ୍ଟେନାନ୍ସ ଆଳରେ ଏପରି ବିଦ୍ୟୁତ୍‌ କାଟ କରାଯାଉଥିବା ଅଭିଯୋଗ ହେଉଛି। ଏପରି ଦିନକୁ…

୩ୟ ବିଶ୍ୱଯୁଦ୍ଧର ଭୟଙ୍କର ରୂପ! ଆମେରିକା ସହ ଯୁଦ୍ଧ କରିବେ ୧୨ବର୍ଷର ପିଲା

ତେହରାନ,୨୭।୩: ଇରାନ-ଇସ୍ରାଏଲ ବିବାଦ ମଧ୍ୟରେ, ଯେତେବେଳେ ଆମେରିକା ଗୋଟିଏ ମୋର୍ଚ୍ଚାରେ ଇରାନରେ ତାର ସୈନ୍ୟ ମୁତୟନ କରିବାକୁ ପ୍ରସ୍ତୁତ ହେଉଛି, ଅନ୍ୟପଟେ ଇରାନ ଏବେ ତାର ସୈନ୍ୟବାହିନୀକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri