ଦୁର୍ଗମ ଅଞ୍ଚଳରେ କରୁଣ ଚିତ୍ର, ଇ – କେୱାଇସି ଅପଡେଟ୍‌ କରିବା ପାଇଁ ପାହାଡ଼ ଚଢୁଛନ୍ତି ଲୋକେ

ଥୁଆମୂଳ ରାମପୁର,୨୦।୧(ଦୁର୍ଗା କୀର୍ତ୍ତି): କେନ୍ଦ୍ର ଓ ରାଜ୍ୟ ସରକାର ବିଭିନ୍ନ ଯୋଜନା ଉପରେ ଯୋଜନା କରୁଥିଲେ ମଧ୍ୟ ଅପହଞ୍ଚ ଅଞ୍ଚଳରେ ନେଟୱର୍କ ସମସ୍ୟାର ସୁଧୁରି ପାରୁନାହିଁ l ଯେଉଁ ଯୋଜନାକୁ ସାଧାରଣ ଲୋକ ଅନଲାଇନ ମାଧ୍ୟମରେ କରିବାକୁ ପଡେ ତାହା ନେଟୱାର୍କ ନ ଥିବା ଯୋଗୁ କିଛି ସରକାରଙ୍କ ଯୋଜନାରେ ଲାଭ ପାଇ ପାରୁନାହାନ୍ତି କିମ୍ବା ନେଟୱର୍କ ନ ଥିବାରୁ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଗାଁ ଗାଁକୁ ବିଏସଏନଏଲ ନେଟୱର୍କ ଏବଂ କିଛି ଅଞ୍ଚଳରେ ଜିଓ ଟାୱାର ନାମକୁ ମାତ୍ର ଖୁଣ୍ଟ କରାଯାଇ ଥିଲେ ବି ବର୍ତ୍ତମାନ ଅନେକ ଗାଁରେ ନୂତନ ନେଟୱର୍କ ଚାଲୁ କରାଯାଇ ନାହିଁ । ଏଥିପାଇଁ ପ୍ରଶାସନ ଓ ରାଜନେତାଙ୍କୁ ଗୁହାରି କରିବା ସହ ଟେଲିକମ ବିଭାଗକୁ ଯୋଗାଯୋଗ କଲେ ମଧ୍ୟ ବର୍ଷେରୁ ଊର୍ଦ୍ଧ୍ୱ ହେବ ନେଟୱର୍କ ଚାଲୁ କରୁନାହାନ୍ତି l ତେଣୁ ସାଧାରଣ ଜନତା ଅନେକ ପ୍ରକାର ଯୋଜନା ଲାଭ ପାଇପାରୁ ନଥିବା ବେଳେ ଇ – କେୱାଇସି ଅପଡେଟ୍‌ କରିବା ପାଇଁ ହଇରାଣ ହରକତ ହେଉଛନ୍ତି। ଏପରିକି ପାହାଡ଼ ଉପରେ ଚଢି ଘଣ୍ଟା ଘଣ୍ଟା ଧରି ନେଟଓ୍ବର୍କକୁ ଅପେକ୍ଷା କରୁଛନ୍ତି। ଏମିତିକି କୁନି କୁନି ଛୁଆ ଠାରୁ ଆରମ୍ଭ କରି ବୃଦ୍ଧା ପର୍ଯ୍ୟନ୍ତ ଏହି ଦୁର୍ଦ୍ଦଶା ଭୋଗୁଛନ୍ତି। ଆଜିକାର ଦୁନିଆ ୫ଜି , ୬ଜି ଆଡ଼କୁ ଗତି କରୁଥିବା ବେଳେ ଏବେ ମଧ୍ୟ ଅନେକ ଅଞ୍ଚଳରେ ଇଣ୍ଟରନେଟ ସେବା ପହଞ୍ଚି ପାରୁନାହିଁ। ଏଭଳି ବିଚିତ୍ର ଚିତ୍ର ଦେଖିବାକୁ ମିଳିଛି ଥୁଆମୂଳ ରାମପୁର ବ୍ଲକର ଆଦର୍ଶ ଗ୍ରାମପଞ୍ଚାୟତ ସିନ୍ଧିପଦର ଠାରୁ ଆରମ୍ଭ କରି କେରପାଇ , ସିଲେଟ, ନାକରୁଣ୍ଡି, ତଳ ନାଗି, ବିରିକୋଟ, ବଡ଼ଛାତ୍ରଙ୍ଗ ଅଭଳି ଅନେକ ଦୁର୍ଗମ ପଞ୍ଚାୟତରେ। ଏହାକୁ କେବେ ସମାଧାନ କରିବେ ପ୍ରଶାସନ ସେନେଇ ପ୍ରଶ୍ନ ଉଠୁଛି। ବିରିକୋଟ, ଗଦ୍ରାମସ୍କା, ଶୁକସାନ, ବଲାଙ୍ଗୀ, ତେନ୍ତୁଳିପଡା, ସେମେଲୀ ପଦର, ବୁତୁମନିଖୋଲ ଭଳି ଅନେକ ଗାଁ ରହିଛି l ନେଟୱର୍କ ସମସ୍ୟାକୁ ନେଇ ବାରମ୍ବାର ଗଣ ଗଣମାଧ୍ୟମରେ ଖବର ପ୍ରସାର ହେଲେ ବି କିଛି ସୁଫଳ ମିଳୁନାହିଁ। ଟେଲିକମ ବିଭାଗ ଜାଣିଶୁଣି ନିରବ ଦ୍ରଷ୍ଟା ସାଜିଛି। ତୁରନ୍ତ ଯେତେ ବିଏସଏନଏଲ ନେଟୱର୍କ ଅଛି ତାକୁ ଚାଲୁ କରିବା ପାଇଁ ସାଧାରଣରେ ଦାବି ହେଉଛି l ଏ ନେଇ ଜିଲା ବିଏସଏନଏଲ ଅଧିକାରୀ କୁଞ୍ଜବିହାରୀ ନାଏକଙ୍କୁ ପଚାରିବାରୁ ସେ କହିଛନ୍ତି, ବହୁତ ଶୀଘ୍ର ଚାଲୁ କରାହେବା ସହ ଯେଉଁ ଯେଉଁ ଅଞ୍ଚଳରେ ଆଗରୁ ଟାୱାର ଲାଗିଛି ହେଲେ ନେଟୱର୍କର ସମସ୍ୟା ଅଛି ତାହା ମଧ୍ୟ ଅଳ୍ପଦିନରେ ସମାଧାନ କରାଯିବ l


Enter your email to get our daily news in your inbox.

All Right Reserved By Dharitri.Com

ନାବାଳିକା ଛାତ୍ରୀଙ୍କୁ ଅଧ୍ୟାପକଙ୍କ ପ୍ରେମ ନିବେଦନ, ଅଡିଓ ଭାଇରାଲ୍‌ ପରେ ଚହଳ, ଥାନାରେ…

ଠାକୁରମୁଣ୍ଡା,୨୦ା୨(ତାରାକାନ୍ତ ପଟ୍ଟନାୟକ)- ଠାକୁରମୁଣ୍ଡା ଥାନା ଅଧୀନ ଏକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଜଣେ ନାବାଳିକା ଛାତ୍ରୀଙ୍କୁ ଜଣେ ଅଧ୍ୟାପକ ପ୍ରେମ ନିବେଦନ ସହ ଶାରୀରିକ ସମ୍ପର୍କ ପାଇଁ…

କାମ ସାରି ଫେରିବା ବେଳେ ଖଣ୍ଡା-କାତିରେ ଆକ୍ରମଣ କରି ହତ୍ୟା, ୮ଜଣଙ୍କୁ ଆଜୀବନ କାରାଦଣ୍ଡରେ…

ଛତ୍ରପୁର,୨୦ା୨(ଦିଲୀପ ସାମଲ)- ଗଞ୍ଜାମ ଜିଲା ହିଞ୍ଜିଳି ଥାନା ଦୟାପଲ୍ଲୀ ଗ୍ରାମର ୨୦୧୨ର ଏକ ହତ୍ୟା ମାମଲାର ଚୂଡାନ୍ତ ରାୟ ଶୁକ୍ରବାର ପ୍ରକାଶ ପାଇଛି। ଛତ୍ରପୁର ଅତିରିକ୍ତ ଜିଲା…

ଗୋ-ହତ୍ୟା ଅଭିଯୋଗକୁ ନେଇ ବିଷମ କଟକ ଥାନାରେ ଉତ୍ତେଜନା, ମାଂସ ଧରି ଥାନା ସମ୍ମୁଖରେ ଧାରଣା…

ବିଷମକଟକ,୨୦।୨(ପ୍ରସନ୍ନ କୁମାର ପଣ୍ଡା):ରାୟଗଡ଼ା ଜିଲା ବିଷମ କଟକ ଥାନା ଅଞ୍ଚଳରେ ଗୋ-ହତ୍ୟା ଅଭିଯୋଗକୁ କେନ୍ଦ୍ର କରି ପ୍ରବଳ ଉତ୍ତେଜନା ପ୍ରକାଶ ପାଇଛି। ଦୁର୍ଗୀ ଅଞ୍ଚଳରେ ଗୋ-ମାଂସ ଚାଲାଣ…

ସାଇକେଲରେ ଭାରତ ଭ୍ରମଣ କରୁଛନ୍ତି ଅମିତ

ମୋରଡ଼ା,୨୦ା୨(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ ଅଧୀନ ଚଢ଼େଇଗଁା ଗ୍ରାମର ଅମିତ କୁମାର ଦାସ(୧୭) ସମାଜ ପରିବର୍ତ୍ତନର ସଂକଳ୍ପ ନେଇ ସାଇକେଲରେ ଭାରତ ଭ୍ରମଣ କରୁଛନ୍ତି।…

ଘୋଡାହାଡ଼ ନଦୀ ଗଣ୍ଡରୁ ମିଳିଲା ନିଖୋଜ ବୃଦ୍ଧାଙ୍କ ମୃତଦେହ 

ଦିଗପହଣ୍ଡି,୨୦|୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କଇଠଖଣ୍ଡି ଗ୍ରାମ ଦେଇ ପ୍ରବାହିତ ଘୋଡ଼ାହାଡ଼ ନଦୀର ଗଣ୍ଡରେ ବୁଡ଼ିଯାଇ ଜଣେ ବୃଦ୍ଧା ମୃତ୍ୟୁବରଣ କରିଛନ୍ତି। ବୃଦ୍ଧା…

ତପ୍ତପାଣି ଘାଟିରେ ଓଲଟିଲା ମକା ବୋଝେଇ ଟ୍ରକ

ଦିଗପହଣ୍ଡି,୨୦|୨(ଅଶେଷ ନାଥ ମିଶ୍ର) ଗଞ୍ଜାମ – ଗଜପତି ସୀମାନ୍ତ ତପ୍ତପାଣି ଘାଟି ରାସ୍ତାର ପାଳୁଖଳା ଗ୍ରାମ ନିକଟ ଘାଟି ରାସ୍ତାରେ ଏକ ମକା ବୋଝେଇ ଟ୍ରକ୍ (ନଂ.…

ମୋହନାରେ ନୂତନ ଥାନା ଅଧିକାରୀ

ମୋହନା,୨୦ା୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ଥାନାରେ ନୂତନ ଥାନା ଅଧିକାରୀ ଭାବେ ଓମ ନାରାୟଣ ପାତ୍ର ଦାୟିତ୍ୱ ଗ୍ରହଣ କରିଛନ୍ତି। ପୂର୍ବରୁ ରହିଥିବା ଥାନା ଅଧିକାରୀ…

କିଡ୍‌ନୀ, ହାର୍ଟ ଦାନକରି ଅମର ହେଲେ ଶୁଭମ୍‌

ବଞ୍ଚୋ/ବଉଳା/ଛେନାପଦି,୨୦ା୨(ପ୍ରଦୋଷ କୁମାର ବିଶ୍ୱାଳ/ଦୁର୍ଗା ପ୍ରସାଦ ଆୟଚ/ ନିରାକାର ପରିଡା): କେନ୍ଦୁଝର ଜିଲା ହାଟଡ଼ିହୀ ବ୍ଲକ୍‌ ଜମ୍ଭିରା ଗ୍ରାମର ଉପେନ୍ଦ୍ର ଆୟଚଙ୍କ ପୁତ୍ର ଶୁଭମ୍‌ ଆୟଚ(୧୨) ଦୁର୍ଘଟଣାରେ ମୃତ୍ୟୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri