Posted inଖେଳ

ବର୍ଡର-ଗାଭାସ୍କର ଟ୍ରଫି ଜିତିଲା ଭାରତ

ଅହମ୍ମଦାବାଦ,୧୩।୩: ଗୁଜରାଟର ନରେନ୍ଦ୍ର ମୋଦି କ୍ରିକେଟ ଷ୍ଟାଡିୟମରେ ଖେଳାଯାଉଥିବା ବର୍ଡର-ଗାଭାସ୍କର ଟ୍ରଫିର ଅନ୍ତିମ ତଥା ଚତୁର୍ଥ ଟେଷ୍ଟ ମ୍ୟାଚ୍‌ ଡ୍ର ହୋଇଛି। ଫଳରେ ଭାରତ ୨-୧ରେ ଅଷ୍ଟ୍ରେଲିଆକୁ ହରାଇ ସିରିଜ କବଜା କରିଛି। ନାଗପୁର ଏବଂ ଦିଲ୍ଲୀରେ ଟେଷ୍ଟ ମ୍ୟାଚ୍‌ ଜିତି ୪ ମ୍ୟାଚ ବିଶିଷ୍ଟ ସିରିଜ୍‌ରେ ଭାରତ ୨-୦ରେ ଆଗୁଆ ରହିଥିଲା। ହେଲେ ଇନ୍ଦୋର ମ୍ୟାଚ୍‌ରେ ଟିମ୍‌ ଇଣ୍ଡିଆର ପରାଜୟ ପରେ ଟେଷ୍ଟ ସିରିଜରେ ୨-୧ ସ୍ଥିତିକୁ ଚାଲିଆସିଥିଲା। ଏବେ ଚତୁର୍ଥ ଟେଷ୍ଟ ଡ୍ର ରହିବାରୁ ଭାରତ ୨-୧ରେ ବର୍ଡର-ଗାଭାସ୍କର ଟ୍ରଫି ବିଜୟୀ ହୋଇଛି।

ପ୍ରଥମ ଇନିଂସରେ ୧୮୬ ରନ୍‌ର ଇନିଂସ ଖେଳିଥିବା ବିରାଟ କୋହଲିଙ୍କୁ ମ୍ୟାଚ ଶ୍ରେଷ୍ଠ ଖେଳାଳି ଭାବେ ପୁରସ୍କୃତ କରାଯାଇଛି। ବିରାଟ ମ୍ୟାଚର ଚତୁର୍ଥ ଦିନରେ ଶତକ ହାସଲ କରିଥିଲେ। ଦୀର୍ଘ ଦିନ ପରେ ବିରାଟଙ୍କ ବ୍ୟାଟରୁ ଟେଷ୍ଟ ଶତକ ଦେଖିବାକୁ ମିଳିଥିଲା। ସେହିପରି ରବୀନ୍ଦ୍ର ଜାଡେଜା ଏବଂ ଅଶ୍ୱିନଙ୍କୁ ମିଳିତ ଭାବେ ମ୍ୟାନ ଅଫ୍‌ ଦି ସିରିଜ ପୁରସ୍କୃତ କରାଯାଇଛି।

ଅନ୍ୟପକ୍ଷେ ଶ୍ରୀଲଙ୍କା ବିପକ୍ଷରେ ନ୍ୟୁଜିଲାଣ୍ଡ ଟେଷ୍ଟ ମ୍ୟାଚ୍‌ ଜିତିବାରୁ ଭାରତ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପର ଫାଇନାଲରେ ପହଞ୍ଚିବାର ସୁଯୋଗ ପାଇଛି। ଅଷ୍ଟ୍ରେଲିଆ ଓ ଭାରତ ଜୁନ ୭ରୁ ଲଣ୍ଡନର ଓଭାଲରେ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ ଫାଇନାଲ ମ୍ୟାଚ ଖେଳାଯିବ।

ଅନ୍ତିମ ଟେଷ୍ଟରେ ଅଷ୍ଟ୍ରେଲିଆ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିଥିଲା। ଉସମାନଙ୍କ ୧୮୦ ଓ କାମେରନଙ୍କ ୧୧୪ ରନ୍‌ ବଳରେ ଅଷ୍ଟ୍ରେଲିଆ ପ୍ରଥମ ଇନିଂସରେ ୪୮୦ ରନ୍‌ କରିଥିଲା। ଜବାବ ଭାରତ ବିରାଟ କୋହଲିଙ୍କ ୧୮୬ ଏବଂ ଶୁବମନ ଗିଲଙ୍କ ୧୨୮ ରନର ଦମ୍‌ଦାର ପ୍ରଦର୍ଶନ ଯୋଗୁ ଭାରତ ପ୍ରଥମ ଇନିଂସରେ ୫୭୧ ରନ୍‌ କରିଥିଲା। ହେଲେ ଅଷ୍ଟ୍ରେଲିଆ ପଞ୍ଚମ ଦିନରେ ଦ୍ୱିତୀୟ ଇନିଂସରେ ୧୭୫ ରନ୍‌ କରି ୨ ଉଇକେଟ ହରାଇଥିଲା। ହେଲେ ପରବର୍ତ୍ତୀ ସମୟରେ ଅମ୍ପାୟରଙ୍କ ନିଷ୍ପତି କ୍ରମେ ମ୍ୟାଚକୁ ଡ୍ର ଘୋଷଣା କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଭାରତୀୟ ଦଳରେ ସ୍ଥାନ ପାଇବା ନେଇ ବରୁଣ ଚକିତ

ଶାରଜା : ଭାରତୀୟ ଟି୨୦ ଦଳରେ ସ୍ଥାନ ପାଇବା ପରେ ସ୍ପିନର ବରୁଣ ଚକ୍ରବର୍ତ୍ତୀ ଚକିତ ହେବା ସହ ଏହାକୁ ବିଶ୍ୱାସ କରିପାରି ନ ଥିଲେ।...

ଦ୍ୱିତୀୟ ଟେଷ୍ଟ: ସୁବିଧାଜନକ ସ୍ଥିତିରେ ଇଂଲଣ୍ଡ

କେପ୍‌ ଟାଉନ,୫।୧(ଏଏଫ୍‌ପି)- ଷ୍ଟୁଆର୍ଟ ବ୍ରଡ ଓ ଜେମ୍ସ ଆଣ୍ଡରସନଙ୍କ ଦମ୍‌ଦାର ବୋଲିଂ ପ୍ରଦର୍ଶନ ବଳରେ ଇଂଲଣ୍ଡ ଏଠାରେ ଚାଲିଥିବା ଘରୋଇ ଦକ୍ଷିଣ ଆଫ୍ରିକା ବିପକ୍ଷ ଦ୍ୱିତୀୟ...

ଥଣ୍ଡା ପରିବେଶ ନ୍ୟୁଜିଲାଣ୍ଡକୁ ସୁହାଇପାରେ

ନୂଆଦିଲ୍ଲୀ, ୨୬।୫-ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ ଫାଇନାଲ ଆଗାମୀ ଜୁନ୍‌ ୧୮ରୁ ଇଂଲଣ୍ଡର ସାଉଥାମ୍ପଟନଠାରେ ଆରମ୍ଭ ହେବ। କେଉଁ ଦଳ ଫାଇଦାରେ...

ହାମିଲଟନଙ୍କୁ ପୋଲ ପୋଜିଶନ

ମୁଗେଲୋ (ଇଟାଲୀ), ୧୩ା୯ (ଏପି)-ଟସ୍କାନ ଫର୍ମୁଲା ଓ୍ବାନ୍‌ ଗ୍ରାଁ ପ୍ରି ମୋଟର ରେସ୍‌ ପାଇଁ ଲୁଇସ୍‌ ହାମିଲଟନ ତାଙ୍କ ମର୍ସିଡିଜ୍‌ ଟିମ୍‌ମେଟ୍‌ ଭାଲଟେରି ବୋଟାସ୍‌ଙ୍କୁ .୦୫୯...

‘ବିଶ୍ୱର ଶ୍ରେଷ୍ଠ ୩ ପେସରଙ୍କ ମଧ୍ୟରେ ଶାମି ଜଣେ’

ସେଞ୍ଚୁରିଆନ,୩୦।୧୨: ମହମ୍ମଦ ଶାମି ବିଶ୍ୱର ଶ୍ରେଷ୍ଠ ୩ ପେସରଙ୍କ ମଧ୍ୟରୁ ଜଣେ। ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ଟେଷ୍ଟକୁ ୧୧୩ ରନ୍‌ରେ ଜିତିବା ପରେ ଭାରତୀୟ...

ନିଜ ରେକର୍ଡ ଭାଙ୍ଗିଲେ ସୁନା ପୁଅ

ଷ୍ଟକହୋମ,୧।୭: ଟୋକିଓ ଅଲିମ୍ପିକ୍ସରେ ସ୍ବର୍ଣ୍ଣ ପଦକ ଜିତିଥିବା ନୀରଜ ଚୋପ୍ରା ଗୋଟିଏ ପରେ ଗୋଟିଏ ରେକର୍ଡ ସୃଷ୍ଟି କରୁଛନ୍ତି। ନିକଟରେ ଅନୁଷ୍ଠିତ ପାଭୋ ନୁରମି ଆଥଲେଟିକ୍ସ...

ଲିସା କେଟଲୀ ଇଂଲଣ୍ଡ ମହିଳା କୋଚ୍‌

ଲଣ୍ଡନ, ୩୧।୧୦(ଏଏଫ୍‌ପି)- ପୂର୍ବତନ ଅଷ୍ଟ୍ରେଲୀୟ ମହିଳା କ୍ରିକେଟର ଲିସା କେଟଲୀଇଂଲଣ୍ଡ ମହିଳା ଦଳର ଫୁଲ ଟାଇମ୍‌ କୋଚ୍‌ ହିସାବରେ ନିଯୁକ୍ତ ପାଇଛନ୍ତି। ସେ ପ୍ରଥମ ମହିଳା...

ମାତ୍ର ୫୦ ଲକ୍ଷରେ ବିକ୍ରି ହେଲେ ରାହାନେ

କୋଚି,୨୩।୧୨: ଅଷ୍ଟ୍ରେଲିଆରେ ଭାରତକୁ ଟେଷ୍ଟ ସିରିଜରେ ଐତିହାସିକ ବିଜୟ ଭେଟି ଦେଇଥିବା ଅଧିନାୟକ ଅଜିଙ୍କ୍ୟ ରାହାନେଙ୍କୁ କିଣିଛି ଚେନ୍ନାଇ ସୁପର କିଙ୍ଗ୍ସ। ଶୁକ୍ରବାର ଚାଲିଥିବା ମିନି...

Advertisement
Archives

Model This Week