ପାଣି ପାଇଁ ଲୋକେ ହଟହଟା

ଭଞ୍ଜନଗର,୧୩ା୩(ବାବୁଲା ପ୍ରଧାନ):ଭଞ୍ଜନଗର ଗ୍ରାମ୍ୟ ପାଇପ ଜଳ ଯୋଗାଣ ବିଭାଗ ଅଧିକ୍ଷଣ ଯନ୍ତ୍ରୀ କାର୍ଯ୍ୟାଳୟ ଅଧିନରେ ୧୧ଟି ବ୍ଲକ ଆସୁଛି। ଏବେଠୁ ଅନେକ ଗ୍ରାମରେ ପାନୀୟ ଜଳସଙ୍କଟ ଦେଲାଣି। ଆଗକୁ ଏହି ସମସ୍ୟା ଜଟିଳ ହେବା ସମ୍ଭାବନା ରହିଛି। ଏଭଳି ସ୍ଥିତିରେ ଗତ କିଛିଦିନ ମଧ୍ୟରେ ଦୁବୃତ୍ତମାନେ ୧୧ଟି ପମ୍ପ ହାଉସକୁ ଯାଇଥିବା ବିଦ୍ୟୁତ୍‌ ତାର କାଟି ନେଇଛନ୍ତି। ଯାହାଫଳରେ ସେସବୁ ପମ୍ପ ହାଉସଗୁଡ଼ିକ ଉପରେ ନିର୍ଭର କରୁଥିବା ବହୁ ପରିବାର ବିଶୁଦ୍ଧ ପାଣି ଟୋପାଏ ପାଇବା ପାଇଁ ଛଟପଟ ହେଉଛନ୍ତି। ୫ ଦିନ ହେଲା ବିଶୁଦ୍ଧ ପାଣି ଟୋପାଏ ପାଇ ନ ପାରି ଭଞ୍ଜନଗର ବ୍ଲକ ରାଇପଲ୍ଲୀ ଓ ଉଲିଦନ ଗ୍ରାମବାସୀ ହୀନସ୍ତା ହେଉଥିବାରୁ ବୁଧବାର ଗ୍ରାମର ମହିଳାମାନେ ଆନ୍ଦୋଳନ ପାଇଁ ସଜବାଜ ହେଉଥିଲେ। ହେଲେ ଗ୍ରାମର କେତେଜଣ ଯୁବକ ଏଥିରେ ହସ୍ତକ୍ଷେପ କରିବାରୁ ଆନ୍ଦୋଳନ ହୋଇ ନ ଥିଲା। କମଳାବାରି ତୋଟା ନିକଟରେ ବଡ଼ନଦୀରୁ ପମ୍ପ ହାଉସ ମାଧ୍ୟମରେ ପାଣି ଛଡ଼ାଯାଉଛି। କିନ୍ତୁ ଦୁବୁର୍ତମାନେ ତାର କାଟି ନେଇଥିଲେ। ଏହାପରେ ବିଭାଗ ପକ୍ଷରୁ ତାର ଯୋଡ଼ିବା ପାଇଁ ପ୍ରୟାସ ଚାଲିଛି। ଅନ୍ୟପଟେ ବିଳମ୍ବ ଯୋଗୁ ଲୋକେ ପାଣି ପାଇପାରୁନାହାନ୍ତି। ସେହିପରି ଗ୍ରାମରେ ଥିବା ନଳକୂଅ ଗୁଡ଼ିକ ମଧ୍ୟ ଅଚଳ ଅବସ୍ଥାରେ ଅଛି। ବାହାକପଲ୍ଲୀରେ ଥିବା ପାଣି ପମ୍ପଟି ଦୁଇଦିନ ପୂର୍ବେ ପୋଡ଼ିଯାଇଛି। ତେଣୁ ବାହାକପଲ୍ଲୀ ଓ ଉଲିଦନ ସମେତ ଆଉ କିଛି ଗ୍ରାମକୁ ପାଣି ଯୋଗାଣ ହୋଇପାରୁନାହିଁ ।

ସୁଚନାଯୋଗ୍ୟ, ଦୁବୃତ୍ତମାନେ ବିଗତ କିଛିଦିନ ମଧ୍ୟରେ ଭଞ୍ଜନଗର ବ୍ଲକର ଚାକୁଣ୍ଡାପଲ୍ଲୀ,ଡ଼ହ, କମଳାବାରି,ଗାଲେରୀ ଆଦି ୮ଟି ପମ୍ପ ହାଉସରୁ ତାର କାଟିନେଇଛନ୍ତି। ସେହିଭଳି ଜଗନ୍ନାଥପ୍ରସାଦ ବ୍ଲକର ୩ଟି ପମ୍ପ ହାଉସରୁ ତାର ଚୋରି ହୋଇଛି। ଏହାପୁର୍ବରୁ ପୋଲସରା ବ୍ଲକର ଅଧିକାଂଶ ପମ୍ପ ହାଉସରୁ ତାର କାଟିନେଇଛନ୍ତି। ଏ ନେଇ ଭଞ୍ଜନଗର ଗ୍ରାମ୍ୟ ପାଇପ ଜଳ ଯୋଗାଣ ବିଭାଗ ସହକାରୀ ଯନ୍ତ୍ରୀ ନିହାର ରଞ୍ଜନ ସ୍ବାଇଁଙ୍କୁ ପଚାରିବାରୁ ସେ କହିଛନ୍ତି, ଚୋରି ତାର ସମ୍ପର୍କରେ ଥାନାରେ ଅଭିଯୋଗ ହୋଇଛି। ଗୋଟିଏ ପରେ ଗୋଟିଏ ପମ୍ପ ହାଉସ୍‌କୁ ସଚଳ କରାଯାଉଛି। ସମସ୍ତ ପମ୍ପ ହାଉସକୁ ସଚଳ କରିବା ପାଇଁ ଭଞ୍ଜନଗର ଓ ଜଗନ୍ନାଥପ୍ରସାଦ ଅଞ୍ଚଳରେ ୨୦ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା ଖର୍ଚ୍ଚ ହେବ। ବାହାକପଲ୍ଲୀ ପମ୍ପ ପୋଡ଼ିଯିବା ଯୋଗୁ ଉଲିଦନକୁ ପାଣି ଯୋଗାଣରେ ବ୍ୟାହତ ହୋଇଛି। ମହିଳା ମାନେ ଆନ୍ଦୋଳନ ପାଇଁ ସଜବାଜ ହେବା ଖବରକୁ ସେ ଖଣ୍ଡନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

‘ତ୍ରିଲୋଚନଙ୍କ ବଳିଦାନକୁ ଓଡ଼ିଶା ପୋଲିସ ଭୁଲିବ ନାହିଁ’

ଭଞ୍ଜନଗର,୨।୪(ବାବୁଲା ପ୍ରଧାନ)-ଏପ୍ରିଲ ପହିଲାରେ ଓଡିଶା ପୋଲିସ ପ୍ରତିଷ୍ଠା ଦିବସ ପାଳନ ହେଉଛି। ଏହି ଅବସରରେ ଶହିଦ୍ ଯବାନମାନଙ୍କୁ ପୋଲିସ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଦିଆଯାଉଛି । ଏହିଭଳି ଗଞ୍ଜାମ…

ବରଗଡ଼ରେ ଧରପଗଡ଼, ଅତର୍କିତ ଚଢ଼ାଉ କରି ୧୮ ସାର ବ୍ରିକ୍ରେତାଙ୍କ ଲାଇସେନ୍ସ ରବ୍ଦ

ବରଗଡ଼,୪।୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲାରେ ସାରବିକ୍ରିରେ କଳାବଜାର ତଥା ଅନ୍ୟ ଅନିୟମିତତା ନେଇ କୃଷି ବିଭାଗ ପକ୍ଷରୁ ଧରପଗଡ଼ ଆରମ୍ଭ ହୋଇଛି। ଏହି କ୍ରମରେ ବୁଧବାର ଓ…

ପୂର୍ବ ଶତ୍ରୁତାରୁ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ, ଜାମିନ ନାମଞ୍ଜୁର ପରେ ଅଭିଯୁକ୍ତ…

ଦିଗପହଣ୍ଡି, ୨।୪ (ଅଶେଷ ନାଥ ମିଶ୍ର): ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ କରିବା ଅଭିଯୋଗରେ ଦିଗପହଣ୍ଡି ପୋଲିସ ଜଣେ ବ୍ୟକ୍ତିଙ୍କୁ ଗିରଫ…

ଧରିତ୍ରୀ’ ପ୍ରଭାବ: ପଲିଥିନ୍ ତଳେ ଛଟପଟ ହାନ୍ଦୁଙ୍କୁ ମିଳିବ ସ୍ୱପ୍ନର ପକ୍କା ଘର, ଖବର ପ୍ରକାଶ ପରେ…

ଥୁଆମୂଳ ରାମପୁର, ୨। ୪(ଦୁର୍ଗା କୀର୍ତ୍ତି): ଅସହାୟଙ୍କ ସ୍ୱର ସାଜିଛି ‘ଧରିତ୍ରୀ’। ଖବର ପ୍ରସାରଣର ମାତ୍ର କିଛି ଦିନ ମଧ୍ୟରେ ପ୍ରଶାସନିକ ସ୍ତରରେ ଦେଖାଦେଇଥିବା ତ୍ୱରିତ ପଦକ୍ଷେପ…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri