ଠିକା ସଂସ୍ଥାର ମନମୁଖୀ କାମରେ ଲୋକେ ଅତିଷ୍ଠ

ସୁନାବେଡ଼ା/ସେମିଳିଗୁଡ଼ା, ୨୪।୩ (ସ୍ବ.ପ୍ର.): ସୁନାବେଡ଼ା ପୌର ପରିଷଦ ଅଧୀନରେ ଥିବା ଜନସ୍ବାସ୍ଥ୍ୟ ବିଭାଗ ତଥା ପୌର ପ୍ରଶାସନର ଅବହେଳା ଯୋଗୁ ହଇରାଣ ହେଉଛନ୍ତି ସାଧାରଣ ଜନତା। ପୌରାଞ୍ଚଳରେ ଲୋକମାନଙ୍କୁ ପାଣି ଯୋଗାଇବା ପାଇଁ ବିଭାଗ ପକ୍ଷରୁ ୨୬ ନଂ. ଜାତୀୟ ରାଜପଥ ପାର୍ଶ୍ୱବର୍ତ୍ତୀ ସେମିଳିଗୁଡ଼ା ନେତାଜୀନଗର ନିକଟ ରାସ୍ତାରୁ ସହରର ବିଭିନ୍ନ ଅଞ୍ଚଳକୁ କିଛିଦିନ ହେବ ପାଣିପାଇପ ବିଛା କାମ ଜାରି ରହିଛି। କାମ କରୁଥିବା ଠିକା ସଂସ୍ଥାର ମନମୁଖି କାମ ପାଇଁ ହଇରାଣ ହେଉଛନ୍ତି ସାଧାରଣ ଲୋକେ। ପାଣି ପାଇପ ବିଛାଇବା ପାଇଁ ସହରାଞ୍ଚଳରେ ଥିବା କଂକ୍ରିଟ ରାସ୍ତା ଖୋଳାଯାଇ ପାଇପ ବିଛାଯାଉଛି। ନିୟମାନୁଯାୟୀ ସେଗୁଡିକୁ ପୁନଃ କଂକ୍ରିଟ କରିବା କଥା। କିନ୍ତୁ ନାଳଗୁଡିକୁ ମାଟି ଭର୍ତ୍ତି କରି ଛାଡି ଦିଆଯାଉଛି ବୋଲି ଅଭିଯୋଗ କରିଛନ୍ତି ସ୍ଥାନୀୟ ବାସିନ୍ଦା। କିଛିଦିନ ମଧ୍ୟରେ ସେଗୁଡିକ ପୁଣି ଖାଲ ହୋଇଯାଉଛି। ଫଳରେ ବିଭିନ୍ନ ସମୟରେ ଦୁର୍ଘଟଣା ଘଟୁଛି। କାର୍ଯ୍ୟାଦେଶରେ ଖୋଳାଯାଇଥିବା ସ୍ଥାନକୁ ଠିକ୍‌ ଭାବରେ ପୋତିବାକୁ ଉଲ୍ଲେଖ ଥିଲେ ମଧ୍ୟ ଏହାକୁ ଖିଲାପ କରିଛି ଠିକା ସଂସ୍ଥା। ଏହା ବ୍ୟତୀତ ପାଇପ ବିଛାଇବା ସମୟରେ ଠିକା ସଂସ୍ଥାର କର୍ମଚାରୀ ଲୋକମାନଙ୍କ ପୁରୁଣା ପାଣି ସଂଯୋଗକୁ କେତେକ ସ୍ଥାନରେ ବିଚ୍ଛିନ୍ନ କରି ଦେଉଛନ୍ତି। ପରେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ସଂଯୋଗ କରିବାକୁ ମୋଟା ଅଙ୍କର ଅର୍ଥ ମାଗୁଥିବା ମଧ୍ୟ କେତେଜଣ ଅଭିଯୋଗ କରିଛନ୍ତି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ କର୍ମଚାରୀମାନେ ବିଛାଉଥିବା ପାଇପଗୁଡିକୁ ଠିକ୍‌ ଭାବରେ ଯୋଡୁ ନ ଥିବା ହେତୁ କିଛି ସ୍ଥାନରେ ପାଣି ଲିକେଜ୍‌ ହୋଇ ରାସ୍ତାଘାଟରେ ଭାସୁଛି। ଏହାଦ୍ବାରା ଅପର୍ଯ୍ୟାପ୍ତ ପାଣି ନଷ୍ଟହେବା ସହ ଲୋକମାନେ ଠିକ୍‌ ରୂପେ ପାଣି ପାଇପାରୁନାହାନ୍ତି। ଏତଦ୍‌ ବ୍ୟତୀତ ଅସାବଧାନତା ଯୋଗୁ ମାଟି ତଳେ ବିଛାଯାଇଥିବା ଟେଲିଫୋନ ତାର ଛିଣ୍ଡିଯାଉଥିବାରୁ ଫୋନ ସେବା ସହିତ ଇଣ୍ଟରନେଟ ସେବାରେ ବ୍ୟାଘାତ ସୃଷ୍ଟି ହେଉଛି। ଏଥିପ୍ରତି ନା ଜନସ୍ବାସ୍ଥ୍ୟ ବିଭାଗ ନା ପୌର ପ୍ରଶାସନ କେହି ଧ୍ୟାନ ଦେଉନାହାନ୍ତି। ପ୍ରତିଦିନ ଏହାକୁ ନେଇ ସାଧାରଣରେ ଅସନ୍ତୋଷ ଦେଖାଦେଉଛି। ବିଭାଗୀୟ ଅଧିକାରୀ ଏଥିପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି। ଏ ନେଇ ଜନସ୍ବାସ୍ଥ୍ୟ ବିଭାଗ ଏସ୍‌ଡିଓ ବିଭୁରଞ୍ଜନ ସେଠୀଙ୍କୁ ପଚାରିବାରୁ ସଂଯୋଗ ବିଚ୍ଛିନ୍ନ ହୋଇଥିବା ସମସ୍ତ ପାଇପ ଲାଇନ ଓ କଟା ଯାଇଥିବା ସମସ୍ତ କଂକ୍ରିଟ ରାସ୍ତାର ମରାମତି କାର୍ଯ୍ୟ ସମ୍ପୃକ୍ତ ଠିକା ସଂସ୍ଥା କରିବାର ନିୟମ ରହିଛି। ଏଥିରେ କୌଣସି ବ୍ୟତିକ୍ରମ ହୋଇଥିଲେ ସମ୍ପୃକ୍ତ ସଂସ୍ଥା ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାମଣ୍ଡା କପ୍‌ କ୍ରିକେଟ୍‌: ୟୁନିୟନ ସ୍ପୋର୍ଟିଂ ଚାମ୍ପିୟନ

ଦେବଗଡ଼,୨୮ା୧୨(ଶଶାଙ୍କ ଶେଖର ଝାଙ୍କର): ସ୍ଥାନୀୟ ଇନ୍ଦିରା ଗାନ୍ଧୀ ଷ୍ଟାଡିୟମରେ ଚାଲିଥିବା ୩୫ତମ ବାମଣ୍ଡା କପ୍‌ କ୍ରିକେଟ ଟୁର୍ନାମେଣ୍ଟ ରବିବାର ଉଦ୍‌ଯାପିତ ହୋଇଯାଇଛି। ଫାଇନାଲରେ କଟକର ୟୁନିୟନ...

ଇତିହାସ ରଚିଲେ ସ୍ମୃତି ମନ୍ଧାନା: ମିତାଲି ରାଜଙ୍କ ପରେ ଦ୍ୱିତୀୟ ଭାରତୀୟ ଭାବେ କଲେ ବଡ ରେକର୍ଡ

ଥିରୁବନନ୍ତପୁରମ,୨୮ା୧୨: ଭାରତୀୟ ମହିଳା କ୍ରିକେଟ୍‌ର ଉପ-ଅଧିନାୟିକା ସ୍ମୃତି ମନ୍ଧାନା ରବିବାର ଶ୍ରୀଲଙ୍କା ବିପକ୍ଷ ମ୍ୟାଚ୍‌ରେ ଏକ ବଡ଼ କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ସେ ଅନ୍ତର୍ଜାତୀୟ କ୍ରିକେଟର...

ଭଲିବଲ ଟୁର୍ନାମେଣ୍ଟ ଆରମ୍ଭ: ପ୍ରଥମ ମ୍ୟାଚ୍‌ରେ ବ୍ରହ୍ମପୁର ବିଜୟୀ

ଦିଗପହଣ୍ଡି,୨୮।୧୨: ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ ରବିବାର ଉଦ୍‌ଘାଟିତ ହୋଇଯାଇଛି। ଖେମୁଣ୍ଡି ସ୍ପୋର୍ଟି କ୍ଲବ ଆନୁକୂଲ୍ୟରେ...

ଭୁବନେଶ୍ବର ପରେ କଟକରେ ବିଜେଡି ମେଳି, ନାଁ ଧରି ଅସନ୍ତୋଷ ଝାଡ଼ିଲେ ଦେବାଶିଷ ସାମନ୍ତରାୟ

କଟକ,୨୮ା୧୨: ବିଜେଡି ନେତାଙ୍କର ମେଳି ପରେ ମେଳିର ଫଟୋ ସାମ୍ନାକୁ ଆସୁଛି । ବିଜେଡି ନେତାଙ୍କ ଘନ ଘନ ମେଳିକୁ ନେଇ ରାଜନୈତିକ ଚର୍ଚ୍ଚା ବଢ଼ିବାରେ...

ୟୁକ୍ରେନ୍‌କୁ ବଡ଼ ଚେତାବନୀ ଦେଲେ ପୁଟିନ୍‌

ମସ୍କୋ,୨୮ା୧୨: ରୁଷିଆ-ୟୁକ୍ରେନ୍‌ ଯୁଦ୍ଧକୁ ୪ ବର୍ଷ ପୂରିବାକୁ ଯାଉଛି। ଏହାର ପରିସମାପ୍ତି ପାଇଁ ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍‌ସ୍କି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କୁ ଫ୍ଲୋରିଡ଼ାରେ...

ମଇଁଷିର କ୍ଷୀରରେ ତିଆରି ହେଲା ରାଇତା.. ଏବେ ରାବିଜ ଟିକା ପାଇଁ ହସ୍ପିଟାଲରେ ପୁରା ଗ୍ରାମବାସୀ, ଜାଣନ୍ତୁ କାରଣ

ନୂଆଦିଲ୍ଲୀ,୨୮ା୧୨:  ଉତ୍ତର ପ୍ରଦେଶର ବଦାଉନରୁ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। କୁକୁର କାମୁଡ଼ାରେ ମୃତ୍ୟୁବରଣ କରିଥିବା ଏକ ମଇଁଷି ଏବେ ସମଗ୍ର ଗାଁ ପାଇଁ...

ବରଗଡ଼ ଧନୁଯାତ୍ରା: ପରିବହନ ବିଭାଗ ଉପରେ ଲଗାଇଲେ ୧୨ ଲକ୍ଷ ଜରିମାନା କଲେ କଂସ ମହାରାଜା

ବରଗଡ଼,୨୮ା୧୨: ବିଶ୍ୱର ସର୍ବବୃହତ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରାରେ ମହାରାଜା କଂସଙ୍କ ଶାସନ ଜାରି ରହିଛି। ନିଜର ନଗର ପରିକ୍ରମା ସମୟରେ ମହାରାଜା ବରଗଡ଼ ସରକାରୀ...

ପାଟପୁରରେ କଂଗ୍ରେସର ପ୍ରତିଷ୍ଠା ଦିବସ ପାଳିତ, ସଙ୍ଗଠନ ସୁଦୃଢ ପାଇଁ ଆହ୍ବାନ ଦେଲେ ବିଧାୟକ

ଦିଗପହଣ୍ଡି,୨୮|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ସାରଙ୍ଗ ପଡିଆ ଠାରେ ରବିବାର ଭାରତୀୟ ଜାତୀୟ କଂଗ୍ରେସ ଦଳର ୧୪୦ ତମ ପ୍ରତିଷ୍ଠା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri