ଆଳ ଦେଖାଇ ଖସୁଛନ୍ତି ଅମାନିଆ

ଅନୁଗୋଳ ଅଫିସ, ୧୦ା୫:  ଅନୁଗୋଳ ଜିଲାରେ କରୋନା ସଂକ୍ରମଣ ରୋକି ହେଉନାହିଁ। କିଛିଦିନ ହେଲା ଲଗାତର ଭାବେ ଜିଲାରୁ ଦୈନିକ ୫ଶହରୁ ଅଧିକ ସଂକ୍ରମିତ ଚିହ୍ନଟ ହେଉଛନ୍ତି। ଏହାକୁ ଦୃଷ୍ଟିରେ ରଖି ଅନୁଗୋଳ ଜିଲା ପ୍ରଶାସନ ପକ୍ଷରୁ କୋଭିଡ୍‌ କଟକଣାକୁ କଡ଼ାକଡ଼ି କରାଯାଇଛି। ଛକ ଛକରେ ପୋଲିସ ଜଗି ରହିଛି। ସପ୍ତାହାନ୍ତ ଶଟ୍‌ଡାଉନ୍‌ ବ୍ୟତୀତ ଅନ୍ୟ ଦିନରେ ଅତ୍ୟାବଶ୍ୟକ ସାମଗ୍ରୀ ନେବାକୁ ଲୋକଙ୍କ ପାଇଁ ନିୟମ କୋହଳ କରାଯାଇଛି। କିନ୍ତୁ ଅମାନିଆମାନେ କୌଣସି କଟକଣାକୁ ଖାତିର କରୁନାହାନ୍ତି। ପୋଲିସ ଜଗି ରହିଥିଲେ ମଧ୍ୟ ବିଭିନ୍ନ ଆଳ ଦେଖାଇ ସେମାନେ ବୁଲାବୁଲି କରୁଥିବା ଦେଖାଯାଉଛି। ଏପରି କି ସପ୍ତାହାନ୍ତ ଶଟ୍‌ଡାଉନ୍‌ରେ ମଧ୍ୟ ଅମାନିଆଙ୍କୁ ରୋକାଯାଇ ପାରୁ ନ ଥିବା ଅଭିଯୋଗ ହେଉଛି।
ଅନୁଗୋଳ ଜିଲାରେ କରୋନା ସଂକ୍ରମଣ ଚେନ୍‌ ଭାଙ୍ଗିବା ପାଇଁ ଜିଲା ପ୍ରଶାସନ ପକ୍ଷରୁ ବିଭିନ୍ନ ପଦକ୍ଷେପ ହାତକୁ ନିଆଯାଉଛି। ସହର ବଜାର ବନ୍ଦ ଥିବାରୁ ବାହାରକୁ ଆସୁଥିବା ଅମାନିଆମାନଙ୍କୁ ଧରି ଜରିମାନା ଆଦାୟ କରିବାକୁ ଛକଗୁଡ଼ିକରେ ଜଣେ ପୋଲିସ ଅଫିସରଙ୍କ ସହ ଦୁଇ ଜଣ କନଷ୍ଟେବଳଙ୍କୁ ମୁତୟନ କରାଯାଇଛି। କିନ୍ତୁ ଏହି ଅମାନିଆମାନେ ପୋଲିସକୁ ବିଭିନ୍ନ ଉପାୟରେ ଚକ୍‌ମା ଦେଇ ଖସିଯିବାରେ ସକ୍ଷମ ହେଉଛନ୍ତି। କିଏ ମେଡିକାଲ ଯିବା ବାହାନାରେ ବାହାରକୁ ଆସୁଛନ୍ତି ତ ଆଉ କିଏ ଔଷଧ କିଣିବାକୁ ଯାଉଛି କହି ଗାଡ଼ି ଧରି ପଳାଇ ଯାଉଛନ୍ତି। କେତେଜଣ ତ ପୁରୁଣା ଜରୁରୀ କାଗଜପତ୍ର ଦେଖାଇ ଚେକିଂରୁ ଖସିଯାଉଛନ୍ତି। ଏହାଛଡ଼ା ବଜାର ବନ୍ଦ ଥିଲେ ବି ଅନେକ ସ୍ଥାନରେ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ଲୁଚାଛପାରେ ଖୋଲାଯାଇ ବେପାର କରାଯାଉଛି। ଏପରି କି ମାଛ, ମାଂସ ମଧ୍ୟ ବିକ୍ରି ହେଉଛି। ପୋଲିସ ଉପରେ ସତର୍କ ନଜର ରଖି ବେପାରୀମାନେ ଏପରି କରୁଥିବାରୁ ଏହାକୁ କିଣିବାକୁ ଅମାନିଆମାନେ ବିଭିନ୍ନ ଆଳରେ ବଜାର ଆସୁଛନ୍ତି। ଅନୁଗୋଳ ପୋଲିସ କି ପ୍ରଶାସନ ପକ୍ଷରୁ ଏପରି ଲୋକଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନ ଥିବାରୁ ଦିନକୁ ଦିନ ଅଧିକ ସଂଖ୍ୟାରେ ଲୋକେ ବାହାରୁ ଆସୁଥିବା ସଚେତନ ନାଗରିକମାନେ କହିଛନ୍ତି। ତେବେ ଅମାନିଆମାନଙ୍କୁ ସାବାଡ୍‌ କରିବାକୁ ଅନୁଗୋଳ ପୋଲିସ ପକ୍ଷରୁ ସଜବାଜ ଆରମ୍ଭ ହୋଇଛି। ଏଣିକି ଅତ୍ୟାବଶ୍ୟକ ସାମଗ୍ରୀ ଆଣିବାକୁ କହି ବାହାରୁଥିବା ଲୋକଙ୍କ ଯାଞ୍ଚ କଡ଼ାକଡ଼ି କରାଯିବ। ଯଦି କାହାଠାରୁ ଜାଲ୍‌ କାଗଜପତ୍ର ମିଳିବ ତାଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୋଲିସ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।

କାରଣ ଦର୍ଶାଇ ନ ପାରିଲେ କାର୍ଯ୍ୟାନୁଷ୍ଠାନ
ଅତ୍ୟାବଶ୍ୟକ ସାମଗ୍ରୀ ପାଇଁ ନିୟମ କୋହଳ ରହିଛି। କିନ୍ତୁ ବିନା କାରଣରେ ବାହାରେ ବୁଲିବାକୁ ଅନୁମତି ଦିଆଯାଇ ନାହିଁ। କେଉଁ କାରଣ ପାଇଁ ବାହାରକୁ ଆସିଛନ୍ତି ତାହା ସାଧାରଣ ଲୋକ ଦର୍ଶାଇବେ। ଯଦି କାରଣ ଦର୍ଶାଇ ନ ପାରିବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
-ଜଗମୋହନ ମୀନା, ଏସ୍‌ପି, ଅନୁଗୋଳ

ନିୟମ ଉଲ୍ଲଂଘନ ହେଲେ ଜରିମାନା
ଲକ୍‌ଡାଉନ୍‌ ନିୟମାବଳୀ ଜାରି ହୋଇଛି। ଏହାକୁ ଅନୁଗୋଳ ସହରରେ ଉଲ୍ଲଂଘନ କରାଯାଉଥିବା ନଜରକୁ ଆସିଛି। ଏଣିକି କୌଣସି ଲୋକ ଅଯଥାରେ ବଜାରରେ ବୁଲୁଥିବା ଦେଖାଗଲେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଜରିମାନା ମଧ୍ୟ ଆଦାୟ ହେବ।
-ବାସୁଦେବ ଶତପଥୀ, ଉପଜିଲାପାଳ, ଅନୁଗୋଳ

ଅମାନିଆଙ୍କୁ ସାବାଡ୍‌ କର
ଲୋକଙ୍କୁ ବାରମ୍ବାର ସଚେତନ କରାଯାଇ ସାରିଲାଣି। ଆଉ ସେମାନଙ୍କୁ ଅଧିକ ନ ବୁଝାଇ ଏଣିକି କଟକଣା ନ ମାନିଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ। ଯେଉଁମାନେ ଅଯଥାରେ ବାହାରକୁ ଆସୁଛନ୍ତି, ସେମାନଙ୍କୁ ପୋଲିସ ଚିହ୍ନଟ କରିବା ଆବଶ୍ୟକ। ଏହା ହେଲେ ସଂକ୍ରମଣ ଚେନ୍‌ ଭାଙ୍ଗିପାରିବ।
-ଭବାନୀ ଶଙ୍କର ପ୍ରଧାନ, ଆଇନଜୀବୀ

ପୋଲିସ କଠୋର ହେବା ଆବଶ୍ୟକ
ଅମାନିଆମାନଙ୍କ ପାଇଁ ଗୋଷ୍ଠୀ ସଂକ୍ରମଣ ଆଶଙ୍କା ରହିଛି। ତେଣୁ ପୋଲିସ ନୀରବଦ୍ରଷ୍ଟା ନ ହୋଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଆବଶ୍ୟକ। ବିଭିନ୍ନ ସାହି ଓ ଛକରେ କଟକଣା ପାଳନ କରାଯାଉ ନ ଥିବା ଦେଖାଯାଉଛି। ଏଥିପ୍ରତି ପୋଲିସ ଦୃଷ୍ଟି ଦେଲେ ଜିଲାରେ କୋଭିଡ୍‌ ସଂକ୍ରମଣ ହ୍ରାସ ପାଇବ।
-ଜିତେନ୍‌ ସାମଲ, ସଚେତନ ନାଗରିକ


Enter your email to get our daily news in your inbox.

All Right Reserved By Dharitri.Com

ମା’ ଅଗ୍ନିରୁପାଙ୍କ ଆବର୍ଭାବ: ଭକ୍ତଙ୍କ ପ୍ରବଳ ଭିଡ଼, ଅଧରାତିରେ ଦେହୁରୀ ଯାଇ…

ତାଳଚେର,୨୩/୩(ମନୋଜ ନନ୍ଦ):ତାଳଚେରର ଅଧିଷ୍ଠାତ୍ରୀ ଦେବୀ ମା’ ହିଙ୍ଗୁଳା ମନ୍ଦିରର ପୂର୍ବ ଦିଗ ହିଙ୍ଗୁଳା ମନ୍ଦିର ପଛ ପାଖରେ ପ୍ରାୟ ୨ ସହ ମିଟର ଦୂରରେ ଚଳିତ ବର୍ଷ…

ଡ୍ୟୁଟି ସାରି ଫେରୁଥିଲେ ସୁମନ୍ତ, ଧକ୍କା ଦେଲା ଟ୍ରକ୍‌: ଆଉ ତା’ପରେ…

କଣିହାଁ,୨୩/୩(ନିରୋଜ ପ୍ରଧାନ):ଅନୁଗୋଳ ଜିଲା କଣିହାଁ ବ୍ଲକ ଗୋଡିବନ୍ଧଠାରୁ କଣିହାଁ ଯାଇଥିବା ଜାତୀୟ ରାଜପଥ ୫୩ର ନୂଆଁ ବଲାଙ୍ଗି ନିକଟରେ ରବିବାର ବିଳମ୍ବିତ ରାତିରେ ଏକ ଟ୍ରକ ଚକା…

ଭାରସାମ୍ୟ ହରାଇ ଓଲଟିଲା ପିଚୁ ବୋଝେଇ ଟ୍ୟାଙ୍କର, ନିଆଁ ଲାଗି ଡ୍ରାଇଭର ଜୀବନ୍ତ ଦଗ୍ଧ

ପାଲଲହଡା,୧୩।୩(ଦିବ୍ୟଜ୍ୟୋତି ଦାଶ): ଗୁରୁବାର ବିଳମ୍ବିତ ରାତିରେ ଭୟଙ୍କର ଦୁର୍ଘଟଣା । ଟ୍ୟାଙ୍କର ସହ ଜୀଅନ୍ତା ଜଳିଗଲେ ଡ୍ରାଇଭର । ବିଳମ୍ବିତ ରାତିରେ ଅନୁଗୁଳ ଜିଲା ଖମାର ଥାନା ଅନ୍ତର୍ଗତ…

ବନ୍ତଳାରେ ଭୟାବହ ଅଗ୍ନିକାଣ୍ଡ: ଗ୍ୟାସ ଟାଙ୍କି ଫାଟି ଜଳିଗଲା ୧୦ ଦୋକାନ, ୫ ଦମକଳ ଗାଡ଼ି…

ବନ୍ତଳା, ୧୨।୩(ସୁଶିତ ସାହୁ): ଅନୁଗୋଳ ଜିଲା ଶଙ୍ଖପୁର ମଦନମୋହନ ଛକସ୍ଥିତ ବନ୍ତଳା ବଜାରରେ ଗୁରୁବାର ଅପରାହ୍ନରେ ଏକ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଗ୍ୟାସ ଟାଙ୍କି ବିସ୍ଫୋରଣ ଯୋଗୁ…

ବାଇକ୍‌ ଆରୋହୀଙ୍କୁ ଧକ୍କା ଦେଲା ଟ୍ରଲର : ଘଟଣାସ୍ଥଳରେ ଚପା ଉତ୍ତେଜନା

ପାଲଲହଡ଼ା,୮।୩(ଦିବ୍ୟଜ୍ୟୋତି ଦାଶ : ଟ୍ରଲର ଧକ୍କାରେ ବାଇକ୍‌ ଆରୋହୀଙ୍କ ମୃତ୍ୟୁ। ୧୪୯ ନ ଜାତୀୟ ରାଜପଥ ଅବରୋଧ ସହିତ ଘଟଣାସ୍ଥଳରେ ଚପା ଉତ୍ତେଜନା। ଏଭଳି ଘଟଣା ଘଟିଛି…

ବିବାହ ଭୋଜି ଖାଇ ୨ ଶହରୁ ଅଧିକ ଅସୁସ୍ଥ

ଅନୁଗୋଳ,୨୮ା୨(ଜ୍ୟୋତିରଞ୍ଜନ ସାହୁ): ଅନୁଗୋଳ ନିକଟସ୍ଥ ତୁବେ ଗ୍ରାମରେ ବୁଧବାର ରାତିରେ ଏକ ବିବାହ ଭୋଜି ଖାଇଥିବା ଲୋକଙ୍କ ମଧ୍ୟରୁ ୨ ଶହରୁ ଅଧିକ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି।…

ରାସ୍ତା ଉପରେ ପଡିଛି ଅଜଣା ଯୁବକଙ୍କ ମୃତଦେହ, କେହି ହତ୍ୟା କରି ଫିଙ୍ଗି ଦେଇଥିବା ଅନୁମାନ

ମାଧପୁର,୨୪।୨(ମନୋଜ କୁମାର ପ୍ରଧାନ): ଆଠମଲ୍ଲିକ ଥାନା ଅନ୍ତର୍ଗତ ଆଠମଲ୍ଲିକ – କିଆକଟା ରାଜ୍ୟ ରାଜପଥର କନ୍ଧପଡ଼ା ଗ୍ରାମ ନିକଟ ହାଟପଦା ଠାରେ ଆଜି ସକାଳେ ଜଣେ ଅଜଣା…

ଜଙ୍ଗଲରେ ଭୋଜି ମନା

ଅନୁଗୋଳ,୨୧।୨: ଗ୍ରୀଷ୍ମ ଋତୁରେ ଜଙ୍ଗଲ ନିଆଁ ରୋକିବାକୁ ଅନୁଗୋଳ ଉପଜିଲାପାଳଙ୍କ ପକ୍ଷରୁ ଏକ ବଡ଼ ପଦକ୍ଷେପ ନିଆଯାଇଛି। ଏନେଇ ଉପଜିଲାପାଳଙ୍କ ପକ୍ଷରୁ ଶନିବାର ଏକ କଟକଣା ଜାରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri