ଜାତୀୟ ପତାକାକୁ ଅସମ୍ମାନ କରି ପିଇଓ ଗିରଫ

ଗୋପ/କୋଣାର୍କ,୧୩।୧(ଡି.ଏନ୍‌.ଏ.): ଭାରତର ଜାତୀୟ ପତାକାକୁ ଅସମ୍ମାନ କରିଥିବା ଅଭିଯୋଗରେ କୋଣାର୍କ ଥାନା ପୋଲିସ ଜଣେ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ(ପିଇଓ)ଙ୍କୁ ଗୁରୁବାର ଗିରଫ କରିଛି। ସେ ହେଲେ ଉକ୍ତ ଥାନା ତଥା ଗୋପ ବ୍ଲକ ଅନ୍ତର୍ଗତ ଶିମିଳି ପଞ୍ଚାୟତର ପ୍ରଶାନ୍ତ କୁମାର ସ୍ବାଇଁ। ଏପରିକି ଜଣେ କାର୍ଯ୍ୟରତ ଅଧିକାରୀଙ୍କ ଏଭଳି ଅବହେଳାକୁ ନେଇ ଗୋପ ବିଡିଓ ଦୀପ୍ତିରାଣୀ ଦାସ ସମ୍ପୃକ୍ତ ଅଧିକାରୀଙ୍କୁ ନିଲମ୍ବିତ କରିବା ଲାଗି ବ୍ଲକ ଚିଠି ନମ୍ବର ୧୩୫, ତା ୧୨ା୧ା୨୦୨୩ ମାଧ୍ୟମରେ ଜିଲାପାଳଙ୍କୁ ସୁପାରିସ କରିଛନ୍ତି। ସୂଚନା ଅନୁଯାୟୀ, କିଛିଦିନ ହେବ ପ୍ରଶାନ୍ତ ଶିମିଳି ପଞ୍ଚାୟତରେ କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ ଦାୟିତ୍ୱ ନେଇଥିଲେ। ମାତ୍ର ଅଧିକାଂଶ ସମୟ ସେ କାର୍ଯ୍ୟାଳୟ ଟେବୁଲରେ ଥିବା ଏକ ଜାତୀୟ ପତାକାକୁ ସାଧାରଣ କପଡ଼ା ଭାବେ ଟେବୁଲ ପୋଛାପୋଛି କରି ଆସୁଥିଲେ। କେତେକ ବୈଠକରେ ଜାତୀୟ ପତାକାକୁ ତାଙ୍କର ଏପରି ଅବମାନନା କରୁଥିବା ଦେଖି ସରପଞ୍ଚ, ସଭ୍ୟାସଭ୍ୟ ଅସନ୍ତୋଷ ପ୍ରକାଶ କରିବା ସହ ବାରମ୍ବାର କହିଥିଲେ ମଧ୍ୟ ସେ ଶୁଣି ନ ଥିଲେ। କିଛିଦିନ ତଳେ ସମ୍ପୃକ୍ତ ଅଧିକାରୀ ଜାତୀୟ ପତାକାକୁ ନେଇ ମୋବାଇଲ ଫୋନ, ଟେବୁଲ ପୋଛାପୋଛି କରିବା ବେଳେ ଜଣେ ବ୍ୟକ୍ତି ଭିଡିଓ ଉତ୍ତୋଳନ କରିବା ପରେ ଏହି ଭିଡିଓକୁ ସୋସିଆଲ ମିଡିଆରେ ଭାଇରାଲ କରିଥିଲେ। ଗୁରୁବାର ଏହି ପ୍ରସଙ୍ଗରେ ଭାଜପା ସମେତ ବିଭିନ୍ନ ସଂଗଠନ ପକ୍ଷରୁ ଗୋପ ଓ କୋଣାର୍କ ଥାନାରେ ଏତଲା ଦିଆଯାଇଥିଲା। କୋଣାର୍କ ପୋଲିସ ଥାନା ପୋଲିସ ଏକ ମାମଲା (ନଂ. ୧୩/୨୩) ରୁଜୁ କରି ଅପରାହ୍ନରେ ଶିମିଳି ପଞ୍ଚାୟତ ଅଫିସରୁ ଅଧିକାରୀ ପ୍ରଶାନ୍ତଙ୍କୁ ଗିରଫ କରିଛିି। ଅନ୍ୟପଟେ ଗୋପ ବିଡିଓ ସଂଗଠନ ପକ୍ଷରୁ କରାଯାଇଥିବା ଅଭିଯୋଗକୁ ନେଇ ସମ୍ପୃକ୍ତ ପିଇଓଙ୍କ ବିରୋଧରେ ତୁରନ୍ତ ଶୁଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନେବାକୁ ଚିଠି ଲେଖିଛନ୍ତି। ଏ ସମ୍ପର୍କରେ ଜିଲାପାଳ ସମର୍ଥ ବର୍ମାଙ୍କୁ ପଚାରିବାରେ ସମ୍ପୃକ୍ତ ଅଧିକାରୀଙ୍କୁ ନିଲମ୍ବିତ କରାଯିବ ବୋଲି କହିଛନ୍ତି। ଶେଷରେ ଗଣମାଧ୍ୟମ ଆଗରେ ପିଇଓ ସ୍ବାଇଁ ଏପରି ଭୁଲ୍‌ ପାଇଁ ଦୁଃଖ ପ୍ରକାଶ କରିବା ସହ ଭବିଷ୍ୟତରେ ଏଭଳି ନ କରିବା ପାଇଁ କ୍ଷମାପ୍ରାର୍ଥନା ମାଗିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

‘ତ୍ରିଲୋଚନଙ୍କ ବଳିଦାନକୁ ଓଡ଼ିଶା ପୋଲିସ ଭୁଲିବ ନାହିଁ’

ଭଞ୍ଜନଗର,୨।୪(ବାବୁଲା ପ୍ରଧାନ)-ଏପ୍ରିଲ ପହିଲାରେ ଓଡିଶା ପୋଲିସ ପ୍ରତିଷ୍ଠା ଦିବସ ପାଳନ ହେଉଛି। ଏହି ଅବସରରେ ଶହିଦ୍ ଯବାନମାନଙ୍କୁ ପୋଲିସ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଦିଆଯାଉଛି । ଏହିଭଳି ଗଞ୍ଜାମ…

ବରଗଡ଼ରେ ଧରପଗଡ଼, ଅତର୍କିତ ଚଢ଼ାଉ କରି ୧୮ ସାର ବ୍ରିକ୍ରେତାଙ୍କ ଲାଇସେନ୍ସ ରବ୍ଦ

ବରଗଡ଼,୪।୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲାରେ ସାରବିକ୍ରିରେ କଳାବଜାର ତଥା ଅନ୍ୟ ଅନିୟମିତତା ନେଇ କୃଷି ବିଭାଗ ପକ୍ଷରୁ ଧରପଗଡ଼ ଆରମ୍ଭ ହୋଇଛି। ଏହି କ୍ରମରେ ବୁଧବାର ଓ…

ପୂର୍ବ ଶତ୍ରୁତାରୁ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ, ଜାମିନ ନାମଞ୍ଜୁର ପରେ ଅଭିଯୁକ୍ତ…

ଦିଗପହଣ୍ଡି, ୨।୪ (ଅଶେଷ ନାଥ ମିଶ୍ର): ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ କରିବା ଅଭିଯୋଗରେ ଦିଗପହଣ୍ଡି ପୋଲିସ ଜଣେ ବ୍ୟକ୍ତିଙ୍କୁ ଗିରଫ…

ଧରିତ୍ରୀ’ ପ୍ରଭାବ: ପଲିଥିନ୍ ତଳେ ଛଟପଟ ହାନ୍ଦୁଙ୍କୁ ମିଳିବ ସ୍ୱପ୍ନର ପକ୍କା ଘର, ଖବର ପ୍ରକାଶ ପରେ…

ଥୁଆମୂଳ ରାମପୁର, ୨। ୪(ଦୁର୍ଗା କୀର୍ତ୍ତି): ଅସହାୟଙ୍କ ସ୍ୱର ସାଜିଛି ‘ଧରିତ୍ରୀ’। ଖବର ପ୍ରସାରଣର ମାତ୍ର କିଛି ଦିନ ମଧ୍ୟରେ ପ୍ରଶାସନିକ ସ୍ତରରେ ଦେଖାଦେଇଥିବା ତ୍ୱରିତ ପଦକ୍ଷେପ…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri