ଆଳ ଦେଖାଇ ଖସୁଛନ୍ତି ଅମାନିଆ

ଅନୁଗୋଳ ଅଫିସ, ୧୦ା୫:  ଅନୁଗୋଳ ଜିଲାରେ କରୋନା ସଂକ୍ରମଣ ରୋକି ହେଉନାହିଁ। କିଛିଦିନ ହେଲା ଲଗାତର ଭାବେ ଜିଲାରୁ ଦୈନିକ ୫ଶହରୁ ଅଧିକ ସଂକ୍ରମିତ ଚିହ୍ନଟ ହେଉଛନ୍ତି। ଏହାକୁ ଦୃଷ୍ଟିରେ ରଖି ଅନୁଗୋଳ ଜିଲା ପ୍ରଶାସନ ପକ୍ଷରୁ କୋଭିଡ୍‌ କଟକଣାକୁ କଡ଼ାକଡ଼ି କରାଯାଇଛି। ଛକ ଛକରେ ପୋଲିସ ଜଗି ରହିଛି। ସପ୍ତାହାନ୍ତ ଶଟ୍‌ଡାଉନ୍‌ ବ୍ୟତୀତ ଅନ୍ୟ ଦିନରେ ଅତ୍ୟାବଶ୍ୟକ ସାମଗ୍ରୀ ନେବାକୁ ଲୋକଙ୍କ ପାଇଁ ନିୟମ କୋହଳ କରାଯାଇଛି। କିନ୍ତୁ ଅମାନିଆମାନେ କୌଣସି କଟକଣାକୁ ଖାତିର କରୁନାହାନ୍ତି। ପୋଲିସ ଜଗି ରହିଥିଲେ ମଧ୍ୟ ବିଭିନ୍ନ ଆଳ ଦେଖାଇ ସେମାନେ ବୁଲାବୁଲି କରୁଥିବା ଦେଖାଯାଉଛି। ଏପରି କି ସପ୍ତାହାନ୍ତ ଶଟ୍‌ଡାଉନ୍‌ରେ ମଧ୍ୟ ଅମାନିଆଙ୍କୁ ରୋକାଯାଇ ପାରୁ ନ ଥିବା ଅଭିଯୋଗ ହେଉଛି।
ଅନୁଗୋଳ ଜିଲାରେ କରୋନା ସଂକ୍ରମଣ ଚେନ୍‌ ଭାଙ୍ଗିବା ପାଇଁ ଜିଲା ପ୍ରଶାସନ ପକ୍ଷରୁ ବିଭିନ୍ନ ପଦକ୍ଷେପ ହାତକୁ ନିଆଯାଉଛି। ସହର ବଜାର ବନ୍ଦ ଥିବାରୁ ବାହାରକୁ ଆସୁଥିବା ଅମାନିଆମାନଙ୍କୁ ଧରି ଜରିମାନା ଆଦାୟ କରିବାକୁ ଛକଗୁଡ଼ିକରେ ଜଣେ ପୋଲିସ ଅଫିସରଙ୍କ ସହ ଦୁଇ ଜଣ କନଷ୍ଟେବଳଙ୍କୁ ମୁତୟନ କରାଯାଇଛି। କିନ୍ତୁ ଏହି ଅମାନିଆମାନେ ପୋଲିସକୁ ବିଭିନ୍ନ ଉପାୟରେ ଚକ୍‌ମା ଦେଇ ଖସିଯିବାରେ ସକ୍ଷମ ହେଉଛନ୍ତି। କିଏ ମେଡିକାଲ ଯିବା ବାହାନାରେ ବାହାରକୁ ଆସୁଛନ୍ତି ତ ଆଉ କିଏ ଔଷଧ କିଣିବାକୁ ଯାଉଛି କହି ଗାଡ଼ି ଧରି ପଳାଇ ଯାଉଛନ୍ତି। କେତେଜଣ ତ ପୁରୁଣା ଜରୁରୀ କାଗଜପତ୍ର ଦେଖାଇ ଚେକିଂରୁ ଖସିଯାଉଛନ୍ତି। ଏହାଛଡ଼ା ବଜାର ବନ୍ଦ ଥିଲେ ବି ଅନେକ ସ୍ଥାନରେ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ଲୁଚାଛପାରେ ଖୋଲାଯାଇ ବେପାର କରାଯାଉଛି। ଏପରି କି ମାଛ, ମାଂସ ମଧ୍ୟ ବିକ୍ରି ହେଉଛି। ପୋଲିସ ଉପରେ ସତର୍କ ନଜର ରଖି ବେପାରୀମାନେ ଏପରି କରୁଥିବାରୁ ଏହାକୁ କିଣିବାକୁ ଅମାନିଆମାନେ ବିଭିନ୍ନ ଆଳରେ ବଜାର ଆସୁଛନ୍ତି। ଅନୁଗୋଳ ପୋଲିସ କି ପ୍ରଶାସନ ପକ୍ଷରୁ ଏପରି ଲୋକଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନ ଥିବାରୁ ଦିନକୁ ଦିନ ଅଧିକ ସଂଖ୍ୟାରେ ଲୋକେ ବାହାରୁ ଆସୁଥିବା ସଚେତନ ନାଗରିକମାନେ କହିଛନ୍ତି। ତେବେ ଅମାନିଆମାନଙ୍କୁ ସାବାଡ୍‌ କରିବାକୁ ଅନୁଗୋଳ ପୋଲିସ ପକ୍ଷରୁ ସଜବାଜ ଆରମ୍ଭ ହୋଇଛି। ଏଣିକି ଅତ୍ୟାବଶ୍ୟକ ସାମଗ୍ରୀ ଆଣିବାକୁ କହି ବାହାରୁଥିବା ଲୋକଙ୍କ ଯାଞ୍ଚ କଡ଼ାକଡ଼ି କରାଯିବ। ଯଦି କାହାଠାରୁ ଜାଲ୍‌ କାଗଜପତ୍ର ମିଳିବ ତାଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୋଲିସ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।

କାରଣ ଦର୍ଶାଇ ନ ପାରିଲେ କାର୍ଯ୍ୟାନୁଷ୍ଠାନ
ଅତ୍ୟାବଶ୍ୟକ ସାମଗ୍ରୀ ପାଇଁ ନିୟମ କୋହଳ ରହିଛି। କିନ୍ତୁ ବିନା କାରଣରେ ବାହାରେ ବୁଲିବାକୁ ଅନୁମତି ଦିଆଯାଇ ନାହିଁ। କେଉଁ କାରଣ ପାଇଁ ବାହାରକୁ ଆସିଛନ୍ତି ତାହା ସାଧାରଣ ଲୋକ ଦର୍ଶାଇବେ। ଯଦି କାରଣ ଦର୍ଶାଇ ନ ପାରିବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
-ଜଗମୋହନ ମୀନା, ଏସ୍‌ପି, ଅନୁଗୋଳ

ନିୟମ ଉଲ୍ଲଂଘନ ହେଲେ ଜରିମାନା
ଲକ୍‌ଡାଉନ୍‌ ନିୟମାବଳୀ ଜାରି ହୋଇଛି। ଏହାକୁ ଅନୁଗୋଳ ସହରରେ ଉଲ୍ଲଂଘନ କରାଯାଉଥିବା ନଜରକୁ ଆସିଛି। ଏଣିକି କୌଣସି ଲୋକ ଅଯଥାରେ ବଜାରରେ ବୁଲୁଥିବା ଦେଖାଗଲେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଜରିମାନା ମଧ୍ୟ ଆଦାୟ ହେବ।
-ବାସୁଦେବ ଶତପଥୀ, ଉପଜିଲାପାଳ, ଅନୁଗୋଳ

ଅମାନିଆଙ୍କୁ ସାବାଡ୍‌ କର
ଲୋକଙ୍କୁ ବାରମ୍ବାର ସଚେତନ କରାଯାଇ ସାରିଲାଣି। ଆଉ ସେମାନଙ୍କୁ ଅଧିକ ନ ବୁଝାଇ ଏଣିକି କଟକଣା ନ ମାନିଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ। ଯେଉଁମାନେ ଅଯଥାରେ ବାହାରକୁ ଆସୁଛନ୍ତି, ସେମାନଙ୍କୁ ପୋଲିସ ଚିହ୍ନଟ କରିବା ଆବଶ୍ୟକ। ଏହା ହେଲେ ସଂକ୍ରମଣ ଚେନ୍‌ ଭାଙ୍ଗିପାରିବ।
-ଭବାନୀ ଶଙ୍କର ପ୍ରଧାନ, ଆଇନଜୀବୀ

ପୋଲିସ କଠୋର ହେବା ଆବଶ୍ୟକ
ଅମାନିଆମାନଙ୍କ ପାଇଁ ଗୋଷ୍ଠୀ ସଂକ୍ରମଣ ଆଶଙ୍କା ରହିଛି। ତେଣୁ ପୋଲିସ ନୀରବଦ୍ରଷ୍ଟା ନ ହୋଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଆବଶ୍ୟକ। ବିଭିନ୍ନ ସାହି ଓ ଛକରେ କଟକଣା ପାଳନ କରାଯାଉ ନ ଥିବା ଦେଖାଯାଉଛି। ଏଥିପ୍ରତି ପୋଲିସ ଦୃଷ୍ଟି ଦେଲେ ଜିଲାରେ କୋଭିଡ୍‌ ସଂକ୍ରମଣ ହ୍ରାସ ପାଇବ।
-ଜିତେନ୍‌ ସାମଲ, ସଚେତନ ନାଗରିକ


Enter your email to get our daily news in your inbox.

All Right Reserved By Dharitri.Com

ସକାଳୁ ସକାଳୁ ବାଜିଲା ଗୁଳି….

ଅନୁଗୋଳ,୧୨।୧୧(ମାନସ ବିଶ୍ୱାଳ): ଅନୁଗୋଳ ଜିଲା ଶିକ୍ଷକପଡ଼ା ଛକ ନିକଟରେ ଜଣେ ବ୍ୟକ୍ତିଙ୍କୁ ଗୁଳିମାଡ଼ ହୋଇଛି। ଗୁଳିମାଡ଼ର କାରଣ ଅସ୍ପଷ୍ଟ ରହିଛି ଗୁରୁତର ବ୍ୟକ୍ତଙ୍କୁ କଟକ ସ୍ଥାନାନ୍ତର...

ପାଣି ଟାଙ୍କି ଉପରେ ଚଢ଼ିଗଲା ଷଣ୍ଢ: ଆଉ ତା’ପରେ…

ଅନୁଗୋଳ ୧୦।୧୨ ( ମାନସ ବିଶ୍ୱାଳ ): ଅନୁଗୋଳ ବ୍ଲକ ବସଲା ପଞ୍ଚାୟତ ଭେରୁବଣିଆ ଗାଁର ଗ୍ରାମୀଣ ପାନୀୟ ଜଳ ଟାଙ୍କି ଉପରକୁ ଏକ ଷଣ୍ଢ...

ଶିକାରୀ ଫାଶରେ ପଡିଲା କଲରାପତରିଆ ବାଘ: ଗର୍ଜନ ଶୁଣି…

ଅନୁଗୋଳ,୯।୧୨(ମାନସ ବିଶ୍ୱାଳ): ଶିକାରୀ ଫାଶରେ ପଡିଲା କଲରାପତରିଆ ବାଘ, ଅନୁଗୋଳ ରେଞ୍ଜ ପୁରୁଣା ଗଡ଼ ସେକ୍ସନ କରତପଟା ବିଟ ଅନ୍ତର୍ଗତ ଜଙ୍ଗଲରେ ଫାଶରେ ପଡିଛି କଲରାପତରିଆ...

ବାୟୁ ପ୍ରଦୂଷଣ: ଦେଶର ୬ଷ୍ଠ ସ୍ଥାନରେ ଅନୁଗୋଳ

ଅନୁଗୋଳ,୨୭।୧୧(ଦିବ୍ୟଶାନ୍ତନୁ ନାଥ): ଅନୁଗୋଳ ଜିଲାରେ ବାୟୁର ମାନ ୩ଦିନ ହେବ ଲଗାତର ବିପଦସଂକେତ ଉପରେ ରହିଛି। ବାୟୁମଣ୍ଡଳରେ ଦିନକୁ ଦିନ ପ୍ରଦୂଷଣର ମାତ୍ରା ବୃଦ୍ଧି ହେଉଥିବା...

ପରକୀୟା ପ୍ରୀତିରୁ ଯୁବକଙ୍କୁ ଠେଙ୍ଗାରେ ପିଟି ହତ୍ୟା

ବନ୍ତଳା,୨୩।୧୧ (ସୁଶିତ ସାହୁ): ପରକୀୟା ପ୍ରୀତିରୁ ଘଟିଛି ହତ୍ୟାକାଣ୍ଡ। ଜଣେ ଯୁବକଙ୍କୁ ଠେଙ୍ଗାରେ ପିଟି ପିଟି ହତ୍ୟା କରାଯାଇଛି । ଅନୁଗୋଳ ବ୍ଲକ ବନ୍ତଳା ଥାନା...

ଆଉଘରକୁ  ଫେରିଲେନି ଡେଲିଭରି ବୟ ବୟ: ଲକ୍ଷ୍ମୀବସ୍‌ ସହ ହେଲା…

ବଇଣ୍ଡା,୨୦।୧୧(ପରୀକ୍ଷିତ ସାହୁ): ଅନୁଗୋଳ ଜିଲା ଠାକୁରଗଡ ଥାନା ଦିନବନ୍ଧୁପୁର ନିକଟରେ ଗୁରୁବାର ସକାଳେ ଲକ୍ଷ୍ମୀ ବସ୍‌ ସହ ଏକ ବାଇକ ମୁହାଁମୁହିଁ ଧକ୍କା ହୋଇଛି। ଏହି...

ଗଛରେ ପିଟିହେଲା ବାଇକ୍‌, ଚାଲିଗଲା ଜଣଙ୍କ ଜୀବନ

ବଇଣ୍ଡା,୧୬ା୧୧(ପରୀକ୍ଷିତ ସାହୁ): ଅନୁଗୋଳ ଜିଲା ଠାକୁରଗଡ଼ ଥାନା ଚିନ୍ତାମଣିପୁର ନିକଟରେ ରବିବାର ସନ୍ଧ୍ୟାରେ ଏକ ବାଇକ୍‌ ଗଛରେ ପିଟି ହୋଇଯିବାରୁ ଜଣଙ୍କର ଜୀବନ ଯାଇଛି। ମୃତକ...

ଅପରାଧୀଙ୍କୁ ଗିରଫ ଦାବିରେ ଜିଲାପାଳ ଅଫିସ ସମ୍ମୁଖରେ ବିକ୍ଷୋପ

ଅନୁଗୋଳ, ୧୧।୧୧ ( ମାନସ ବିଶ୍ୱାଳ): ଅଲ ଇଣ୍ଡିଆ ମୂଳନିବାସୀ ସଂଘ ପକ୍ଷରୁ ଘର ପୋଡିଥିବା ଅପରାଧୀଙ୍କୁ ଗିରଫ ଦାବିରେ ମଙ୍ଗଳବାର ଜିଲାପାଳ ଅଫିସ ସମ୍ମୁଖରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri