ଦୁନିଆର ସବୁ ସୁଖ ପାଇଥାନ୍ତି ଏହି ୪ ରାଶିରେ ଜନ୍ମିତ ବ୍ୟକ୍ତି; କେବେ ବି ରହେ ନାହିଁ ଧନର ଅଭାବ…

ସମସ୍ତେ ଜୀବନରେ ଖୁସି ରହିବାକୁ ଚାହିଁଥାନ୍ତି। ପାଖରେ ଧନସମ୍ପତ୍ତି ଥାଉ, ବିଳାସମୟ ଜୀବନ ନିର୍ବାହ କରିବାକୁ ସମସ୍ତେ ସ୍ବପ୍ନ ମଧ୍ୟ ଦେଖିଥାନ୍ତି। ହେଲେ ଅନେକ ଥର ପରିଶ୍ରମ କରିବା ସତ୍ତ୍ୱେ ବ୍ୟକ୍ତି ସେତେ ଧନ ଅର୍ଜନ କରିପାରେ ନାହିଁ। ଏପରିକି ତାଙ୍କୁ ଆଶା ମୁତାବକ ସଫଳତା ମିଳି ନ ଥାଏ। ଜ୍ୟୋତିଷଶାସ୍ତ୍ର ଅନୁଯାୟୀ ଜୀବନରେ ସଫଳତା ପାଇବାକୁ ହେଲେ ଭାଗ୍ୟ ସାଥ୍‌ ଦେବା ମଧ୍ୟ ଜରୁରୀ। ରାଶିମାନଙ୍କ ଜୀବନରେ ମହତ୍ତ୍ୱ ଅଧିକ। ଏହାଦ୍ୱାରା ବ୍ୟକ୍ତିର ସ୍ବଭାବ ବିଷୟରେ ଜଣାପଡ଼ିଥାଏ। ବିଶେଷଜ୍ଞଙ୍କ ଅନୁଯାୟୀ, ଏଭଳି ୪ ରାଶି ରହିଛି ଯେଉଁମାନେ ଭାଗ୍ୟଶାଳୀ ହୋଇଥାନ୍ତି। ତାଙ୍କୁ ଜୀବନରେ ସମସ୍ତ ସୁଖସୁବିଧା ପ୍ରାପ୍ତ ହୋଇଥାଏ। ଟିକିଏ ପରିଶ୍ରମ କଲେ ତାଙ୍କୁ ସଫଳତା ମିଳିଥାଏ। ଆସନ୍ତୁ ଜାଣିବା:
ବୃଷ ରାଶି: ଏହି ରାଶିର ସ୍ବାମୀ ଶୁକ୍ର। ଏହି ରାଶିର ଜାତକଧାରୀଙ୍କ ଉପରେ ଶୁକ୍ରଙ୍କର କୃପା ରହିଥାଏ। ଏଣୁ ସେମାନଙ୍କ ପାଖରେ ଅର୍ଥର ଅଭାବ ଦେଖାଦେଇ ନ ଥାଏ। ଧନ ମାମଲାରେ ସେମାନେ ଭାଗ୍ୟଶାଳୀ ହୋଇଥାନ୍ତି। ଯେତେ ବିପଦ ଆସୁ ନା କାହିଁକି ସେମାନେ ସବୁ ବିପଦରୁ ରକ୍ଷା ପାଇଯାଇଥାନ୍ତି।
ସିଂହ ରାଶି: ଜ୍ୟୋତିଷଶାସ୍ତ୍ର ଅନୁଯାୟୀ ସିଂହ ରାଶିର ବ୍ୟକ୍ତିଙ୍କ ପାଖରେ ନେତୃତ୍ୱ ନେବାର ସମସ୍ତ କ୍ଷମତା ରହିଥାଏ। ଏହିଗୁଣ ଯୋଗୁ ସେମାନେ ସମାଜରେ ମାନସମ୍ମାନ ପାଇଥାନ୍ତି। ଚାକିରି ଏବଂ ବ୍ୟବସାୟରେ ବହୁତ ସଫଳତା ମିଳିଥାଏ। ଏହି ଲୋକମାନେ ସେମାନଙ୍କର ଜୀବନରେ ଧନସମ୍ପଦ ସହ ଉନ୍ନତି ପାଇଥାନ୍ତି।
ଧନୁ ରାଶି: ଏହି ରାଶିର ସ୍ବାମୀ ବୃହସ୍ପତି। ଏଥିଯୋଗୁ ଏମାନେ ଜ୍ଞାନୀ ଏବଂ ଉର୍ଜାବାନ ହୋଇଥାନ୍ତି। ଜ୍ଞାନ ଯୋଗୁ ଏମାନଙ୍କୁ ଜୀବନରେ ଉଚ୍ଚ ପଦ ଏବଂ ମାନସମ୍ମାନ ପ୍ରାପ୍ତ ହୋଇଥାଏ। ଏମାନେ ନିଜ କାମ ପ୍ରତି ସଚ୍ଚୋଟ ହୋଇଥାନ୍ତି। ପରିଶ୍ରମ ଏବଂ ନିଷ୍ଠା ଯୋଗୁ ଏହି ରାଶିଧାରୀ ଜୀବନରେ ସବୁକିଛି ହାସଲ କରିପାରିଥାନ୍ତି। ଏମାନଙ୍କଗୁଣ ଅନ୍ୟମାନଙ୍କୁ ବହୁତ ପ୍ରଭାବିତ କରିଥାଏ।
କୁମ୍ଭ ରାଶି: ଏହି ରାଶିର ବ୍ୟକ୍ତି ଉପରେ ଶନିଙ୍କର କୃପା ରହିଥାଏ। କାହା ସହ ଏମାନେ ଖରାପ ବ୍ୟବହାର ଏବଂ ଧୋକା ଦିଅନ୍ତି ନାହିଁ। ସମାଜକଲ୍ୟାଣ ପାଇଁ ଏମାନେ ବହୁତ କାମ କରିଥାନ୍ତି। ଏମାନଙ୍କର ଇଚ୍ଛାଶକ୍ତି ବହୁତ ମଜଭୂତ ଥାଏ। ଏମାନେ ଦୂରଦର୍ଶୀ ହୋଇଥାନ୍ତି। ଏମାନଙ୍କ ଭିତରେ ନେତୃତ୍ୱ ନେବାର ଗୁଣ ରହିଥାଏ। ଏହି ଗୁଣ ଅନ୍ୟମାନଙ୍କୁ କୁମ୍ଭ ରାଶି ଜାତକଧାରୀଙ୍କ ପ୍ରତି ଆକର୍ଷିତ କରିଥାଏ।

Enter your email to get our daily news in your inbox.

All Right Reserved By Dharitri.Com

ଖରାଦିନେ ଗର୍ଭବତୀ ମହିଳା ଏମିତି ନିଅନ୍ତୁ ଯତ୍ନ

ଖରାଦିନେ ଗର୍ଭବତୀ ମହିଳାଙ୍କୁ ଅଧିକ ସତର୍କ ରହିବାକୁ ହେବ। ଏହି ଦିନେ ଗ୍ରୀଷ୍ମତାପରୁ ରକ୍ଷାପାଇବା ପାଇଁ ଜାଣିରଖନ୍ତୁ କିଛି ଉପାୟ। ଖରାଦିନେ ପ୍ରଚୁର ପାଣି ତ...

ସିଙ୍ଗଲ୍‌ ଚାଇଲ୍ଡ ଥିଲେ.. ଏମିତି ନିଅନ୍ତୁ ଯତ୍ନ

ଆଜିକାଲି ଅନେକଙ୍କର ପସନ୍ଦ ସିଙ୍ଗଲ ଚାଇଲ୍ଡ। କ୍ୟାରିୟର ପାଇଁ ହେଉ ବା ଆର୍ଥିକ ଚାପ ଅବା ଲାଳନପାଳନର ଅସୁବିଧା ଯୋଗୁ ସେମାନେ ଏମିତି ପସନ୍ଦ ବାଛି...

ଅବସାଦ ଦୂର ପାଇଁ ଆପଣାନ୍ତୁ ଏହି ଟିପ୍ସ

ଶରୀରକୁ ସୁସ୍ଥ ଓ ମଜଭୁତ ରଖିବାରେ ଉତ୍ତମ ଖାଦ୍ୟର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଆମେ କେତେ ରୋଗମୁକ୍ତ ଓ ସୁସ୍ଥ ଜୀବନ ବିତାଉଛେ, ତାହା ଅନେକାଂଶରେ ନିର୍ଭର...

ପାଣି ପିଅନ୍ତୁ କି ନ ପିଅନ୍ତୁ ଘରେ ରଖନ୍ତୁ ସୁରେଇ, ଆଣିବ ସୌଭାଗ୍ୟ…

ଖରାଦିନେ ମାଠିଆ ହେଉ ଅଥବା ସୁରେଇର ପାଣି ପିଇବାକୁ ଯେମିତି ଥଣ୍ଡା ଲାଗେ ସେମିତି ସ୍ବାସ୍ଥ୍ୟପ୍ରଦ ବି ହୋଇଥାଏ। ସେଥିପାଇଁ ପୂର୍ବେ ଘରେ ଘରେ ମାଠିଆ,...

ବାସ୍ତୁ ଅନୁଯାୟୀ ଘରର ମୁଖ୍ୟ ପ୍ରବେଶ ଦ୍ୱାର କିପରି ହେବା ଦରକାର…ଜାଣନ୍ତୁ

ଘରର ଭିତର ପାର୍ଶ୍ୱ କେତେ ସୁନ୍ଦର ଓ ସୁବ୍ୟବସ୍ଥିତ; ତାହାର ଅନୁମାନ ଘରର ମୁଖ୍ୟ ପ୍ରବେଶ ଦ୍ୱାରକୁ ଦେଖିଲେ ହିଁ ଜଣାପଡିଯାଏ। ତେଣୁ ଘରର ମୁଖ୍ୟ...

ଶରୀର ପାଇଁ ଉପକାରୀ ଜିରା: ଏମିତି କରନ୍ତୁ ସେବନ

ଆମେ ସାଧାରଣତଃ ଅଧିକାଂଶ ଖାଦ୍ୟ ପ୍ରସ୍ତୁତ କରିବା ବେଳେ ଜିରା ବ୍ୟବହାର କରିଥାଉ। ଏହାର ସୁଗନ୍ଧ କେବଳ ଭଲ ନୁହେଁ ବରଂ ଏଥିରେ ଭରି ରହିଥିବା...

କେମିତି ହେବେ ଆଦର୍ଶ ଅଭିଭାବକ: ଜାଣନ୍ତୁ ଟିପ୍ସ

ପିଲାଙ୍କ ପ୍ରଥମ ଗୁରୁ ହେଉଛନ୍ତି ଅଭିଭାବକ। ସେମାନଙ୍କ ଉତ୍ତମ ଭବିଷ୍ୟତ ଗଢ଼ିବାରେ ଅଭିଭାବକଙ୍କର ହିଁ ଥାଏ ଗୁରୁତ୍ୱପୂର୍ଣ୍ଣ ଭୂମିକା। କାରଣ ପିଲାମାନେ ସର୍ବଦା ଅନୁକରଣ ପ୍ରିୟ।...

ଅତ୍ୟଧିକ ମିଠାଜାତୀୟ ଖାଦ୍ୟ ଖାଉଥିଲେ…

ମନଲୋଭା ଖାଦ୍ୟ ମଧ୍ୟରୁ ମିଠା ଅନ୍ୟତମ। ଏହାର ସ୍ବାଦ ହୁଏତ ମିଠା ହୋଇପାରେ, ହେଲେ ଏହାର ପରିମାଣ ଅଧିକ ହେଲେ ତାହା ଆମ ସ୍ମରଣ ଶକ୍ତିକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri