ହାତୀପଲଙ୍କୁ ଦେଖି ଲୋକେ ଭୟଭୀତ

କେନ୍ଦୁଝର,୨୧ା୯(ସ୍ବ.ପ୍ର.): ସଦର ରେଞ୍ଜ ଅନ୍ତର୍ଗତ ବସନ୍ତପୁର ନିକଟ ଉକୁଚାବେଡ଼ାଠାରେ ଏକ ୧୧ ଟିକିଆ ହାତୀ ମଙ୍ଗଳବାର ରାତିରେ ଜଙ୍ଗଲରୁ ଆସି ଭୋର୍‌ ସମୟରେ ଜଙ୍ଗଲକୁ ଫେରି ନ ପାରି ଉକୁଚାବେଡ଼ା ଅଟକି ରହିଛନ୍ତି। ଏହି ୧୧ ଟିକିଆ ଦଳରେ ୩ଟି ଦନ୍ତା ହାତୀ, ୨ଟି ଶିଶୁ ହାତୀ ଏବଂ ୬ଟି ମାଈ ହାତୀ ରହିଛନ୍ତି। ହାତୀ ଘଉଡ଼ାଇବା ପାଇଁ ବନ ବିଭାଗ କର୍ମଚାରୀ ଘଟଣାସ୍ଥଳକୁ ଯାଇଥିବାବେଳେ ସନ୍ଧ୍ୟା ପର୍ଯ୍ୟନ୍ତ ବିଲ ମଧ୍ୟରେ ଅଟକି ରହିଥିବା ଜଣାପଡ଼ିଛି। ହାତୀ ଦେଖିବା ପାଇଁ ଶହ ଶହ ଲୋକ ରୁଣ୍ଡ ହୋଇଥିବାବେଳେ ରାତିରେ କୌଣସି ଅଘଟଣ ଘଟାଇବା ଆଶଙ୍କା କରି ଲୋକମାନେ ଭୟଭୀତ ହୋଇପଡ଼ିଛନ୍ତି। ଉକ୍ତ ସ୍ଥାନରେ ମୋବାଇଲ ସ୍କ୍ବାଡ ରେଞ୍ଜର ବିଦ୍ୟାଧର ସାହୁ,ସଦର ରେଞ୍ଜ ଅଫିସର ବିଜୟ କୁମାର ମହାନ୍ତ, ଫରେଷ୍ଟର ସଦର ପ୍ରଦୀପ କୁମାର ବାରିକ, ଜଙ୍ଗିରା ଫରେଷ୍ଟର ଶରତ ପଟ୍ଟନାୟକ,ନରଣପୁର ଫରେଷ୍ଟର ଶ୍ରୀମନ୍ତ ବେହେରା, ଟାଉନ ଫରେଷ୍ଟଗାର୍ଡ ମିତ୍ରଭାନୁ ନାୟକ ପ୍ରମୁଖ ଉପସ୍ଥିତ ଅଛନ୍ତି। ହାତୀପଲକୁ ଟେକାପଥର ନ ମାରିବା ଏବଂ ଭିଡ଼ ନ କରିବା ପାଇଁ ଲୋକମାନଙ୍କୁ ସଚେତନ କରାଯାଉଛି। ଜନଜୀବନ ଯେପରି କ୍ଷତି ନ ହେବ ତାହା ଉପରେ ବନବିଭାଗ ନଜର ରଖିଛି। ନାଳ ଅପର ପାର୍ଶ୍ୱରେ ଟ୍ରେନ୍‌ ଲାଇନ୍‌ ଥିବାରୁ ଏହା ଉପରେ ବନବିଭାଗ ସତର୍କ ନଜର ରଖିଛି। କେନ୍ଦୁଝର ଜିଲାରେ ହାତୀ ଉପଦ୍ରବ ଥମିବାର ନାଁ ଧରୁନାହିଁ। ହାତୀମାନେ ସମଗ୍ର ଜିଲାରେ ଦଳ ଦଳ ହୋଇ ଏଣେ ତେଣେ ବୁଲୁଥିବାରୁ ଲୋକମାନେ ଭୟଭୀତ ରହୁଛନ୍ତି। ହାତୀମାନେ ବ୍ୟାପକ ଧାନଫସଲ, ପନିପରିବା ନଷ୍ଟ କରିବା ସହିତ ଘରବାଡ଼ ଭାଙ୍ଗି ବ୍ୟାପକ କ୍ଷୟକ୍ଷତି ଘଟାଉଛି। ବନ ବିଭାଗ ସେମାନଙ୍କୁ ନିୟନ୍ତ୍ରଣ କରିବାରେ ସଫଳ ହୋଇପାରୁନାହିଁ। ବିଶେଷକରି ହାତୀମାନେ ପଥଭ୍ରଷ୍ଟ ହୋଇ ଏଣେ ତେଣେ ପଳାଉ ଥିବା ବେଳେ ନିଜର ସୁରକ୍ଷା ଦୃଷ୍ଟିରୁ ଲୋକମାନେ ସେମାନଙ୍କୁ ଘେରାଉ କରି ଯିବା ଆସିବାରେ ବାଧା ସୃଷ୍ଟି କରୁଛନ୍ତି। ହାତୀମାନେ ଜଙ୍ଗଲକୁ ସୁରକ୍ଷିତ ଭାବେ ଯାଇ ନ ପାରି ନାଳକଡ଼ ବିଲବାଡ଼ି ଏବଂ ରାସ୍ତାପାର୍ଶ୍ୱରେ ଅଟକି ରହୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଯୋଗାଣ ମନ୍ତ୍ରୀଙ୍କ ବଡ଼ ଘୋଷଣା, ପେଟ୍ରୋଲ ପମ୍ପରେ ମିଳିବ ୫ କେଜିଆ LPG ଗ୍ୟାସ, କେତେ ଟଙ୍କା?

ଭୁବନେଶ୍ବର,୮।୪: ୫ କେଜିଆ ଗ୍ୟାସ ସିଲିଣ୍ଡର ନେଇ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ବଡ଼ ଘୋଷଣା କରିଛନ୍ତି । ପେଟ୍ରୋଲ ପମ୍ପରେ ମିଳିବ ୫ କେଜିଆ ଏଲ୍‌ପିଜି…

ବନ୍ତରେ କାଳବୈଶାଖୀର ତାଣ୍ଡବ; ଉଜୁଡ଼ିଲା ଫସଲ, ମୁଣ୍ଡରେ ହାତଦେଲେ ଚାଷୀ

ବନ୍ତ,୮।୪(କିଶୋର କୁମାର ସେଠୀ ): ଗତ ମଙ୍ଗଳବାର ଦିନ କାଳବୈଶାଖୀ ପ୍ରଭାବରେରେ ଭଦ୍ରକ ଜିଲା ବନ୍ତ ବ୍ଲକର ବିଭିନ୍ନ ପଞ୍ଚାୟତରେ ବ୍ୟାପକ ପନି ପରିବା ଏବଂ ଡାଲି…

ବଡ଼ ଖବର: ବିଜେଡି ସଂସଦୀୟ ଦଳ ନେତା ପଦରୁ ସସ୍ମିତ ପାତ୍ରଙ୍କ ଇସ୍ତଫା, ବଢ଼ିଲା ଚର୍ଚ୍ଚା

ଭୁବନେଶ୍ୱର,୮।୪: ଓଡ଼ିଶା ରାଜନୀତିରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ରାଜ୍ୟ ସଭାରେ ବିଜେଡି ସଂସଦୀୟ ଦଳ ନେତା ପଦରୁ ଇସ୍ତଫା ଦେଇଛନ୍ତି ଡକ୍ଟର ସସ୍ମିତ ପାତ୍ର।…

ଇରାନକୁ ଅସ୍ତ୍ରଶସ୍ତ୍ର ଯୋଗାଉଥିବା ଦେଶ ଉପରେ ଲାଗିବ ୫୦% ଟାରିଫ, ଯୁଦ୍ଧବିରତି ପରେ ଟ୍ରମ୍ପଙ୍କ ଘୋଷଣା

ଓ୍ବାଶିଂଟନ୍‌,୮।୪:  ଯୁଦ୍ଧବିରତି ପରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି । ସେ ଦୃଢ଼ତାର ସହିତ କହିଛନ୍ତି ଯେ ଇରାନରେ ନେତୃତ୍ୱର ଏକ…

ଯୁଦ୍ଧବିରତିର ସତ କହିଦେଲା ରୁଷିଆ, ଟ୍ରମ୍ପ କରିଥିଲେ…

ନୂଆଦିଲ୍ଲୀ,୮।୪: ମଧ୍ୟପ୍ରାଚ୍ୟରେ ଦୁଇ ସପ୍ତାହ ପାଇଁ ଯୁଦ୍ଧବିରତି ପାଇଁ ଆମେରିକା ଏବଂ ଇରାନ ରାଜି ହୋଇଛନ୍ତି, ଯାହା ଉଭୟ ପକ୍ଷ ଦ୍ୱାରା ଘୋଷଣା କରାଯାଇଛି। ଡୋନାଲ୍ଡ ଟ୍ରମ୍ପଙ୍କ…

ଯୁବକଙ୍କୁ ମରଣାନ୍ତକ ଆକ୍ରମଣ କରି ବନ୍ଧା ହେଲେ ଯୁବକ

ଆନନ୍ଦପୁର,୮ା୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ରାମଚନ୍ଦ୍ରପୁରୁ ଥାନା ଅଧୀନ କଡ଼ରାପlଳ ଗ୍ରାମର ପ୍ରଦୋଷ ବରାଳ (୨୮) ଗତ ମଙ୍ଗଳବାର କୌଣସି କାରଣରୁ ରାମଚନ୍ଦ୍ରପୁରୁ ଥାନା ଅଧୀନ…

MI ବିପକ୍ଷରେ ଆଉଟ୍ ହୋଇ କାନ୍ଦିଲେ ବୈଭବ ସୂର୍ଯ୍ୟବଂଶୀ! ଭାଇରାଲ୍ ହେଉଛି ଭିଡିଓ

ମୁମ୍ବାଇ,୮।୪: ଆଇପିଏଲ ୨୦୨୬ର ୧୩ତମ ଲିଗ୍ ମ୍ୟାଚ୍, ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ବୈଭବ ସୂର୍ଯ୍ୟବଂଶୀ ଏକ ଚମତ୍କାର ଇନିଂସ ଖେଳିଥିଲେ । ମାତ୍ର ୧୪ ବଲ୍‌ରେ ୩୯ ରନ୍…

ପୋଲତଳୁ ମିଳିଲା ମୃତଦେହ, ପାରିପାର୍ଶ୍ୱିକ ସ୍ଥିତିରୁ…

ବଲାଙ୍ଗୀର/ଲାଠୋର,୮ା୪(ସୁନିଲ କୁମାର ମହାନ୍ତି/ଭୁବନେଶ୍ୱର ବାରିକ): ବଲାଙ୍ଗୀର ଜିଲା ଲାଠୋର ଥାନା ଅଧୀନ କରୁଆଁଝର କୋଉ ପୋଲତଳୁ ପୋଲିସ ବୁଧବାର ଏକ ମୃତଦେହ ଜବତ କରିଛି। ମୃତକ ଜଣକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri