ପିଇଓଙ୍କ ସମ୍ପତ୍ତି ୧କୋଟିରୁ ଊର୍ଦ୍ଧ୍ୱ

ବରଗଡ଼ ଅଫିସ୍‌,୨୫।୧: ବରଗଡ଼ ଜିଲା ଭଟଲି ବ୍ଲକ ଅନ୍ତର୍ଗତ କେଲେଣ୍ଡାପାଲି ଓ କେଶେଇପାଲି ପଞ୍ଚାୟତ ନିର୍ବାହୀ ଅଧିକାରୀ (ପିଇଓ) ଉମେଶ କୁମାର ସେଠଙ୍କ ବାସଭବନରେ ସୋମବାର ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି। ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ପିଇଓ ସେଠଙ୍କ ବରଗଡ଼ କେଶବନଗର ବାସଭବନ, ଲାଉନସରା ଗ୍ରାମର ପୈତୃକ ଘର ଏବଂ କେଲେଣ୍ଡାପାଲି ଓ କେଶେଇପାଲି ପଞ୍ଚାୟତ କାର୍ଯ୍ୟାଳୟରେ ଏକକାଳୀନ ଚଢ଼ାଉ ହୋଇଥିଲା। ଚଢ଼ାଉ ବେଳେ ତାଙ୍କର ୧କୋଟି ୧୮ଲକ୍ଷ ୨୪ହଜାର ୪ଶହ ଟଙ୍କାର ସମ୍ପତ୍ତି ରହିଥିବା ଭିଜିଲାନ୍ସ ପକ୍ଷରୁ କୁହାଯାଇଛି। ସମ୍ବଲପୁର ଭିଜିଲାନ୍ସ ଏସ୍‌ପି ସାରା ଶର୍ମାଙ୍କ ନିର୍ଦ୍ଦେଶ କ୍ରମେ ଏହି ଚଢ଼ାଉରେ ବରଗଡ଼ ଭିଜିଲାନ୍ସ ଡିଏସ୍‌ପି ପରମେଶ୍ୱର କିଶାନ, ଡିଏସ୍‌ପି ଏମ. ମିଞ୍ଜ, ଇନ୍ସପେକ୍ଟର ପି. ବାଗେ, ସୁଜାତା ପଣ୍ଡା, ମାନସୀ ଜେନା, ତପସ୍ବିନୀ ସେଠ, ବିଜୟ କୁମାର ପ୍ରଧାନ ପ୍ରମୁଖ ସାମିଲ ଥିଲେ।