ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ନାଁରେ ମିଛ ପ୍ରଚାର କରି ପିଇଓ ସସ୍‌ପେଣ୍ଡ

ମୁନିଗୁଡା,୮/୨(ରାଧେଶ୍ୟାମ ଅଗ୍ରୱାଲ): (ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା)ବିଏସକେୱାଇ ଯୋଜନା ନାଁରେ ମିଛ ପ୍ରଚାର କରି ସସପେଣ୍ଡ ହେଲେ ପାତ୍ରଗୁଡା ପିଇଓ ପ୍ରଭାକର ନାଲା। ତେବେ ଜିଆରଏସ ଗଣେଶ ପୂଜାରି ଅଳ୍ପକେ ବର୍ତ୍ତି ଯାଇଛନ୍ତି।

ରାୟଗଡା ଜିଲା ମୁନିଗୁଡା ବ୍ଲକ ଅନ୍ତର୍ଗତ ପାତ୍ରଗୁଡା ପଞ୍ଚାୟତର ଶହଦେବ ପ୍ରାସ୍କାଙ୍କୁ ବିଏସକେୱାଇ କାର୍ଡ ନାଁରେ କିଡନୀ ଅସ୍ତ୍ରପ୍ରଚାର କରାଯାଇଥିବା କହି ପୋଷ୍ଟର ଓ ବୁକଲେଟ କରି ମିଛ ପ୍ରଚାର କରାଯାଇଥିଲା। ଏନେଇ ଖବର ପ୍ରସାରଣ ପରେ ଜିଲା ପ୍ରଶାସନ ପଦକ୍ଷେପ ନେଇଥିବା ଜଣାପଡିଛି। ହେଲେ ବଡକଥା ହେଲା ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ଜିଆରଏସଙ୍କ ଉପରେ କାହିଁକି ପଦକ୍ଷେପ ନେଲାନାହିଁ ପ୍ରଶାସନ ତାହାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି।