Train Hijack: ୧୦୦ ଯବାନଙ୍କୁ ହତ୍ୟା, ଆହୁରି…

ଇସ୍‌ଲାମାବାଦ୍‌/କ୍ୱେଟା,୧୩ା୩: ପାକିସ୍ତାନ ଅନେକ ଦଶନ୍ଧି ଧରି ଦକ୍ଷିଣପଶ୍ଚିମ ବେଲୁଚିସ୍ତାନ ପ୍ରଦେଶକୁ ଉପେକ୍ଷା କରିଥିବାରୁ ଏହାର ପ୍ରତିଶୋଧ ସ୍ବରୂପ ବେଲୁଚିସ୍ତାନ ଲିବରେଶନ୍‌ ଆର୍ମି (ବିଏଲ୍‌ଏ) ବିଦ୍ରୋହୀ ମଙ୍ଗଳବାର ଜଫର ଏକ୍ସପ୍ରେସ୍‌କୁ ନାଟକୀୟ ଶୈଳୀରେ ହାଇଜାକ୍‌ କରିଥିବା ଜଣାପଡ଼ିଛି। ପାକିସ୍ତାନ ସେନାର ୧୦୦ ସୈନ୍ୟଙ୍କୁ ବିଏଲ୍‌ଏ ହତ୍ୟା କରିଥିବା ଦାବି କରିଛି। ସମ୍ପୃକ୍ତ ଅଞ୍ଚଳକୁ ପାକିସ୍ତାନ ସରକାର ୨୦୦ କଫିନ୍‌ ପଠାଇଥିବା ନେଇ କେତେକ ରିପୋର୍ଟ ପ୍ରକାଶ ପାଇଛି।

ଏହା ପୂର୍ବରୁ ବିଦ୍ରୋହୀମାନେ ପାକିସ୍ତାନ ସରକାର ବିରୋଧରେ ଅନେକ କାର୍ଯ୍ୟାନୁଷ୍ଠାନ ନେଇଥିଲେ ମଧ୍ୟ ଏତେ ବଡ଼ ଧରଣର ଆକ୍ରମଣ କରି ନ ଥିଲେ। ଏନେଇ ଇସ୍‌ଲାମାବାଦର ବିଶ୍ଳେଷକ ଅବ୍‌ଦୁଲ୍ଲା ଖାନ୍‌ କହିଛନ୍ତି, ଟ୍ରେନ୍‌ ଅପହରଣ ହେଉଛି ଅଦ୍ୟାବଧି ବିଏଲ୍‌ଏ ପକ୍ଷରୁ କରାଯାଇଥିବା ସବୁଠୁ ଘାତକ ଆକ୍ରମଣ। ମୃତାହତଙ୍କ ସଂଖ୍ୟା ସାମ୍ନାକୁ ଆସିଲେ ଦେଶ ଚକିତ ହୋଇଯିବ।

ବେଲୁଚିସ୍ତାନ ହେଉଛି ପାକିସ୍ତାନର ସର୍ବବୃହତ୍‌ ପ୍ରଦେଶ, ଯେଉଁଠି ଦେଶର ସବୁଠୁ କମ୍‌ ଜନସଂଖ୍ୟା ରହିଛି। ଏହି ପ୍ରଦେଶରେ ପ୍ରଚୁର ପ୍ରାକୃତିକ ବାଷ୍ପ, ତୈଳ ଓ ଖଣିଜ ସମ୍ପଦ ରହିଥିଲେ ମଧ୍ୟ ଏହା ଅନ୍ୟ ଅଞ୍ଚଳ ତୁଳନାରେ ଅନୁନ୍ନତ। ପାକିସ୍ତାନ ସରକାର ସେମାନଙ୍କ ପ୍ରତି କରିଆସିଥିବା ଭେଦଭାବପୂର୍ଣ୍ଣ ଆଚରଣ ପ୍ରତିବାଦରେ ୨୦୦୦ ଦଶକରୁ ଆନ୍ଦୋଳନ ଜାରି ରହିଛି। ବିଚ୍ଛିନ୍ନତାବାଦୀମାନେ ବେଲୁଚିସ୍ତାନକୁ ଭିନ୍ନ ଦେଶର ମାନ୍ୟତା ଦାବିରେ ସଶସ୍ତ୍ର ଆନ୍ଦୋଳନ କରିଆସୁଛନ୍ତି।

ମୃତ୍ୟୁସଂଖ୍ୟାକୁ ନେଇ ଦ୍ୱନ୍ଦ୍ୱ
ଅପହୃତ ଟ୍ରେନ୍‌ରେ ଥିବା କେତେଜଣ ପଣବନ୍ଦୀଙ୍କୁ ବିଏଲ୍‌ଏ ବିଦ୍ରୋହୀ ହତ୍ୟା କରିଛନ୍ତି, ସେନେଇ ପ୍ରକୃତ ତଥ୍ୟ ଆସିପାରି ନାହିଁ। ବିଏଲ୍‌ଏ ବୁଧବାର ୫୦ ପଣବନ୍ଦୀଙ୍କୁ ହତ୍ୟା କରିଥିବା ଦାବି କରୁଥବାବେଳେ ପାକିସ୍ତାନୀ ସେନା ଏହି ସଂଖ୍ୟା ୨୧ରେ ସୀମିତ ବୋଲି କହୁଛି। ବିଏଲ୍‌ଏ କହିଛି, ବେଲୁଚିସ୍ତାନ ନ୍ୟାଶନାଲ କୋର୍ଟରେ ଯୁଦ୍ଧ ଅପରାଧ ଅଭିଯୋଗରେ ଏମାନଙ୍କୁ ଦଣ୍ଡିତ କରାଯାଇଛି। ମୃତ୍ୟୁଦଣ୍ଡ ପାଇଥିବା ବ୍ୟକ୍ତିଙ୍କ ମଧ୍ୟରେ ୧୦୦ ପାକିସ୍ତାନୀ ସୈନ୍ୟ ରହିଛନ୍ତି। ଇତିମଧ୍ୟରେ ବିଏଲ୍‌ଏ ହାଇଜାକ୍‌ କରିଥିବା ଟ୍ରେନ୍‌ରେ ବିସ୍ଫୋରଣ ବେଳର ଭିଡିଓ ଜାରି କରିଛି। ଅନ୍ୟପକ୍ଷେ ପାକିସ୍ତାନୀ ସେନା ପକ୍ଷରୁ ଜାରି ଏକ ବିବୃତିରେ କୁହାଯାଇଛି ଯେ, ବିଏଲ୍‌ଏ ବିଦ୍ରୋହୀଙ୍କ କବଳରୁ ପାକିସ୍ତାନୀ ସେନା ୩୪୬ରୁ ଊର୍ଦ୍ଧ୍ୱ ପଣବନ୍ଦୀଙ୍କୁ ଉଦ୍ଧାର କରିଛି। ତେବେ ଅନେକ ପଣବନ୍ଦୀଙ୍କୁ ବିଦ୍ରୋହୀମାନେ ହତ୍ୟା କରିଛନ୍ତି। ଏବେ ବି ଅପରେଶନ୍‌ ଜାରି ରହିଛି ବୋଲି ବୁଧବାର ପାକିସ୍ତାନ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ପଣବନ୍ଦୀଙ୍କୁ ମୁକ୍ତ କରିବା ପାଇଁ ଚାଲିଥିବା ଅଭିଯାନ ବେଳେ ଅପହରଣକାରୀ ୩୩ ଉଗ୍ରପନ୍ଥୀ ନିହତ ହୋଇଥିବା ସେନା କହିଛି।

ପ୍ରାୟ ୪୫୦ ଯାତ୍ରୀଙ୍କୁ ନେଇ କ୍ୱେଟାରୁ ପେଶାଓ୍ବର ଅଭିମୁଖେ ଯାତ୍ରା କରୁଥିବା ଜଫର ଏକ୍ସପ୍ରେସ୍‌କୁ ମଙ୍ଗଳବାର ବେଲୁଚିସ୍ତାନ ପ୍ରଦେଶର ଏକ ଟନେଲ୍‌ରେ ବିଏଲ୍‌ଏ ବିଦ୍ରୋହୀ ହାଇଜାକ୍‌ କରିନେଇଥିଲେ। ବିଏଲ୍‌ଏ ଉଗ୍ରପନ୍ଥୀମାନଙ୍କୁ ଜେଲରୁ ମୁକ୍ତକଲେ ପଣବନ୍ଦୀଙ୍କୁ ଛାଡ଼ିବେ ବୋଲି ସର୍ତ୍ତ ରଖିଥିଲେ। ତେବେ ପାକିସ୍ତାନୀ ସେନା ସେମାନଙ୍କ ଦାବିକୁ ଅଗ୍ରାହ୍ୟ କରିଦେଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ମୋହନାରୁ ବ୍ରହ୍ମପୁର ଚୋରା ଚାଲାଣ ବେଳେ ଧରାପଡ଼ିଲେ ୨ ଗଞ୍ଜେଇ ବେପାରୀ: ୨୩ କେଜି ଗଞ୍ଜେଇ ସହ…

ଦିଗପହଣ୍ଡି ,୨୯।୯ ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ପାଟପୁର ପୋଲିସ ଟିମ୍ ମଙ୍ଗଳବାର ଅପରାହ୍ନରେ ଗଞ୍ଜେଇ ଚୋରା ଚାଲାଣ ପଣ୍ଡ କରିବା ସହ ଏକ ଗଞ୍ଜେଇ…

ଦିଗପହଣ୍ଡି ବିଧାୟକ ସିଦ୍ଧାନ୍ତ ମହାପାତ୍ରଙ୍କ ବିରୋଧରେ ମହାମେଳି: ଅସନ୍ତୋଷ ଝାଡ଼ିଲେ ବରିଷ୍ଠ ନେତା, ପଞ୍ଚାୟତ ନିର୍ବାଚନ ପୂର୍ବରୁ…

ଦିଗପହଣ୍ଡି,୨୯।୯ ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀର ବରିଷ୍ଠ ଭାଜପା କାର୍ଯ୍ୟକର୍ତ୍ତାଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ବିଧାୟକ ଡ. ସିଦ୍ଧାନ୍ତ ମହାପାତ୍ର ବରିଷ୍ଠ…

ରାଜନଗରରେ ସୁଜାତାଙ୍କ ସନ୍ଦେହଜନକ ମୃତ୍ୟୁ: ଶାଶୂଘର ଲୋକଙ୍କ ବିରୋଧରେ ହତ୍ୟା ଅଭିଯୋଗ, ସ୍ୱାମୀଙ୍କୁ ଅଟକ ରଖିଲା…

ରାଜନଗର,୨୯।୯(ଭାସ୍କର ରାଉତରାୟ): ରାଜନଗର ଥାନା ଅନ୍ତର୍ଗତ ସାନବଡ଼ ଗୋପାଳପୁର ପଞ୍ଚାୟତ ଗୋସିଗାଁର ଇନ୍ଦ୍ରମଣି ରାଉତଙ୍କ ବୋହୂ ସୁଜାତା ପ୍ରଧାନଙ୍କର ସନ୍ଦେହଜନକ ମୃତ୍ୟୁ ଘଟିଛି। ଏହି ଘଟଣାରେ ଶାଶୂଘର…

ବଦଳିବ ଗ୍ରହଙ୍କ ଚାଲ୍: ବୁଧ-ମଙ୍ଗଳଙ୍କ ଯୋଗରୁ ଖୋଲିଯିବ ୪ଟି ରାଶିର ଭାଗ୍ୟ, ହେବେ ମାଲାମାଲ୍!

ଜ୍ୟୋତିଷ ଶାସ୍ତ୍ରରେ ଗ୍ରହମାନଙ୍କର ସ୍ଥିତି ଏବଂ ସେମାନଙ୍କ ମଧ୍ୟରେ ସୃଷ୍ଟି ହେଉଥିବା ସମ୍ପର୍କକୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ମନେକରାଯାଏ। ଦୁଇଟି ଗ୍ରହ ପରସ୍ପରଠାରୁ ଏକ ବିଶେଷ କୋଣରେ ଅବସ୍ଥାନ…

ଟ୍ରାଫିକ ଚାଲାଣ ବାକିଥିଲେ କଟିବ ଘର ଲାଇନ୍‌! ସୁପ୍ରିମକୋର୍ଟ କହିଲେ ବଡ଼କଥା

ନୂଆଦିଲ୍ଲୀ,୨୯।୯: ଗାଡ଼ି ଚଳାଉଛନ୍ତି କି? ତେବେ ଆପଣଙ୍କ ପାଇଁ ଆସିଛି ଗୁରୁତ୍ୱପୂର୍ଣ୍ଣ ଖବର। ଟ୍ରାଫିକ୍‌ ନିୟମ ଉଲ୍ଲଂଘନ କରି ଇ-ଚାଲାଣ କଟିବା ପରେ ଦୀର୍ଘଦିନ ଧରି ଜରିମାନା…

PNB ଘୋଟାଲାରେ ବଡ଼ ସଫଳତା! ନୀରବ ମୋଦିଙ୍କ ସହଯୋଗୀ ସନ୍ଦୀପ ମିସ୍ତ୍ରୀଙ୍କୁ UAEରୁ ଅଣାଗଲା ଭାରତ, ଗିରଫ କଲା CBI

ମୁମ୍ବାଇ,୨୯।୯: ନୀରବ ମୋଦିଙ୍କ ସହ ଜଡ଼ିତ ବହୁଚର୍ଚ୍ଚିତ PNB (ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ) ଘୋଟାଲାରେ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା (CBI)କୁ ମିଳିଛି ବଡ଼ ସଫଳତା। ଏହି ମାମଲାରେ…

ମୁଖ୍ୟମନ୍ତ୍ରୀ ବିଜୟ ‘ମାମା’ଙ୍କ ସୁନା ମୁଦି କିପରି ନବଜାତ ଶିଶୁଙ୍କ ପାଇଁ ହୋଇପାରେ କ୍ଷତିକାରକ: ଅଭିଭାବକମାନେ ମାନନ୍ତୁ…

ଚେନ୍ନାଇ,୨୯।୯: ତାମିଲନାଡୁର ମୁଖ୍ୟମନ୍ତ୍ରୀ ସି. ଜୋସେଫ ବିଜୟ ସୋମବାର ନିଜର ଏକ ନିର୍ବାଚନୀ ପ୍ରତିଶ୍ରୁତି ପୂରଣ କରିବା ଆରମ୍ଭ କରିଛନ୍ତି। ସେପ୍ଟେମ୍ବର ୨୮ରେ, ସେ ରାଜ୍ୟର ନବଜାତ…

ପାକିସ୍ତାନ ସହ ଏହି ଦିନ ସେମି-ଫାଇନାଲ ଖେଳିବ ଭାରତ; ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ ନୋଟ କରି ନିଅନ୍ତୁ

ନୂଆଦିଲ୍ଲୀ,୨୯।୯: ୨୦୨୬ ଏସୀୟ କ୍ରୀଡ଼ାର କ୍ରିକେଟ ପ୍ରତିଯୋଗିତା ବର୍ତ୍ତମାନ ସୁଦ୍ଧା କେବଳ ମାନ୍ୟତା (ରାଙ୍କିଙ୍ଗ) ଆଧାରରେ ଆଗକୁ ବଢ଼ିଛି। ଭାରତ, ପାକିସ୍ତାନ, ଶ୍ରୀଲଙ୍କା ଏବଂ ବାଂଲାଦେଶ ଏପର୍ଯ୍ୟନ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?