ପାଣି ପାଇଁ ଲୋକେ ହନ୍ତସନ୍ତ

କୋରୁକୋଣ୍ଡା ୧୩।୩(ଡି.ଏନ.ଏ): ପାଣି ପାଇଁ ଲୋକେ ହନ୍ତସନ୍ତ। ଏଭଳି ଘଟଣା ମାଲକାନଗିରି ଜିଲା କୋରୁକୋଣ୍ଡା ବ୍ଲକ ସଦରରେ ଦେଖିବାକୁ ମିଳିଛି । ବ୍ଲକ ସଦର ଇରିକେଶନ କୋଲନିଠାରୁ ମାଝି ମୁଣ୍ଡା ପୋଖରୀ ପର୍ଯ୍ୟନ୍ତ ପ୍ରାୟ ୪୦ରୁ ୫୦ପରିବାର ରହୁଛନ୍ତି। ଏହି ଅଞ୍ଚଳ ମଧ୍ୟରେ ଦୁଇଗୋଟି ନଳକୂପ ରହିଥିବା ବେଳେ ନଳକୂପ ପାଣି ପିଇବା ଉପଯୋଗୀ ହୋଇ ନ ଥିବାରୁ ତାକୁ କେହିମଧ୍ୟ ବ୍ୟବହାର କରୁନାହାନ୍ତି। ଏହାକୁ ନେଇ ଅଞ୍ଚଳବାସୀ ପ୍ରଶାସନକୁ ଜଣାଇଥିଲେ। ଏହାପରେ କୋରୁକୋଣ୍ଡା ବ୍ଲକ ସଦର ଡାକ୍ତରଖାନା ପରିସରରେ ଥିବା ପାଣି ଟାଙ୍କିରୁ ଉକ୍ତ ଅଞ୍ଚଳକୁ ପାଇପ ଯୋଗେ ପାଣି ଯୋଗାଇଦେବାକୁ ସ୍ଥାନୀୟ ପ୍ରଶାସନ ନିଷ୍ପତ୍ତି ନେବା ସହ ୮ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ଆଠ ଗୋଟି ଷ୍ଟାଣ୍ଡପୋଷ୍ଟ ପଏଣ୍ଟ ଦିଆଗଲା । କିନ୍ତୁ ପଏଣ୍ଟ ଦିଆଯିବାର ମାତ୍ର ୧୫ରୁ ୨୦ଦିନ ପାଣି ଆସିବା ପରେ ବର୍ତ୍ତମାନ ଦୁଇମାସରୁ ଅଧିକ ସମୟ ହେଲା ପାଣି ବନ୍ଦ ହୋଇଯାଇଥିବା ଅଞ୍ଚଳବାସୀ କହିଛନ୍ତି। ଏନେଇ ବିଭାଗୀୟ ଯନ୍ତ୍ରୀ ସୁଗଦ ଚରଣ ହେମ୍ବରମଙ୍କୁ ପଚାରିବାରୁ ସେ କହିଛନ୍ତି ଉକ୍ତ ପାଣି ଟଙ୍କିଟି ଡାକ୍ତରଖାନା ପରିସର ମଧ୍ୟରେ ହୋଇଥିବାରୁ ବାହାରକୁ ପାଣି ଯୋଗାଇବା ସମ୍ଭବ ପର ହେଉନାହିଁ । ଏଣୁ ଆଗାମୀ ଦିନରେ କିଛି ଅନ୍ୟ ଉପାୟ କରି ସେହି ଅଞ୍ଚଳକୁ ପାଣି ଯୋଗାଇ ଦିଆଯିବ ବୋଲି କହିଛନ୍ତି। ତେବେ ସପ୍ତାହ ମଧ୍ୟରେ ଯଦି ଉକ୍ତ ଅଞ୍ଚଳକୁ ପାଣି ଯୋଗାଇ ନ ଦିଆଯିବ ତେବେ ଅଞ୍ଚଳବାସୀ ଆଗାମୀ ଦିନରେ ପଞ୍ଚାୟତ ସମିତି ଘେରାଉ କରିବାକୁ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡିରେ ଚାଞ୍ଚଲ୍ୟ: ପୋଖରୀରେ ମାଛଧରୁଥିବା ବେଳେ ଜାଲରେ କୁମ୍ଭୀର…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ଘୋଡ଼ାହାଡ଼ ଡ୍ୟାମ ରାସ୍ତାର ସନ୍ଥ ଅରକ୍ଷିତ ଛକରେ ଥିବା ପୋଖରୀରୁ କୈବର୍ତ୍ତମାନେ ଶୁକ୍ରବାର ସକାଳେ ମାଛ ଧରୁଥିବା ବେଳେ ଜାଲରେ…

ତାମିଲନାଡୁ ବିଧାନସଭା ନିର୍ୱାଚନ: ଭାଜପା ପ୍ରାର୍ଥୀ ତାଲିକାରେ ଆନ୍ନାମଲାଇଙ୍କ ନାମ ନାହିଁ

ଚେନ୍ନାଇ,୩ା୪: ତାମିଲନାଡୁ ବିଧାନସଭା ନିର୍ୱାଚନ ପାଇଁ ଭାଜପା ଶୁକ୍ରବାର ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ହେଲେ ଦଳର ପୂର୍ୱତନ ରାଜ୍ୟ ସଭାପତି କେ. ଆନ୍ନାମଲାଇଙ୍କ ନାମ ଉକ୍ତ…

ପ୍ରପର୍ଟି କାଗଜପତ୍ର ନାହିଁ, ତଥାପି ମିଳିପାରିବ ହୋମ୍‌ ଲୋନ୍‌? ଜାଣନ୍ତୁ କ’ଣ କହୁଛି ବ୍ୟାଙ୍କ ନିୟମ

ନୂଆଦିଲ୍ଲୀ,୩।୪: ନିଜର ଏକ ସୁନ୍ଦର ଘରଟିଏ କରିବା ସମସ୍ତଙ୍କର ସ୍ବପ୍ନ ଥାଏ। ଏହି ସ୍ବପ୍ନକୁ ସାକାର କରିବାରେ ‘ହୋମ ଲୋନ୍‌’ ବା ଗୃହ ଋଣ ଏକ ମୁଖ୍ୟ…

କାଳବୈଶାଖୀ ତାଣ୍ଡବ: ଟଳିପଡ଼ିଲେ ଗୋଟିଏ ପରେ ଗୋଟିଏ ଗୋରୁ…

ମୋହନା,୪।୩(ମନ୍ମଥ ମିଶ୍ର): କାଳବୈଶାଖୀରେ ଆଖି ବୁଜିଲେ ୪ ଗୋରୁ। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଗଜପତି ଜିଲା ମୋହନା ବ୍ଲକ ମେରାପଲ୍ଲୀ ପଞ୍ଚାୟତ ବନ୍ଧାଗୁଡା ଗାଁରେ।…

ବିଜୁଳି ଖୁଣ୍ଟରେ ପିଟିହେଲା ଟ୍ରାକ୍ଟର, ଆଉ ତା’ପରେ…

ବାଲିଶଙ୍କରା,୩ା୪(ହୃଦାନନ୍ଦ ବାରିକ): ସୁନ୍ଦରଗଡ଼ ଜିଲା ତଳସରା ଥାନା ଅଧୀନ ସାକୁଶପାନୀ ଗ୍ରାମରେ ଶୁକ୍ରବାର ବିଜୁଳି ଖୁଣ୍ଟରେ ଏକ ଟ୍ରାକ୍ଟର ପିଟି ହୋଇ ଦୁର୍ଘଟଣାଗ୍ରସ୍ତ ହୋଇଛି। ଦୁର୍ଘଟଣାରେ ଟ୍ରାକ୍ଟର…

ଧୋନୀ, କପିଲଙ୍କୁ କ୍ଷମା ମାଗିଲେ ଯୁବରାଜ, କାହିଁକି ଜାଣନ୍ତୁ…

ନୂଆଦିଲ୍ଲୀ,୩ା୪: କିମ୍ୱଦନ୍ତୀ ଅଲରାଉଣ୍ଡର ଯୁବରାଜ ସିଂଙ୍କ ବାପା ଯୋଗରାଜ ସିଂ କିଛି ବର୍ଷ ତଳେ ଦେଶର ଦୁଇ ମହାନ୍‌ କ୍ରିକେଟ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଓ…

ଏମିତି ବି ଆସେ ମୃତ୍ୟୁ: ରାତିରେ ଖାଇପିଇ ଶୋଇଲେ ସକାଳକୁ…

ପାତ୍ରପୁର,୩।୪(ଉମାଚରଣ ନେପାକ): ଗଞ୍ଜାମ ଜିଲା ପାତ୍ରପୁର ବ୍ଲକ କୋଳିହଳା ଗ୍ରାମର ବାସୁଦେବ ବେହେରା(୪୫)କୋଏମ୍ବାଟୁରର ଏକ ସୁତା କଳରେ ଦାଦନ ଖଟୁଥିବା ବେଳେ ଗୁରୁବାର ରାତିରେ ହୃଦଘାତରେ ତାଙ୍କର…

ବନ୍ଧୁ ମିଳନ ନାମରେ ବଳ କଷିଲେ ଯୁବ ଗୋଷ୍ଠୀ: ସାମିଲ ହେଲେ ଶହ ଶହ…

ଗଞ୍ଜାମ,୩।୪(ବିଦ୍ୟାଧର ସାହୁ ): ୧୬ ନଂ ଜାତୀୟ ରାଜପଥ ପାର୍ଶ୍ୱରେ ଥିବା ମା’ ଏଲେମା ମନ୍ଦିର ପ୍ରାଙ୍ଗଣରେ ଗଞ୍ଜାମ ସହରର ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଶୁକ୍ରବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri