ପେନ୍‌ସନର ଟେନ୍‌ସନ

ଭାରତ ଭଳି ବିକାଶୋନ୍ମୁଖୀ ଦେଶରେ ଯେଉଁଠି ଯୋଜନା ବାବଦ ଖର୍ଚ୍ଚ ଅଧିକ ହେବା ଆବଶ୍ୟକ ସେଠାରେ ଦରମା, ପେନ୍‌ସନ, ସୁଧ, ସବ୍‌ସିଡି, ପ୍ରତିରକ୍ଷା ଇତ୍ୟାଦିରେ ବଜେଟର ୭୧.୬୬ ପ୍ରତିଶତ (୨୦୨୫-୨୬) ରାଶି ବ୍ୟୟବରାଦ ହୋଇଯାଏ। ତେଣୁ ବିକାଶ ପାଇଁ ଯେତିକି ପୁଞ୍ଜି ଆବଶ୍ୟକ ଆମକୁ ସବୁବେଳେ ନିଅଣ୍ଟ ପଡ଼େ ଓ ବିତ୍ତୀୟ ନିଅଣ୍ଟକୁ ଭରଣା କରିବା ପାଇଁ ସରକାର ଉଭୟ ଦେଶୀୟ ଓ ବାହ୍ୟ ସୂତ୍ରରୁ ବହୁମାତ୍ରାରେ ଋଣ କରିଥାନ୍ତି। ପୂର୍ବ ପ୍ରଚଳିତ ପେନ୍‌ସନ ବ୍ୟବସ୍ଥାରେ ଭାରତବର୍ଷରୁ ବହୁରାଶି ଖର୍ଚ୍ଚ ହୋଇଥିବାରୁ ତତ୍କାଳୀନ ଏନ୍‌ଡିଏ ସରକାର ୨୦୦୪ ପରଠାରୁ ନୂତନ ପେନ୍‌ସନ ଯୋଜନା ଏନ୍‌ପିଏସ୍‌ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ଆରମ୍ଭ କରିବା ପରେ ସମୟାନୁକ୍ରମେ ସମସ୍ତ ରାଜ୍ୟ ସରକାର ଏହାକୁ କାର୍ଯ୍ୟକାରୀ କରିଥିଲେ। ଏହି ନୂତନ ଯୋଜନାର ବିଶେଷତ୍ୱ ହେଲା ଯେ ପୂର୍ବ ଯୋଜନାରେ କେତେ ପେନ୍‌ସନ ରାଶି ପାଇବେ ତାହା ସ୍ପଷ୍ଟ ଭାବେ ଦର୍ଶାଯାଇଥିଲା। ନୂତନ ବ୍ୟବସ୍ଥା ଅନୁଯାୟୀ ନିଜସ୍ବ ଦେୟର ଅର୍ଜିତ ରାଶି ଉପରେ ଆଧାରିତ ହୋଇଗଲା ଓ ସ୍ଥାୟିତ୍ୱ ମଧ୍ୟ ରହିଲା ନାହିଁ। ନୂତନ ପେନ୍‌ସନ ବ୍ୟବସ୍ଥା ଏନ୍‌ପିଏସ୍‌ ଯାହାକି ପୁଞ୍ଜିବଜାରରୁ ଆୟ ଉପରେ ନିର୍ଭରଶୀଳ, ତେଣୁ ଅବସର ପରେ କେତେ ପେନ୍‌ସନ ପାଇବେ ତାହା ନିର୍ଦ୍ଧାରିତ ନୁହେଁ ଓ ପେନ୍‌ସନ ରାଶି ମଧ୍ୟ ମୁଦ୍ରାସ୍ଫୀତି ସହ ତାଳଦେଇ ବୃଦ୍ଧି ପାଉ ନ ଥିବାରୁ ଏହା ବିଶେଷ ଆଦୃତ ହେଲା ନାହିଁ। ଦୀର୍ଘ ୨ଦଶନ୍ଧି ଧରି ପୁରୁଣା ପେନ୍‌ସନ ନୀତିକୁ ପୁନଃ ପ୍ରଚଳନ କରିବା ପାଇଁ ବିଭିନ୍ନ ସ୍ତରରେ ଦାବି ହୋଇ ଆସୁଛି ଓ ସ୍ଥଳ ବିଶେଷରେ ହିମାଚଳ ପ୍ରଦେଶ, ପଞ୍ଜାବ, ଛତିଶଗଡ଼ ଭଳି କେତେକ ରାଜ୍ୟ ପୂର୍ବ ପ୍ରଚଳିତ ପେନ୍‌ସନ ନୀତି ମଧ୍ୟ ପ୍ରଣୟନ କରିଛନ୍ତି।
ଭାରତ ସ୍ବାଧୀନ ହେବା ସମୟରେ ଜଣେ ଭାରତୀୟଙ୍କର ହାରାହାରି ଆୟୁ ୩୨ ବର୍ଷ ଥିଲା , ଯାହାକି ବୃଦ୍ଧି ପାଇ ବର୍ତ୍ତମାନ ୭୨ରେ ପହଞ୍ଚିଛି। ଆଗାମୀ ଦିନରେ ଜନସାଧାରଣଙ୍କର ଆର୍ଥିକ ସ୍ବଚ୍ଛଳତା, ସ୍ବାସ୍ଥ୍ୟ ସଚେତନତା, ଚିକିତ୍ସା ବିଜ୍ଞାନର ଅଗ୍ରଗତି ଫଳରେ ଏହା ଆହୁରି ବୃଦ୍ଧି ପାଇବ, ଏଥିରେ ତିଳେ ମାତ୍ର ସନ୍ଦେହ ନାହିଁ। କ୍ରମାଗତ ଭାବରେ ସରକାର ପୁରାତନ ପେନ୍‌ସନ ବ୍ୟବସ୍ଥାକୁ ପୁନଃ ପ୍ରଚଳନ କରିବାକୁ ବିଭିନ୍ନ ଗୋଷ୍ଠୀର ଚାପର ସମ୍ମୁଖୀନ ହୋଇଥିଲେ ଓ ଶେଷରେ ବର୍ତ୍ତମାନ ସାର୍ବଜନୀନ ପେନ୍‌ସନ ବ୍ୟବସ୍ଥା (ୟୁପିଏସ୍‌) ପରି ଏକ ନୂତନ ପେନ୍‌ସନ ଯୋଜନା ପ୍ରଚଳନ କରିବାକୁ ଯାଉଛନ୍ତି। କେନ୍ଦ୍ର ସରକାରୀ କର୍ମଚାରୀମାନଙ୍କ ପାଇଁ ଚଳିତ ସେପ୍ଟେମ୍ବର ଶେଷ ସୁଦ୍ଧା ନିଜର ସ୍ବୀକୃତି ଦେବାପାଇଁ ସମୟ ନିର୍ଘଣ୍ଟ ହୋଇଛି। ପୂର୍ବ ପ୍ରଚଳିତ ନିର୍ଦ୍ଦିଷ୍ଟ ପେନ୍‌ସନ ଯୋଜନାର କେତୋଟି ମୁଖ୍ୟ ତ୍ରୁଟି ହେଲା, ଯେପରି ପ୍ରତିବର୍ଷ ରାଜକୋଷରୁ କେତେ ରାଶି ପେନ୍‌ସନ ବାବଦରେ ଯିବ ତାହା ଜଣା ନ ଥାଏ ଓ ବର୍ତ୍ତମାନ ସରକାରଙ୍କର ଖର୍ଚ୍ଚକୁ ଆଗାମୀ ବଂଶଧର ପାଇଁ ଏହାକୁ ଏକ ବୋଝ ଭାବରେ ଲଦି ଦିଆଯାଏ। ତେଣୁ ପୂର୍ବ ପେନ୍‌ସନ ବ୍ୟବସ୍ଥା ଓ ବର୍ତ୍ତମାନର ଏନ୍‌ପିଏସ୍‌ ବ୍ୟବସ୍ଥାର ଉଭୟର ଭାରସାମ୍ୟ ରଖି ସରକାର ଏକ ନୂତନ ଯୋଜନା ୟୁପିଏସ୍‌ ଆଣିଛନ୍ତି ଓ ଏହି ଯୋଜନାରେ ପୂର୍ବ ପରି ୨୫ ବର୍ଷ ଚାକିରି କରିଥିଲେ ଅବସର ସମୟରେ ଶେଷ ୧୨ ମାସର ହାରାହାରି ଦରମାର ୫୦ ପ୍ରତିଶତ ପେନ୍‌ସନ ହେବ ଓ ଏହା ମୁଦ୍ରାସ୍ଫୀତି ସହ ଅତିରିକ୍ତ ଆକାରରେ ଡିଏ ମଧ୍ୟ ବୃଦ୍ଧି ପାଇବ। ପ୍ରସ୍ତାବିତ ନୂତନ ୟୁପିଏସ୍‌ ପେନ୍‌ସନ ବ୍ୟବସ୍ଥାରେ ସରକାର ପେନ୍‌ସନ ରାଶି ବାବଦରେ ୧୦ ପ୍ରତିଶତ ଓ ଅତିରିକ୍ତ ପେନ୍‌ସନ ପାଣ୍ଠିକୁ ୮.୫ ପ୍ରତିଶତ ସର୍ବମୋଟ ଦରମାର ୧୮.୫ ବିନିଯୋଗ କରିବେ। ପେନ୍‌ସନ ପାଇଁ ଗଚ୍ଛିତ ପାଣ୍ଠିରୁ ଅର୍ଜିତ ରାଶି ପେନ୍‌ସନ ଯଦି ନିଅଣ୍ଟ ହୁଏ ତା’ହେଲେ ସରକାର ସୃଷ୍ଟି କରିଥିବା ନିଜସ୍ବ ପାଣ୍ଠିରୁ ଭରଣା କରିବେ। ଏହି ବ୍ୟବସ୍ଥାକୁ ପର୍ଯ୍ୟାଲୋଚନା କଲେ ବୁଝାଯାଏ ଯେ, ସରକାର ଭବିଷ୍ୟତ ପାଇଁ କୌଣସି ବୋଝ ରଖୁନାହାନ୍ତି ଓ ପ୍ରତ୍ୟେକ ଆର୍ଥିକ ବର୍ଷରେ ନିଜର ୧୦/୧୮ ପ୍ରତିଶତ ରାଶି ପେନ୍‌ସନ ଫଣ୍ଡକୁ ପ୍ରଦାନ କରିଦେଉଛନ୍ତି।
ତେବେ ଜଣେ କେନ୍ଦ୍ରୀୟ ସରକାରୀ କର୍ମଚାରୀଙ୍କୁ ସେପ୍ଟେମ୍ବର ସୁଦ୍ଧା ସମ୍ମତି ପ୍ରଦାନ କରିବାକୁ ନେଇ ବର୍ତ୍ତମାନ ପ୍ରଶ୍ନ ଉଠୁଛି। ସେମାନେ ୟୁପିଏସ୍‌କୁ ବାଛିବେ ନା ଏନ୍‌ପିଏସ୍‌କୁ ବାଛିବେ ଦ୍ୱନ୍ଦ୍ୱରେ ଅଛନ୍ତି। ଏବେ ସୁଦ୍ଧା ଖୁବ୍‌ ଅଳ୍ପ ସଂଖ୍ୟକ ୫ ପ୍ରତିଶତରୁ କମ୍‌ ୟୁପିଏସ୍‌ ପାଇଁ ସମ୍ମତି ପ୍ରଦାନ କରିଛନ୍ତି। ସରକାର କୌଣସି ଯୋଜନାର ଢାଞ୍ଚାଗତ ପରିବର୍ତ୍ତନ କଲେ ଅଧିକ ଜନସଚେନତା ସୃଷ୍ଟିକରିବାର ଆବଶ୍ୟକତା ଅଛି ଓ ନିକଟ ଅତୀତରେ ଇପିଏଫ୍‌ଓର ସଦସ୍ୟମାନେ ମଧ୍ୟ ଏହି କାରଣରୁ ବର୍ଦ୍ଧିତ ପେନ୍‌ସନ ପାଇଁ ଦ୍ୱନ୍ଦ୍ୱରେ ଅନେକେ ନିଜର ସମ୍ମତି ପ୍ରଦାନ କରି ନ ଥିଲେ। ୟୁପିଏସ୍‌ର ବିଶେଷତ୍ୱ ହେଲା ଏହାର ସ୍ଥାୟିତ୍ୱ ଓ ମୁଦ୍ରାସ୍ଫୀତି ସହ ବର୍ଦ୍ଧିତ ପେନ୍‌ସନ ରାଶି ଯାହାକି ପେନ୍‌ସନଭୋଗୀଙ୍କୁ ସୁହାଇବ। କିନ୍ତୁ ଏହି ଯୋଜନାରେ ଯଦି ପେନ୍‌ସନଭୋଗୀ ଉଭୟ ସ୍ବାମୀ, ସ୍ତ୍ରୀ ମୃତ୍ୟୁବରଣ କରନ୍ତି କୌଣସି ମୂଳଧନ ସେମାନେ ଫେରିପାଇବେ ନାହିଁ। ନ୍ୟାଶନାଲ ପେନ୍‌ସନ ସ୍କିମ୍‌ ବା ଏନ୍‌ପିଏସ୍‌ ରେ କିନ୍ତୁ ଜଣେ ନିଜ ଗଚ୍ଛିତ ରାଶି ଫେରି ପାଇପାରୁଛନ୍ତି ଓ ଏଠାରେ ବିନିଯୋଗ ପ୍ରକ୍ରିୟାରେ ନିଜସ୍ବ ସ୍ବାଧୀନତା ମଧ୍ୟ ଅଧିକ। ବର୍ତ୍ତମାନ ସ୍ବାଭାବିକ ଭାବେ ପ୍ରଶ୍ନ ଉଠୁଛି ଏନ୍‌ପିଏସ୍‌ର ପେନ୍‌ସନ ରାଶି କ’ଣ ୟୁପିଏସ୍‌ ସମକକ୍ଷ ହେବ। ବିଗତ ଦିନରେ ଭାରତର ପୁଞ୍ଜିବଜାରରେ ଅଭିବୃଦ୍ଧି ଭଲ ହୋଇଥିବାରୁ ଏନ୍‌ପିଏସ୍‌ରେ ମଧ୍ୟ ଭଲ ଅଭିବୃଦ୍ଧି ହୋଇଛି, କିନ୍ତୁ ଭବିଷ୍ୟତରେ ଏହା ବଜାୟ ରହିବ ତା’ର କୌଣସି ନିଶ୍ଚିତତା ନାହିଁ। କିନ୍ତୁ ଜଣେ ଯଦି ଦୀର୍ଘଦିନ ଅର୍ଥାତ୍‌ ୩୫/୪୦ ବର୍ଷ କାର୍ଯ୍ୟରତ ରହେ ଓ ଆଗାମୀ ୨/୩ ଦଶନ୍ଧି ଭାରତର ଅର୍ଥନୀତି ଦ୍ରୁତଗତିରେ ବୃଦ୍ଧି ପାଇବ ହୋଲି ଆଶା କରାଯାଏ ଏନ୍‌ପିଏସ୍‌ରେ ହୁଏତ ସେ ଲାଭବାନ୍‌ ହୋଇପାରନ୍ତି ବୋଲି ବିଶେଷଜ୍ଞଙ୍କ ମତ। କିନ୍ତୁ ପରବର୍ତ୍ତୀ ସମୟରେ ଗଚ୍ଛିତ ରାଶିକୁ ଜୀବନକାଳ ଯେଉଁ ପେନ୍‌ସନ ପାଇବ ଏନ୍‌ପିଏସ୍‌ରେ ସ୍ଥାୟିତ୍ୱ ନ ରହୁ ନ ଥିବାରୁ ୟୁପିଏସ୍‌ ଶ୍ରେୟସ୍କର ବୋଲି ଅନେକେ ମଧ୍ୟ ମତ ପୋଷଣ କରନ୍ତି। ସ୍ବାମୀ ଓ ସ୍ତ୍ରୀ ଉଭୟେ ପେନ୍‌ସନ ପାଇଁ ଯୋଗ୍ୟ ହୋଇଥିଲେ ଅନେକେ ୟୁପିଏସ୍‌ ବଦଳରେ ଏନ୍‌ପିଏସ୍‌କୁ ପସନ୍ଦ କରିବେ। କାରଣ ମୃତ୍ୟୁ ପରେ ମୂଳରାଶି ଉତ୍ତରାଧିକାରୀ ଫେରି ପାଇବେ। ସାମଗ୍ରିକ ଭାବରେ ବିଚାରକଲେ ଏନ୍‌ପିଏସ୍‌ ଠାରୁ ୟୁପିଏସ୍‌ ଭଲ ବିକଳ୍ପ। କେନ୍ଦ୍ର ସରକାର ଏହାକୁ ଲାଗୁ କଲାପରେ ରାଜ୍ୟ ସରକାରଙ୍କୁ ମଧ୍ୟ ଏହାର ପ୍ରଚଳନ ପାଇଁ ଚାପ ପଡ଼ିବ। ଅନେକ ରାଜ୍ୟର ଆର୍ଥିକ ସ୍ଥିତି ଭଲ ନୁହେଁ। ତେଣୁ ସେମାନେ ଯଦି ୟୁପିଏସ୍‌କୁ ପ୍ରତ୍ୟାବର୍ତ୍ତନ କରନ୍ତି ବିତ୍ତୀୟ ନିଅଣ୍ଟ ଭଳି ସଙ୍କଟ ସୃଷ୍ଟି ହୋଇପାରେ।
ଭାରତରେ ଜନସଂଖ୍ୟାର ମାତ୍ର ୨ ପ୍ରତିଶତ କେନ୍ଦ୍ର ଅଥବା ରାଜ୍ୟ ସରକାରରେ କାର୍ଯ୍ୟରତ। ବିଭିନ୍ନ ସାର୍ବଜନୀନ ଓ ଘରୋଇ ସଂସ୍ଥାରେ ନିଯୁକ୍ତ କର୍ମଚାରୀ ନିଜସ୍ବ ଜମା ଅର୍ଥରାଶିରୁ ଇପିଏଫ୍‌ଓ ଅଥବା ଏନ୍‌ପିଏସ୍‌ରୁ ପେନ୍‌ସନ ପାଇଥାନ୍ତି। ଅଧିକାଂଶଙ୍କ କ୍ଷେତ୍ରରେ ଏହା ଅତ୍ୟନ୍ତ ନୂ୍ୟନ ଓ ମୁଦ୍ରାସ୍ଫୀତି ସହ ମଧ୍ୟ ବୃଦ୍ଧିପାଏ ନାହିଁ। ଭାରତରେ ସାମାଜିକ ସୁରକ୍ଷା ବ୍ୟବସ୍ଥା ସୁଦୃଢ଼ ନୁହେଁ। ଭାରତ ପରି ସର୍ବ ବୃହତ୍‌ ଗଣତାନ୍ତ୍ରିକ ଦେଶରେ କୌଣସି ମୁଷ୍ଟିମେୟ ଗୋଷ୍ଠୀ ପାଇଁ ସରକାରୀ ରାଜସ୍ବରୁ ସମସ୍ତ ସୁବିଧା ସୁଯୋଗ ସୃଷ୍ଟି ନ କରି ଜନସାଧାରଣଙ୍କର ନୂ୍ୟନତମ ଆବଶ୍ୟକତା ପୂରଣକରି ପେନ୍‌ସନ ନୀତି ନିର୍ଦ୍ଧାରଣ ହେବା ଆବଶ୍ୟକ। ସାର୍ବଜନୀନ ପେନ୍‌ସନ ବହୁଦିନରୁ ବିଚାରାଧୀନ ଅଛି ହେଲେ ସରକାରଙ୍କର କୌଣସି ନିର୍ଦ୍ଦିଷ୍ଟ ଆଭିମୁଖ୍ୟ ପରିଲକ୍ଷିତ ହେଉନାହିଁ। ବର୍ତ୍ତମାନ ପରିପ୍ରେକ୍ଷୀରେ ସାମଗ୍ରିକ ଭାବରେ ପେନ୍‌ସନ ବା ଅବସରକାଳୀନ ସାମାଜିକ ସୁରକ୍ଷାକୁ ସାର୍ବଜନୀନ ତଥା ସୁଦୃଢ଼ କରିବା ଏକାନ୍ତ ବାଞ୍ଛନୀୟ।

ନଳିନୀକାନ୍ତ ଧର
ରାଉରକେଲା
ମୋ: ୯୪୩୭୩୪୪୬୫୪


Enter your email to get our daily news in your inbox.

All Right Reserved By Dharitri.Com

ଅସ୍ମିତା ଜାତୀୟ ରଗ୍‌ବୀ ଲିଗ୍‌: ଓଡ଼ିଶାର କ୍ଲିନ ସୁଇପ୍‌

ଭୁବନେଶ୍ୱର,୧ା୨(ଅନାଦି କର): ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ପ୍ରଥମ ଅସ୍ମିତା ଜାତୀୟ ରଗ୍‌ବୀ ଲିଗ୍‌ ରବିବାର ଉଦ୍‌ଯାପିତ ହୋଇଯାଇଛି। ସବ୍‌-ଜୁନିୟର ବାଳିକା(୧୫ ବର୍ଷରୁ କମ୍‌), ଜୁନିୟର ବାଳିକା…

ପରିବା ବଜାରରେ ବିବାହିତା ମହିଳାଙ୍କ ମୃତଦେହ, ଟ୍ରଲି ବ୍ୟାଗ….

ପାଟନା,୧।୨: ରବିବାର ରୋହତାସ ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଏବଂ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ଦେହରି ନଗର ପୋଲିସ ଷ୍ଟେସନ ଅଞ୍ଚଳ ଅନ୍ତର୍ଗତ ପନିପରିବା ବଜାର…

ବଜେଟକୁ ନେଇ ଲୋକେ କ’ଣ କହୁଛନ୍ତି, ଜାଣନ୍ତୁ…

ଦିଗପହଣ୍ଡି,୧।୨(ଅଶେଷ ନାଥ ମିଶ୍ର): କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ଆଣିଥିବା ବଜେଟକୁ ନେଇ ଦିଗପହଣ୍ଡି ଅଞ୍ଚଳର ବିଭିନ୍ନ ବର୍ଗର ଲୋକେ ପ୍ରତିକ୍ରିୟା…

ପୂର୍ବତନ ଏମ୍‌ପି ସୁଶୀଳା ତିରିଆଙ୍କ ପରଲୋକ

ବାରିପଦା,୧।୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜର ପୂର୍ବତନ ଏମ୍‌ପି ତଥା ବରିଷ୍ଠ କଂଗ୍ରେସ ନେତ୍ରୀ ସୁଶୀଳା ତିରିଆଙ୍କର ରବିବାର ପରଲୋକ ଘଟିଛି। ଭୁବନେଶ୍ୱର ଏମ୍ସ ହସ୍ପିଟାଲରେ ଚିକିତ୍ସାଧୀନ ଥିବା…

ବିଜେଡିରୁ ନିଲମ୍ବିତ ହେଲେ ଆଉ ଜଣେ ବରିଷ୍ଠ ନେତା

ଭୁବନେଶ୍ବର,୧।୨: ବିଜେଡିରୁ ନିଲମ୍ବିତ ହେଲେ ସିମୁଳିଆର ବରିଷ୍ଠ ନେତା ଶଶୀ ସାହୁ । ବିଶୃଙ୍ଖଳିକ କାର୍ଯ୍ୟ ପାଇଁ ତାଙ୍କୁ ଦଳରୁ ନିଲମ୍ବିତ କରାଯାଇଛି । ୨୦୨୪ ମସିହାରେ…

କେନ୍ଦ୍ର ବଜେଟକୁ ନେଇ ଗର୍ଜିଲେ ଏମପି ସପ୍ତଗିରି, ପର୍ଯ୍ୟଟନ ବିକାଶରେ ଦେଓମାଳିର ସ୍ଥାନ…

ରାୟଗଡ଼ା,୧।୨(ଆଶିଷ ରଞ୍ଜନ ପଣ୍ଡା): ରବିବାର ଉପସ୍ଥାପନ ହୋଇଥିବା କେନ୍ଦ୍ରୀୟ ବଜେଟ୍ ଓଡ଼ିଶାର ଆଦିବାସୀଙ୍କୁ ଉପେକ୍ଷା କରାଯାଇଛି ବୋଲି ଟାର୍ଗେଟ କହିଛନ୍ତି ଏମପି ସପ୍ତଗିରି ଉଲାକା। କେନ୍ଦ୍ରୀୟ ବଜେଟ୍…

ହଳଦିଆପଦର ସଡ଼କ ଦୁର୍ଘଟଣା, ମୃତକଙ୍କ ପରିବାରକୁ ଭେଟିଲେ ପରିବହନ ମନ୍ତ୍ରୀ

ଦିଗପହଣ୍ଡି,୧|୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ବ୍ରହ୍ମପୁର ସହର ଉପକଣ୍ଠ ହଳଦିଆପଦର ଓଭରବ୍ରିଜ ନିକଟରେ ଶନିବାର ଘଟିଥିବା ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇଥିଲା। ଏଥିରେ ପ୍ରାଣ ହରାଇଥିବା…

PCBର ଅଜବ ନିଷ୍ପତ୍ତି: T20 ବିଶ୍ୱକପରେ ଭାରତ ବିପକ୍ଷରେ ଖେଳିବ ନାହିଁ ପାକିସ୍ତାନ

ନୂଆଦିଲ୍ଲୀ,୧ା୨: ପାକିସ୍ତାନ କ୍ରିକେଟ ବୋର୍ଡ (PCB) 2026ଟି-20 ବିଶ୍ୱକପ ସମ୍ପର୍କରେ ଏକ ଅଜବ ନିଷ୍ପତ୍ତି ନେଇଛି। ଏହି ବିଶ୍ୱସ୍ତରୀୟ ଟୁର୍ନାମେଣ୍ଟରେ ପାକିସ୍ତାନ ଦଳ ଭାରତ ସହିତ ଖେଳିବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri