Posted inଗଜପତି

ଲୋକେ ପିଉଛନ୍ତି ଦୂଷିତ ପାଣି

ଆର.ଉଦୟଗିରି/ପାରଳାଖେମୁଣ୍ଡି, ୧୪ା୨(ଡି.ଏନ.ଏ.) ମୋହନା ବ୍ଲକ ଅନ୍ତର୍ଗତ ଗୁଲୁବା ପଞ୍ଚାୟତର ଦୁରିଙ୍ଗିଗୁଡା ଗ୍ରାମରେ ପାନୀୟ ଜଳ ଯୋଗାଣ ଯୋଜନା ଫେଲ୍‌ ମାରିଛି। ରାଜ୍ୟ ସରକାର ରାଜ୍ୟବାସୀଙ୍କ ହିତ ପାଇଁ ଜନ୍ମଠାରୁ ମୃତ୍ୟୁ ପର୍ଯ୍ୟନ୍ତ ଅନେକ ଯୋଜନା କରିଚାଲିଛନ୍ତି। କିନ୍ତୁ ଉପାନ୍ତ ଗ୍ରାମଗୁଡିକରେ ସେହି ସବୁ ଯୋଜନା ଫଳପ୍ରଦ ହୋଇପାରୁନି। ଗ୍ରାମାଞ୍ଚଳ ଓ ସହରାଞ୍ଚଳ ଲୋକଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ନିମନ୍ତେ ରାଜ୍ୟ ଓ କେନ୍ଦ୍ର ସରକାର କୋଟି କୋଟି ଟଙ୍କା ମଞ୍ଜୁର କରୁଛନ୍ତି। ହେଲେ ପ୍ରଶାସନର ଅପାରଗତା ସାଙ୍ଗକୁ ନିର୍ବାଚିତ ପ୍ରତିନିଧିଙ୍କ ଇଚ୍ଛାଶକ୍ତିର ଅଭାବ ଯୋଗୁ ସବୁ ଯୋଜନା ବାଟବଣା ହୋଇଯାଉଛି। ଏଭଳି ଏକ ଜଳକ୍ଳିଷ୍ଟ ଗାଁ ହେଉଛି ମୋହନା ବ୍ଲକର ଗୁଲୁବା ପଞ୍ଚାୟତ ଅଧୀନ ଦୁରିଙ୍ଗିଗୁଡା ଗ୍ରାମ। ଦୀର୍ଘ ବର୍ଷ ଧରି ଏହି ଗ୍ରାମବାସୀ ଚୁଆଁର ଦୂଷିତ ଜଳକୁ ପାନୀୟ, ରୋଷେଇ, ଲୁଗା ସଫା, ସ୍ନାନ ଓ ଶୌ ଭାବେ ବ୍ୟବହାର କରି ଆସୁଛନ୍ତି। ଗୁଲୁବା ପଞ୍ଚାୟତ କାର୍ଯ୍ୟାଳୟଠାରୁ ମୁଠାଗୁଡା ଗ୍ରାମକୁ ଯାଇଥିବା ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ପାର୍ଶ୍ୱରେ ରହିଛି ଏହି ଗ୍ରାମ। ଏହି ଚୁଆଁର ଦୂଷିତ ଜଳକୁ ଗ୍ରାମର ପୁରୁଣା ସାହି ଓ ନୂଆସାହିର ଲୋକେ ବର୍ଷ ବର୍ଷ ଧରି ବ୍ୟବହାର କରୁଛନ୍ତି। ଫଳରେ ବିଭିନ୍ନ ରୋଗରେ ଆକ୍ରାନ୍ତ ହେଉଥିବା କହିଛନ୍ତି। ଆଗକୁ ଗ୍ରୀଷ୍ମ ଋତୁ ଆସୁଥିବାରୁ ଜଳ କଷ୍ଟ ଦୂର ପାଇଁ ଗ୍ରାମରେ ଗୋଟିଏ ବି ନଳକୂପ ନ ଥିବାରୁ ତୁରନ୍ତ ଦୁଇଟି ସାହିରେ ୨ଟି ନଳକୂପ ଖନନ କରିବା ପାଇଁ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କାମରେ ଆସୁନି ସୁଲଭ ଶୌଚାଳୟ, ୫ ଲକ୍ଷ ଟଙ୍କା ବିନିମୟରେ…

ମୋହନା,୨୮ା୧୨(ମନ୍ମଥ ମିଶ୍ର): ଗଜପତି ଜିଲାର ମୋହନା ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ଭାବେ ବେଶ ପରିଚିତ। ୩୯ଟି ପଞ୍ଚାୟତକୁ ନେଇ ମୋହନା ବ୍ଲକ ବାଣିଜ୍ୟ ବ୍ୟବସାୟର...

ଲେଡ଼ବନ୍ଧ ବୁଲାଣିରେ କାର-ବାଇକ୍‌ ମୁହାଁମୁହିଁ ଧକ୍କା: ମା’ ଗୁରୁତର, ଶିଶୁ ସହ ଦାଦା… 

ମୋହନା,୨୬।୧୨(ମନ୍ମଥ ମିଶ୍ର): ବୁଲାଣିରେ କାର- ବାଇକ ମୁହାଁ ମୁହିଁ ଧକ୍କା। ଜଣେ ମହିଳା ଗୁରୁତର। ସେ ହେଲେ ପ୍ରଭାବତୀ ମଳିକ(୨୦)। ତାଙ୍କ ଅବସ୍ଥା ଗୁରୁତର ଥିବାରୁ...

ଶଟ ସର୍କିଟ୍‌ରୁ ଜଳିଗଲା ଘର

ପାରଳାଖେମୁଣ୍ଡି,୨୬ା୧୨(ଗିରିଧାରୀ ପରିଚ୍ଛା): ପାରଳାଖେମୁଣ୍ଡି ପୌରପରିଷଦ ୬ ନଂ.ୱାର୍ଡ ଅନ୍ତର୍ଗତ ରେଲିସେରି ସାହିର ଜଣେ ବ୍ୟକ୍ତିଙ୍କ ଘରେ ସର୍ଟସର୍କିଟ ଯୋଗୁଁ ନିଆଁଲାଗି ଘରର ସମସ୍ତ ଆସବାବପତ୍ର ପୋଡି...

ରାଜ୍ୟସ୍ତରୀୟ ବିଜ୍ଞାନ ମେଳାରେ କେ ଏମ ଭାଲିଆସାହି ଛାତ୍ରୀ, ଶୁଭେଚ୍ଛା ଜ୍ଞାପନ କରି…

ମୋହନା,୨୫ ।୧୨(ମନ୍ମଥ ମିଶ୍ର ): କେଉଁ ଆଦିମ କାଳରୁ ବିଜ୍ଞାନ ମନୁଷ୍ୟ ସମାଜର ଅଶେଷ ହିତ ସାଧନ କରି ଆସିଅଛି।ବିଜ୍ଞାନ ବିନା ସମାଜର ଉନ୍ନତିର ପରିକଳ୍ପନା...

ଠକ ସଂସ୍ଥାର ୩ ଅଧିକାରୀ ଅଟକ: ଚାକିରି, ଋଣ କରାଇଦେବେ କହି ନେଉଥିଲେ ଟଙ୍କା

ପାରଳାଖେମୁଣ୍ଡି,୨୩ା୧୨(ଗିରିଧାରୀ ପରିଚ୍ଛା): ଗଜପତି ଜିଲାର ବେକାର ଯୁବତୀ ଯୁବକଙ୍କୁ ବିଭିନ୍ନ ଚାକିରି ଆଉ ସେମାନଙ୍କ ପାଇଁ ଋଣ କରାଇଦେବା ଏବଂ ଘରେ ବସି ଡିଜିଟାଲରେ ଟଙ୍କା...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ମହେନ୍ଦ୍ରଗିରିରେ ୨ ପର୍ଯ୍ୟଟକ ଭରା ଗାଡ଼ି ଦୁର୍ଘଟଣା: ଘାଟିରୁ ଖସି…

ଗଜପତି,୨୧ା୧୨(ଗିରିଧାରୀ ପରିଚ୍ଛା): ଢେଙ୍କାନାଳ ଓ କଟକ ଅଞ୍ଚଳରୁ ଭରା ପର୍ଯ୍ୟଟକ ଥିବା ଦୁଇ ଗାଡ଼ି ଆସି ପବିତ୍ର ମହେନ୍ଦ୍ରଗିରି ଭ୍ରମଣ କରିଥିଲେ। ତେବେ ମହେନ୍ଦ୍ର ଦର୍ଶନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri