ଲୋକ ଆସୁ ନାହାନ୍ତି, ବେପାର ମାନ୍ଦା

ପାରାଦୀପ,୧୦ା୧୧(ସ୍ବ.ପ୍ର.): ପାରାଦୀପର ସମୁଦ୍ର ବେଳାଭୂମିରେ ଚାଲିଥିବା କଳିଙ୍ଗ ବାଲିଯାତ୍ରା ମହୋତ୍ସବ ଗୁରୁବାର ୪ ଦିନରେ ପହଞ୍ଚିଛି। ସାରେ ଲୋକଙ୍କ ଗହଳି ଟିକିଏ ଅଧିକ ହୋଇଥିଲେ ହେଁ ବ୍ୟବସାୟୀମାନେ କିନ୍ତୁ ଖୁସି ନାହାନ୍ତି। କାରଣ ଯେଉଁଭଳି ବେପାର ହେବ ବୋଲି ଆଶା କରୁଥିଲେ ସେପରି ହେଉନାହିଁ ବୋଲି ଅନେକ କହୁଛନ୍ତି। ଏପରି ହେବା ପଛରେ କରୋନା ପରେ ଅର୍ଥ ସଙ୍କଟକୁ ଦାୟୀ କରାଯାଇଛି। ଅନେକ ଲୋକଙ୍କ ରୋଜଗାର ହ୍ରାସ ପାଇଛି। ଏଥିସହ ପୂର୍ବବର୍ଷ ତୁଳନାରେ ଅଧିକ ଷ୍ଟଲ ଖୋଲିଛି। ଚଳିତବର୍ଷ ବାଲିଯାତ୍ରାରେ ୬୦୦ରୁ ଅଧିକ ଷ୍ଟଲ ହୋଇଛି ବୋଲି ଜିଲାପାଳ ପାରୁଲ ପଟାଓ୍ବାରୀ ଉଦ୍‌ଘାଟନୀ ସଭାରେ ଘୋଷଣା କରିଥିଲେ। କିନ୍ତୁ ବାସ୍ତବରେ ହଜାରରୁ ଅଧିକ ଷ୍ଟଲ ଖୋଲିଛି। ସେଥିମଧ୍ୟରେ ବତିଘର ରାସ୍ତାର ଉଭୟ ପାର୍ଶ୍ୱରେ ୮୫, ବେଳାଭୂମି ରାସ୍ତାରେ ୬୨, ଶୌଚାଳୟ ପାଖରୁ କୂଳ ପର୍ଯ୍ୟନ୍ତ ୨୬୫, କାଠପୋଲ ପାଖ ୧୭୦, ହସ୍ତଶିଳ୍ପର ୨୨, ଅଣୁ କ୍ଷୁଦ୍ର ମଧ୍ୟମ ଉଦ୍ୟୋଗ ଶିଳ୍ପର ୧୦, ନୂଆବଜାର କ୍ଲବ ପିଲାଙ୍କ ଦ୍ୱାରା ୪୦, ମୀନାବଜାର ଅଞ୍ଚଳରେ ୬୦, ପଲ୍ଲିଶ୍ରୀ ମେଳା ୧୬୦, ରୁଚି କମ୍ପାନୀର ୫୨, ଖାଇବା ଷ୍ଟଲ ୭୫ ଏବଂ ବାଲିଯାତ୍ରା କମିଟିର ୩୦୫ଷ୍ଟଲ ବୋଲି ଜଣାପଡିଛି। ଏହାବାଦ ୩୦୦ ଅଧିକ ବେପାରୀ ବାଲି ଉପରେ ବିଭିନ୍ନ ସାମଗ୍ରୀ ପକାଇଛନ୍ତି। ଏଥିରୁ ଅଧିକାଂଶ ଷ୍ଟଲ ୩ ଦିନ ପରେ ମଧ୍ୟ ଖାଲି ରହିଛି।
କେତେକ କ୍ଲବ ପିଲା ଅଲଗା ଭାବେ ଷ୍ଟଲ ନିର୍ମାଣ କରି ଦୋକାନୀକୁ ଭଡା ଦେଇଛନ୍ତି। ପୂର୍ବବର୍ଷ ବାଲିଯାତ୍ରାରେ ହସ୍ତଶିଳ୍ପ ଓ ଶିଳ୍ପକେନ୍ଦ୍ର ଷ୍ଟଲଗୁଡିକ ପଲ୍ଲିଶ୍ରୀ ମେଳା ଭଳି ଗୋଟିଏ ଆବଦ୍ଧ ଅଞ୍ଚଳରେ ହେଉଥିଲା। ଏଥର ସେହି ସ୍ଥାନରେ ଏକ କମ୍ପାନୀ ଷ୍ଟଲ କରି ଥିବାରୁ ଦୁଇ ବିଭାଗର ଷ୍ଟଲ ବିଜୁ ମୀନାର ପାଖରେ ଖୋଲାରେ କରାଯାଇଛି। ମଞ୍ଚରେ ସ୍ଥାନୀୟ କଳାକାର ଗ୍ରୁପକୁ ନେଇ ସାଂସ୍କୃତିକ କାର୍ଯ୍ୟକ୍ରମ ହୋଇଥିଲା। ରାତି ୯ରୁ ସାଢେ ୧୧ଟା ପର୍ଯ୍ୟନ୍ତ ମେଲୋଡି ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ମ୍ୟାଚ ମଧ୍ୟଭାଗରେ ଖୋଲିଲା ରିଙ୍କୁ ସିଂହ ଭାଗ୍ୟ, ପ୍ରଥମ IPL ମ୍ୟାଚରେ ଘଟିଲା…

ନୂଆଦିଲ୍ଲୀ,୩୦।୩: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗ ସିଜିନର ପ୍ରଥମ ମ୍ୟାଚରେ କୋଲକାତା ନାଇଟ ରାଇଡର୍ସ ପରାଜୟ ବରଣ କରିଥିଲା। ଅଧିନାୟକ ଅଜିଙ୍କ୍ୟ ରାହାଣେ – ଯିଏ ତାଙ୍କ…

କାରବାର ଆରମ୍ଭ ହେବା ମାତ୍ରେ ଖସିଲା ଶେୟାର ମାର୍କେଟ୍‌, ସେନ୍‌ସେକ୍ସ ହ୍ରାସ ପାଇ…

ନୂଆଦିଲ୍ଲୀ,୩୦ା୩: ଇରାନ, ଆମେରିକା ଏବଂ ଇସ୍ରାଏଲ ମଧ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ ସୋମବାର ଭାରତୀୟ ଷ୍ଟକ୍‌ ବଜାର ହ୍ରାସ ପାଇଛି। ବିଏସ୍‌ଇର ୩୦-ଶେୟାର ସୂଚକାଙ୍କ, ସେନସେକ୍ସ ୧୦୧୮…

ବିଧାୟକ ପଦରୁ ଇସ୍ତଫା ଦେଲେ ନବୀନ, ଏବେ କିଏ ହେବେ ବାଙ୍କିପୁରରୁ ପ୍ରାର୍ଥୀ ଉଠିଲାଣି ପ୍ରଶ୍ନ

ପାଟନା,୩୦।୩: ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ ବିଧାନସଭା ସଦସ୍ୟ (ଏମଏଲଏ) ପଦରୁ ଇସ୍ତଫା ଦେଇଛନ୍ତି। ସେ ବିହାର ଭାଜପା ୟୁନିଟର ସଭାପତି ସଞ୍ଜୟ ସରାଓଗୀଙ୍କୁ ତାଙ୍କ…

କପୁର ପରିବାରରେ ଖୁସିର ଲହରୀ, ଅଜା ହେଲେ ଅନିଲ କପୁର

ମୁମ୍ବାଇ: ଅଭିନେତ୍ରୀ ସୋନମ କପୁର ତାଙ୍କ ସ୍ବାମୀ ଆନନ୍ଦ ଆହୁଜାଙ୍କ ସହ ତାଙ୍କର ଦ୍ୱିତୀୟ ସନ୍ତାନ, ଏକ ଶିଶୁପୁତ୍ରକୁ ସ୍ବାଗତ କରିଛନ୍ତି। ଇନଷ୍ଟାଗ୍ରାମରେ ଏହି ଖୁସି ଖବର…

ଦ୍ରୁତଗାମୀ ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ଅଟୋ, ଚାଲିଗଲା ମହିଳାଙ୍କ ଜୀବନ

ସମ୍ବଲପୁର,୩୦ା୩(ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ଯୁଯୁମୁରା ଥାନା ଅନ୍ତର୍ଗତ ୫୫ ନମ୍ବର ଜାତୀୟ ରାଜପଥର ଫୁଲଝରଣ ନିକଟରେ ସୋମବାର ସକାଳୁ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଯାଇଛି।…

ଗ୍ୟାସ୍‌ ପାଇଁ ପୁଣି ରାସ୍ତାକୁ ଓହ୍ଲାଇଲେ ଉପଭୋକ୍ତା, କଳାବଜାର ଆଶଙ୍କା କରି…

କେନ୍ଦୁଝର,୩୦ା୩(ନରେଶ ଚନ୍ଦ୍ର ପଟ୍ଟନାୟକ): ରୋଷେଇ ଗ୍ୟାସ ବିତରଣ ସମସ୍ୟା ପ୍ରତିବାଦରେ ସୋମବାର ଗ୍ୟାସ୍‌ ଆଣିବାକୁ ଯାଇଥିବା ଉପଭାକ୍ତା ସିଲିଣ୍ଡର ଧରି ପ୍ରତିବାଦ କରିବା ସହ କେନ୍ଦୁଝର-ଶଙ୍କରପୁର-ବେଲଦା ରାସ୍ତା…

ବିବାହ ବିନା ହୋଇପାରିବେ ଦମ୍ପତି! ସମ୍ପର୍କ ସ୍ଥିର ଥିଲେ ଲିଭ-ଇନ ଦମ୍ପତିଙ୍କୁ ‘ବିବାହିତ’ ଭାବେ ଗ୍ରହଣ କରାଯିବ

ନୂଆଦିଲ୍ଲୀ,୩୦।୩: ଆଜିର ଦ୍ରୁତ ଗତିରେ ବିକଶିତ ହେଉଥିବା ସମାଜରେ, ସମ୍ପର୍କର ପରିଭାଷାରେ ଦ୍ରୁତ ପରିବର୍ତ୍ତନ ହେଉଛି। ଯେଉଁ ସମ୍ପର୍କଗୁଡ଼ିକ ପୂର୍ବରୁ ସାମାଜିକ ଗ୍ରହଣ ପାଇଁ ଚାହିଁ ରହୁଥିଲେ,…

ଉପଜିଲାପାଳଙ୍କ ଅଫିସ ନିକଟରେ ଅଗ୍ନିକାଣ୍ଡ, ୩ ଦୋକାନ ଛାରଖାର

ବଲାଙ୍ଗୀର,୩୦ା୩(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସାଗରପଡ଼ା ଉପଜିଲାପାଳଙ୍କ ଅଫିସ ନିକଟ ଛକରେ ସୋମବାର ଅଗ୍ନିକାଣ୍ଡ ଘଟି ତିନି ଦୋକାନ ଛାରଖାର ହୋଇଯାଇଛି। ଗୋଟିଏ ଟାୟାର ଦୋକାନ ଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri