ଠିକା ସଂସ୍ଥାର ମନମୁଖୀ କାମରେ ଲୋକେ ଅତିଷ୍ଠ

ସୁନାବେଡ଼ା/ସେମିଳିଗୁଡ଼ା, ୨୪।୩ (ସ୍ବ.ପ୍ର.): ସୁନାବେଡ଼ା ପୌର ପରିଷଦ ଅଧୀନରେ ଥିବା ଜନସ୍ବାସ୍ଥ୍ୟ ବିଭାଗ ତଥା ପୌର ପ୍ରଶାସନର ଅବହେଳା ଯୋଗୁ ହଇରାଣ ହେଉଛନ୍ତି ସାଧାରଣ ଜନତା। ପୌରାଞ୍ଚଳରେ ଲୋକମାନଙ୍କୁ ପାଣି ଯୋଗାଇବା ପାଇଁ ବିଭାଗ ପକ୍ଷରୁ ୨୬ ନଂ. ଜାତୀୟ ରାଜପଥ ପାର୍ଶ୍ୱବର୍ତ୍ତୀ ସେମିଳିଗୁଡ଼ା ନେତାଜୀନଗର ନିକଟ ରାସ୍ତାରୁ ସହରର ବିଭିନ୍ନ ଅଞ୍ଚଳକୁ କିଛିଦିନ ହେବ ପାଣିପାଇପ ବିଛା କାମ ଜାରି ରହିଛି। କାମ କରୁଥିବା ଠିକା ସଂସ୍ଥାର ମନମୁଖି କାମ ପାଇଁ ହଇରାଣ ହେଉଛନ୍ତି ସାଧାରଣ ଲୋକେ। ପାଣି ପାଇପ ବିଛାଇବା ପାଇଁ ସହରାଞ୍ଚଳରେ ଥିବା କଂକ୍ରିଟ ରାସ୍ତା ଖୋଳାଯାଇ ପାଇପ ବିଛାଯାଉଛି। ନିୟମାନୁଯାୟୀ ସେଗୁଡିକୁ ପୁନଃ କଂକ୍ରିଟ କରିବା କଥା। କିନ୍ତୁ ନାଳଗୁଡିକୁ ମାଟି ଭର୍ତ୍ତି କରି ଛାଡି ଦିଆଯାଉଛି ବୋଲି ଅଭିଯୋଗ କରିଛନ୍ତି ସ୍ଥାନୀୟ ବାସିନ୍ଦା। କିଛିଦିନ ମଧ୍ୟରେ ସେଗୁଡିକ ପୁଣି ଖାଲ ହୋଇଯାଉଛି। ଫଳରେ ବିଭିନ୍ନ ସମୟରେ ଦୁର୍ଘଟଣା ଘଟୁଛି। କାର୍ଯ୍ୟାଦେଶରେ ଖୋଳାଯାଇଥିବା ସ୍ଥାନକୁ ଠିକ୍‌ ଭାବରେ ପୋତିବାକୁ ଉଲ୍ଲେଖ ଥିଲେ ମଧ୍ୟ ଏହାକୁ ଖିଲାପ କରିଛି ଠିକା ସଂସ୍ଥା। ଏହା ବ୍ୟତୀତ ପାଇପ ବିଛାଇବା ସମୟରେ ଠିକା ସଂସ୍ଥାର କର୍ମଚାରୀ ଲୋକମାନଙ୍କ ପୁରୁଣା ପାଣି ସଂଯୋଗକୁ କେତେକ ସ୍ଥାନରେ ବିଚ୍ଛିନ୍ନ କରି ଦେଉଛନ୍ତି। ପରେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ସଂଯୋଗ କରିବାକୁ ମୋଟା ଅଙ୍କର ଅର୍ଥ ମାଗୁଥିବା ମଧ୍ୟ କେତେଜଣ ଅଭିଯୋଗ କରିଛନ୍ତି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ କର୍ମଚାରୀମାନେ ବିଛାଉଥିବା ପାଇପଗୁଡିକୁ ଠିକ୍‌ ଭାବରେ ଯୋଡୁ ନ ଥିବା ହେତୁ କିଛି ସ୍ଥାନରେ ପାଣି ଲିକେଜ୍‌ ହୋଇ ରାସ୍ତାଘାଟରେ ଭାସୁଛି। ଏହାଦ୍ବାରା ଅପର୍ଯ୍ୟାପ୍ତ ପାଣି ନଷ୍ଟହେବା ସହ ଲୋକମାନେ ଠିକ୍‌ ରୂପେ ପାଣି ପାଇପାରୁନାହାନ୍ତି। ଏତଦ୍‌ ବ୍ୟତୀତ ଅସାବଧାନତା ଯୋଗୁ ମାଟି ତଳେ ବିଛାଯାଇଥିବା ଟେଲିଫୋନ ତାର ଛିଣ୍ଡିଯାଉଥିବାରୁ ଫୋନ ସେବା ସହିତ ଇଣ୍ଟରନେଟ ସେବାରେ ବ୍ୟାଘାତ ସୃଷ୍ଟି ହେଉଛି। ଏଥିପ୍ରତି ନା ଜନସ୍ବାସ୍ଥ୍ୟ ବିଭାଗ ନା ପୌର ପ୍ରଶାସନ କେହି ଧ୍ୟାନ ଦେଉନାହାନ୍ତି। ପ୍ରତିଦିନ ଏହାକୁ ନେଇ ସାଧାରଣରେ ଅସନ୍ତୋଷ ଦେଖାଦେଉଛି। ବିଭାଗୀୟ ଅଧିକାରୀ ଏଥିପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି। ଏ ନେଇ ଜନସ୍ବାସ୍ଥ୍ୟ ବିଭାଗ ଏସ୍‌ଡିଓ ବିଭୁରଞ୍ଜନ ସେଠୀଙ୍କୁ ପଚାରିବାରୁ ସଂଯୋଗ ବିଚ୍ଛିନ୍ନ ହୋଇଥିବା ସମସ୍ତ ପାଇପ ଲାଇନ ଓ କଟା ଯାଇଥିବା ସମସ୍ତ କଂକ୍ରିଟ ରାସ୍ତାର ମରାମତି କାର୍ଯ୍ୟ ସମ୍ପୃକ୍ତ ଠିକା ସଂସ୍ଥା କରିବାର ନିୟମ ରହିଛି। ଏଥିରେ କୌଣସି ବ୍ୟତିକ୍ରମ ହୋଇଥିଲେ ସମ୍ପୃକ୍ତ ସଂସ୍ଥା ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅପହରଣର ୬୫ ବର୍ଷ ପରେ ଘରକୁ ଫେରିଲେ ବୃଦ୍ଧା; ବର୍ତ୍ତମାନର ବୟସ ୮୦, କାହାଣୀ ଜାଣିଲେ…

ଲକ୍ଷ୍ନୌ,୧୫।୨: ଉତ୍ତର ପ୍ରଦେଶର ହରଦୋଇ ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଯେତେବେଳେ ଜଣେ ୮୦ ବର୍ଷୀୟ ବୃଦ୍ଧା ତାଙ୍କ ପିତାମାତାଙ୍କ ଘରକୁ ଫେରିଲେ, ସେତେବେଳେ…

ଡିଜିଟାଲ ଯୁଗରେ ମନ୍ଦିରରେ ବସିଛନ୍ତି କ୍ୟାସଲେସ ଭିକାରୀ, କ୍ୟୁଆର କୋଡ୍ ସ୍କାନ କରି ପେମେଣ୍ଟ….

ପାରଳାଖେମୁଣ୍ଡି,୧୫।୨(ଗିରିଧାରୀ ପରିଛା): ଡିଜିଟାଲ ଯୁଗରେ ବର୍ତ୍ତମାନ ଭିକାରୀମାନେ ମଧ୍ୟ କ୍ୟାସଲେସ ବିଧି ଆପଣାଇଲେଣି । ଏପରି କିଛି ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହୋଇଥାଏ ।…

ପାକିସ୍ତାନ ଅଧିନାୟକଙ୍କ ମାଷ୍ଟରଷ୍ଟ୍ରୋକ୍‌ରେ ଫସିଲା ଭାରତ: ଖାତା ଖୋଲିବା ପୂର୍ବରୁ ଅଭିଷେକ ଆଉଟ୍

କଲମ୍ବୋ,୧୫।୨: ଟି-୨୦ ବିଶ୍ୱକପ୍‌ର ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ଭାରତକୁ ଝଟକା ଦେବାରେ ସଫଳ ହୋଇଛି ପାକିସ୍ତାନ । ପାକିସ୍ତାନ ଅଧିନାୟକ ସଲମାନ ଅଲି ଆଘାଙ୍କ ଏକ ଚତୁର ରଣନୀତି…

ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ ଉଦଯାପିତ, ଆଧ୍ୟାତ୍ମିକ ଜ୍ଞାନ ସଂପର୍କରେ ଜନ ସମାଜକୁ…

ଭଞ୍ଜନଗର,୧୫।୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ରହ୍ମକୁମାରୀ ଇଶ୍ୱରୀୟ ବିଶ୍ଵବିଦ୍ୟାଳୟ ଶାଖା ପକ୍ଷରୁ ଗତ ୨ ତାରିଖରୁ ବାହାରିଥିବା ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ କାର୍ଯ୍ୟକ୍ରମ…

ଏପ୍ରିଲରୁ ଲାଗୁ ହୋଇପାରେ ଭାରତ-ୟୁକେ ଚୁକ୍ତି, କଣ ଶସ୍ତା କଣ ମହଙ୍ଗା ହେବ ଜାଣନ୍ତୁ

ନୂଆଦିଲ୍ଲୀ,୧୫।୨: ଭାରତ ଏବଂ ୟୁକେ ମଧ୍ୟରେ ଜୁଲାଇ ୨୦୨୫ ରେ ସ୍ୱାକ୍ଷରିତ ହୋଇଥିବା ଭାରତ-ୟୁକେ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ଏପ୍ରିଲ ୨୦୨୬ ରେ କାର୍ଯ୍ୟକାରୀ ହେବା ନେଇ…

ନୂଆ ଦାୟିତ୍ବ ଦେଲେ ନବୀନ, ଗଜପତି ଜିଲା ବିଜେଡି ମହିଳା ସଭାପତି ହେଲେ ସଂଯୁକ୍ତା ବେହେରା

ଗଜପତି,୧୫।୨(ଗିରିଧାରୀ ପରିଛା): ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଜପତି ଜିଲା ମହିଳା ବିଜେଡି ସଭାପତି ଭାବେ ସଂଯୁକ୍ତା ବେହେରାଙ୍କୁ ମନୋୟନ କରିଛନ୍ତି ।…

କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ପରଲୋକ, କଟକର ଏକ ଘରୋଇ ହସ୍ପିଟାଲ୍‌ରେ ଦେହାନ୍ତ

କଟକ,୧୫ା୨:  ଓଡ଼ିଶାର ସୁନାମଧନ୍ୟ କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ପରଲୋକ । କଟକର ଏକ ଘରୋଇ ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ ହୋଇଥିବା ସୂଚନା ରହିଛି । ଗତ…

ନକଲି ମାଓବାଦୀ ପୋଷ୍ଟର ମାମଲାରେ ଦୁଇ ଗିରଫ, ସ୍କାନରରେ ଅଛନ୍ତି….

ରାୟଗଡ଼ା,୧୫/୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡାରୁ ଦୁଇ ନକଲି ମାଓବାଦୀଙ୍କୁ ଗିରଫ କରିଛି ରାୟଗଡ଼ା ପୋଲିସ । ଏହି ଦୁଇଜଣଙ୍କ ମଧ୍ୟରୁ ଜଣେ ସାମ୍ବାଦିକ ଓ ଅନ୍ୟଜଣେ ବଳୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri