ଦୁର୍ଗମ ଅଞ୍ଚଳରେ କରୁଣ ଚିତ୍ର, ଇ – କେୱାଇସି ଅପଡେଟ୍‌ କରିବା ପାଇଁ ପାହାଡ଼ ଚଢୁଛନ୍ତି ଲୋକେ

ଥୁଆମୂଳ ରାମପୁର,୨୦।୧(ଦୁର୍ଗା କୀର୍ତ୍ତି): କେନ୍ଦ୍ର ଓ ରାଜ୍ୟ ସରକାର ବିଭିନ୍ନ ଯୋଜନା ଉପରେ ଯୋଜନା କରୁଥିଲେ ମଧ୍ୟ ଅପହଞ୍ଚ ଅଞ୍ଚଳରେ ନେଟୱର୍କ ସମସ୍ୟାର ସୁଧୁରି ପାରୁନାହିଁ l ଯେଉଁ ଯୋଜନାକୁ ସାଧାରଣ ଲୋକ ଅନଲାଇନ ମାଧ୍ୟମରେ କରିବାକୁ ପଡେ ତାହା ନେଟୱାର୍କ ନ ଥିବା ଯୋଗୁ କିଛି ସରକାରଙ୍କ ଯୋଜନାରେ ଲାଭ ପାଇ ପାରୁନାହାନ୍ତି କିମ୍ବା ନେଟୱର୍କ ନ ଥିବାରୁ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଗାଁ ଗାଁକୁ ବିଏସଏନଏଲ ନେଟୱର୍କ ଏବଂ କିଛି ଅଞ୍ଚଳରେ ଜିଓ ଟାୱାର ନାମକୁ ମାତ୍ର ଖୁଣ୍ଟ କରାଯାଇ ଥିଲେ ବି ବର୍ତ୍ତମାନ ଅନେକ ଗାଁରେ ନୂତନ ନେଟୱର୍କ ଚାଲୁ କରାଯାଇ ନାହିଁ । ଏଥିପାଇଁ ପ୍ରଶାସନ ଓ ରାଜନେତାଙ୍କୁ ଗୁହାରି କରିବା ସହ ଟେଲିକମ ବିଭାଗକୁ ଯୋଗାଯୋଗ କଲେ ମଧ୍ୟ ବର୍ଷେରୁ ଊର୍ଦ୍ଧ୍ୱ ହେବ ନେଟୱର୍କ ଚାଲୁ କରୁନାହାନ୍ତି l ତେଣୁ ସାଧାରଣ ଜନତା ଅନେକ ପ୍ରକାର ଯୋଜନା ଲାଭ ପାଇପାରୁ ନଥିବା ବେଳେ ଇ – କେୱାଇସି ଅପଡେଟ୍‌ କରିବା ପାଇଁ ହଇରାଣ ହରକତ ହେଉଛନ୍ତି। ଏପରିକି ପାହାଡ଼ ଉପରେ ଚଢି ଘଣ୍ଟା ଘଣ୍ଟା ଧରି ନେଟଓ୍ବର୍କକୁ ଅପେକ୍ଷା କରୁଛନ୍ତି। ଏମିତିକି କୁନି କୁନି ଛୁଆ ଠାରୁ ଆରମ୍ଭ କରି ବୃଦ୍ଧା ପର୍ଯ୍ୟନ୍ତ ଏହି ଦୁର୍ଦ୍ଦଶା ଭୋଗୁଛନ୍ତି। ଆଜିକାର ଦୁନିଆ ୫ଜି , ୬ଜି ଆଡ଼କୁ ଗତି କରୁଥିବା ବେଳେ ଏବେ ମଧ୍ୟ ଅନେକ ଅଞ୍ଚଳରେ ଇଣ୍ଟରନେଟ ସେବା ପହଞ୍ଚି ପାରୁନାହିଁ। ଏଭଳି ବିଚିତ୍ର ଚିତ୍ର ଦେଖିବାକୁ ମିଳିଛି ଥୁଆମୂଳ ରାମପୁର ବ୍ଲକର ଆଦର୍ଶ ଗ୍ରାମପଞ୍ଚାୟତ ସିନ୍ଧିପଦର ଠାରୁ ଆରମ୍ଭ କରି କେରପାଇ , ସିଲେଟ, ନାକରୁଣ୍ଡି, ତଳ ନାଗି, ବିରିକୋଟ, ବଡ଼ଛାତ୍ରଙ୍ଗ ଅଭଳି ଅନେକ ଦୁର୍ଗମ ପଞ୍ଚାୟତରେ। ଏହାକୁ କେବେ ସମାଧାନ କରିବେ ପ୍ରଶାସନ ସେନେଇ ପ୍ରଶ୍ନ ଉଠୁଛି। ବିରିକୋଟ, ଗଦ୍ରାମସ୍କା, ଶୁକସାନ, ବଲାଙ୍ଗୀ, ତେନ୍ତୁଳିପଡା, ସେମେଲୀ ପଦର, ବୁତୁମନିଖୋଲ ଭଳି ଅନେକ ଗାଁ ରହିଛି l ନେଟୱର୍କ ସମସ୍ୟାକୁ ନେଇ ବାରମ୍ବାର ଗଣ ଗଣମାଧ୍ୟମରେ ଖବର ପ୍ରସାର ହେଲେ ବି କିଛି ସୁଫଳ ମିଳୁନାହିଁ। ଟେଲିକମ ବିଭାଗ ଜାଣିଶୁଣି ନିରବ ଦ୍ରଷ୍ଟା ସାଜିଛି। ତୁରନ୍ତ ଯେତେ ବିଏସଏନଏଲ ନେଟୱର୍କ ଅଛି ତାକୁ ଚାଲୁ କରିବା ପାଇଁ ସାଧାରଣରେ ଦାବି ହେଉଛି l ଏ ନେଇ ଜିଲା ବିଏସଏନଏଲ ଅଧିକାରୀ କୁଞ୍ଜବିହାରୀ ନାଏକଙ୍କୁ ପଚାରିବାରୁ ସେ କହିଛନ୍ତି, ବହୁତ ଶୀଘ୍ର ଚାଲୁ କରାହେବା ସହ ଯେଉଁ ଯେଉଁ ଅଞ୍ଚଳରେ ଆଗରୁ ଟାୱାର ଲାଗିଛି ହେଲେ ନେଟୱର୍କର ସମସ୍ୟା ଅଛି ତାହା ମଧ୍ୟ ଅଳ୍ପଦିନରେ ସମାଧାନ କରାଯିବ l


Enter your email to get our daily news in your inbox.

All Right Reserved By Dharitri.Com

ଯୋଡ଼ାରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ

ଯୋଡ଼ା,୬ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିରେ ରହିଛି। ଯୋଡ଼ା, ଆଖପାଖ ଅଞ୍ଚଳରେ ସବୁଜିମା, ବନାଞ୍ଚଳ ଥାଇ ମଧ୍ୟ ବାୟୁ...

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ଭୁବନେଶ୍ୱରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର,୬ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏନେଇ ଦୁଇ ଦଳର...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

ଫେରିଲେ ୩ ଯବାନ: ବାଜାବାଣ, ନାଚରେ ଦୁଲୁକିଲା ଗାଁ ଦାଣ୍ଡ

କେନ୍ଦୁଝର,୬।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଦେଶ ସେବା ପାଇଁ ଯାଇ ବିଭିନ୍ନ ସ୍ଥାନରେ ନିଯୁକ୍ତି ପାଇଥିବାକେନ୍ଦୁଝର ସଦର ବ୍ଳକ ଅଧୀନ ନରସିଂହପୁର, ବନାଯୋଡି, ସିଲିସୁଆଁ ଗ୍ରାମର ୩ଜଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri