Posted inଜାତୀୟ

ହିମାଳୟରେ ଆସିବ ବିନାଶକାରୀ ଭୂକମ୍ପ : ଚେତାବନୀ ଦେଲେ ବୈଜ୍ଞାନିକ…

ନୂଆଦିଲ୍ଲୀ,୧୦।୧୧ : ହିମାଳୟ ଅଞ୍ଚଳରେ ଏକ ବଡ଼ ଧରଣର ବିନାଶକାରୀ ଭୂକମ୍ପ ହେବାର ଆଶଙ୍କା ରହିଛି। ତେବେ ଏହା କେବେ ହେବ ତାହାର ପୂର୍ବାନୁମାନ କରାଯିବା କଷ୍ଟକର। ଏହାକୁ ଦୃଷ୍ଟିରେ ରଖି ବୈଜ୍ଞାନିକମାନେ ଭୟଭୀତ ହେବା ପରିବର୍ତ୍ତେ ଏହାର ମୁକାବିଲା ପାଇଁ ଜୋରଦାର ପ୍ରସ୍ତୁତି ଉପରେ ଗୁରୁତ୍ୱାରୋପ କରିଛନ୍ତି।

ଏଠାରେ ଥିବା ୱାଡିଆ ଇନଷ୍ଟିଚ୍ୟୁଟ ଅଫ ହିମାଳୟ ଜିଓଲୋଜିର ବରିଷ୍ଠ ଜିଓଫିଜିକ ଅଜୟ ପାଲ ପିଟିଆଇକୁ କହିଛନ୍ତି ଯେ ଇଣ୍ଡିଆନ ପ୍ଲେଟ ଏବଂ ୟୁରାସିଆନ ପ୍ଲେଟ ଧକ୍କା ଯୋଗୁ ହିମାଳୟ ସୃଷ୍ଟି ହୋଇଛି । ଲାଗାତାର ଭାରତୀୟ ପ୍ଲେଟ ଉପରେ ୟୁରାସିଆନ ପ୍ଲେଟର ଚାପ ଯୋଗୁ ଏହା ସୃଷ୍ଟି ହୋଇଛି। ପ୍ଲେଟର ତଳ ଭାଗରେ ସୃଷ୍ଟି ହେଉଥିବା ଚାପରେ ଅନିୟମିତତା ଯୋଗୁ ଏଠାରେ ବାରମ୍ବାର ଭୂକମ୍ପ ହୋଇଥାଏ।

ସେ କହିଛନ୍ତି ଯେ ହିମାଳୟରେ ଚାପ ଯୋଗୁ ପ୍ଲେଟରେ ଚଳନ ଯୋଗୁ ଭୂକମ୍ପ ଏକ ସାଧାରଣ ଏବଂ ନିରନ୍ତର ପ୍ରକ୍ରିୟା ଭାବେ ଦେଖାଦେଇଛି। ସମଗ୍ର ହିମାଳୟ ଅଞ୍ଚଳ ଭୂକମ୍ପ ପ୍ରବଣ। ଏକ ବଡ଼ ଧରଣୀ ଭୂକମ୍ପ ହେବାର ସର୍ବଦା ଆଶଙ୍କା ଏଠାରେ ରହିଥାଏ। ସେ କହିଛନ୍ତି ଯେ ରିକ୍ଟର ସ୍କେଲରେ ଏହି ପ୍ରମୁଖ ଭୂକମ୍ପ ସାତ କିମ୍ବା ଅଧିକ ମ୍ୟାଗ୍ନିଚ୍ୟୁଡର ହେବାର ଆଶଙ୍କା ରହିଛି।

ତେବେ ଡକ୍ଟର ପାଲ କହିଛନ୍ତି ଯେ ଏଠାରେ ଭୂକମ୍ପ ଘଟିବାର ପୂର୍ବାନୁମାନ କରାଯାଇପାରିବ ନାହିଁ। ଏହା କେବେ ଘଟିବ ତାହା କେହି ଜାଣନ୍ତି ନାହିଁ। ଏହା ପରବର୍ତ୍ତୀ ମୁହୂର୍ତ୍ତରେ ମଧ୍ୟ ହୋଇପାରେ, ଏହା ଏକ ମାସ ପରେ ବି ହୋଇପାରେ କିମ୍ବା ଶହେ ବର୍ଷ ପରେ ମଧ୍ୟ ହୋଇପାରେ। ଗତ ୧୫୦ ବର୍ଷ ମଧ୍ୟରେ ହିମାଳୟ ଅଞ୍ଚଳରେ ଚାରିଟି ବଡ଼ ଭୂକମ୍ପ ରେକର୍ଡ କରାଯାଇଛି। ସେଥିମଧ୍ୟରେ ୧୮୯୭ ମସିହାରେ ଶିଲଙ୍ଗ, ୧୯୦୫ ରେ କାଙ୍ଗଡା, ୧୯୩୪ ରେ ବିହାର-ନେପାଳ ଏବଂ ୧୯୫୦ ରେ ଆସାମ।

ତେବେ ସେ ସ୍ପଷ୍ଟ ଭାବରେ କହିଛନ୍ତି ଯେ ଏହି ତଥ୍ୟରୁ ମଧ୍ୟ ଭୂକମ୍ପ ବିଷୟରେ କିଛି କୁହାଯାଇପାରିବ ନାହିଁ। ୧୯୯୧ରେ ଉତ୍ତରକାଶୀ ଏବଂ ୧୯୯୯ ରେ ଚାମୋଲି ପରେ ୧୦୧୫ରେ ନେପାଳରେ ଭୂକମ୍ପ ହୋଇଥିଲା। ସେ କହିଛନ୍ତି ଯେ ଭୂକମ୍ପକୁ ନେଇ ଆତଙ୍କିତ ହେବା ପରିବର୍ତ୍ତେ ଏହାର ମୁକାବିଲା ପାଇଁ ଆମକୁ ପ୍ରସ୍ତୁତି କରିବାକୁ ପଡ଼ିବ। ଯାହା ଦ୍ୱାରା ଭୂକମ୍ପ ଯୋଗୁଁ ଜୀବନ ଓ ସମ୍ପତ୍ତି ନଷ୍ଟ ହେବାର ଆଶଙ୍କା କମ୍‌ ହୋଇ ପାରିବ।

ସେ କହିଛନ୍ତି ଯେ ଏଥିପାଇଁ ନିର୍ମାଣ କାର୍ଯ୍ୟକୁ ଭୂକମ୍ପ-ପ୍ରତିରୋଧୀ କରାଯିବା ଉଚିତ। ଭୂକମ୍ପ ପୂର୍ବରୁ ଏବଂ ପରେ ବର୍ଷକୁ ଅନ୍ତତଃ ପକ୍ଷେ ଥରେ ମକ ଡ୍ରିଲ ଆୟୋଜନ କରାଯିବା ପୂର୍ବରୁ ଲୋକଙ୍କୁ ପ୍ରସ୍ତୁତି ବିଷୟରେ ଅବଗତ କରାଯିବା ଜରୁରୀ। ଯଦି ଏସବୁକୁ ପାଳନ କରାଯାଏ ତେବେ କ୍ଷତି ଆଶଙ୍କା ୯୯.୯୯ ପ୍ରତିଶତ ହ୍ରାସ କରାଯାଇପାରେ। ଏହି ପରିପ୍ରେକ୍ଷୀରେ ଜାପାନର ଉଦାହରଣ ଦେଇ ସେ କହିଛନ୍ତି ଯେ ଏହାର ଭଲ ପ୍ରସ୍ତୁତି ଯୋଗୁଁ ବାରମ୍ବାର ମଧ୍ୟମ ତୀବ୍ର ଭୂମିକମ୍ପ ସତ୍ତ୍ୱେ ସେଠାରେ ଧନ ଜୀବନ ହାନି ହୋଇ ନଥାଏ।

ସେ କହିଛନ୍ତି ଯେ ୱାଡିଆ ସଂସ୍ଥା ମଧ୍‌ୟ ଭୂକମ୍ପ ଉଦ୍ଧାର ଅଭିଯାନ ଅନ୍ତର୍ଗତ ବିଦ୍ୟାଳୟ ଓ ଗ୍ରାମ ପରିଦର୍ଶନ କରି ଭୂକମ୍ପ ରୋକିବା ବିଷୟରେ ଅବଗତ କରାଇଥାଏ। ୱାଡିଆ ଇନଷ୍ଟିଚ୍ୟୁଟର ଅନ୍ୟ ଜଣେ ବରିଷ୍ଠ ଭୂବିଜ୍ଞାନୀ ଡ. ନରେଶ କୁମାର କହିଛନ୍ତି ଯେ ଭୂକମ୍ପ ଦୃଷ୍ଟିରୁ ଉତ୍ତରପ୍ରଦେଶକୁ ଜୋନ ଚାରି ଏବଂ ଜୋନ ପାଞ୍ଚରେ ରଖାଯାଇଛି। ସେ କହିଛନ୍ତି ଯେ ଉତ୍ତରପ୍ରଦେଶ ଏବଂ ହିମାଚଳ ପ୍ରଦେଶରେ ପ୍ରାୟ ୬୦ଟି ଭୂକମ୍ପ ପର୍ଯ୍ୟବେକ୍ଷଣ ସ୍ଥାନ ସ୍ଥାପନ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ତୁର୍କୀରୁ ନଭପ୍ରୀତ୍‌ ସିଂଙ୍କୁ ଫେରାଇ ଆଣିଲା ଭାରତ, ଜାଣନ୍ତୁ ନଭପ୍ରୀତ୍‌ କିଏ…

ନୂଆଦିଲ୍ଲୀ,୩ା୧୦: ଅନ୍ତର୍ଜାତୀୟ ନିଶା କାରବାରର କିଙ୍ଗ୍‌ପିନ୍‌ ନଭପ୍ରୀତ୍‌ ସିଂଙ୍କୁ ତୁର୍କୀରୁ ବାହାର କରାଇ ଭାରତ ତାଙ୍କୁ ଫେରାଇଆଣିଥିବା ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ୍‌ ଶାହା ଶନିବାର ଘୋଷଣା କରିଛନ୍ତି।…

୩୫୧ ରନ୍ କରି ବି ହାରିଲା ଭାରତ: ୱେଷ୍ଟଇଣ୍ଡିଜ୍‌ର ରେକର୍ଡ ରନ୍ ଚେଜ୍‌, ଏକାକୀ ବିଜୟ ଛଡ଼ାଇ ନେଲେ ଶେ ହୋପ୍

ନ୍ୟୁ ଚଣ୍ଡୀଗଡ଼,୩।୧୦: ଏଠାର ପିସିଏ ଇଣ୍ଟରନ୍ୟାସନାଲ୍ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ତୃତୀୟ तथा ଚୂଡ଼ାନ୍ତ ଦିନିକିଆ ମ୍ୟାଚ୍‌ରେ ଭାରତକୁ ୫ ଉଇକେଟରେ ପରାସ୍ତ କରିଛି ୱେଷ୍ଟଇଣ୍ଡିଜ୍। ଟସ୍ ଜିତି…

ସ୍ୱର୍ଣ୍ଣ ବିଜେତା ଭାରତୀୟ ହକି ଦଳ ପାଇଁ ଓଡ଼ିଶା ସରକାରଙ୍କ ଆର୍ଥିକ ପୁରସ୍କାର ଘୋଷଣା: ପ୍ରତି ଖେଳାଳିଙ୍କୁ ୧୧ ଲକ୍ଷ, କୋଚ୍‌ଙ୍କୁ ମିଳିବ…

ଭୁବନେଶ୍ୱର,୩ା୧୦: ଏସୀୟ କ୍ରୀଡ଼ାରେ ସ୍ୱର୍ଣ୍ଣ ପଦକ ଜିତି ଆଗାମୀ ୨୦୨୮ ଅଲିମ୍ପିକ୍ସ ପାଇଁ ସିଧାସଳଖ ଯୋଗ୍ୟତା ଅର୍ଜନ କରିଥିବା ଭାରତୀୟ ପୁରୁଷ ହକି ଦଳ ପାଇଁ ବଡ଼…

କରଞ୍ଜିଆରୁ ଫେରୁଥିଲେ ଏସ୍‌ପି, ଡ୍ୟୁଟିରୁ ଗାଏବ୍ ଥିଲେ ସାହାରପଡ଼ା ଫାଣ୍ଡି ଅଧିକାରୀ: ତୁରନ୍ତ ସସପେଣ୍ଡ୍…

ପାଟଣା,୩ା୧୦(ବୀର କିଶୋର ଦାଶ): କାର୍ଯ୍ୟରେ ଅବହେଳା, ଜିଲା ଆରକ୍ଷୀ ଅଧୀକ୍ଷକ (ଏସ୍‌ପି)ଙ୍କ ନିର୍ଦ୍ଦେଶ ଅବମାନନା ଏବଂ ଶୃଙ୍ଖଳାହୀନ ଆଚରଣ ଅଭିଯୋଗରେ କେନ୍ଦୁଝର ଜିଲା ପାଟଣା ଥାନା ଅନ୍ତର୍ଗତ…

ତାରାତାରିଣୀ-ଦକ୍ଷିଣକାଳୀଙ୍କ ପୀଠରେ ଷୋଡ଼ଶ ଉପଚାର ପର୍ବ: ୧୦୮ ମାଠିଆ ଜଳରେ ମା’ଙ୍କ ସ୍ନାନ, ଘଣ୍ଟଘଣ୍ଟାରେ କମ୍ପୁଛି ରତ୍ନଗିରି

ପୁରୁଷୋତ୍ତମପୁର,୩ା୧୦ (ସବିତା ମିଶ୍ର): ପବିତ୍ର ପାର୍ବଣ ଋତୁ ଅବସରରେ ଗଞ୍ଜାମ ଜିଲାର ପ୍ରସିଦ୍ଧ ଶକ୍ତିପୀଠ ମା’ ତାରାତାରିଣୀ ଓ ଦକ୍ଷିଣକାଳୀଙ୍କ ପୀଠରେ ଶନିବାର ରାତିରୁ ଆରମ୍ଭ ହୋଇଛି…

ନ୍ୟୁ ଚଣ୍ଡୀଗଡ଼ରେ ‘ରାହୁଲ ଝଡ଼’: ୮୦ ବଲ୍‌ରେ ଶତକ ମାରି ଧୋନିଙ୍କ ସମକକ୍ଷ, ଭାରତ ପାଇଁ ସାଜିଲେ ସଙ୍କଟମୋଚକ

ନ୍ୟୁ ଚଣ୍ଡୀଗଡ଼,୩।୧୦: ଭାରତୀୟ କ୍ରିକେଟ୍ ଦଳର ଭରସାଯୋଗ୍ୟ ଖେଳାଳି କେ ଏଲ୍ ରାହୁଲ ପୁଣି ଥରେ ନିଜର ଦମଦାର ପ୍ରଦର୍ଶନ ବଳରେ ଦଳର ସଙ୍କଟମୋଚକ ସାଜିଛନ୍ତି। ପ୍ରଥମ…

ଶତକରୁ ବଞ୍ଚିତ ହୋଇ ବି ଇତିହାସ ରଚିଲେ ରୋହିତ ଶର୍ମା, ଭାଙ୍ଗିଲେ ସଚିନଙ୍କ ୨୨ ବର୍ଷ ପୁରୁଣା ମହାରେକର୍ଡ

ନ୍ୟୁ ଚଣ୍ଡୀଗଡ଼,୩।୧୦: ନ୍ୟୁ ଚଣ୍ଡୀଗଡ଼ସ୍ଥିତ ପିସିଏ ଅନ୍ତର୍ଜାତୀୟ କ୍ରିକେଟ୍ ଷ୍ଟାଡିୟମରେ ୱେଷ୍ଟଇଣ୍ଡିଜ୍ ବିପକ୍ଷ ତୃତୀୟ ତଥା ଅନ୍ତିମ ଦିନିକିଆ ମ୍ୟାଚରେ ଭାରତୀୟ ଅଧିନାୟକ ରୋହିତ ଶର୍ମା ମାତ୍ର…

ହସ୍ପିଟାଲରେ ଭାରତୀୟ ପାଇଲଟଙ୍କୁ ଭେଟିଲେ ଦୁବାଇ କ୍ରାଉନ ପ୍ରିନ୍ସ, ପାଇଲଟଙ୍କୁ କଲେ ସଲାମ୍‌

ଦୁବାଇ,୩।୧୦: ଫ୍ଲାଏଦୁବାଇ ବିମାନରେ ସହ-ପାଇଲଟଙ୍କ ଆକ୍ରମଣ ସତ୍ତ୍ୱେ ସାହସ ଦେଖାଇଥିବା ଭାରତୀୟ ପାଇଲଟ ସ୍ମିତ ମଚ୍ଛାରଙ୍କୁ ଦୁବାଇ କ୍ରାଉନ ପ୍ରିନ୍ସ ଶେଖ ହାମଦାନ ବିନ ମହମ୍ମଦ ବିନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?