ଲୋକ ଆସୁ ନାହାନ୍ତି, ବେପାର ମାନ୍ଦା

ପାରାଦୀପ,୧୦ା୧୧(ସ୍ବ.ପ୍ର.): ପାରାଦୀପର ସମୁଦ୍ର ବେଳାଭୂମିରେ ଚାଲିଥିବା କଳିଙ୍ଗ ବାଲିଯାତ୍ରା ମହୋତ୍ସବ ଗୁରୁବାର ୪ ଦିନରେ ପହଞ୍ଚିଛି। ସାରେ ଲୋକଙ୍କ ଗହଳି ଟିକିଏ ଅଧିକ ହୋଇଥିଲେ ହେଁ ବ୍ୟବସାୟୀମାନେ କିନ୍ତୁ ଖୁସି ନାହାନ୍ତି। କାରଣ ଯେଉଁଭଳି ବେପାର ହେବ ବୋଲି ଆଶା କରୁଥିଲେ ସେପରି ହେଉନାହିଁ ବୋଲି ଅନେକ କହୁଛନ୍ତି। ଏପରି ହେବା ପଛରେ କରୋନା ପରେ ଅର୍ଥ ସଙ୍କଟକୁ ଦାୟୀ କରାଯାଇଛି। ଅନେକ ଲୋକଙ୍କ ରୋଜଗାର ହ୍ରାସ ପାଇଛି। ଏଥିସହ ପୂର୍ବବର୍ଷ ତୁଳନାରେ ଅଧିକ ଷ୍ଟଲ ଖୋଲିଛି। ଚଳିତବର୍ଷ ବାଲିଯାତ୍ରାରେ ୬୦୦ରୁ ଅଧିକ ଷ୍ଟଲ ହୋଇଛି ବୋଲି ଜିଲାପାଳ ପାରୁଲ ପଟାଓ୍ବାରୀ ଉଦ୍‌ଘାଟନୀ ସଭାରେ ଘୋଷଣା କରିଥିଲେ। କିନ୍ତୁ ବାସ୍ତବରେ ହଜାରରୁ ଅଧିକ ଷ୍ଟଲ ଖୋଲିଛି। ସେଥିମଧ୍ୟରେ ବତିଘର ରାସ୍ତାର ଉଭୟ ପାର୍ଶ୍ୱରେ ୮୫, ବେଳାଭୂମି ରାସ୍ତାରେ ୬୨, ଶୌଚାଳୟ ପାଖରୁ କୂଳ ପର୍ଯ୍ୟନ୍ତ ୨୬୫, କାଠପୋଲ ପାଖ ୧୭୦, ହସ୍ତଶିଳ୍ପର ୨୨, ଅଣୁ କ୍ଷୁଦ୍ର ମଧ୍ୟମ ଉଦ୍ୟୋଗ ଶିଳ୍ପର ୧୦, ନୂଆବଜାର କ୍ଲବ ପିଲାଙ୍କ ଦ୍ୱାରା ୪୦, ମୀନାବଜାର ଅଞ୍ଚଳରେ ୬୦, ପଲ୍ଲିଶ୍ରୀ ମେଳା ୧୬୦, ରୁଚି କମ୍ପାନୀର ୫୨, ଖାଇବା ଷ୍ଟଲ ୭୫ ଏବଂ ବାଲିଯାତ୍ରା କମିଟିର ୩୦୫ଷ୍ଟଲ ବୋଲି ଜଣାପଡିଛି। ଏହାବାଦ ୩୦୦ ଅଧିକ ବେପାରୀ ବାଲି ଉପରେ ବିଭିନ୍ନ ସାମଗ୍ରୀ ପକାଇଛନ୍ତି। ଏଥିରୁ ଅଧିକାଂଶ ଷ୍ଟଲ ୩ ଦିନ ପରେ ମଧ୍ୟ ଖାଲି ରହିଛି।
କେତେକ କ୍ଲବ ପିଲା ଅଲଗା ଭାବେ ଷ୍ଟଲ ନିର୍ମାଣ କରି ଦୋକାନୀକୁ ଭଡା ଦେଇଛନ୍ତି। ପୂର୍ବବର୍ଷ ବାଲିଯାତ୍ରାରେ ହସ୍ତଶିଳ୍ପ ଓ ଶିଳ୍ପକେନ୍ଦ୍ର ଷ୍ଟଲଗୁଡିକ ପଲ୍ଲିଶ୍ରୀ ମେଳା ଭଳି ଗୋଟିଏ ଆବଦ୍ଧ ଅଞ୍ଚଳରେ ହେଉଥିଲା। ଏଥର ସେହି ସ୍ଥାନରେ ଏକ କମ୍ପାନୀ ଷ୍ଟଲ କରି ଥିବାରୁ ଦୁଇ ବିଭାଗର ଷ୍ଟଲ ବିଜୁ ମୀନାର ପାଖରେ ଖୋଲାରେ କରାଯାଇଛି। ମଞ୍ଚରେ ସ୍ଥାନୀୟ କଳାକାର ଗ୍ରୁପକୁ ନେଇ ସାଂସ୍କୃତିକ କାର୍ଯ୍ୟକ୍ରମ ହୋଇଥିଲା। ରାତି ୯ରୁ ସାଢେ ୧୧ଟା ପର୍ଯ୍ୟନ୍ତ ମେଲୋଡି ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଫସିଲେ କିଙ୍ଗ ଖାନଙ୍କ ପୁଅ ଆର୍ଯ୍ୟନ ଖାନ, ଭିଡିଓ ଭାଇରାଲ ପରେ ବଢିଲା ଅଡୁଆ

ମୁମ୍ବାଇ,୬।୧୨: ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଖାନ ବିବାଦରେ ଗଭୀର ଭାବରେ ଜଡିତ। ପ୍ରଥମେ ଡ୍ରଗ୍ସ ମାମଲା, ତା’ପରେ ‘ବ୍ୟାଡ୍ସ ଅଫ ବଲିଉଡ’ରେ ତାଙ୍କ ଭୂମିକାକୁ...

ଭାରତର ଏସବୁ ଜିନିଷ ଉପରେ ନିର୍ଭର କରେ ଋଷିଆ, ଖର୍ଚ୍ଚ କରେ ଏତେ ଟଙ୍କା

ନୂଆଦିଲ୍ଲୀ,୬।୧୨: ରୁଷିଆ ଏବଂ ଭାରତ ଦୀର୍ଘଦିନ ଧରି ଦୃଢ଼ ସମ୍ପର୍କ ଉପଭୋଗ କରିଆସିଛନ୍ତି। ଏହି ଗଭୀର ସମ୍ପର୍କ ଦୁଇ ଦେଶ ମଧ୍ୟରେ ବାଣିଜ୍ୟରେ ପ୍ରତିଫଳିତ ହୋଇଛି।...

ଇଣ୍ଡିଗୋ ସଙ୍କଟ: ଖୁବ୍‌ ଜୋର ପାଟି କରି କାଉଣ୍ଟର ଉପରକୁ ଚଢିଗଲେ ବିଦେଶିନୀ

ନୂଆଦିଲ୍ଲୀ,୬।୧୨: ଗତ ଚାରି ଦିନ ମଧ୍ୟରେ ସାରା ଦେଶରେ ୧,୦୦୦ରୁ ଅଧିକ ଇଣ୍ଡିଗୋ ବିମାନ ବାତିଲ କରାଯାଇଛି, ଯାହା ଯାତ୍ରୀମାନଙ୍କୁ ବହୁତ ଅସୁବିଧାର ସମ୍ମୁଖୀନ କରୁଛି।...

ସ୍ବାମୀ ରଣବୀରଙ୍କୁ ନେଇ ଏମିତି କହିଦେଲେ ଦୀପିକା, ଚର୍ଚ୍ଚା ଆରମ୍ଭ

ମା’ ହେବା ପରେ ବଦଳିଗଲେଣି ଅଭିନେତ୍ରୀ ଦୀପିକା ପାଦୁକୋନ। ସେ ଏବେ ନିଜ କ୍ୟାରିୟର୍‌ ନୁହେଁ, ଝିଅ ଦୁଆକୁ ଅଧିକ ସମୟ ଦେଉଛନ୍ତି। ଏସବୁ ଭିତରେ...

ଭାରତ ସହ ମ୍ୟାଚ ପୂର୍ବରୁ ଦକ୍ଷିଣ ଆଫ୍ରିକାକୁ ଲାଗିଲା ୩ ବଡ଼ ଝଟକା!

ନୂଆଦିଲ୍ଲୀ,୬।୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ତୃତୀୟ ଏକଦିବସୀୟ ମ୍ୟାଚ ବିଶାଖାପାଟଣାରେ ଖେଳାଯାଉଛି, ଯାହା ତିନି ମ୍ୟାଚ ବିଶିଷ୍ଟ ସିରିଜର ନିର୍ଣ୍ଣାୟକ ମ୍ୟାଚ। ଦକ୍ଷିଣ...

କରୁଣ ନାୟାରଙ୍କୁ ଅଣଦେଖା କଲା BCCI!

ନୂଆଦିଲ୍ଲୀ,୬।୧୨: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (BCCI) ହେଉଛି ଭାରତର ସର୍ବୋଚ୍ଚ ପ୍ରଶାସକ ସଂସ୍ଥା। କୁହାଯାଏ ଯେ ଏହି ଦେଶର ପ୍ରତ୍ୟେକ କ୍ରିକେଟର୍‌ BCCI ସହ...

ଭାରତର ୫ ମହଙ୍ଗା ମହିଳା ପ୍ରବଚକ, ଯିଏ କଥା କହି ନେଇଯାଆନ୍ତି ଏତେ ଫି

ନୂଆଦିଲ୍ଲୀ,୬।୧୨: ବୃନ୍ଦାବନର ପ୍ରସିଦ୍ଧ କାହାଣୀକାର ଇନ୍ଦ୍ରେଶ ଉପାଧ୍ୟାୟ ଏବଂ ପୂର୍ୱତନ ଡିଏସପିଙ୍କ ଝିଅ ଶିପ୍ରା ଶର୍ମା ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ଶୁକ୍ରବାର, ଡିସେମ୍ୱର 5...

ଜି.ଉଦୟଗିରିରେ ସର୍ବନିମ୍ନ ତାପମାତ୍ରା: ଶୀତର ମଜା ଉଠାଉଛନ୍ତି ପର୍ଯ୍ୟଟକ

ଜି.ଉଦୟଗିରି,୬।୧୨(ଶିଶିର ପଟ୍ଟନାୟକ/ଚିନ୍ମୟ କୁମାର ସେଠୀ ): ଜି.ଉଦୟଗିରି ଅଞ୍ଚଳରେ ଫେରିଛି ହାଡ଼ଭଙ୍ଗା ଶୀତ । ସରକାରୀ ସୂଚନା ଅନୁସାରେ କନ୍ଧମାଳ ଜିଲାରେ ସର୍ବନିମ୍ନ ତାପମାତ୍ରା ସହ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri